ଆମ ଜିଲା ଖବର

ବଡ଼ଦିନ ପାଇଁ ଦାରିଙ୍ଗବାଡ଼ିରେ ସୁରକ୍ଷା କଡ଼ାକଡ଼ି

ଦାରିଙ୍ଗବାଡ଼,୨୪।୧୨(ଡି.ଏନ.ଏ): ବଡ଼ଦିନ ପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଚଳଚଞ୍ଚଳ ହୋଇପଡ଼ିଛି। ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ପାଇଁ ସମସ୍ତ ଚର୍ଚ୍ଚ, ପ୍ରାର୍ଥନା ଗୃହକୁ ଆଲୋକ ଏବଂ ବିଭିନ୍ନ ରଙ୍ଗବେରଙ୍ଗ ତ୍ୱରଣରେ ସଜ୍ଜିତ କରାଯାଇଛି। ଶୁକ୍ରବାର ସନ୍ଧ୍ୟାଠାରୁ ସମସ୍ତ ଚର୍ଚ୍ଚରେ ଯଜ୍ଞ ସମେତ…

ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ: ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ

କଟକ ଅଫିସ,୨୪।୧୨: ରାଜ୍ୟରେ ସୂଚାରୁ ରୂପେ ଧାନ ସଂଗ୍ରହ ଚାଲିଛି। ଏ ନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି । ଟୋକନ ବ୍ୟବସ୍ଥା ଓ ଟେକ୍ନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ଠିକ୍‌ ଭାବେ ଚାଲିଛି…

ଜଳିଗଲା ୫ ଦୋକାନ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଭଣ୍ଡାରିପୋଖରୀ,୨୪ା୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ଜଗନ୍ନାଥ ବଜାରରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୫ଟି ଦୋକାନ ଗୃହ ଓ ସାମଗ୍ରୀ ପୋଡ଼ି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଯାଇଛି। ଅଗ୍ନିକାଣ୍ଡରେ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ତେଜରାତି ଦୋକାନ, ନିରାକାର…

ଜିଲାପାଳଙ୍କ ଅଫିସ ଘେରିଲେ କଂଗ୍ରେସ କର୍ମୀ

ଖୋର୍ଦ୍ଧା ଅଫିସ, ୨୪।୧୨(ବ୍ୟୁରୋ): ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଜିଲା କଂଗ୍ରେସ ସଭାପତି ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃୃତ୍ୱରେ ଜିଲାର ସମସ୍ତ ବ୍ଲକରୁ ଶତାଧିକ କଂଗ୍ରେସ ମହିଳା,ପୁରୁଷ କର୍ମୀ ଜିଲାପାଳଙ୍କ…

ପୁରୀରେ ଖୋଲିଲା ‘ନିମନ୍ତ୍ରଣ’

ପୁରୀ ଅଫିସ,୨୪।୧୨: ଓଡ଼ିଆ ପାରମ୍ପରିକ ଖାଦ୍ୟର ପ୍ରଚାର ଓ ପ୍ରସାର ପାଇଁ ପୁରୀରେ ଖୋଲିଛି ‘ନିମନ୍ତ୍ରଣ’ ରେସ୍ତୋରାଁ। ସୁସ୍ବାଦୁ, ସ୍ବାସ୍ଥ୍ୟ ଅନୁକୂଳ ପରିବେଶରେ ଓଡ଼ିଆ ଖାଦ୍ୟ ସହ ଚାଇନିଜ ଖାଦ୍ୟ ମଧ୍ୟ ମେନ୍ୟୁରେ ସ୍ଥାନ ପାଇବ ବୋଲି ସୂଚନା ମିଳିଛି। ପରିବାର…

ଢେଙ୍କାନାଳରେ ଲାଗୁ ହେବ ୧୪୪ ଧାରା

ଢେଙ୍କାନାଳ ,୨୪।୧୨: ଢେଙ୍କାନାଳରେ ବଡଦିନ ପାଇଁ ସମ୍ଭାବ୍ୟ ଭିଡ ଆଶଙ୍କାରେ ଜିଲାର ପ୍ରମୁଖ ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନସ୍ଥଳୀରେ ୧୪୪ ଧାରା ଲାଗୁ କରାଯିବ। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ତେବେ ଡିସେମ୍ବର ୨୫ ରୁ ଜାନୁୟାରୀ…

ସୋଲାର ପାନୀୟ ଜଳ ପ୍ରକଳ୍ପର ଉଦ୍‌ଘାଟନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୨୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଅନ୍ୟତମ ଐତିହାସିକ ପର୍ଯ୍ୟଟନସ୍ଥଳ ଜଉଗଡ଼ ଅବହେଳିତ ଅବସ୍ଥାରେ ପଡ଼ିଥିବା ହେତୁ ଏହାର ବିକାଶ ଲାଗି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଏହାର ଶିଳାନ୍ୟାସ କରିଛନ୍ତି। ଜିଲାପାଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ୮୬ ଲକ୍ଷ ଟଙ୍କା…

ପୂର୍ବତନ ରାଜ୍ୟସଭା ସଦସ୍ୟଙ୍କ ପରଲୋକ

ସୁନ୍ଦରଗଡ଼,୨୪ା୧୨(ଡି.ଏନ୍‌.ଏ.): ପୂର୍ବତନ ରାଜ୍ୟସଭା ସଦସ୍ୟ ତଥା ବିଶିଷ୍ଟ କଂଗ୍ରେସ ନେତା ଗଣେଶ୍ୱର କୁସୁମ ଆଉ ନାହାନ୍ତି। ୮୭ ବର୍ଷ ବୟସରେ ସେ ଶୁକ୍ରବାର ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ଅତ୍ୟନ୍ତ ପରୋପକାରୀ, ଲୋକପ୍ରିୟ ରାଜନେତା ଥିଲେ। ତାଙ୍କ ବିୟୋଗରେ କଂଗ୍ରେସ…

ଏସ୍‌ଓପି ମାନୁନାହାନ୍ତି ମଦ ବିକ୍ରେତା

ଖୋର୍ଦ୍ଧା ଅଫିସ,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦୋକାନ ଆଗରେ କୌଣସି ଦର ତାଲିକା ଝୁଲା ଯାଉନାହିଁ। ଗ୍ରାହକ ବିଲ୍‌ ମାଗିଲେ ଦିଆଯାଉନାହିଁ।…

ଜେଲ ସଂସ୍କାର ପାଇଁ କମିଟି ଗଠନ କର: ହାଇକୋର୍ଟ

କଟକ ଅଫିସ,୨୪ା୧୨: ଜେଲରେ ସଂଖ୍ୟାଧିକ କଏଦୀଙ୍କ ଭିଡ଼ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଥିଲା। ଜେଲ ସଂସ୍କାର ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ କର। ସେଥିରେ ରାଜ୍ୟ ଗୃହ ସଚିବ, ଆଇନ ସଚିବ, ଡିଜିପି, ଜେଲ ଡିଜି, ସ୍ବାସ୍ଥ୍ୟ ଓ…

ଖବରଦାତା ଗିରଫ ମାମଲା: ଆଇଆଇସି, ଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଳି,୨୪ା୧୨(ଡି.ଏନ.ଏ.): ଆଳି ଥାନା ଅଞ୍ଚଳର ୨ ଖବରଦାତାଙ୍କୁ ପୋଲିସ ଗିରଫ ଘଟଣାରେ ଆଇଆଇସି, ଏସ୍‌ଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ହାଇକୋର୍ଟ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୮ରେ ଆଳି ଅଞ୍ଚଳର ଖବରଦାତା ଶୁଭାଶିଷ ଷଡଙ୍ଗୀ ଓ ଦୁଷ୍ମନ୍ତ ଆଚାର୍ଯ୍ୟ…

ମୃତ ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଣ

ଯାଜପୁର ଅଫିସ,୨୪ା୧୨: ସରକାରୀ ଯୋଜନାଗୁଡ଼ିକରେ ଦୁର୍ନୀତି କ୍ଷେତ୍ରରେ ଯାଜପୁର ଜିଲା ବିଞ୍ଝାରପୁର ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଚେକ୍‌ ଡ୍ୟାମ୍‌, ଆବାସ ଯୋଜନାରେ ଅନେକ ଦୁର୍ନୀତି ପ୍ରମାଣିତ ହୋଇସାରଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?