ଭାଜପା ଗଡ଼ ହାତେଇବାକୁ ବିଜେଡିର କସରତ

ଧାମନଗର, ୧୪ା୨ (ଡି.ଏନ.ଏ)  ପଞ୍ଚାୟତ ନିର୍ବାଚନ ପାଇଁ ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ୪ ଜିଲା ପରିଷଦ ଜୋନ୍‌ରେ ଭାଜପା ଓ ବିଜେଡି ମଧ୍ୟରେ ଚାଲିଛି ଜୋର୍‌ଦାର ଟକ୍କର। ସେଥିମଧ୍ୟରୁ ୧୧ ନଂ. ଦୋବଲ ଜିଲା ପରିଷଦ ଜୋନ୍‌ ଫୋକ୍‌ସରେ ରହିଛି। ବିଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରୁ ଭାଜପା ପ୍ରାର୍ଥୀ ଲଗାତାର ବିଜୟୀ ହୋଇ ଗଡ଼ ସୃଷ୍ଟି କରିଥିବା ବେଳେ ଦଳ ବିଜୟଧାରା ବଜାୟ ରଖିବା ପାଇଁ କସରତ ଜାରି ରଖିଛି। ଭାଜପା ପ୍ରାର୍ଥୀ ଭାବେ ପୁଷ୍ପାଞ୍ଜଳି ସାମଲ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ରାଜନୀତିରେ ପ୍ରଥମ କରି ପାଦ ଥାପିଥିଲେ ମଧ୍ୟ ତାଙ୍କ ସ୍ବାମୀ ସୁବ୍ରତ ଖଡ଼ିପଦା ପଞ୍ଚାୟତର ସମିତିସଭ୍ୟ ଥିଲେ। ସେ ଜଣେ ଉଦୀୟମାନ ଯୁବକ ଓ ସଙ୍ଗଠକ ଭାବେ ବେଶ୍‌ ପରିଚିତ। ବ୍ୟାବସାୟିକ ପରିବାର ହୋଇଥିବାରୁ ପ୍ରତି ପଞ୍ଚାୟତରେ କିଛି ସମର୍ଥକ ମଧ୍ୟ ରହିଛନ୍ତି। ତେବେ ସ୍ବଚ୍ଛ ଭାବମୂର୍ତ୍ତି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ପୁଷ୍ପାଞ୍ଜଳି ଆଶା ବାନ୍ଧିଛନ୍ତି।
ଅପରପକ୍ଷେ ତାଙ୍କୁ କଡ଼ା ଟକ୍କର ଦେବାକୁ ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲଙ୍କ ସ୍ତ୍ରୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଉର୍ମିଳା ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି। ପ୍ରତାପ ଦଳର ଜଣେ ଆଗଧାଡ଼ିର ନେତା। ରାଜନୀତିରେ ଗୋଟି ଚାଳନାରେ ସେ ବେଶ୍‌ ଧୁରନ୍ଧର। ପ୍ରତାପଙ୍କ ଦବ୍‌ଦବା ଅଧିକାଂଶ ପଞ୍ଚାୟତରେ ମଧ୍ୟ ରହିଛି। ସେହିପରି କଂଗ୍ରେସ ଏହି ଜୋନ୍‌ରୁ ବାସନ୍ତୀଲତା ବେହେରାଙ୍କୁ ପ୍ରାର୍ଥୀ କରିଛି। ଦଳର ଦୁର୍ବଳ ନେତୃତ୍ୱ ଯୋଗୁ ପ୍ରଚାରରେ ବହୁ ପଛରେ ରହିଥିବା ବେଳେ ବିଜେଡି ଏଠାରୁ ବିଜୟୀ ହୋଇ ଭାଜପାର ପରମ୍ପରା ବିଜୟଧାରା ଭାଙ୍ଗିବାକୁ ଗୋଟି ଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।
ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି ଜୋନ୍‌ ଭଦ୍ରକ ଜିଲାରେ ବେଶ୍‌ ଚର୍ଚ୍ଚାରେ ଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିରୁ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କୁ ବିଜେଡି ପ୍ରାର୍ଥୀ କରି ପରାଜିତ ହୋଇଥିଲା। ୧୧ ନଂ. ଦୋବଲ ଜିଲା ପରିଷଦ ଜୋନ୍‌ ଭାଜପାର ଗଡ଼ ଭାବେ ଥିବା ସ୍ଥିତିକୁ ବଜାୟ ରଖିବା ପାଇଁ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଣ୍ଟା ଭିଡ଼ିଥିବା ବେଳେ ବିଜେଡି ହାତେଇବା ଲାଗି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କର୍ମୀମାନଙ୍କୁ ନେଇ ବିଚାର ବିମର୍ଷ କରୁଛନ୍ତି। ତେବେ ଏହି ଜୋନ୍‌ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପୁନରୁଦ୍ଧାର ଅପେକ୍ଷାରେ କୁଣ୍ଡିନଈ

