ଆମ ଜିଲା ଖବର

ପାଟଣା ବଜାରର ସମସ୍ତ ଦୋକାନ ବନ୍ଦ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଉଛି। ସହରାଞ୍ଚଳରେ ସରକାର ସପ୍ତାହାନ୍ତ ଶନିବାର ଓ ରବିବାର ଶଟ୍‌ଡାଉନ କରିଥିବା ବେଳେ ପାଟଣା ବଜାର କମିଟି ପକ୍ଷରୁ ଶନିବାରଠାରୁ ସପ୍ତାହାନ୍ତ ଶଟ୍‌ଡାଉନ ଘୋଷଣା କରାଯାଇଛି। ଆଜିଠାରୁ…

ପୋଲିସ ପିଟିଲା, ଭୁଲ୍‌ ମଗାଇଲା

ପୁରୀ ଅଫିସ,୧।୫: ପୁରୀ ମୋଚିସାହି କୋଭିଡ୍‌ ଟେଷ୍ଟିଂ ସେଣ୍ଟରରେ ହେଉଥିବା ଅନିୟମିତତାକୁ ବିରୋଧ କରିବାରୁ ଶୁକ୍ରବାର ଜଣେ ବଙ୍ଗୀୟ ଯୁବକଙ୍କୁ ପୋଲିସ ଆକ୍ରୋଶର ଶିକାର ହେବାକୁ ପଡ଼ିଛି। ସମ୍ପୃକ୍ତ ଯୁବକ ଅମ୍ରିତ୍‌ ରୟଙ୍କୁ ପୋଲିସ ମାଡ଼ ମାରିବା ସହ ଭୁଲ ମଗାଇଛି।…

କାଳବୈଶାଖୀର ତାଣ୍ଡବ: ଉଡ଼ିଲା ଘର ଛପର, ଭାଙ୍ଗିଲା ଶହ ଶହ ଗଛ

ପାଟଣା,୧।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ଓ ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର କାଳବୈଶାଖୀ ପ୍ରଭାବରେ ଘର ଛପର ଉଡ଼ିଯିବା ସହ ଶହ ଶହ ଗଛ ଭାଙ୍ଗି ପଡ଼ିଛି। ସାହାରପଡ଼ା ବ୍ଲକ ଖଡ଼ିକା ପଦା ପଞ୍ଚାୟତ ବୈଶାଖୀର ତାଣ୍ଡବ ବ୍ୟାପକ କ୍ଷୟକ୍ଷତି…

ମୁଣ୍ଡବିନ୍ଧାର କାରଣ ପାଲଟିଲାଣି କରୋନା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କୋଭିଡ୍‌ ସ୍ଥିତି ନେଇ ସମୀକ୍ଷା କଲେ ଜିଲାପାଳ

ଖୋର୍ଦ୍ଧା ଅଫିସ,୧।୫ : ଦିନକୁ ଦିନ ଖୋର୍ଦ୍ଧା ଜିଲାରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ଜିଲାରେ ସଂକ୍ରମଣ ହାର ଅଧିକ ରହିଛି। ଦୈନିକ ସଂକ୍ରମଣ ହଜାର ଉପରେ ରହୁଥିବା ବେଳେ ଶନିବାର ୧୭ଶହରୁ ଊଦ୍ଧର୍‌ବ…

ସୁବର୍ଣ୍ଣପୁର ଏନ୍‌ଏଚ୍‌ଏମ୍‌ ଆକାଉଣ୍ଟରୁ ୫ କୋଟି ଗାଏବ: ରାଉରକେଲାର ଏକ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି

ସୋନପୁର,୧।୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ସ୍ବାସ୍ଥ୍ୟ ବିଭାଗର ଏନ୍‌ଏଚଏମ୍‌(ଜାତୀୟ ସ୍ବାସ୍ଥ୍ୟ ମିଶନ) ଆକାଉଣ୍ଟରୁ ୫କୋଟି ୧ଲକ୍ଷ ୫୦ହଜାର ଟଙ୍କା ଗାଏବ ହୋଇଛି। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ (ସିଡିଏମ୍‌ପିଏଚଓ)ଙ୍କ ଅଜାଣତରେ ଏହି ଟଙ୍କା ରାଉରକେଲା ସେଣ୍ଟ୍ରାଲ ବ୍ୟାଙ୍କର ଏକ ଆକାଉଣ୍ଟକୁ…

କରୋନାରେ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୧।୫(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ସରପଞ୍ଚ ମହାସଂଘ ସାଧାରଣ ସମ୍ପାଦକ ତଥା କୁଆଁରମୁଣ୍ଡା ବ୍ଲକ ସରପଞ୍ଚ ସଂଘର ସଭାପତି ସ୍ଥାନୀୟ ଦଲକି ପଞ୍ଚାୟତ ସରପଞ୍ଚ ଓସ୍କାର କୁମାର କିଣ୍ଡୋ (୪୫)ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଗତ ୨…

ଝାରସୁଗୁଡ଼ା କୋଭିଡ୍‌ ହସ୍ପିଟାଲରେ ଆକ୍ରାନ୍ତଙ୍କ ମୃତ୍ୟୁ: ଟଙ୍କା ପାଇଁ ହତ୍ୟା ଅଭିଯୋଗ କରି ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କଲେ ମୃତକଙ୍କ ପୁଅ

ଝାରସୁଗୁଡ଼ା ଅଫିସ,୧।୫ ଝାରସୁଗୁଡ଼ା କୋଭିଡ୍‌ ହସ୍ପିିଟାଲ୍‌ରେ କନକତୋରା ଗ୍ରାମର ନନ୍ଦଲାଲ୍‌ ବିଶ୍ୱାଳ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ମୃତ୍ୟୁବରଣ କରିଛନ୍ତି। ତାଙ୍କର ସ୍ବାଭାବିକ ମୃତ୍ୟୁ ହୋଇନାହିଁ। ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପୁଅ ପ୍ରଶାନ୍ତ ବିଶ୍ୱାଳ…

ସୁନ୍ଦରଗଡ଼ ଜିଲାରୁ ଦିନକରେ ସର୍ବାଧିକ ୧୧୦୦ କରୋନା ପଜିଟିଭ ଚିହ୍ନଟ: ଚିନ୍ତା ବଢ଼ାଉଛି ସୀମା

ସୁନ୍ଦରଗଡ଼,୧।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଗତ ୨୪ଘଣ୍ଟାରେ ସର୍ବାଧିକ ୧୧୦୦ କରୋନା ପଜିଟିଭ ଚିହ୍ନଟ ହୋଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାରେ ଥିବା ଏହି ଜିଲାରେ କରୋନା ସଂକ୍ରମଣକୁ ରୋକିବା ସକାଶେ ସପ୍ତାହନ୍ତ ସଟ୍‌ ଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଚାଲିଥିଲେ ମଧ୍ୟ…

କରୋନା ଆକ୍ରାନ୍ତ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା: ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ଚିନ୍ତାରୁ ଚରମ ନିଷ୍ପତ୍ତି

ନୟାଗଡ ଅଫିସ/ ରଣପୁର,୧।୫(ସ୍ବ.ପ୍ର.):  ଋଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିମଡ଼ାର କରୋନା ଆକ୍ରାନ୍ତ ଦମ୍ପତି ଭିକାରୀ ପାତ୍ର(୫୭) ଓ ଜ୍ୟୋତ୍ସ୍ନାରାଣୀ(୫୨) ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେମାନେ ଏଭଳି ଚରମ ନିଷ୍ପତ୍ତି ନେବା ପଛରେ ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ଚାପ ବୋଲି…

ଘରେ ରହି ଭୋଟ୍‌ ଦେବେ ଦିବ୍ୟାଙ୍ଗ

ପୁରୀ ଅଫିସ,୧।୫: ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିବା କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କ ପ୍ରାର୍ଥତ୍ପତ୍ର ଯାଞ୍ଚ ଶେଷ ହୋଇଛି। ଏହାପରେ ବାଲଟ୍‌ ପେପର ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ଦାୟିତ୍ୱରେ ଥିବା ଅଫିସରମାନେ କଟକ ଓ ବ୍ରହ୍ମପୁରକୁ…

ଆଜିଠୁ ୩ ମାସ ପାଇଁ ଭିତରକନିକା ବନ୍ଦ

ରାଜନଗର, ୧।୫(ଡି.ଏନ.ଏ.): ମେ’ ୧ଠାରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ପାଇଁ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଦେଶବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ବିରଳ ବଉଳା କୁମ୍ଭୀରଙ୍କ ପାଇଁ ଭିତରକନିକା ପ୍ରସିଦ୍ଧି ଲାଭ କରିଛି। ଏହି ସମୟ…

କୁର୍ତ୍ତି ହାଟରେ ପିଇଥିଲେ ଲସି: ରାତି ନପାହୁଣୁ ଶତାଧିକ ବ୍ୟକ୍ତି ମେଡିକାଲରେ ଭର୍ତ୍ତି

ମାଲକାନଗିରି,୧।୫(ଡି.ଏନ୍‌.ଏ.): ଲସି ପିଇ ଶତାଧିକ ଗୁରୁତର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ। ଉକ୍ତ ଅଞ୍ଚଳର ୬୦ ଜଣଙ୍କୁ ପଡ଼ିଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରୁ କେତେକ ଘରେ ରହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri