ବରଗଡ଼ରେ ମା, ପୁଅଙ୍କ ସମେତ ୩ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା
ବରଗ ଅଫିସ,୧୪।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧୀନ ୱାର୍ଡ ନଂ. ୧୬ ସିଦ୍ଧେଶ୍ବର ରେସିଡେନ୍ସି ନିକଟରୁ ଜଣେ ଚିହ୍ନଟ ହୋିଥିବା ବେଳେ ଅନ୍ୟ ଦୁଇଜଣ...
ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର କରୋନା ଯୋଦ୍ଧାଙ୍କୁ କରୋନା: ରୋଗୀଙ୍କ ଉପରେ କଟକଣା
ଖୋର୍ଦ୍ଧା ଅଫିସ,୧୪।୭: ଖୋର୍ଦ୍ଧା ଜିଲାରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟର ଜଣେ କରୋନା ଯୋଦ୍ଧା, ଡାକ୍ତର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ମଙ୍ଗଳବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଡାକ୍ତରଙ୍କଠାରେ...
ଘର ସମ୍ମୁଖରେ ବାସନ ମାଜୁଥିଲେ ମହିଳା: ଚଢ଼ିଗଲା କାର
ପାଟଣା,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା କରଞ୍ଜିଆଦେଇ ଯାଇଥିବା ୨୨୦ ନଂ. ରାଜପଥର ଧାନବେଣୀ ନିକଟରେ ମଙ୍ଗଳବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪୫ ବର୍ଷୀୟା ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଜୟ ମହାନ୍ତଙ୍କ...
ଗଞ୍ଜାମରୁ କୌଣସି ଲୋକ ଯାଇପାରିବେନି ସହର ବାହାରକୁ, କି କେହି ଆସିପାରିବେନି
ଗଞ୍ଜାମ,୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ମହାମାରୀ କରୋନା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲାର ପ୍ରମୁଖ ସହର ଗଞ୍ଜାମରେ ମଧ୍ୟ ପ୍ରତ୍ୟେକ ଦିନ ପଜଟିଭ୍ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଥାନା ପୋଲିସ ପକ୍ଷରୁ କଡ଼ା...
ଗଞ୍ଜାମରେ କରୋନାରେ ମୃତ, ଆକ୍ରାନ୍ତଙ୍କ ପାଇଁ ୧୦୪ ଆମ୍ବୁଲାନ୍ସ: ୨୪ ଘଣ୍ଟିଆ ମନିଟରିଂ ସେଲ
ଛତ୍ରପୁର,୧୪।୭(ଡି.ଏନ୍.ଏ.): ଗଞ୍ଜାମ ଜିଲାର କରୋନା ଆକ୍ରାନ୍ତଙ୍କ ପାଇଁ ୧୦୪ ଟି ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସସ ବ୍ୟବସ୍ଥା କରାଯାଇଛି। ଜିଲାର ପ୍ରତିଟି ବ୍ଲକରେ ୪ଟି, ବ୍ରହ୍ମପୁର ମହାନଗର ନିଗମରେ ୪ ଏବଂ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲ ଓ ମହାରାଜା କୃଷ୍ଣଚନ୍ଦ୍ର...
ଅନ୍ୟ ରାଜ୍ୟରେ ମିଳୁଛି, ଓଡ଼ିଶାରେ ନାହିଁ
କଟକ ଅଫିସ,୧୪।୭: ମହାମାରୀ କରୋନା ଯୋଗୁ ସାଢ଼େ ୩ମାସରୁ ଅଧିକ ସମୟ ହେଲା ରାଜ୍ୟର ପ୍ରାୟତଃ ସମସ୍ତ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। କମ୍ ତଥା ଅତି ଜରୁରି ମାମଲାର ଶୁଣାଣି ହେଉଥିବାରୁ ଅନେକ ଆଇନ୍ଜୀବୀ ରୋଜଗାର ହରାଇଛନ୍ତି। ସେମାନଙ୍କ...