ତିହିଡ଼ି,୨୧।୪(ସଞ୍ଜିତ ବଳ)ଦିନ ଥିଲା କୁଣ୍ଡିନଈ ପାଇଁ ୯ ପଞ୍ଚାୟତ ଶସ୍ୟଶ୍ୟାମଳା ହେଉଥିଲା। ପାର୍ଶ୍ୱବର୍ତ୍ତୀ ଗଁାର ଲୋକଙ୍କ ଜୀବନ ଜୀବିକା ସହ ଯୋଡ଼ି ହୋଇଥିଲା ଏହି ନଦୀ।...

ଭଣ୍ଡାରିପୋଖରୀରେ ନୂଆ-ପୁରୁଣା

ବନ୍ତ,୧୭।୪ (ହରିନାରାୟଣ ମହାନ୍ତି):ସାଧାରଣ ନିର୍ବାଚନରେ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରରେ ଏଥର ହେବ ନୂଆ-ପୁରୁଣା ଲଢ଼େଇ। ବିଜେଡି ପକ୍ଷରୁ ଭଦ୍ରକ ବିଧାୟକ ସଞ୍ଜୀବ କୁମାର...

ଭଦ୍ରକ ଲୋକ ସଭା କ୍ଷେତ୍ର: ରଣାଙ୍ଗନରେ ଅନନ୍ତ, ଅଭିମନ୍ୟୁ, ମଞ୍ଜୁଲତା

ଭଦ୍ରକ,୧୫ା୪(ସନାତନ ରାଉତ): ଭଦ୍ରକ ଲୋକ ସଭା ଆସନରେ ଭାଜପା ଓ ବିଜେଡି ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଥିବା ବେଳେ କଂଗ୍ରେସ ଶନିବାର ପୂର୍ବତନ ଏମ୍‌ପି ଅନନ୍ତ ପ୍ରସାଦ...

ଡିଭାଇଡର୍‌ ଉପରେ ଚଢ଼ିଗଲା କାର୍‌, ଚାଲିଗଲା ବାପ-ଝିଅଙ୍କ ଜୀବନ, ୩ ଗୁରୁତର

ଭଦ୍ରକ,୧୪ା୪(ସନାତନ ରାଉତ): ପୁରୀରୁ ଖଡ଼ଗପୁର ଆସୁଥିବା ଏକ କାର୍‌ ରବିବାର ଭାରସାମ୍ୟ ହରାଇ ଡିଭାଇଡର ଉପରେ ଚଢ଼ି ଯିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ...

ବ୍ରିଜ୍‌ରୁ ଖସିଲା କଦଳୀ ବୋଝେଇ ଟ୍ରକ୍‌

ଭଦ୍ରକ,୧୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗେଲପୁର ଓଭର ବ୍ରିଜରୁ ତଳକୁ ଶୁକ୍ରବାର ଖସି ପଡ଼ିଛି କଦଳୀ ବୋଝେଇ ଟ୍ରକ୍‌। ଟ୍ରକର ଆଗ...

ସମୂହ ନମାଜ ପାଠ କଲେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ

ଭଦ୍ରକ,୧୧ା୪(ସନାତନ ରାଉତ): ଶାନ୍ତି, ମୈତ୍ରୀ, ତ୍ୟାଗ ଓ ସମର୍ପଣର ପର୍ବ ଇଦ୍‌ ଅବସରରେ ଗୁରୁବାର ଭଦ୍ରକ ଇଦ୍‌ଗାହାଠାରେ ୭ ହଜାରରୁ ଊର୍ଦ୍ଧ୍ୱ ମୁସଲମାନ ଧର୍ମାବଲମ୍ବୀ ସମୂହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri