ପ୍ରଭାବ ବିସ୍ତାର ପାଇଁ ନେତାଙ୍କ ପ୍ରତିଯୋଗିତା

ଯୋଡ଼ା,୧୪ା୨(ଡି.ଏନ.ଏ.): ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ଭୋଟରମାନେ ପ୍ରାର୍ଥୀଙ୍କ ଦକ୍ଷତାକୁ ପରଖୁଛନ୍ତି। ଖଣି ଅଞ୍ଚଳ ହୋଇଥିବାରୁ ଅଞ୍ଚଳର ବିକାଶ ଓ ଖଣିରେ ନିଯୁକ୍ତି ସମସ୍ୟା ସମ୍ପର୍କରେ କେଉଁ ପ୍ରାର୍ଥୀ ସ୍ବର ଉଠାଇବାରେ ସମର୍ଥ ହେବେ ତାହାଙ୍କ ଉପରେ ଭୋଟରଙ୍କର ନଜର ରହିଛି। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ଅତୀତର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ଭୋଟର ତଉଲୁଛନ୍ତି। ଏହି ବ୍ଲକ ଅଧୀନ ୩ଟି ଜିଲା ପରିଷଦ ଜୋନ୍‌ରେ ୧୯ ଗ୍ରାମ ପଞ୍ଚାୟତ ରହିଛି। କୃଷି ଅପେକ୍ଷା ଖଣି ଉପରେ ଏଠାକାର ଲୋକେ ଅଧିକ ନିର୍ଭରଶୀଳ। ୨୦୨୦ରେ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପରେ ନୂତନ ଭାବେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଞ୍ଚଳର ବିଭିନ୍ନ ଖଣିକୁ ହାତେଇଛନ୍ତି। ଆଗାମୀ ଏକବର୍ଷ ମଧ୍ୟରେ ଯୋଡ଼ା ବ୍ଲକରେ ଥିବା ବହୁ ଖଣିରେ ଗ୍ରାମସଭା ଓ ଜନଶୁଣାଣି ଅନୁଷ୍ଠିତ ହେବ। ତେବେ ଖଣି ଚଳାଇବା ପାଇଁ ରାଜନୈତିକ ସମର୍ଥନର ଆବଶ୍ୟକତା ରହୁଥିବାରୁ ପ୍ରଭାବ ବିସ୍ତାର କରିବା ପାଇଁ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ଯାହାର ପ୍ରଭାବ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳୁଛି ା
ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡି ଏହି ବ୍ଲକର ୨୬,୨୭ ଓ ୨୮ନଂ. ଜୋନରେ ଜିଲା ପରିଷଦ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଭାବେ ୧୯ଟି ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ସରକାରଙ୍କ ୨୨ ବର୍ଷ ଶାସନ କାଳରେ ଓଡ଼ିଶାର ପ୍ରଗତି ଏବଂ ସରକାରଙ୍କର ବିଭିନ୍ନ ଯୋଜନାରେ ଖଣି ଅଞ୍ଚଳର ଉନ୍ନତିକୁ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ନିର୍ବାଚନ ପ୍ରଚାରରେ ବିଜେଡିର ଷ୍ଟାର ପ୍ରଚାରକ ସାଜିଛନ୍ତି। କେବଳ ଯୋଡ଼ା ବ୍ଲକ ନୁହଁ ସମଗ୍ର ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ସେହିପରି ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ଜିଲା ବିଜେଡି ଉପସଭାପତି କୁଶ ଆପଟ୍ଟ ମଧ୍ୟ ବିଜେଡି ସପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି। ଏହି ହେଭିୱେଟ ନେତାମାନଙ୍କୁ ମୁକାବିଲା କରିବା ପାଇଁ ବିରୋଧୀ ଭାଜପା,କଂଗ୍ରେସ,ଜେଏମ୍‌ଏମ୍‌,ବାମଦଳ ଅପ୍ରସ୍ତୁତ ହୋଇ ପଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଭାଜପା ମଧ୍ୟ ୩ଟି ଜୋନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଗୋଟିଏ ଜୋନରେ ପ୍ରାର୍ଥୀ ଦେବାରେ ସମର୍ଥ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ଓଡ଼ିଶାରେ ବନ୍ୟା

ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ/ବାରିପଦା ଅଫିସ/କେନ୍ଦୁଝର,୨୭ା୮(ସ୍ବ.ପ୍ର./ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସବୁ ନଦୀନାଳ ଫୁଲିବା ସହ ବିଭିନ୍ନ ସ୍ଥାନରେ...

