ଆମ ଜିଲା ଖବର

କୋଟିଆରେ ମାର୍କେଟ ଷ୍ଟଲ୍‌ ନିର୍ମାଣ କାର୍ଯ୍ୟ ତଦାରଖକଲେ ସାଲୁର ବିଧାୟକ

ପଟ୍ଟାଙ୍ଗୀ,୨୫ା୧୨(ଡି.ଏନ୍‌.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ ଆନ୍ଧ୍ର ସୀମାକୁ ଲାଗିଥିବା କୋଟିଆ ପଞ୍ଚାୟତକୁ ହାତେଇବା ଲାଗି ଆନ୍ଧ୍ର ବିଭିନ୍ନ ସମୟରେ କଳକୌଶଳ ପ୍ରୟୋଗ ଜାରି ରଖିଛି। ଶୁକ୍ରବାର ଓଡ଼ିଶା ସୀମାନ୍ତରେ ଅଙ୍ଗନଓ୍ବାଡି ଗୃହ ନିର୍ମାଣ କରୁଥିବା ଆନ୍ଧ୍ରକୁ କୋରାପୁଟ ଜିଲା…

ଯୁବକଙ୍କୁ ଛୁରୀ ଭୁସି ହତ୍ୟା, କାରଣ ଖୋଜୁଛି ପୋଲିସ

କେନ୍ଦୁଝର, ୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅଧୀନ ପଦ୍ମପୁର ପଞ୍ଚାୟତ ଅଧୀନ ବନାଯୋଡି ଗ୍ରାମ ନିକଟରେ ଜଣେ ଯୁବକଙ୍କୁ ଛୁରୀ ଭୁସି ନୃଶଂସ ଭାବେ ହତ୍ୟା କରାଯାଇଛି। ପୋଲିସ ଶନିବାର ଯୁବକଙ୍କ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।…

ଖୋଲିବ ଗୁମର; ରିମାଣ୍ଡରେ ଗଲେ ୨ ଅଭିଯୁକ୍ତ

ପୁରୀ ଅଫିସ,୨୫।୧୨: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରିମାଣ୍ଡରେ ଯାଇଛନ୍ତି। ଅଭିଯୁକ୍ତ ଜଗନ୍ନାଥ ଷଡ଼ଙ୍ଗୀ ଏବଂ ଅଶୋକ ଉପାଧ୍ୟାୟଙ୍କୁ କ୍ରାଇମ୍‌ବ୍ରାଞ୍ଚ ୨ ଦିନିଆ ରିମାଣ୍ଡରେ ନେଇଛି।…

ଯୁବକଙ୍କୁ ମାରି ରାସ୍ତାରେ ଫିଙ୍ଗିଦେଲେ: ୨ ଅଭିଯୁକ୍ତ ଅଟକ

କୋରାପୁଟ,୨୫ା୧୨(ସ୍ବ.ପ୍ର.): କୋରାପୁଟ ସହରର ବନଭାରତୀ କଲୋନୀରେ ଶନିବାର ଭୋର୍‌ରୁ ଏକ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡକୁ କେନ୍ଦ୍ରକରି ମୃତକଙ୍କ ସମ୍ପର୍କୀୟମାନେ ଉତ୍ତ୍ୟକ୍ତ ହୋଇ ପରଜାସାହିରେ ଥିବା ଅଭିଯୁକ୍ତଙ୍କ ଏକ ସେଲୁନକୁ ଭଙ୍ଗାରୁଜା କରିଥିଲେ। ଏହି ଘଟଣାକୁ ନେଇ ଶାନ୍ତିଶୃଙ୍ଖଳା ନେଇ କୋରାପୁଟ…

ଭାଇଙ୍କ ଆଗରେ ଗଲା ଭଉଣୀଙ୍କ ଜୀବନ

ଚିକିଟି,୨୫ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚିକିଟି ମୁଖ୍ୟ ବଜାର ନିକଟରେ ଶନିବାର ଏକ ଟ୍ରକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତ ବଡ଼କେଳାଝୁରି ଗ୍ରାମର ମମତା ପ୍ରଧାନ (୩୫)। ମମତା ଏକ ସପ୍ତାହ ହେଲା…

