କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ

କେନ୍ଦୁଝର, ୧୪ା୨ (ସ୍ବ.ପ୍ର.) କେନ୍ଦୁଝର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡିଛନ୍ତି। ଜଙ୍ଗଲରେ ଶିକାରୀ ସକ୍ରିୟ ରହୁଥିବାରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜଙ୍ଗଲ ଭିତରେ ଶିକାରୀ ବନ୍ୟଜନ୍ତୁଙ୍କୁ ବିଭିନ୍ନ ଉପାୟରେ ହତ୍ୟା କରୁଥିବାବେଳେ ବହୁ କମ୍‌ ସଂଖ୍ୟାରେ ଶିକାରୀ ସହ ଶିକାରରେ ବ୍ୟବହୃତ ସାମଗ୍ରୀ ଏବଂ ହତିଆର ଜବତ ହେଉଛି।
କେନ୍ଦୁଝର ଜିଲାର ଥିବା ଜଙ୍ଗଲରେ ଜଙ୍ଗଲୀ ବାର୍‌ହା, କୁଟୁରା, ଝିଙ୍କ, ଭାଲୁ, ବଣକୁକୁଡା, ହାତୀ, ହରିଣ ଆଦି ବହୁମାତ୍ରାରେ ବସବାସ କରିଥାନ୍ତି। ଶିକାରୀମାନେ ଜଙ୍ଗଲ ଭିତରେ ଫାଶ ପକାଇ ବା ବିଦ୍ୟୁତ ତାର ବିଛାଇ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ନିକଟରେ ବଡବିଲ ରେଞ୍ଜ ଅନ୍ତର୍ଗତ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ବିଛାଇ ବାର୍‌ହା ହତ୍ୟା କରିବା ଜଣାପଡିବା ପରେ ବନ ବିଭାଗ ମୃତ ବାର୍‌ହା ସହ ୪ଜଣ ଶିକାରୀଙ୍କୁ ଗିରଫ କରିଛି। ଏଭଳି ବିଭିନ୍ନ ସମୟରେ ଶିକାରୀମାନେ ଶୀକାର କରୁଥିବା ବେଳେ କେତେକାଂଶରେ ବନ ବିଭାଗ ଧରିବାରେ ସଫଳ ହେଉଥିଲେ ହେଁ ଅନେକ ସମୟରେ ଧରପଗଡ଼ ହେଉନାହିଁ ା
ତାର ଟଣାଯାଉଥିବାରୁ ଜଙ୍ଗଲାଞ୍ଚଳକୁ ଯାଉଥିବା ବନବାସୀଙ୍କ ପାଇଁ ମଧ୍ୟ ବିପଦର କାରଣ ହୋଇଥାଏ ା ଏଣୁ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରଜୁ କରିବା ଜରୁରୀ ବୋଲି ଆଇନଜୀବୀ ମାନେ ମତବ୍ୟକ୍ତ କରୁଛନ୍ତି। ବନ ବିଭାଗ ପଦକ୍ଷେପ ନେଇପାରିଲେ ହିଁ ବନ୍ୟ ପ୍ରାଣୀଙ୍କ ଜୀବନ ରକ୍ଷା କରାଯାଇପାରନ୍ତା ବୋଲି ପରିବେଶପ୍ରେମୀ ଡକ୍ଟର ବିମ୍ବାଧର ବେହେରା କହିଛନ୍ତି।
ଜଙ୍ଗଲାଞ୍ଚଳରେ ଖଣି ଚୋରାକାରବାର ଯୋଗୁ ବ୍ୟାପକ ରାଜସ୍ବ କ୍ଷତି ସହ ପରିବେଶ ନଷ୍ଟ ହେଉଛି। ସେହିପରି କାଠ ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଉଥିବାରୁ ବନ୍ୟପ୍ରାଣୀଙ୍କ ଆବସ ସ୍ଥଳୀ ନଷ୍ଟ ହେଉଛି। ବନ ବିଭାଗ ନିୟମିତ ପାଦଚଲା ପାଟ୍ରୋଲିଂ କରୁ ନ ଥିବାରୁ ଶିକାରୀ ତଥା ମାଫିଆ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗର ଖାମଲିଆଲି ମନୋଭାବ ଯୋଗୁଁ ଏପରି ଘଟଣା ବାରମ୍ବାର ଘଟୁଛି। ଅନେକ ସମୟରେ ଶିକାରୀ ହାତୀ ଦାନ୍ତ ପାଇଁ ହାତୀ ମଧ୍ୟ ଶିକାର କରୁଛନ୍ତି। ପାଟ୍ରୋଲିଂ କଡ଼ାକଡ଼ି ହେଉ ନ ଥିବାରୁ କେନ୍ଦୁଝର ଡିଭିଜନର ଚମ୍ପୁଆ, ବଡବିଲ, ସଦର, ତେଲକୋଇ, ପାଟଣା ଡେପୁଟି ଆଦି ରେଞ୍ଜରେ ବନ୍ୟଜନ୍ତୁ ଅବାଧ ଶିକାର ହେଉଥିବା ଅଭିଯୋଗ ହୋଇଛି। ସେହପରି ଅନେକ ଗୁରୁତ୍ୱପୂର୍ଣ୍ଣ ରେଞ୍ଜ୍‌ରେ ପଦବୀ ଖାଲି ପଡ଼ିଛି। ଏସମ୍ପର୍କରେ କେନ୍ଦୁଝର ଡିଏଫଓ ଧନରାଜ ଏଚ.ଡି କହିଛନ୍ତି, ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଧରପଗଡ ହେଉଛି। ସେହିପରି ଖାଲି ଥିବା ପଦବୀ ପୂରଣ ପାଇଁ ବିଭାଗକୁ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମୋହିତ କରୁଛି ‘କୁରୁସି’

କେନ୍ଦୁଝର, ୬।୬ କେନ୍ଦୁଝର ବଣ ପାହାଡ଼ରେ ବିଭିନ୍ନ ଜାତିର ଓ ରଙ୍ଗର ଫୁଲ ବିଭିନ୍ନ ଋତୁରେ ଶୋଭାବର୍ଦ୍ଧନ କରିଥାଏ। ସେଥିମଧ୍ୟରୁ କୁରୁସି ବା କୁରେଇ ଫୁଲ...

ଓଏସ୍‌ଏପି ବାଟାଲିୟନ ଅଫିସ ଏବେ ଭୂତକୋଠି

କେନ୍ଦୁଝର, ୧୮।୪ (ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହରରେ ଥିବା ପୋଲିସ ବିଭାଗର ଓଏସ୍‌ଏପି ୨ୟ ବାଟାଲିୟନ ଅଫିସ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଜିଲାର ସୁରକ୍ଷା...

ପ୍ରକୃତିର ବରଦାନ ସାନଘାଗରା

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-ପ୍ରକୃତିର ବରଦାନ ସାନଘାଗରା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସାନଘାଗରା ଜଳପ୍ରପାତ। ଏଠାକୁ ଯିଏ ଥରେ ଆସିଛି ସେ...

ରାସ୍ତା ମରାମତି କଲେ ଗ୍ରାମବାସୀ

କେନ୍ଦୁଝର,୧୯ା୯(ସ୍ବ.ପ୍ର.):ମୟୂରଭଞ୍ଜ ଜିଲା ଶରତ ଘାଟିରୁ ବ୍ରାହ୍ମଣୀ ଘାଟି ଦେଇ କେନ୍ଦୁଝର ଜିଲା କେ.ବାଲିପାଳ ଓ ଘଷିପୁରା ଡାକ୍ତରଖାନାକୁ ସଂଯୋଗ କରୁଥିବା ବିପର୍ଯ୍ୟସ୍ତ ରାସ୍ତାକୁ କେ.ବାଲିପାଳ ଗ୍ରାମବାସୀ...

୧୧ କେଭି ତାର ଲାଗି ଜଣେ ବାଳକ, ୨ ଗୃହପାଳିତ; ୨ ବନ୍ୟପ୍ରାଣୀ ମୃତ

କେନ୍ଦୁଝର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଟି...

ଘରବାହୁଡାଙ୍କ ନାମ ପଞ୍ଜିକରଣ ପାଇଁ ପଞ୍ଚାୟତରେ ଭିଡ଼

ଆନନ୍ଦପୁର,୨୫। ୪(ସ୍ବ.ପ୍ର.)-ଘରବାହୁଡାଙ୍କ ପାଇଁ ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ନାମ ପଞ୍ଜିକରଣ ବାଧ୍ୟତାମୂଳକ ହୋଇଥିବାରୁ ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତରେ ଭିଡ ପରିଲକ୍ଷିତ...

ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ସମ୍ପର୍କୀୟ ବୋହୂ କୋର୍ଟଚାଲାଣ; କଟୁରି, ଲୁଗା ଜବତ

ବଡ଼ବିଲ,୧୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା...

ପିଲାଙ୍କ ଖୁସି ମୋ ଜୀବନର ସମ୍ବଳ

ଆନନ୍ଦପୁର,୫।୮(ସ୍ବ.ପ୍ର.): ଏମିତି ବି ମଣିଷ ଥାନ୍ତି। ନିଜଠାରୁ ଅଧିକ ଅସହାୟ ଲୋକ ଏବଂ ପରୋପକାର କଥା ଚିନ୍ତା କରିଥାନ୍ତି। ଆଜି ବି ସମାଜରେ ଭଲ ଲୋକ...

Advertisement
Archives

Model This Week