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

ଆନନ୍ଦପୁର,୧୨ା୧୦(ସ୍ବ.ପ୍ର.): ଆନନ୍ଦପୁର ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ପ୍ରବଳ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ଦେଖିବାକୁ ମିଳିଥିଲା। ଘସିପୁରା ଥାନା କଲରାଗଡ଼ିଆ ଗ୍ରାମର ଶ୍ରୀରାମ ନାଇକ...

ଗୁଣି ସନ୍ଦେହରେ ଗଡୁଛି ନିରୀହ ଜୀବନ: ୧୫ ମୃତ, ୨୩ ଗୁରୁତର ଆହତ

କେନ୍ଦୁଝର, ୨୫ା୮ (ସ୍ବ.ପ୍ର.)-ରାଜ୍ୟରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ହତ୍ୟା ରୋକିବା ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାକୁ ନେଇ ଜନସଚେତନତା କାର୍ଯ୍ୟକ୍ରମ...

ଦୂଷିତ ପାଣି ପିଇ ୨୩ ଛାତ୍ର ଝାଡ଼ାବାନ୍ତିରେ ଆକ୍ରାନ୍ତ

ତେଲକୋଇ, ୨୫।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତ ଅଧୀନ ରାଣୀବେଡା ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ପାନୀୟଜଳ ଦୂଷିତ ହେବା କାରଣରୁ ୨୩ ଛାତ୍ର...

ରାଇସ ମିଲ୍‌ରେ ଆୟକର ଚଢ଼ାଉ

କେନ୍ଦୁଝର,୨୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ହୁଣ୍ଡୁଳାସ୍ଥିତ ରାଇସ ମିଲ୍‌ରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛିି। ଆୟକର ଫାଙ୍କି ଅଭିଯୋଗରେ ଏହି...

ପୋଲ ଉପରେ ପାଞ୍ଚ ଫୁଟର ବନ୍ୟା ଜଳ : ୫ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ତେଲକୋଇ,(ସ୍ବ.ପ୍ର.): ତେଲକୋଇ ବ୍ଲକରେ ଲଗାଣ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବିଭିନ୍ନ ନଦୀ ଏବଂ ନାଳରେ ବନ୍ୟା ଜଳ ପୋଲ ଉପରେ ପ୍ରବାହିତ...

ଦୁଇଦିନ ହେଲା ୪୯ ନଂ ଜାତୀୟ ରାଜପଥ ଜାମ୍‌: ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଦେଇ ଯାଇଥିବା ମୁମ୍ବାଇ – କୋଲକାତା ଜାତୀୟ ରାଜପଥ (ଏନ୍‌ଏଚ୍‌) ୪୯ରେ ସଦର ଥାନା ଅନ୍ତର୍ଗତ ଠାକୁରଡିହି ନିକଟରେ ଦୁଇଟି ଟ୍ରକ୍‌...

ହାତୀ-ମଣିଷ ଲଢେଇ

କେନ୍ଦୁଝର, ୨୯ା୬(ଡି.ଏନ.ଏ.): କେନ୍ଦୁଝର ଜିଲାରେ ହାତୀ ଆତଙ୍କ କମିବାର ନାଁ ଧରୁନାହିଁ ା ଗତ ଦୁଇ ବର୍ଷରେ ହାତୀ ଆକ୍ରମଣରେ ୧୫ ଜଣ ବ୍ୟକ୍ତିଙ୍କ ଜୀବନ...

Advertisement
Archives

Model This Week