୨୮ ଗାଡ଼ିମାଲିକଙ୍କ ବିରୋଧରେ ଗିରଫ ପରୱାନା

ବାଲେଶ୍ୱର ଅଫିସ, ୧୪ା୨:  ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ବାଲେଶ୍ୱର ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି ା ସ୍ଥାନୀୟ ରିଜର୍ଭ ପୋଲିସ ପରେଡ୍‌ ପଡ଼ିଆଠାରେ ଏହି କାର୍ଯ୍ୟ ଚାଲିଛି। ପୋଲିଂ ପାର୍ଟି ଓ ପୋଲିସର ବ୍ୟବହାର ପାଇଁ ଏହି ଗାଡ଼ିଗୁଡ଼ିକୁ ନିୟୋଜିତ କରାଯିବ। ତେବେ ଫେବୃୟାରୀ ୧୨ତାରିଖରେ ରିପୋର୍ଟ କରିବାକୁ ଥିବା କେତେଜଣ ଗାଡ଼ି ମାଲିକ ପ୍ରଶାସନିକ ଆଦେଶକୁ ଅମାନ୍ୟ କରି ଅନୁପସ୍ଥିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ କେ. ସୁଦର୍ଶନ ଚକ୍ରବର୍ତ୍ତୀ ସେମାନଙ୍କ ବିରୋଧରେ ଲୋକ ପ୍ରତିନିଧିତ୍ୱ ଅଧିନିୟମ-୧୯୫୧ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ୨୮ଜଣ ଗାଡ଼ି ମାଲିକଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପ୍ରାୟ ୧୩ଶହ ଗାଡ଼ି ଅଧିଗ୍ରହଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଫେବୃୟାରୀ ୧୪ତାରିଖ ସକାଳ ୭ଟା ସୁଦ୍ଧା ସେମାନଙ୍କୁ ଭୋଗରାଇ ଓ ଜଳେଶ୍ୱର ବିତରଣ କେନ୍ଦ୍ରରେ ରିପୋର୍ଟ କରିବାକୁ କୁହାଯାଇଛି। ସେହିପରି ଯେଉଁ ଗାଡ଼ିମାଲିକମାନେ ସେମାନଙ୍କ ଗାଡ଼ି ବେସରକାରୀ କାର୍ଯ୍ୟାଳୟ/କମ୍ପାନୀ ଅଥବା ଅନ୍ୟଆଡେ ନିୟୋଜିତ ଥିବା ଦର୍ଶାଇ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରୁ ବାଦ୍‌ ଦେବା ପାଇଁ ଆବେଦନପତ୍ର ଦେଇଥିଲେ ସେମାନଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ସେମାନଙ୍କୁ ତୁରନ୍ତ ନିର୍ବାଚନ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି। ଯେଉଁମାନେ ଏହି ଆଦେଶକୁ ଅମାନ୍ୟ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା ପଞ୍ଚାୟତ ନିର୍ବାଚନର ସମସ୍ତ ପ୍ରକ୍ରିୟାକୁ ସୁରୁଖୁରୁରେ ସମ୍ପାଦନ ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରାୟ ୨୫ଶହ ଗାଡି ଅଧିଗ୍ରହଣ କରାଯିବ। ତେବେ ଆବଶ୍ୟକତା ଅନୁଯାୟୀ ପର୍ଯ୍ୟାୟକ୍ରମେ ଗାଡ଼ି ଅଧିଗ୍ରହଣ ଜାରି ରହିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମିରଞ୍ଜିତ ଦଳବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?