ଅଦିନିଆ ବର୍ଷାରେ ଗଜା ହେଲା ଧାନ, ଚିନ୍ତାରେ ଚାଷୀ

କୋକସରା,୧୫ା୧(ଡି.ଏନ୍‌.ଏ.): ଭିତ୍ତିଭୂମି ନାହିଁ, ଖୋଲା ଆକାଶ ତଳେ ପଡ଼ିରହିଛି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ। ଅଦିନିଆ ବର୍ଷା, ଶୀତ, କୋହଲା ପାଗରେ ଦୀର୍ଘମାସ ଧରି ଧାନକୁ ଜଗି ବସିଛନ୍ତି ଅନ୍ନଦାତା। ବର୍ଷା ଦାଉରୁ ଧାନକୁ ସୁରକ୍ଷିତ ରଖିବା ପାଇଁ ଆରଏମ୍‌ସି ପକ୍ଷରୁ ପର୍ଯ୍ୟାପ୍ତ ମାତ୍ରାରେ ପଲିଥିନ୍‌ ଯୋଗାଣ ହୋଇନାହିଁ। ସ୍ଥାନୀୟ ତହସିଲଦାରଙ୍କଠାରୁ ଉପଜିଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କଲେ ମଧ୍ୟ ଚାଷୀଙ୍କ ଦୁଃଖ ବୁଝିବାକୁ ଯେମିତି କାହାର ଆନ୍ତରିକତା ନାହିଁ ବୋଲି ଅଭିଯୋଗ କରିଛନ୍ତି ଚାଷୀ। ଡିସେମ୍ବର ୧୮ରୁ ଟୋକାନ ପାଇ ଧାନ ଆଣିଥିବା ଚାଷୀଙ୍କ ଧାନ ମଧ୍ୟ ବିକ୍ରି ହୋଇନାହିଁ, ପୁଣି ବୋଝ ଉପରେ କୋରଡ଼ ମାଡ଼ କରିଛି ଅଦିନିଆ ବର୍ଷା। ଶନିବାର କାଶୀବାହାଲ ମଣ୍ଡିରେ ପ୍ରତିବାଦ କରି ଚାଷୀମାନେ ଏକତ୍ରିତ ହୋଇ ଡୋଙ୍ଗରିଗୁଡାରୁ କାଶୀବାହାଲକୁ ସଂଯୋଗ କରୁଥିବା ଆରଡି ରାସ୍ତା ଅବରୋଧ କରି ମଣ୍ଡିରୁ ଧାନ ଉଠାଣ ପାଇଁ ଦାବି କରିଛନ୍ତି। ଚାଷୀ ନୀଳକଣ୍ଠ ମାଝି, କିଶୋର ଚନ୍ଦ୍ର ନାଏକ, ପପୁ ବେମାଲ, ଭୋଲାରାମ ଚଣ୍ଡି, ଉମାଶାଙ୍କର ସରାଫ, ଘାସିରାମ ବେମାଲ, କ୍ଷୀରୋଦ ବେହେରା ପ୍ରମୁଖ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ କାଶୀବାହାଲ ରାଜସ୍ବ ନିରୀକ୍ଷକ ରମଣି ରଞ୍ଜନ ପ୍ରଧାନୀ, ଭିଏଡବ୍ଲ୍ୟୁ ଦୀପ୍ତିମୟୀ ମହାପାତ୍ର, କୋକସରା ପୋଲିସ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ପରେ ଧାନ ଉଠାଣ ହେବା ନେଇ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?