ନକଲି ପୋଲିସକୁ ଧରିଲା ଅସଲି ପୋଲିସ, ସ୍କ୍ବାଡ ପରିଚୟ ଦେଇ କରୁଥିଲେ ଲୁଟ୍‌ପାଟ

ବରଗଡ଼ ଅଫିସ,୧୫ା୧: ପୋଲିସ ସ୍କ୍ବାଡର କର୍ମଚାରୀ ପରିଚୟ ଦେଇ ଲୁଟ୍‌ପାଟ୍‌ ଚଲାଇଥିବା ୨ ଅଭିଯୁକ୍ତଙ୍କୁ ଅତାବିରା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ସଦର ଥାନା ସିନ୍ଦୁରବାହାଲ ଗ୍ରାମର ସୁମନ ଶେଖର ପାଣିଗ୍ରାହୀ(୨୬) ଏବଂ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୮ କେନାଲପଡ଼ା ନିବାସୀ ଫୁପଲୁ ଓରଫ୍‌ ରାଜେଶ ମେହେର(୩୬)। ସେମାନଙ୍କ ନିକଟରୁ ଏକ ବାଇକ୍‌(ଓଡି ୦୩ କ୍ୟୁ ୦୮୪୬), ଓଡ଼ିଶା ପୋଲିସ ଲେଖାଥିବା ୨ଟି ଜ୍ୟାକେଟ୍‌, ୪ଟି ମୋବାଇଲ, ଗୋଟିଏ ଟୋପି, ନଗଦ ୨ ହଜାର ଟଙ୍କା ଏବଂ ଗୋଟିଏ ଆଇରନ ପାଇପ୍‌ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାର ସେମାନଙ୍କୁ ବରଗଡ଼ ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଅତାବିରା ଥାନାରେ ଦଫା ୪୧୯, ୪୨୦, ୩୮୬, ୩୪ ଆଇପିସିରେ ଏକ ମାମଲା ରୁଜୁ ହୋଇଛି।

ବରଗଡ଼ ଏସ୍‌ଡିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ଦୀପକ କୁମାର ଗୋଚ୍ଛାୟତ ସୂଚନା ଦେଇ କହିଥିଲେ, ଶୁକ୍ରବାର ପ୍ରାୟ ୮ଟା ସମୟରେ ଗିରଫ ୨ ଅଭିଯୁକ୍ତ ଓଡ଼ିଶା ପୋଲିସ ଲେଖାଥିବା ଜ୍ୟାକେଟ୍‌ ପିନ୍ଧି ଜବତ ବାଇକ୍‌ ଯୋଗେ ଅତାବିରା ଥାନା ରେଙ୍ଗାଲି(କର୍ଲାଟିକ୍ରା) ଗ୍ରାମର ଟୁନା ମିର୍ଦ୍ଧା(୩୧)ଙ୍କ ଗ୍ରୋସରୀ ଦୋକାନରେ ପହଞ୍ଚିଥିଲେ। ସେତେବେଳେ ଦୋକାନ ଖୋଲାଥିବାରୁ ଏତେ ରାତିରେ କାହିଁକି ଦୋକାନ ଖୋଲିଛନ୍ତି ବୋଲି କହିବା ସହିତ ୨ ହଜାର ଟଙ୍କା ନ ଦେଲେ ଟୁନାଙ୍କୁ ଜେଲ୍‌ ପଠାଇ ଦେବୁ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଟୁନା ଅଭିଯୁକ୍ତମାନଙ୍କୁ ୨ହଜାର ଟଙ୍କା ଦେଇଥିଲେ।
ଏ ନେଇ ଟୁନା ଅତାବିରା ଥାନାରେ ଏତଲା ଦେବା ପରେ ପୋଲିସ ଉପରୋକ୍ତ ମାମଲା ରୁଜୁ କରିଥିଲା ଏବଂ ଏସ୍‌ପି ରାହୁଲ ଜୈନଙ୍କ ତତ୍ତ୍ବାବଧାନରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏହାର ତଦନ୍ତ କରିଥିଲେ। ତଦନ୍ତରେ ୨ ଅଭିଯୁକ୍ତ ଧରାପଡ଼ି ଥିବାବେଳେ ସେମାନେ ବଲାଙ୍ଗୀର ବରଗଡ଼ ଜିଲାର ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଏହା ସହିତ କିଛିଦିନ ତଳେ ସିପୁନ ବେହେରା ଏବଂ ସାଧୁଚରଣ ଭୋଇଙ୍କଠାରୁ ଲୁଟ୍‌ ହୋଇଥିବା ୨ ମୋବାଇଲ ଅଭିଯୁକ୍ତଙ୍କ ପାଖରୁ ଉଦ୍ଧାର ହୋଇଥିବାବେଳେ ଗତ ୬ ତାରିଖ ଅତାବିରା ଥାନା ରେଳ ଷ୍ଟେଶନ ଅଞ୍ଚଳରେ ନଗଦ ୮ହଜାର ଟଙ୍କା, ୨ମୋବାଇଲ ଲୁଟ୍‌ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଖବରଦାତା ସମ୍ମିଳନୀରେ ଅତାବିରା ଥାନା ଆଇଆଇସି ଅନିଲ କୁମାର ପ୍ରଧାନ ଏବଂ ଅନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପି-ଜିଲାପାଳ କଥା କଟାକଟି

ଢେଙ୍କାନାଳ ଅଫିସ, ୨୭।୪: ଢେଙ୍କାନାଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌) ବିନିଯୋଗ ସମୀକ୍ଷା ବୈଠକରେ ଏମ୍‌ପି ମହେଶ...

ଟଙ୍କା ଆତ୍ମସାତ ଅଭିଯୋଗ: ଜେଲ ଗଲେ ଫାଇନାନ୍ସ କମ୍ପାନୀ ନିର୍ବାହୀ ଅଧିକାରୀ

ନିମାପଡ଼ା,୨୧।୧୧(ଡି.ଏନ୍‌.ଏ.): ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଏକ ଘରୋଇ ଫାଇନାନ୍ସ କମ୍ପାନୀ ନିମାପଡ଼ା ଶାଖାର ନିର୍ବାହୀ ଅଧିକାରୀଙ୍କୁ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।...

ଏନ୍‌ଏଚ୍‌ ୪୯ରେ ଦୁର୍ଘଟଣା: ଜଣଙ୍କ ଜୀବନଗଲା, ଜଣେ ଗୁରୁତର

କେନ୍ଦୁଝର,୨୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଜଗମୋହନପୁର ନିକଟ ଏନ୍‌ଏଚ୍‌ ୪୯ରେ ଗୁରୁବାର ଏକ ଦୁର୍ଘଟଣା ଘଟଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ...

ପୁଅଙ୍କୁ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ ଶିକ୍ଷକ ଫେରାର

ମାହାଙ୍ଗା,୨୮ା୬(ସ୍ବ.ପ୍ର.): ମାହାଙ୍ଗା ଥାନା ପୋଡାମରାଇ ପଞ୍ଚାୟତରେ ୨ ନାବାଳକ ପୁଅଙ୍କୁ ଘରେ କବାଟ କିଳି ମା’ଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଏନେଇ ପୀଡିତା ଶନିବାର ମାହାଙ୍ଗା...

ଭର୍ତ୍ତୃହରି ମହତାବ ଅସୁସ୍ଥ: ପୁଅ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୧।୧୨(ବ୍ୟୁରୋ): କଟକ ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ ଅସୁସ୍ଥ ହୋଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଅସୁସ୍ଥତା ଖବର ଜାଣିବା ପରେ...

ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଖେଳକୁଦ ପ୍ରତିଯୋଗିତା

ବାରିପଦା ଅଫିସ,୧୬ା୧୧- ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ନିର୍ଦ୍ଦେଶମତେ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଲକ୍ଷ୍ମୀପୋଷିସ୍ଥିତ ସ୍ବତନ୍ତ୍ର ଅନ୍ଧ ଓ ବଧିର ବିଦ୍ୟାଳୟର...

ପ୍ରେମ ପାଇଁ ପ୍ରେମିକଙ୍କ ଗଲା ଜୀବନ

ରାଉରକେଲା ଅଫିସ,୩।୧୦: ପ୍ରେମ ପାଇଁ ପ୍ରେମିକଙ୍କୁ ହତ୍ୟା କରି ଏକ କୋଇଲା ବୋଝେଇ ଟ୍ରେନ ବଗିରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ପୋଲିସ ୬ଜଣଙ୍କୁ...

ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ

ପୁରୀ ଅଫିସ,୧୯।୨: ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ବୁଧବାର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହାପ୍ରଭୁ ଶ୍ରୀଲୋକନାଥଙ୍କ ପ୍ରତ୍ୟକ୍ଷ ଲିଙ୍ଗ ଦର୍ଶନ କରୁଛନ୍ତି ଭକ୍ତ।...

Advertisement
Archives

Model This Week