ଜଳପଥରେ ଚାଲିଛି କଙ୍କଡ଼ା ଚାଲାଣ, ଚେଇଁ ଶୋଇଛି ବନବିଭାଗ

ମହାକାଳପଡ଼ା,୧୬ା୧(ଡି.ଏନ୍‌.ଏ.): ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ନଦୀ, ନାଳ ଓ ସମୁଦ୍ରରୁ ବେଆଇନ କଙ୍କଡ଼ା ଚାଲାଣ ଚାଲିଛି। ବିଶେଷ କରି ଜଳପଥରେ ଚାଲାଣ ଚାଲି ଥିଲେ ମଧ୍ୟ ବନ ବିଭାଗ ଚେଇଁ ଶୋଇଛି। କେବଳ କଙ୍କଡ଼ା ନୁହେଁ ବିଭିନ୍ନ ପ୍ରଜାତିର ସାମୁଦ୍ରିକ ମାଛ ବି ଉଚ୍ଚ ଦରରେ ବିକ୍ରି ହେଉଛି । ମାଡୁଆ କଙ୍କଡ଼ା, ହର୍ଲି କଙ୍କଡ଼ା, ଲାଲ୍‌ କଙ୍କଡ଼ା, ସମୁଦ୍ର ଚିତ୍ରା କଙ୍କଡ଼ାର ଚାହିଦା ରହିଛି । ସେହିପରି ସାମୁଦ୍ରିକ ବିରଳ ମାଛ ରେବନ୍‌ ଫିସ୍‌, ବଗି, ସାତ ହାତିଆ, ଚଟ୍‌ ପଟି, ଛୁରିଆ, ବାଲିଆ, ବନିଆ, ବମ୍ବେଇ ତୋରୀ, ସୁନା ବୁଢ଼ା, କୋଚିଆ, ବାଉଁଶ ପାତିଆ ମାଛର ପୁଟି କିଲୋ ପ୍ରତି ୫୦ହଜାର ଟଙ୍କାରେ ବିକ୍ରି ହେଉଛି । ଏହି ମାଛର ପୁଟିରୁ ଔଷଧ ପ୍ରସ୍ତୁତ ହେଉଥିବା ଜଣେ ମାଛ ବ୍ୟବସାୟୀ କହିଛନ୍ତି । ଏଭଳି ସାମୁଦ୍ରିକ ବିରଳ ପ୍ରଜାତିର ମାଛ ଓ କଙ୍କଡ଼ା ଧରି ବେପାରୀମାନେ ପ୍ରଥମେ ପାରାଦ୍ୱୀପ, କୋଲକାତା ଦେଇ ବିଦେଶକୁ ଚାଲାଣ କରୁଛନ୍ତି। ଅପରପକ୍ଷେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସଂଲଗ୍ନ ନଦୀ ଓ ସମୁଦ୍ରରେ ମିଶି ଥିବା ଗୋବରୀ, ମହାନଦୀ ଶାଖା ରାମଚଣ୍ଡୀ ଗଳିଆ ନଦୀରୁ ଦୈନିକ ଛୋଟ ବଡ଼ ଡଙ୍ଗାରେ ଜାଲ ବସାଇ ପ୍ରଚୁର ମାଛ, କଙ୍କଡ଼ା ଧରାଯାଉଛି । ପ୍ରତିଦିନ ପ୍ରଚୂର ପରିମାଣର ମାଛ, କଙ୍କଡ଼ା ନଦୀ, ସମୁଦ୍ରରୁ ଧରିଯିବା ଯୋଗୁ କୁମ୍ଭୀରମାନଙ୍କ ଖାଦ୍ୟ ସଙ୍କଟ ବଢ଼ିଛି । ସେହିପରି ନଦୀ, ନାଳରେ ବେଣ୍ଟି ଗାଞ୍ଜ ଜାଲ ବସାଇ ମାଛ ଧରିବା ସମୟରେ ସେହି ଜାଲରେ କୁମ୍ଭୀର ଛୁଆ ପଡ଼ି କିଛି ସମୟ ପାଣି ଉପରେ ରହିବା ପରେ ଅଣନିଃଶ୍ବାସ ହୋଇ ଆଖି ବୁଜୁଛନ୍ତି ।

ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ମତ୍ସ୍ୟଜୀବୀ କହିଛନ୍ତି, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସଂଲଗ୍ନ ହୁକିଟୋଲା, ମାଦଳି, ଲଞ୍ଚଘୋଲା, ଷୋଳମୁହାଣ ଆଦି ଅଞ୍ଚଳରେ ବେଆଇନ ଭାବେ ଡଙ୍ଗା ପ୍ରବେଶ କରୁଛି। ସେଠାରୁ କୁମ୍ଭୀରଙ୍କ ଖାଦ୍ୟ ପାଇଁ ଥିବା ଜଳଚର ଜୀବଙ୍କୁ ଧରି ସ୍ଥାନୀୟ ବେପାରୀଙ୍କୁ ବିକ୍ରି କରୁଛନ୍ତି। ସେହି ବେପାରୀମାନେ ମତ୍ସ୍ୟଜୀବୀଙ୍କଠାରୁ କମ୍‌ ମୂଲ୍ୟରେ କଙ୍କଡ଼ା ଓମାଛ କିଣି ଯାତ୍ରୀବାହୀ ଡଙ୍ଗା ଓ ବସ୍‌ରେ ସିଧାସଳଖ କୋଲକାତା ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ପଚାରିବାରୁ ସେମାନେ ନିଜ ନାମ ଗୋପନ ରଖି କୁହନ୍ତି, ବନବିଭାଗ କର୍ମଚାରୀ ମାସିକ କିଛି ହାତଗୁଞ୍ଜା ନେଇ ଆମକୁ ଛାଡ଼ି ଦେଇ ଥାନ୍ତି । ସେହିପରି କେତେଜଣ କଙ୍କଡ଼ା ବ୍ୟବସାୟୀ ସ୍ଥାନୀୟ ଅଞ୍ଚଳର ଶ୍ରମିକମାନଙ୍କ ମାଧ୍ୟମରେ ସମୁଦ୍ର ଭଟ୍ଟା ସମୟରେ ଜଙ୍ଗଲରେ ପ୍ରବେଶ କରି ଜାଳେଣି କାଠ ସଂଗ୍ରହ, ବେଡ୍‌ ଜାଲରେ ବ୍ୟବହାର ହେଉଥିବା କଞ୍ଚାଗଛକୁ କାଟି ବହ୍ଲା ରୂପେ ବ୍ୟବହାର କରୁଛନ୍ତି । ବ୍ଲକର ବତୀଘର, ଖରିନାଶି, ରାମନଗର, ଜମ୍ବୁ। ସୁନିତି, ତନ୍ତିଆପାଳ ଆଦି ଅଞ୍ଚଳରେ ୨୦୦ରୁ ଊର୍ଦ୍ଧ୍ୱ କଙ୍କଡ଼ା ସଫାରୀ ଗଢି ଉଠିଛି। ହେଲେ ବନବିଭାଗ ସେଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବୁଦ୍ଧିଜୀବିଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଅପରପକ୍ଷେ ରାଜନଗର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ରାଜନଗର ବ୍ଲକର ସମୁଦ୍ର ଓ ନଦୀରୁ କଙ୍କଡ଼ା ଧରିବା ଓ ସର୍ବସାଧାରଣ ସ୍ଥଳେ ବେପାର କରିବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତଥାପି ମହାକାଳପଡ଼ା ଅଞ୍ଚଳରେ ଏହି ବେପାର ଖୁଲମ୍‌ଖୁଲା ଚାଲିଛି। ଏ ନେଇ ମହାକାଳପଡ଼ା ବନାଞ୍ଚଳ ଅଧିକାରୀ ଶାହାଜୀ ଚରଣ ବିଶ୍ୱାଳ କହିଛନ୍ତି, ରବିବାର କୁମ୍ଭୀର ଗଣନା କରୁଥିବା ଟିମ୍‌ ଖରିନାଶି ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କେତେଜଣ ମତ୍ସଜୀବୀ ମାଛ ଧରୁଥିବା ଦେଖିବାକୁ ପାଇଥିଲେ। ସେମାନଙ୍କଠାରୁ ଜାଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଏପରି କି ସମ୍ପୃକ୍ତ ମତ୍ସ୍ୟଜୀବୀଙ୍କୁ ତାଗିଦ୍‌ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି: ଲେନିନ୍‌

ସମ୍ବଲପୁର,୧୧ା୫(ପ୍ରମୋଦ ବହିଦାର): ଆଗାମୀ ୧୨ ବର୍ଷ ମଧ୍ୟରେ ଓଡ଼ିଶାକୁ ସମଗ୍ର ଦେଶରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

ପ୍ରଣବ-ଧର୍ମେନ୍ଦ୍ର କୋଳାକୋଳି

ସମ୍ବଲପୁର,୧୧।୫ (ଭବାନୀଶଙ୍କର ଭୋଇ): ପବିତ୍ର ଅକ୍ଷୟତୃତୀୟା ଅବସରରେ ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଯାତ୍ରାର ଥାଳ ଉଠାପର୍ବ ସମ୍ପନ୍ନ ହୋଇଛି। ତେବେ ଥାଳଉଠା ପର୍ବ ଅବସରରେ ସମ୍ବଲପୁରର...

ସୁନ୍ଦରଗଡ଼କୁ ନୂଆ ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ, ରାଜଗାଙ୍ଗପୁର, ରାଉରକେଲା୧୧ା୫(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ପାଣି/ ଦିନେଶ ମିଶ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀଙ୍କୁ ଭଲ ପାଆନ୍ତି। ରାଜ୍ୟର ସବୁ ବର୍ଗର ଲୋକଙ୍କ...

ଭାଜପା ସରକାର ଆସିଲେ ରାମରାଜ୍ୟ ହେବ: ରାଜନାଥ

ରଣପୁର,୧୧ା୫(ସୁକାନ୍ତ କିଶୋର ଡାକୁଆ): ନୟାଗଡ଼ ଜିଲା ରଣପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ...

ଗର୍ଭବତୀଙ୍କୁ ୪ କି.ମି. ଚଲାଇନେଲେ

ଭବାନୀପାଟଣା,୧୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ପୁଣି ଜନନୀ ଯନ୍ତ୍ରଣାର ଏକ ଚିତ୍ର ସାମ୍‌ନାକୁ ଆସିଛି। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ।...

ଆଜି ୩ଜିଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମାରାଥର ପ୍ରଚାର

ଭୁବନେଶ୍ୱର,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଶନିବାର ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶାର ୩ଜିଲା ଫୁଲବାଣୀ, ବଲାଙ୍ଗୀର ଏବଂ ବରଗଡ଼ରେ...

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri