କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ

କୋରାପୁଟ,୧୬।୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଅବଦାଲ ଏମ. ଅଖତାର କହିଛନ୍ତି।

ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ୧୩ଟିଯାକ ୱାର୍ଡ ସହ ଜିଲାର ୨୯୭୩ଟି ୱାର୍ଡରେ ନିର୍ବାଚନ ହେବ ବୋଲି ଜିଲାପାଳ କହିଛନ୍ତି। ବିଗତ ଦିନରେ ମାଓବାଦୀଙ୍କ ଉପଦ୍ରବ ଯୋଗୁ ପ୍ରଭାବିତ ଅଞ୍ଚଳ କୁହାଯାଉଥିବା ଗ୍ରାମଗୁଡିକରେ ଏବେ ଶାନ୍ତି ପ୍ରତିଷ୍ଠା ହୋଇଥିବାରୁ ସେହି ଅଞ୍ଚଳରେ  ନିର୍ବାଚନ କରିବାକୁ ଜିଲା ପ୍ରଶାସନ ସମସ୍ତ ପଦକ୍ଷେପ ନେଉଛି ବୋଲି ଜିଲାପାଳ କହିଛନ୍ତି।

ଜିଲାରେ ପଞ୍ଚାୟତ ନିର୍ବାଚନକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରିବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଜିଲା ଏସ୍‌ପିଙ୍କ ସମେତ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।  ସରକାରଙ୍କ କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ ହେବ। ନାମାଙ୍କନପତ୍ର ଦାଖଲଠାରୁ ନିର୍ବାଚନୀ ଶୋଭାଯାତ୍ରା ପର୍ଯ୍ୟନ୍ତ ସବୁଠି କୋଭିଡ କଟକଣା ପାଳନ ହେବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ପାଞ୍ଚଟି ପ୍ରଦେଶ ଉପରେ ଆକ୍ରମଣ କଲା ଆମେରିକା, ମିଶାଇଲ ସିଷ୍ଟମ ସହ IRGC ସ୍ପିଡବୋଟକୁ ଟାର୍ଗେଟ

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ରବିବାର, ଆମେରିକାର ସେନା ହୋର୍ମଜଗାନ, ମାର୍କାଜି, ଆହଭାଜ, ବୁଶେହର, ଖୁଜେସ୍ତାନ ଏବଂ ସିସ୍ତାନ-ବାଲୁଚେସ୍ତାନ ସମେତ ଅନେକ…

ଭିଜିଲାନ୍ସ ପଞ୍ଝାରେ ଆଇଟିଡିଏ ସହକାରୀ ନିର୍ଦ୍ଦେଶକ, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର/କୋରାପୁଟ,୧୩ା୭(ଅମିତାଭ ବେହେରା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍‌, ଭୁବନେଶ୍ୱରର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର…

ମୃତ୍ୟୁ ପୂର୍ବରୁ, ଲିଣ୍ଡସେ ଟ୍ରମ୍ପଙ୍କ ପାଇଁ ତିନୋଟି କାର୍ଯ୍ୟ ତାଲିକାଭୁକ୍ତ କରିଥିଲେ, ରୁଷିଆ କଥା ଉଲ୍ଲେଖ କରି ଫୋନରେ କହିଥିଲେ, ‘ମୁଁ ଏବେ ମରିପାରିବି ନାହିଁ…’

ଓ୍ବାଶିଂଟନ,୧୩।୭: ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏପର୍ଯ୍ୟନ୍ତ କମି ନାହିଁ, ଯାହା ଫଳରେ ସମଗ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଇତି ମଧ୍ୟରେ, ବରିଷ୍ଠ…

ସମୁଦ୍ରରେ ନିଖୋଜ ଥିବା ଟ୍ରଲର ଠାବ, ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର, ମାଲିକ ପହଞ୍ଚି…

ଭୋଗରାଇ,୧୩ା୭(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ପୂର୍ବମେଦିନୀପୁର ଜିଲା ଶଙ୍କରପୁର ମତ୍ସ୍ୟ ଅବତରଣ କେନ୍ଦ୍ର(ଜେଟିରୁ )ରୁ ଗତ ୨ ତାରିଖରୁ ସମୁଦ୍ରକୁ ଯାଇ ନିଖୋଜ ଥିବା ମା’ କାଳୀ ନାମକ…

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ସମୁଦ୍ରରେ ପରିଲକ୍ଷିତ ହେଲାଣି। ବିଶେଷକରି ସମୁଦ୍ର ଜଳ ପତନ ବୃଦ୍ଧି ହେବା ସହ ଜଳଚର ଜୀବ ପ୍ରଭାବିତ ହେଉଛନ୍ତି। ଏହି କ୍ରମରେ ବହୁ…

ଅମୃତର ସନ୍ତାନ

ବହୁ ଅନୁସନ୍ଧାନରୁ ବର୍ତ୍ତମାନ ପ୍ରାୟ ସମସ୍ତ ବିଜ୍ଞାନୀ ଏକମତ ଯେ ପୃଥିବୀରେ ମାନବ ସଭ୍ୟତା ଥରଥର କରି ଛଅ ଥର ଆରମ୍ଭ ହୋଇ ପୁଣି ନଷ୍ଟ ହୋଇଯାଇଛି।…

ଗଙ୍ଗାଜଳ ବଣ୍ଟନ ଚୁକ୍ତି

ଗଙ୍ଗାଜଳ ବଣ୍ଟନ ଚୁକ୍ତି ନବୀକରଣ ଏବେ ଜାତୀୟ ସ୍ତରରେ ଆଲୋଚ୍ୟ ବିଷୟ। ବାଂଲାଦେଶ ପୂର୍ବ ଅପେକ୍ଷା ଅଧିକ ଜଳ ଦାବି କରି ବିବୃତି ଦେଉଛି। ଭାରତ ମଧ୍ୟ…

ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଇୟୁ, ୧୪ ରାଷ୍ଟ୍ରର ପ୍ରତ୍ୟାଖ୍ୟାନ

ମାନିଲା,୧୩ା୭: ଦକ୍ଷିଣ ଚାଇନା ସାଗର ଉପରେ ବେଜିଂର ଦାବିକୁ ଆମେରିକା, ବ୍ରିଟେନ୍‌ ସମେତ ୧୪ ଦେଶ ପ୍ରତ୍ୟାଖ୍ୟାନ କରିଛନ୍ତି। ୨୦୧୬ର ଏକ ଅନ୍ତର୍ଜାତୀୟ ରାୟ ଅନୁଯାୟୀ ଦକ୍ଷିଣ ଚାଇନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri