କେନାଲ କଂକ୍ରିଟ ରାସ୍ତା ନିମ୍ନମାନର ଅଭିଯୋଗ

ଖଇରା, ୧୪ା୨(ଡି.ଏନ.ଏ.) ଭଦ୍ରକ କେନାଲ ଡିଭିଜନ ତଥା ଖଇରା ସବ୍‌ଡିଭିଜନ ଅନ୍ତର୍ଗତ ଗୋପାଳପୁର ମାଇନରର ଗର୍ସଙ୍ଗ ନିକଟରେ କେନାଲ ପାର୍ଶ୍ୱରେ ଚାଲିଥିବା କଂକ୍ରିଟ ରୋଡ କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ସହକାରୀ ଯନ୍ତ୍ରୀଙ୍କଠରେ ଲିଖିତ ଅଭିଯୋଗ କରିଛନ୍ତି ା ଠିକାଦାର ବଳପୂର୍ବକ ରାସ୍ତା ନିର୍ମାଣ କରିବା ପରେ ଶତାଧିକ ଗ୍ରାମବାସୀ ଶନିବାର ରାସ୍ତାକାମକୁ ବନ୍ଦ କରିଛନ୍ତି।
ଏହି କାମର ଭିଜିଲାନ୍ସ ତଦନ୍ତ ପାଇଁ ଅଲେଖ ସେଠୀ, ଗୌରାଙ୍ଗ ସେଠୀ, ପଞ୍ଚାନନ ସ୍ବାଇଁ, ବାବାଜୀ ସ୍ବାଇଁ, ଶିବପ୍ରସାଦ ସେଠୀ, ହରିହର ସ୍ବାଇଁ ଓ ଦୈତାରୀ ସେଠୀ ପ୍ରମୁଖ ଦାବି କରିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଉକ୍ତ କେନାଲ ରାସ୍ତାରେ ଯାତାୟାତ ସୁବିଧା ନିମନ୍ତେ ୫ଶହ ମିଟର ପାଇଁ ଆନୁମାନିକ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା ା ଅନ୍ୟୁନ ୭ଦିନ ତଳେ ରାସ୍ତାକାମ ଆରମ୍ଭ କରାଯାଇଥିବା ବେଳେ ଏହା ନିମ୍ନମାନର ହେଉଛି। ସମୟ ଅତିକ୍ରାନ୍ତ ହୋଇଯାଇଥିବା ସିମେଣ୍ଟ ଓ ନିମ୍ନମାନର ଚିପ୍ସ ବ୍ୟବହାର କରାଯାଉଥିବା ନେଇ ଗ୍ରାମବାସୀ କହିବା ସହ ଏହି ପୁରୁଣା ସିମେଣ୍ଟ ବ୍ୟାଗ ଦେଖାଇଛନ୍ତି ା ଏବେ ସବ୍‌ଡିଭିଜନର ସହକାରୀ ଯନ୍ତ୍ରୀ ପଦବୀ ୧ବର୍ଷ ଧରି ଖାଲି ପଡିଥିବାରୁ ଦାୟିତ୍ୱରେ ଥିବା ମାର୍କୋଣା ଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ଠିକ୍‌ ଭାବେ କାର୍ଯ୍ୟ ତଦାରଖ କରୁ ନ ଥିବା ଅଭିଯୋଗକାରୀମାନେ କହିଛନ୍ତି। ସେପଟେ ପ୍ରଥମେ ଆରମ୍ଭରୁ ୧ଶହ ମିଟର ରାସ୍ତା ୯ଫୁଟ ଓସାର କରୁଥିବା ବେଳେ ଗ୍ରାମବାସୀ ଆପତ୍ତି କରିବା ପରେ ବାକି ରାସ୍ତା ୧୨ଫୁଟ ଓସାର କରାଯାଉଛି। ପ୍ରଥମେ ହୋଇଥିବା ଶହେ ମିଟର କରିବାକୁ ବିଭାଗ ମନା କରୁଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଏ ସମ୍ପର୍କରେ ଖଇରା ସବଡିଭିଜନ କନିଷ୍ଠଯନ୍ତ୍ରୀ ଦେବୀପ୍ରସାଦ ମହାନ୍ତିଙ୍କୁ ଯୋଗାଯୋଗ କରିବାରେ ଗ୍ରାମବାସୀଙ୍କ ଦାବି ଅନୁଯାୟୀ ୯ ଫୁଟ ବଦଳରେ ୧୨ ଫୁଟ କରାଯାଇଛି। ବାକି ଅଭିଯୋଗଗୁଡିକ ସମ୍ପର୍କରେ ସୋମବାର ସତ୍ୟାସତ୍ୟ ଅନୁସନ୍ଧାନ କରି ପଦକ୍ଷେପ ନେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri