ଗଛରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

ଅମ୍ବାଭୋନା,୧୫ା୧(ଡି.ଏନ୍‌.ଏ.): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଡୁଙ୍ଗୁରୀ ଦେଚୁଆଁ ପାହାଡ଼ ମଧ୍ୟରେ ରହିଥିବା ମାତାବନ୍ଧ ନିକଟସ୍ଥ ଏକ ଗଛରୁ ଶନିବାର ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଜବତ କରିଛି। ମୃତକଦ୍ୱୟ ହେଲେ, ଡୁଙ୍ଗୁରୀ ଗ୍ରାମର ପାଣ୍ଡବ ବାଗ(୪୫) ଓ ସୁବାସିନୀ ମେହେର(୪୫)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଛି। ଏ ନେଇ ଅମ୍ବାଭୋନା ପୋଲିସ କେସ୍‌ ନଂ ୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ।
ସୂଚନାଯୋଗ୍ୟ, ମୃତ ପ୍ରେମୀଯୁଗଳ ବିବାହିତ। ତେବେ ଦୀର୍ଘଦିନ ହେବ ସୁବାସିନୀଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଛି। ପରେ ପାଣ୍ଡବଙ୍କ ସହିତ ସୁବାସିନୀଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଥିବା ଜଣାପଡ଼ିଥିଲା। ଗତ ୩ଦିନ ତଳୁ ଉଭୟେ ଘରୁ ଅନ୍ୟତ୍ର ଚାଲି ଯାଇଥିଲେ। ଶନିବାର ଗ୍ରାମଠାରୁ ପ୍ରାୟ ୫ କି.ମି ଦୂର ମାତାବନ୍ଧ ନିକଟସ୍ଥ ଏକ ଗଛରୁ ଉଭୟଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ରାଉଣ୍ଡ: ବିଜେଡି ପ୍ରାର୍ଥୀ ସନ୍ତୋଷ ଖଟୁଆ ଆଗରେ

ନୀଳଗିରି, ୨୩।୫(ଡି.ଏନ.ଏ.)-୧୧ରାଉଣ୍ଡ ସୁଦ୍ଧା ବିଜେଡି ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ୩୦ହଜାର ୪୪୦, ଭାଜପା ବିଧାୟକ ପ୍ରାର୍ଥୀ ସୁକାନ୍ତ ନାୟକଙ୍କୁ ୨୭ହଜାର ୭୬୮ ଭୋଟ ମିଳିଛି।...

କାଳୁପଡ଼ାଘାଟ ରେଳଷ୍ଟେଶନ ହେବ ନବୀକରଣ

ଟାଙ୍ଗୀ(ଖୋର୍ଦ୍ଧା),୨୨ା୮(ଡି.ଏନ.ଏ.): ପୂର୍ବତଟ ରେଲଓ୍ବେ କାଳୁପଡ଼ାଘାଟ ଷ୍ଟେଶନକୁ ପରିଦର୍ଶନରେ ଆସି ବୋର୍ଡର ପିଏସି ସଭ୍ୟମାନେ ଏହାକୁ ନବୀକରଣ କରାଯିବ ବୋଲି କହିଥିବା ଜଣାପଡିଛି। ସଦସ୍ୟମାନେ ହେଲେ ହିମାଦ୍ରି...

ପୁଅ ପିଠିରେ ଗଧ ଲେଖି ନିସ୍ତୁକ ପିଟିଲେ ବାପା: ଗିରଫ କଲା ପୋଲିସ

ତେଲକୋଇ,୧୨।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ୮ ବର୍ଷର ଶିଶୁପୁତ୍ରକୁ ତାଙ୍କ ବାପା ନିସ୍ତୁକ...

ଜିଲାପାଳଙ୍କ ଅଚାନକ ଖରିଆରରୋଡ ହସ୍ପିଟାଲ ପରିଦର୍ଶନ

ନୂଆପଡା ଅଫିସ,୩୧ା୮ – ନୂଆପଡା ଭଳି ଉପାନ୍ତ ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟରେ...

୬ ପୋଲିଂ କର୍ମଚାରୀ ସସ୍‌ପେଣ୍ଡ

ବରଗଡ଼ ଅଫିସ,୧୯।୪: ୬ଜଣ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କଲେ ବରଗଡ଼ ଜିଲାପାଳ। ନିର୍ବାଚନରେ ଅବହେଳା ଯୋଗୁଁ ପୋଲିଂ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଥିବା ସୂଚନା ମିଳିଛି। ସସ୍‌ପେଣ୍ଡ...

ଜାତୀୟ ରାଜପଥରେ ଜଳିଗଲା ଚଳନ୍ତା ହାଇଓ୍ବା: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଡ଼ବିଲ,୨୩।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ନଂ. ଜାତୀୟ ରାଜପଥର ବାରବାଙ୍କଠାରେ ସୋମବାର ମଧ୍ୟାହ୍ନରେ ଏକ ହାଇଓ୍ବା ଟ୍ରକ୍‌ରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଥିବା...

ଅର୍ଜୁନପୁର ଛକରେ ଦୁର୍ଘଟଣା: ପୋଲିସ ଭ୍ୟାନ୍‌ ଧକ୍କାରେ ୨ ମୃତ

ସୋନପୁର,୧୨।୯(ନି.ପ୍ର.): ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ସୋନପୁର ଥାନା ଅର୍ଜୁନପୁର ଛକରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍‌ ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା...

ରାଜ୍ୟ ସରକାରଙ୍କୁ କଟାକ୍ଷ ପ୍ରସଙ୍ଗରେ ଅମରଙ୍କ ଜବାବ: ବିଜୟଙ୍କ କଥା ଅଦାଲତ ଅବମାନନା ଭଳି, ଏହାର କୌଣସି ଆଧାର ନାହିଁ

ଭୁବନେଶ୍ୱର, ୪।୯(ବ୍ୟୁରୋ): ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର କଟାକ୍ଷ କରିଥିଲେ। ଏହାକୁ ନେଇ...

Advertisement


Archives

Model This Week