ରବି ଧାନ କିଣା: କାଗଜପତ୍ରରେ ଧାର୍ଯ୍ୟ ପୂରଣ
ଯାଜପୁର ଅଫିସ, ୧୪।୭: ଗତ ମେ ୧୫ରୁ ଆରମ୍ଭ ହୋଇଥିବା ରବି ଋତୁ ଧାନ କିଣାରେ କୋରେଇ, ଦଶରଥପୁର, ବଡ଼ଚଣା, ବିଞ୍ଝାରପୁର ଓ ଧର୍ମଶାଳା ବ୍ଲକରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। କରୋନା ସଂକ୍ରମଣ ଯୋଗୁ ଅଧିକାଂଶ ଚାଷୀ...
ବାହାର ଜିଲାବାସୀଙ୍କୁ ପୁରୀ ସ୍ବର୍ଗଦ୍ୱାର ମନା: ହାଇକୋର୍ଟରେ ମାମଲ
କଟକ ଅଫିସ,୧୪।୭: କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀ ସ୍ବର୍ଗଦ୍ୱାରକୁ ବାହାର ଜିଲାବାସୀଙ୍କୁ ବାରଣ କରାଯାଇଛି। ଏନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ଏହି ନିର୍ଦ୍ଦେଶକୁ ବିରୋଧକରି ସୋମବାର ହାଇକୋର୍ଟରେ ଏକ ମାମଲା...
ପୂରୁନି ପରିବାରର ପେଟ
ଖମାର,୧୪ା୭ ସୁସ୍ଥ ଥିବା ସମୟରେ ମୂଲ ମଜୁରି କରି ଶାଗ ମୁଗରେ ଚଳାଇ ନେଉଥିଲେ ସଂସାର। ହେଲେ ଅଜଣା ରୋଗର ଶିକାର ହେବାପରଠାରୁ ସେହି ଦାୟିତ୍ୱ ପଡ଼ିଛି ସ୍ତ୍ରୀଙ୍କ ଉପରେ। ନିଜେ ଘରେ ରହି ୪ ଝିଅପୁଅ ଓ ସାନଭାଇଙ୍କ...
ବର୍ଷେ ହେଲା ବସିନି ରୋଗୀକଲ୍ୟାଣ ସମିତି ବୈଠକ
ବଅଁରପାଳ, ୧୪ା୭(ଡି.ଏନ.ଏ.) ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ, ରୋଗୀ ସେବା ଉନ୍ନତମାନର କରିବାକୁ ରୋଗୀ କଲ୍ୟାଣ ସମିତି ବୈଠକ ଜରୁରୀ ଥିବାବେଳେ ଅନୁଗୋଳ ଜିଲା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ପ୍ରତି ୬ ମାସରେ ଥରେ ବୈଠକ ବସିବାର ନିୟମ...
ବ୍ଲକ ଯୋଡ଼ିପାରନ୍ତା ବଡ଼କମର ସେତୁ
ଢେଙ୍କାନାଳ ଅଫିସ,୧୪ା୭ ବ୍ରାହ୍ମଣୀ ନଦୀରେ ସେତୁଟିଏ ହେଲେ ଏହା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିପାରନ୍ତା। ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା କରିପାରନ୍ତା। ଢେଙ୍କାନାଳ ସଦର ମହକୁମାରୁ ଓଡାପଡା...
ମିଳୁନି ସରକାରୀ ବିହନ, ସାର
ସୋନପୁର,୧୪।୭(ନି.ପ୍ର.)-ସୁବର୍ଣ୍ଣପୁର ଜିଲାରେ ଚାଷୀମାନେ ଧାନ ବୁଣା, ରୁଆକାର୍ଯ୍ୟ ପାଇଁ ଜମି ପ୍ରସ୍ତୁତି କରିଛନ୍ତି । ହେଲେ ଏ ଯାଏ ସେମାନଙ୍କୁ ସରକାରୀ ବିହନ ମିଳିଲା ନାହିଁ। କେବେ ମିଳିବ ସେ ନେଇ ମଧ୍ୟ କୃଷି ବିଭାଗ ବା ପ୍ରାଥମିକ କୃଷି...
Archives


