ବରଗଡ଼ରେ ମା, ପୁଅଙ୍କ ସମେତ ୩ କରୋନା ପଜିଟିଭ: ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଲା

ବରଗ ଅଫିସ,୧୪।୭: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ମ୍ୟୁନିସିପାଲିଟି ଅଧୀନ ୱାର୍ଡ ନଂ. ୧୬ ସିଦ୍ଧେଶ୍ବର ରେସିଡେନ୍ସି ନିକଟରୁ ଜଣେ ଚିହ୍ନଟ ହୋିଥିବା ବେଳେ ଅନ୍ୟ ଦୁଇଜଣ ଭେଡେନ୍‌ ବ୍ଲକ ଅନ୍ତର୍ଗତ ରେଶମ ଗ୍ରାମର ମା, ପୁଅ ବୋଲି ଜଣାପଡ଼ିଛି। ସଂକ୍ରମିତ ମା, ପୁଅଙ୍କୁ ଚିକିତ୍ସା ପାଇଁ ବରଗଡ଼ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ବରଗଡ଼ ମ୍ୟୁନିସିପାଲିଟିରୁ ଚିହ୍ନଟ ଆକ୍ରାନ୍ତଙ୍କୁ କଟକ ଅଶ୍ବିନୀ ହସ୍ପିଟାଲକୁ ପଠାଯାଇଛି । ସେ ବରଗଡ଼ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ ଏବଂ ତାଙ୍କ ସ୍ବାବ୍‌ ନମୁନା ପରୀକ୍ଷା ପରେ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲକୁ ସାନିଟାଇଜ କରାଯାଇଛି। ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ଦୁଇ ଡାକ୍ତର କ୍ବାରାଣ୍ଟାଇନରେ ଥିବା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସେହିପରି ଆକ୍ରାନ୍ତ ରହିଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସେଠାକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଛି। ଏହାପରେ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରିପ୍ରେସନ୍‌ରୁ ହୋଇପାରେ ହାର୍ଟ ଆଟାକ୍‌

ଡିପ୍ରେସନ ବା ଅବସାଦ ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଅତ୍ୟଧିକ କାମ ଚାପ, ପାରିପାର୍ଶ୍ୱିକ ପରିସ୍ଥତି ଆଦି ଏଥିପାଇଁ କେତେକାଂଶରେ…

ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କୁ ଛଟେଇ ନେଇ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଦଣ୍ଡ ପ୍ରଣାମ ମାରିମାରି…

ଖୋର୍ଦ୍ଧା,୨୬ା୧୦(ପ୍ରଭାତ ପାଣିଗ୍ରାହୀ): ‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ନାରାରେ ଖୋର୍ଦ୍ଧାରେ ତେଜିଛି ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଖୋର୍ଦ୍ଧା ବିଦ୍ୟୁତ୍‌ ଡିଭିଜନ ଅଧୀନ ୧୮ଟି ସେକ୍ସନରେ କାର୍ଯ୍ୟରତ…

ବିବାଦ ଘେରରେ କଟକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ତହସିଲଦାରଙ୍କୁ ରାଜସ୍ବ କ୍ଷମତା ହସ୍ତାନ୍ତରକୁ ନେଇ ଉଠିଲା ପ୍ରଶ୍ନ

କଟକ ସଦର,୨୬ା୧୦(ସୁଶାନ୍ତ କୁମାର ଜେନା): ୨୦୨୫ରେ କଟକ ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି ସରକାରୀ ଜମିର ହସ୍ତାନ୍ତର କରିବାର କ୍ଷମତା ଜିଲାର ସମସ୍ତ ତହସିଲଦାରଙ୍କୁ ପ୍ରଦାନ…

ଡ୍ରାଇଭିଂ ଲାଇସେନ୍ସ କରାଉଥିଲେ ଜାଣନ୍ତୁ, ବଦଳିବ ନିୟମ; ଏଣିକି…

ନୂଆଦିଲ୍ଲୀ, ୨୬।୧୦: ଦେଶରେ ଡ୍ରାଇଭିଂ ଲାଇସେନ୍ସ (DL) ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH)। ସେଣ୍ଟ୍ରାଲ ମୋଟର…

ରାସ୍ତାରେ ଦଙ୍ଗା, ଭଙ୍ଗାରୁଜା କଲେ ଅଭିଭାବକ ଗଣିବେ ଟଙ୍କା! ନୂଆ ଆଇନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୬।୧୦: ୟୁରୋପର ଅନେକ ଦେଶରେ ଏବେ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ରାସ୍ତାଘାଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିରୋଧର ନିଆଁ…

ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର

ଢେଙ୍କାନାଳ,୨୬ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ପୁରୁଣା କଟକ-ସମ୍ବଲପୁର ରାସ୍ତାର କୋତ୍ତମଠାରେ ରବିବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଧକ୍କାରେ ବିପରୀତ ଦିଗରୁ…

ତୃତୀୟ ଟି-୨୦ରୁ ବାଦ୍‌ ପଡ଼ିଲେ ଇଶାନ କିଶନ, ବୈଭବ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ!

ନୂଆଦିଲ୍ଲୀ, ୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଇଶାନ କିଶନ ତୃତୀୟ…

ଜଙ୍ଗଲରୁ ମିଳିଲା କବିରାଜଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇ…

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ଖେଜୁରୀ ଓ କାକୁଡ଼ିରୁମା ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରୁ ଜଣେ କବିରାଜଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?