ଉପଜିଲାପାଳଙ୍କୁ ବି ଛାଡ଼ିଲେନି, ଲୁଟ୍‌ ଉଦ୍ୟମ କରି ବନ୍ଧା ହେଲେ ୩

ବଡ଼ବିଲ,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ଉପ-ଜିଲାପାଳଙ୍କ ଗାଡ଼ି ଅଟକାଇ ଲୁଟ୍‌ ଉଦ୍ୟମ ଅଭିଯୋଗରେ ପୋଲିସ ଶନିବାର ୩ ଅଭିଯୁକ୍ତଙ୍କୁ ଗିରଫ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରାସାହି ଅଞ୍ଚଳର ପ୍ରସନ୍ନଜିତ ଓରାମ, ସୁମନ କୁମାର ପାତ୍ର…

ଷ୍ଟାଡିୟମ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

ଗଞ୍ଜାମ,୨୫ା୧୨(ଡି.ଏନ୍‌.ଏ.): ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିଅମ ଠାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିଅମ ନିର୍ମାଣ ହେବ। ଏଥିପାଇଁ ଶନିବାର ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଏହାର ଶୁଭ ଦେଇଛନ୍ତି। ପୂର୍ବତନ କାଉନସିଲର ଦଣ୍ଡପାଣି ପରିଡ଼ା,ଏନ୍‌ଏସି ଯୁବ ବିଜେଡି ସଭାପତି…

ଦନ୍ତାହାତୀର ଜୀବନ ଗଲା

କେନ୍ଦୁଝର,୨୫ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସୀମା ଅନୁଗୋଳ ପାଲଲହଡ଼ା ରେଞ୍ଜ ଅନ୍ତର୍ଗତ ଜୋକପାଣି ଗ୍ରାମ ନିକଟ ସରବେଡ଼ା ଜଙ୍ଗଲରୁ ବନ ବିଭାଗ ଏକ କୋଡ଼ିଏ ବର୍ଷ ବୟସ୍କ ଦନ୍ତାହାତୀର ମୃତଦେହ ଉଦ୍ଧାର କରିଛି। ହାତୀ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିନାହିଁ। ତେବେ ବିଷ…

ଗୋଡ଼ାଇ ଗୋଡ଼ାଇ ୧୫ ଜଣଙ୍କୁ କାମୁଡ଼ିଲା ପାଗଳ କୁକୁର

ପାଟଣା,୨୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ମୁଖ୍ୟ ବଜାର ଅଞ୍ଚଳରେ ଏକ ପାଗଳ କୁକୁର ଆତଙ୍କ ସୃଷ୍ଟି କରିଛି । ଏହି କୁକୁରଟି ୧୫ ଜଣକୁ ଗୋଡ଼ାଇ ଗୋଡ଼ାଇ କାମୁଡି ଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ…

ଝିଆରୀ ମୁଣ୍ଡରୁ ପୋଛିଲେ ସିନ୍ଦୂର ….

ବାଉଁଶୁଣୀ,୨୫।୧୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ବାଉଁଶୁଣୀ ଥାନା ମୁଣ୍ଡିପଦର ପଞ୍ଚାୟତ ବଲାକିରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିିଛି । ସୂଚନାଯୋଗ୍ୟ, ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତ ଅନ୍ତର୍ଗତ ବୁରଗୋରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ନାମକ ଜଣେ ଯୁବକ…

ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିରି,୨୫ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳ ଆନ୍ଧ୍ର ସମାନ୍ତକୁ ଲାଗି ଥିବା ଯୋଡ଼ାମ୍ବ ଥାନା ଅନ୍ତର୍ଗତ ମାରଓ୍ବାଡା ଗ୍ରାମ ନିକଟ ଜଙ୍ଗଲରେ କମ୍ବିଂ ଅପରେଶନ ସମୟରେ ଏକ ସ୍ଥାନରେ ମାଓବାଦୀମାନେ ବ୍ୟବହାର କରିଥିବା ଅନେକ ସାମଗ୍ରୀ ଦେଖିବାକୁ ପାଇଥିଲେ। ସାମଗ୍ରୀଗୁଡ଼ିକ ମଧ୍ୟରେ…

ଚର୍ଚ୍ଚରେ ପ୍ରାର୍ଥନା ଚାଲିଥିବା ବେଳେ ପହଞ୍ଚିଲା ପୋଲିସ

କଟକ ଅଫିସ,୨୫।୧୨: ଆଜି ବଡ଼ ଦିନ। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରିଥାନ୍ତି। ତେବେ ଗତବର୍ଷ ଭଳି ଏବର୍ଷ କରୋନା ସଂକ୍ରମଣକୁ ରୋକିବା ପାଇଁ ବଡ଼ଦିନ ପାଳନରେ କଟକଣା ଜାରି କରାଯାଇଛି। ସର୍ବାଧିକ ୫୦ ଜଣଙ୍କୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?