୪ ବର୍ଷର ରୁଦ୍ରାଂଶଙ୍କୁ ୨ ରୌପ୍ୟ ପଦକ

ସୁନାବେଡା,୧୪ା୨(ସ୍ବ. ପ୍ର.) ହାଲ୍‌ ସୁନାବେଡା ଟାଉନଶିପର ୪ ବର୍ଷ ବୟସର ରୁଦ୍ରାଂଶ କୁମାର ସାମଲ ଏକାଦଶ ଅଖିଳ ଭାରତ ଓପନ କରାଟେ ଚାମ୍ପିୟନଶିପ-୨୦୨୧ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ଜିତିଛନ୍ତି। ଏହି କୃତିତ୍ୱ ହାସଲ କରିବାରେ ଓଡ଼ିଶାରେ ସେ ହେଉଛନ୍ତି ସର୍ବ କନିଷ୍ଠ କରାଟେକା। ଏହି ସର୍ବଭାରତୀୟ ପ୍ରତିଯୋଗିତା ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱରଠାରେ ଗତ ଡିସେମ୍ବର ୨୬ ରୁ ୨୮ ପର୍ଯ୍ୟନ୍ତ ତିନିଦିନ ଧରି ହୋଇଥିଲା। ଏବେ ଏହାର ଫଳାଫଳରୁ ରୁଦ୍ରାଂଶଙ୍କୁ ୨ଟି ରୌପ୍ୟ ପଦକ ମିଳିଥିବା ଜଣାପଡିଛି। ମାଆ ରାଣୀ ଇତିଶ୍ରୀ ମହାପାତ୍ର ଏବଂ ବାପା ରାଜେନ୍ଦ୍ର କେଶରୀ ସାମଲଙ୍କ ପୁଅ ରୁଦ୍ରାଂଶ ୬ ବର୍ଷ ବୟସର କ୍ୟାଟେଗୋରି କୁମୁଟେ(ଫାଇଟ)ରେ ଗୋଟିଏ ରୌପ୍ୟ ପଦକ ପାଇଥିବା ବେଳେ ଆଉ ଗୋଟିଏ ରୌପ୍ୟ ପଦକ କାଟାରେ ପାଇଛନ୍ତି। ବର୍ତ୍ତମାନ ରୁଦ୍ରାଂଶ ହାଲ୍‌ ଭିଏସ୍‌ ବିଦ୍ୟାଳୟରେ ଏଲ୍‌କେଜିରେ ଅଧ୍ୟୟନ କରୁଛନ୍ତି। ୨ ବର୍ଷ ବୟସରୁ ସେ ଉତ୍କଳ କରାଟେ ସ୍କୁଲ ସେମିଳିଗୁଡ଼ାରେ କରାଟେ ଅଭ୍ୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଲକ୍ଷ ଲଟେରୀ ଉଠିଥିବା କହି ଠକିନେଲେ ୩ ଲକ୍ଷ, ଚାଷୀଙ୍କ ଆତ୍ମହତ୍ୟା ନିଷ୍ପତ୍ତି

ଜୟପୁର,୨୨।୯(ନି.ପ୍ର.): କୋରାପୁଟ ଜିଲା ଜୟପୁର ବ୍ଲକ ମାଳିଗୁଡ଼ାରେ ଲଟେରୀ ପ୍ରଲୋଭନ ଦେଖାଇ ଜଣେ ନିରୀହ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ମାଳିଗୁଡାର...

ବ୍ୟାଙ୍କରେ ୨୦ ଘଣ୍ଟା ଲୁଚିଥିଲେ ଅଭିଯୁକ୍ତ

କୋରାପୁଟ (ସ୍ବ.ପ୍ର.)/ଲକ୍ଷ୍ମୀପୁର (ଡି.ଏନ୍‌.ଏ.), ୧୭ା୧: କୋରାପୁଟ ଜିଲା ଲକ୍ଷ୍ମୀପୁରସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଶାଖାରୁ ସୁନା ଚୋରି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଚୋରି...

ଲୋରେଶ ଗ୍ରାମକୁ ରାସ୍ତା ନାହିଁ

ଦଶମନ୍ତପୁର, ୧୫।୫( ଡି.ଏନ୍‌.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମକୁ ରାସ୍ତା ନାହିଁ। ଏନେଇ ବହୁବାର ଜିଲା ଏବଂ ବ୍ଲକ ପ୍ରଶାସନକୁ...

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଦାବିପତ୍ର

କୋରାପୁଟ, ୧୩।୫(ସ୍ବ.ପ୍ର.): ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚା କୋରାପୁଟ ଶାଖା ପକ୍ଷରୁ ଶୁକ୍ରବାର ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ରାଜେନ୍ଦ୍ର ମାଝି...

୨୦ ଲକ୍ଷ ଖର୍ଚ୍ଚ ହୋଇଛି, କାମରେ ଲାଗୁନି ଦୋକାନ ଗୃହ

ନନ୍ଦପୁର, ୪ା୪ (ଡି.ଏନ.ଏ.): ବେକାର ଯୁବତୀଯୁବକଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ଗ୍ରାମାଞ୍ଚଳରେ ଦୋକାନ ଗୃହମାନ ନିର୍ମାଣ କରାଯାଉଛି। ଏଥିରେ ବହୁ ଅର୍ଥ ବ୍ୟୟ ହେଉଛି। ମତ୍ର...

ଗଛ ଉପରେ ଭାଲୁ

ବୋରିଗୁମ୍ମା,୨୨ା୧: କ୍ରମାଗତ ଭାବେ ଜଙ୍ଗଲ ନଷ୍ଟ ଏବଂ ଖାଦ୍ୟାଭାବ ଯୋଗୁ ବିଭିନ୍ନ ସମୟରେ ବନ୍ୟଜନ୍ତୁ ଜନବସତି ଆଡକୁ ମୁହାଁଉଛନ୍ତି। ଫଳରେ ବନ୍ୟଜନ୍ତୁ ଓ ମଣିଷ ମଧ୍ୟରେ...

ଚାଷୀଙ୍କୁ ଦେଖି ଦୌଡ଼ିଲେ କୁନ୍ଦୁରା ଲାମ୍ପସ କର୍ମଚାରୀ

ଜୟପୁର, ୨୧ା୩(ନି.ପ୍ର.):କୋରାପୁଟ ଜିଲା କୁନ୍ଦୁରା ଲାମ୍ପରେ ଜାଲ ଦସ୍ତଖତ କରି ଚାଷୀଙ୍କ ବହୁ ପରିମାଣର ଟଙ୍କା ଲୁଟ୍‌ ହୋଇଛି। ଏହା ଜାଣିବା ପରେ ଚାଷୀ ଚିନ୍ତାରେ...

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୧୦ ଯାତ୍ରୀ ଆହତ

କୋରାପୁଟ,୧୯।୭(ସ୍ବ.ପ୍ର): କୋରାପୁଟ ଜିଲା ୨୬ନଂ ଜାତୀୟ ରାଜପଥର ପଟାଙ୍ଗି ଥାନା ଅନ୍ତର୍ଗତ ଶୁଣ୍ଢି ପୁଙ୍ଗାର ନିକଟରେ ମଙ୍ଗଳବାର ସକାଳୁ ଏହି ବସ ଦୁର୍ଘଟଣା ଘଟିଛି। ଏଥିରେ...

Advertisement
Archives

Model This Week