୩ କି.ମି. ଖଟିଆରେ ବୁହା ହେଲେ ଗର୍ଭବତୀ

ସଜନାଗଡ଼, ୧୪ା୨(ଡି.ଏନ.ଏ.)  ଦୁର୍ଗମ ରାସ୍ତା ଯୋଗୁ ଜରୁରୀ ସମୟରେ ରୋଗୀମାନେ ଡାକ୍ତରଖାନାରେ ପହଞ୍ଚି ନ ପାରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଗର୍ଭବତୀମାନେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ସିଆଡିମାଳ ପଞ୍ଚାୟତ ବାଙ୍କୀଶୋଳ ଗ୍ରାମରେ।
ଗ୍ରାମର ତୁଫାନ ସିଂଙ୍କ ସ୍ତ୍ରୀ ବାସନ୍ତୀ ଦୁଇଦିନ ତଳେ ନିଜ ବାପଘର ସାନ୍ଦୁରିୟା ଗ୍ରାମକୁ ଆସିଥିଲେ। ରବିବାର ସାରେ ତାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ଗର୍ଭଯନ୍ତ୍ରଣା ବଢିବା ସହିତ ଛଟପଟ ହେବାରୁ ପରିବାର ଓ ଗାଁ ଲୋକେ ତାଙ୍କୁ ମେଡିକାଲ ଆଣିବାକୁ ଏକ ଅଟୋକୁ ଡାକିଥିଲେ। କିନ୍ତୁ ରାସ୍ତା ପାହାଡିଆ ଓ ଶୋଚନୀୟ ହୋଇଥିବାରୁ ବୁଗାଳିବନ୍ଧଠାରେ ଅଟୋ ଅଟକିଯାଇଥିଲା। ଗାଁଠୁ ୩ କି.ମି. ପାହାଡିଆ ରାସ୍ତା ପାର୍‌ କରି ଖଟିଆରେ ବୋହିଆଣି ବୁଗାଳିବନ୍ଧ ପହଞ୍ଚାଇଥିଲେ। ପରେ ଅଟୋରେ ଆଣି ନୀଳଗିରି ମେଡିକାଲରେ ଭର୍ତ୍ତି କରିଥିଲେ। ଗର୍ଭବତୀଙ୍କ ଅବସ୍ଥା ଶୋଚନୀୟ ହୋଇଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାପାର୍ଶ୍ୱରେ ପଡ଼ିଥିବା ପେଟିଭିତରୁ ନବଜାତକର ମୃତଦେହ ଉଦ୍ଧାର

ବସ୍ତା,୧୮ା୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବସ୍ତା ବାଲିଆପାଳ ରାସ୍ତାର ପେଜଗଳl ପୋଲ ନିକଟ ରାସ୍ତାପାର୍ଶ୍ୱରେ ରବିବାର ସକାଳେ ଏକ ପେଟି ଭିତରେ ନବଜାତକର ମୃତଦେହ ପଡ଼ିଥିବା ଲୋକେ...

କରୋନା ପ୍ରତିହତ ଲାଗି ସଫେଇ କାର୍ଯ୍ୟ ଜାରି

ବସ୍ତା,୨୫।୩(ଡି.ଏନ୍‌.ଏ.): ବିଶ୍ୱବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌କୁ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ୨୧ଦିନ ଲାଗି କଟକଣା...

କେନ୍ଦୁଝରରେ ଘନ ଘନ ବିଦ୍ୟୁତ୍‌ କାଟ: ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବାଧାପ୍ରାପ୍ତ, ଶୀଘ୍ର ସମାଧାନ ଦାବି

କେନ୍ଦୁଝର,୧।୬( ସ୍ବ.ପ୍ର.): ଘନ ଘନ ବିଦ୍ୟୁତ୍‌ କାଟ ଯୋଗୁ ଶନିବାର କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହୋଇଛି। ମେଡିକାଲରେ ଜେନେରେଟର ବ୍ୟବସ୍ଥା...

ନୀଳଗିରିରେ ୧୨ ଶିଶୁ ଅପପୁଷ୍ଟିର ଶିକାର: ୨ ସୁସ୍ଥ ହୋଇ ଘରକୁ ଫେରିଲେ

ନୀଳଗିରି, ୨୩।୧୦(ସ୍ବ.ପ୍ର.): ଅପପୁଷ୍ଟି ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ଯୋଜନା ମଧ୍ୟରେ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ଏବେବି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଶିଶୁମାନେ...

ଜଳିଗଲା ତେଲ ବୋଝେଇ ଭ୍ୟାନ

ଆନନ୍ଦପୁର,୨୦। ୬(ସ୍ବ.ପ୍ର.)- ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଓଭରବ୍ରିଜ୍‌ ଠାରେ ଏକ ତେଲ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ହଠାତ୍‌ ଅଗ୍ନିକାଣ୍ଡରେ ଜଳିଯାଇଛି। ଗାଡିର ଚାଳକ ଅଳପକେ...

ବାହାର୍ଦ୍ଦାରେ ହେବ ସର୍ବବୃହତ୍‌ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ/ବସ୍ତା, ୧୮।୮(ଡି.ଏନ.ଏ.): ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୈଠକରେ...

ଆଇଟିଆର୍‌ ଲଞ୍ଚପ୍ୟାଡ୍‌ରୁ ‘ପିନାକା’ର ୩ଥର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୪।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌) ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ମଙ୍ଗଳବାର ବହୁମୁଖୀ ରକେଟ ଲଞ୍ଚର ‘ପିନାକା’ର ୩ଥର ପରୀକ୍ଷଣ କରାଯାଇଛି। ଏସବୁ...

ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ

ବାଲେଶର ଅଫିସ,୧୯।୫: ବାଲେଶର ଜିଲା ସଦର ଥାନା ରସାଳପୁର ଅଞ୍ଚଳର ନଦୀଗାଁ ଗାଁରେ ବିଦ୍ୟୁତ ଆଘାତରେ ଶଶୁର ବୋହୂଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ନ ୮ଟାରେ...

Advertisement
Archives

Model This Week