କାଟିଲେ ୨୦୦, ଦାଖଲ ହେଲା ୧୦୦ ଟଙ୍କା

କଟକ ଅଫିସ,୧୬ା୧: ୨୦୨୦ କରୋନା ମହାମାରୀ ସମୟରେ ପୋଲିସ କିପରି ଲୋକଙ୍କୁ ଲୁଟୁଥିଲା, ତାହା ପଦାକୁ ଆସିଛି। ଜନକ ଯୁବକଙ୍କଠାରୁ ଚାଉଳିଆଗଞ୍ଜ ଥାନାର ଜଣେ ଏଏସ୍‌ଆଇ ୨୦୦ ଟଙ୍କା ଫାଇନ ବାବଦକୁ ଆଦାୟ କରିଥିବାବେଳେ ତାଙ୍କୁ ୨୦୦ ଟଙ୍କାର ରସିଦ୍‌ ଦେଇଥିଲେ। କିନ୍ତୁ କମିଶନରେଟ୍‌ ପୋଲିସରେ ୧୦୦ଟଙ୍କା ଦାଖଲ ହୋଇଛି। ଏ ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଏ ସମ୍ପର୍କରେ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଲୋକାୟୁକ୍ତଙ୍କ ପ୍ରାଥମିକ ତଦନ୍ତରୁ ଏଥିରେ ସତ୍ୟତା ଥିବା ପ୍ରମାଣିତ ହୋଇଥିଲା। ପରେ ଅଗ୍ରହଣୀୟ ଭୁଲ୍‌ କରିଥିବାରୁ ସମ୍ପୃକ୍ତ ଏଏସ୍‌ଆଇଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ ହୋଇଛି। ଏହି ମାମଲାର ଶୁଣାଣି ଆସନ୍ତା ମାର୍ଚ୍ଚ ୪ରେ କରିବା ପାଇଁ ଲୋକାୟୁକ୍ତ ଦିନଧାର୍ଯ୍ୟ କରିଛନ୍ତି। ପ୍ରାଥମିକ ରିପୋର୍ଟ ଆଧାରରେ ଡିଜିପି ଓ ଗୃହ ବିଭାଗ ମନ୍ତ୍ରୀଙ୍କୁ ଆସନ୍ତା ଶୁଣାଣି ଦିନ ନିଜର ପକ୍ଷ ରଖିବାକୁ ଲୋକାୟୁକ୍ତ କହିଛନ୍ତି। ସମ୍ପୃକ୍ତ ଏଏସ୍‌ଆଇଙ୍କୁ ସ୍ପଷ୍ଟୀକରଣ ମଗାଯିବା ସହ ପରବର୍ତ୍ତୀ ଶୁଣାଣିରେ ଉପସ୍ଥିତ ରହିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ଜୁଲାଇରେ କରୋନା ଯୋଗୁ ସାଧାରଣ ଯାତାୟାତ ଉପରେ କଟକଣା ରହିଥିଲା। ଜରୁରିକାଳୀନ ସ୍ଥିତିରେ ଯେଉଁମାନେ ଯାତାୟତ କରିବେ, ସେମାନେ ପୋଲିସର ଅନୁମତି ନେବାକୁ ନିର୍ଦ୍ଦେଶ ରହିଥିଲା। ଉକ୍ତ ମାସ ୨୦ ତାରିଖରେ କଟକ ନୂଆବଜାରରେ ରହୁଥିବା ମାନବାଧିକାର କର୍ମୀ ସୁଜିତ୍‌ ସାହୁ ବ୍ୟକ୍ତିଗତ କାର୍ଯ୍ୟରେ କଲେଜଛକ ଆସୁଥିଲେ। ନୂଆବଜାର ଓଭରବ୍ରିଜ ନିକଟରେ ଚାଉଳିଆଗଞ୍ଜ ଥାନାର ସମ୍ପୃକ୍ତ ଏଏସ୍‌ଆଇ ସୁଜିତଙ୍କୁ ଅଟକାଇଥିଲେ। କରୋନା କଟକଣା ଉଲ୍ଲଂଘନ ଅଭିଯୋଗରେ ୫୦୦ ଟଙ୍କା ଜରିମାନା ଦେବାକୁ କହିଥିଲେ। ତେବେ ତାଙ୍କ ନିକଟରେ ୨୦୦ ଟଙ୍କା ଅଛି ବୋଲି ସୁଜିତ୍‌ କହିଥିଲେ। ପରେ ତାଙ୍କୁ ୨୦୦ ଟଙ୍କାର ରସିଦ୍‌ ଦିଆଯାଇଥିଲା। ତାଙ୍କର ସନ୍ଦେହ ହେବାରୁ କମିଶନରେଟ୍‌ ପୋଲିସକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ। ଉକ୍ତ ତଥ୍ୟରେ ସମାନ ରସିଦ ନମ୍ବର କିନ୍ତୁ ୨୦୦ ଟଙ୍କା ବଦଳରେ ୧୦୦ ଟଙ୍କା ଲେଖାଯାଇଥିଲା। ଏନେଇ ସୁଜିତ୍‌ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪ ମାସ ହେଲା ଆସୁନି ମଧ୍ୟାହ୍ନଭୋଜନ ଅନୁଦାନ

ବିଞ୍ଝାରପୁର,୨୨ା୭(ଡି.ଏନ.ଏ.): ବିଞ୍ଝାରପୁର ବ୍ଲକରେ ପ୍ରହସନ ପାଲଟିଛି ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ। ମାସମାସ ଧରି ବିଦ୍ୟାଳୟକୁ ଆସୁନି ମଧ୍ୟାହ୍ନଭୋଜନ ବାବଦ ଅନୁଦାନ। ଫଳରେ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଦେଇ ଦୋକାନୀଙ୍କ...

ଭିଜିଲାନ୍ସ ଟାର୍ଗେଟରେ ଦୁର୍ନୀତିଗ୍ରସ୍ତ ଅଧିକାରୀ: ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ଜେଲ୍‌, ଜରିମାନା

କଟକ ଅଫିସ, ୨୪।୧୦: ଜୟପୁର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ବୁଧବାର ଏକ ଲାଞ୍ଚ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ଅଭିଯୁକ୍ତ ପୋଲିସ ଇନ୍ସପେକ୍ଟରଙ୍କୁ ୫ବର୍ଷ ସଶ୍ରମ...

ଏହି ୩ ଜିଲା ରହିବ ଉତ୍ତପ୍ତ

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ସାରା ରାଜ୍ୟ ପ୍ରବଳ ଖରାରେ ଆଉଟୁପାଉଟୁ ହେଉଛି। ୨ ଦିନ ହେଲା ରାଜ୍ୟର ଅଧିକାଂଶ ସହରରେ ତାପମାତ୍ର ୪୦ଡିଗ୍ରୀ ଉପରେ ରହୁଛି। ସକାଳ...

+୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ତଦନ୍ତ ଦାବି କଲା ଅଭିଭାବକ ସଂଘ

ଭୁବନେଶ୍ୱର,୮।୨(ବ୍ୟୁରୋ): +୨ ସେଣ୍ଟର ଫିକ୍ସିଂ ଅଭିଯୋଗର ଭିଜିଲାନ୍ସ ସ୍ତରୀୟ ତଦନ୍ତ ଦାବିକଲା ରାଜ୍ୟ ଅଭିଭାବକ ସଂଘ। ଏ ନେଇ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଘ...

ଜନ୍ମାଷ୍ଟମୀ ଲାଗି ସାକ୍ଷୀଗୋପାଳ ମନ୍ଦିର ଚଳଚଞ୍ଚଳ

ସାକ୍ଷୀଗୋପାଳ, ୨୨।୮(ଡି.ଏନ୍‌.ଏ.)-ସାକ୍ଷୀଗୋପାଳ ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମୋତ୍ସବ ସମାରୋହରେ ପାଳିତ ହେବ। ଏଥି ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ପରମ୍ପରା କ୍ରମେ ମନ୍ଦିରରେ ଶିଶୁ...

ରାଜ୍ୟରେ ସର୍ବାଧିକ ୧୪ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ରାଜ୍ୟରେ କରୋନାରେ ଶନିବାର ସର୍ବାଧିକ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଖୁଦୁରୁକୁଣୀ ପୂଜାରେ ଅଘଟଣ: ଋଷିକୂଲ୍ୟାକୁ ପାଣି ଆଣିବାକୁ ଯାଇ ଭାସିଗଲେ ୫ ବାଳିକା; ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ଦେଇ ବହିଯାଇଥିବା ଋଷିକୂଲ୍ୟା ନଦୀରେ ରବିବାର ସକାଳେ ୫ ବାଳିକା ଭାସି ଯାଇଥିଲେ। ସେମାନଙ୍କ...

ସାମ୍ବାଦିକଙ୍କ ମାତୃବିୟୋଗ

ଭୁବନେଶ୍ୱର, ୨୯।୧୨ (ବ୍ୟୁରୋ): ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ହାସିମନଗର ନିବାସୀ ବରିଷ୍ଠ ସାମ୍ବାଦିକ ତଥା ଜ୍ୟୋତିର୍ବିଦ୍‌ ଦୋଳଗୋବିନ୍ଦ ପଣ୍ଡାଙ୍କ ମା’ ସରସ୍ବତୀ ପଣ୍ଡାଙ୍କ...

Advertisement
Archives

Model This Week