ଭାଜପା ଗଡ଼ ହାତେଇବାକୁ ବିଜେଡିର କସରତ

ଧାମନଗର, ୧୪ା୨ (ଡି.ଏନ.ଏ)  ପଞ୍ଚାୟତ ନିର୍ବାଚନ ପାଇଁ ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ୪ ଜିଲା ପରିଷଦ ଜୋନ୍‌ରେ ଭାଜପା ଓ ବିଜେଡି ମଧ୍ୟରେ ଚାଲିଛି ଜୋର୍‌ଦାର ଟକ୍କର। ସେଥିମଧ୍ୟରୁ ୧୧ ନଂ. ଦୋବଲ ଜିଲା ପରିଷଦ ଜୋନ୍‌ ଫୋକ୍‌ସରେ ରହିଛି। ବିଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରୁ ଭାଜପା ପ୍ରାର୍ଥୀ ଲଗାତାର ବିଜୟୀ ହୋଇ ଗଡ଼ ସୃଷ୍ଟି କରିଥିବା ବେଳେ ଦଳ ବିଜୟଧାରା ବଜାୟ ରଖିବା ପାଇଁ କସରତ ଜାରି ରଖିଛି। ଭାଜପା ପ୍ରାର୍ଥୀ ଭାବେ ପୁଷ୍ପାଞ୍ଜଳି ସାମଲ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ରାଜନୀତିରେ ପ୍ରଥମ କରି ପାଦ ଥାପିଥିଲେ ମଧ୍ୟ ତାଙ୍କ ସ୍ବାମୀ ସୁବ୍ରତ ଖଡ଼ିପଦା ପଞ୍ଚାୟତର ସମିତିସଭ୍ୟ ଥିଲେ। ସେ ଜଣେ ଉଦୀୟମାନ ଯୁବକ ଓ ସଙ୍ଗଠକ ଭାବେ ବେଶ୍‌ ପରିଚିତ। ବ୍ୟାବସାୟିକ ପରିବାର ହୋଇଥିବାରୁ ପ୍ରତି ପଞ୍ଚାୟତରେ କିଛି ସମର୍ଥକ ମଧ୍ୟ ରହିଛନ୍ତି। ତେବେ ସ୍ବଚ୍ଛ ଭାବମୂର୍ତ୍ତି ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ପୁଷ୍ପାଞ୍ଜଳି ଆଶା ବାନ୍ଧିଛନ୍ତି।
ଅପରପକ୍ଷେ ତାଙ୍କୁ କଡ଼ା ଟକ୍କର ଦେବାକୁ ପୂର୍ବତନ ସମିତିସଭ୍ୟ ପ୍ରତାପ ସାମଲଙ୍କ ସ୍ତ୍ରୀ ତଥା ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଉର୍ମିଳା ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି। ପ୍ରତାପ ଦଳର ଜଣେ ଆଗଧାଡ଼ିର ନେତା। ରାଜନୀତିରେ ଗୋଟି ଚାଳନାରେ ସେ ବେଶ୍‌ ଧୁରନ୍ଧର। ପ୍ରତାପଙ୍କ ଦବ୍‌ଦବା ଅଧିକାଂଶ ପଞ୍ଚାୟତରେ ମଧ୍ୟ ରହିଛି। ସେହିପରି କଂଗ୍ରେସ ଏହି ଜୋନ୍‌ରୁ ବାସନ୍ତୀଲତା ବେହେରାଙ୍କୁ ପ୍ରାର୍ଥୀ କରିଛି। ଦଳର ଦୁର୍ବଳ ନେତୃତ୍ୱ ଯୋଗୁ ପ୍ରଚାରରେ ବହୁ ପଛରେ ରହିଥିବା ବେଳେ ବିଜେଡି ଏଠାରୁ ବିଜୟୀ ହୋଇ ଭାଜପାର ପରମ୍ପରା ବିଜୟଧାରା ଭାଙ୍ଗିବାକୁ ଗୋଟି ଚାଳନା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।
ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଏହି ଜୋନ୍‌ ଭଦ୍ରକ ଜିଲାରେ ବେଶ୍‌ ଚର୍ଚ୍ଚାରେ ଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡିରୁ ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ତଥା ବର୍ତ୍ତମାନର ଜିଲା ସଭାପତି ଜଗନ୍ନାଥ ସ୍ବାଇଁଙ୍କୁ ବିଜେଡି ପ୍ରାର୍ଥୀ କରି ପରାଜିତ ହୋଇଥିଲା। ୧୧ ନଂ. ଦୋବଲ ଜିଲା ପରିଷଦ ଜୋନ୍‌ ଭାଜପାର ଗଡ଼ ଭାବେ ଥିବା ସ୍ଥିତିକୁ ବଜାୟ ରଖିବା ପାଇଁ ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଅଣ୍ଟା ଭିଡ଼ିଥିବା ବେଳେ ବିଜେଡି ହାତେଇବା ଲାଗି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ କର୍ମୀମାନଙ୍କୁ ନେଇ ବିଚାର ବିମର୍ଷ କରୁଛନ୍ତି। ତେବେ ଏହି ଜୋନ୍‌ ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ସ୍କୁଲ ଯିବା ବାଟରେ ସ୍କୁଟି ଆଗକୁ ଆସିଗଲା ଛେଳି, ଦୁର୍ଘଟଣାରେ ଚାଲିଗଲା ଶିକ୍ଷୟିତ୍ରୀଙ୍କ ଜୀବନ

ବାସୁଦେବପୁର,୨୮ା୯(କାଳି ପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ମନ୍ଦାରୀ ବନ୍ଧ ମୁଣ୍ଡ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ବାସୁଦେବପୁର ପୌରାଞ୍ଚଳ…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?