ଜଳପଥରେ ଚାଲିଛି କଙ୍କଡ଼ା ଚାଲାଣ, ଚେଇଁ ଶୋଇଛି ବନବିଭାଗ

ମହାକାଳପଡ଼ା,୧୬ା୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ନଦୀ, ନାଳ ଓ ସମୁଦ୍ରରୁ ବେଆଇନ କଙ୍କଡ଼ା ଚାଲାଣ ଚାଲିଛି। ବିଶେଷ କରି ଜଳପଥରେ ଚାଲାଣ ଚାଲି ଥିଲେ ମଧ୍ୟ ବନ ବିଭାଗ ଚେଇଁ ଶୋଇଛି। କେବଳ କଙ୍କଡ଼ା ନୁହେଁ ବିଭିନ୍ନ ପ୍ରଜାତିର ସାମୁଦ୍ରିକ ମାଛ ବି ଉଚ୍ଚ ଦରରେ ବିକ୍ରି ହେଉଛି । ମାଡୁଆ କଙ୍କଡ଼ା, ହର୍ଲି କଙ୍କଡ଼ା, ଲାଲ୍‌ କଙ୍କଡ଼ା, ସମୁଦ୍ର ଚିତ୍ରା କଙ୍କଡ଼ାର ଚାହିଦା ରହିଛି । ସେହିପରି ସାମୁଦ୍ରିକ ବିରଳ ମାଛ ରେବନ୍‌ ଫିସ୍‌, ବଗି, ସାତ ହାତିଆ, ଚଟ୍‌ ପଟି, ଛୁରିଆ, ବାଲିଆ, ବନିଆ, ବମ୍ବେଇ ତୋରୀ, ସୁନା ବୁଢ଼ା, କୋଚିଆ, ବାଉଁଶ ପାତିଆ ମାଛର ପୁଟି କିଲୋ ପ୍ରତି ୫୦ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ମାଛର ପୁଟିରୁ ଔଷଧ ପ୍ରସ୍ତୁତ ହେଉଥିବା ଜଣେ ମାଛ ବ୍ୟବସାୟୀ କହିଛନ୍ତି । ଏଭଳି ସାମୁଦ୍ରିକ ବିରଳ ପ୍ରଜାତିର ମାଛ ଓ କଙ୍କଡ଼ା ଧରି ବେପାରୀମାନେ ପ୍ରଥମେ ପାରାଦ୍ୱୀପ, କୋଲକାତା ଦେଇ ବିଦେଶକୁ ଚାଲାଣ କରୁଛନ୍ତି। ଅପରପକ୍ଷେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସଂଲଗ୍ନ ନଦୀ ଓ ସମୁଦ୍ରରେ ମିଶି ଥିବା ଗୋବରୀ, ମହାନଦୀ ଶାଖା ରାମଚଣ୍ଡୀ ଗଳିଆ ନଦୀରୁ ଦୈନିକ ଛୋଟ ବଡ଼ ଡଙ୍ଗାରେ ଜାଲ ବସାଇ ପ୍ରଚୁର ମାଛ, କଙ୍କଡ଼ା ଧରାଯାଉଛି । ପ୍ରତିଦିନ ପ୍ରଚୂର ପରିମାଣର ମାଛ, କଙ୍କଡ଼ା ନଦୀ, ସମୁଦ୍ରରୁ ଧରିଯିବା ଯୋଗୁ କୁମ୍ଭୀରମାନଙ୍କ ଖାଦ୍ୟ ସଙ୍କଟ ବଢ଼ିଛି । ସେହିପରି ନଦୀ, ନାଳରେ ବେଣ୍ଟି ଗାଞ୍ଜ ଜାଲ ବସାଇ ମାଛ ଧରିବା ସମୟରେ ସେହି ଜାଲରେ କୁମ୍ଭୀର ଛୁଆ ପଡ଼ି କିଛି ସମୟ ପାଣି ଉପରେ ରହିବା ପରେ ଅଣନିଃଶ୍ବାସ ହୋଇ ଆଖି ବୁଜୁଛନ୍ତି ।

ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ମତ୍ସ୍ୟଜୀବୀ କହିଛନ୍ତି, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ହୁକିଟୋଲା, ମାଦଳି, ଲଞ୍ଚଘୋଲା, ଷୋଳମୁହାଣ ଆଦି ଅଞ୍ଚଳରେ ବେଆଇନ ଭାବେ ଡଙ୍ଗା ପ୍ରବେଶ କରୁଛି। ସେଠାରୁ କୁମ୍ଭୀରଙ୍କ ଖାଦ୍ୟ ପାଇଁ ଥିବା ଜଳଚର ଜୀବଙ୍କୁ ଧରି ସ୍ଥାନୀୟ ବେପାରୀଙ୍କୁ ବିକ୍ରି କରୁଛନ୍ତି। ସେହି ବେପାରୀମାନେ ମତ୍ସ୍ୟଜୀବୀଙ୍କଠାରୁ କମ୍‌ ମୂଲ୍ୟରେ କଙ୍କଡ଼ା ଓମାଛ କିଣି ଯାତ୍ରୀବାହୀ ଡଙ୍ଗା ଓ ବସ୍‌ରେ ସିଧାସଳଖ କୋଲକାତା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ପଚାରିବାରୁ ସେମାନେ ନିଜ ନାମ ଗୋପନ ରଖି କୁହନ୍ତି, ବନବିଭାଗ କର୍ମଚାରୀ ମାସିକ କିଛି ହାତଗୁଞ୍ଜା ନେଇ ଆମକୁ ଛାଡ଼ି ଦେଇ ଥାନ୍ତି । ସେହିପରି କେତେଜଣ କଙ୍କଡ଼ା ବ୍ୟବସାୟୀ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନଙ୍କ ମାଧ୍ୟମରେ ସମୁଦ୍ର ଭଟ୍ଟା ସମୟରେ ଜଙ୍ଗଲରେ ପ୍ରବେଶ କରି ଜାଳେଣି କାଠ ସଂଗ୍ରହ, ବେଡ୍‌ ଜାଲରେ ବ୍ୟବହାର ହେଉଥିବା କଞ୍ଚାଗଛକୁ କାଟି ବହ୍ଲା ରୂପେ ବ୍ୟବହାର କରୁଛନ୍ତି । ବ୍ଲକର ବତୀଘର, ଖରିନାଶି, ରାମନଗର, ଜମ୍ବୁ। ସୁନିତି, ତନ୍ତିଆପାଳ ଆଦି ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ କଙ୍କଡ଼ା ସଫାରୀ ଗଢି ଉଠିଛି। ହେଲେ ବନବିଭାଗ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବୁଦ୍ଧିଜୀବିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ରାଜନଗର ବ୍ଲକର ସମୁଦ୍ର ଓ ନଦୀରୁ କଙ୍କଡ଼ା ଧରିବା ଓ ସର୍ବସାଧାରଣ ସ୍ଥଳେ ବେପାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତଥାପି ମହାକାଳପଡ଼ା ଅଞ୍ଚଳରେ ଏହି ବେପାର ଖୁଲମ୍‌ଖୁଲା ଚାଲିଛି। ଏ ନେଇ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ଶାହାଜୀ ଚରଣ ବିଶ୍ୱାଳ କହିଛନ୍ତି, ରବିବାର କୁମ୍ଭୀର ଗଣନା କରୁଥିବା ଟିମ୍‌ ଖରିନାଶି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କେତେଜଣ ମତ୍ସଜୀବୀ ମାଛ ଧରୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଜାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏପରି କି ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ତାଗିଦ୍‌ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଖଡ଼ିଆଳରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ଖଡ଼ିଆଳ,୨୯ା୮(ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ରାଜଦରବାର ହଲଠାରେ ପଣ୍ଡିତ ମଣ୍ଡଳୀ ନବାନ୍ନ ଲଗ୍ନ ଧାର୍ଯ୍ୟ କରିଛନ୍ତି। ପରମ୍ପରାନୁସାରେ ଆସନ୍ତା ୧୫ ତାରିଖ ମଙ୍ଗଳବାର ଘ.୯.୦୫ମି.ରୁ ଘ.୧୦. ୦୦…

ଖଟ ତଳକୁ ଓହ୍ଲାଇବା ବେଳେ ଚୋଟ ମାରିଲା ସାପ, ରାତିସାରା ଗୁଣିଆ ଡାକି ଝଡ଼ାଫୁଙ୍କା କଲେ, ମେଡିକାଲ ନେବାରେ ବିଳମ୍ବ ଯୋଗୁ…

ଡୁଙ୍ଗୁରିପାଲି,୨୯।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ଅନ୍ତର୍ଗତ ବଡ଼ଭାଲୁପାଲି ଗ୍ରାମରେ ଅନ୍ଧବିଶ୍ୱାସ ଯୋଗୁ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ବିଷାକ୍ତ ସାପ…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri