୪ ବର୍ଷର ରୁଦ୍ରାଂଶଙ୍କୁ ୨ ରୌପ୍ୟ ପଦକ

ସୁନାବେଡା,୧୪ା୨(ସ୍ବ. ପ୍ର.) ହାଲ୍‌ ସୁନାବେଡା ଟାଉନଶିପର ୪ ବର୍ଷ ବୟସର ରୁଦ୍ରାଂଶ କୁମାର ସାମଲ ଏକାଦଶ ଅଖିଳ ଭାରତ ଓପନ କରାଟେ ଚାମ୍ପିୟନଶିପ-୨୦୨୧ ପ୍ରତିଯୋଗିତାରେ ୨ଟି ରୌପ୍ୟ ପଦକ ଜିତିଛନ୍ତି। ଏହି କୃତିତ୍ୱ ହାସଲ କରିବାରେ ଓଡ଼ିଶାରେ ସେ ହେଉଛନ୍ତି ସର୍ବ କନିଷ୍ଠ କରାଟେକା। ଏହି ସର୍ବଭାରତୀୟ ପ୍ରତିଯୋଗିତା ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱରଠାରେ ଗତ ଡିସେମ୍ବର ୨୬ ରୁ ୨୮ ପର୍ଯ୍ୟନ୍ତ ତିନିଦିନ ଧରି ହୋଇଥିଲା। ଏବେ ଏହାର ଫଳାଫଳରୁ ରୁଦ୍ରାଂଶଙ୍କୁ ୨ଟି ରୌପ୍ୟ ପଦକ ମିଳିଥିବା ଜଣାପଡିଛି। ମାଆ ରାଣୀ ଇତିଶ୍ରୀ ମହାପାତ୍ର ଏବଂ ବାପା ରାଜେନ୍ଦ୍ର କେଶରୀ ସାମଲଙ୍କ ପୁଅ ରୁଦ୍ରାଂଶ ୬ ବର୍ଷ ବୟସର କ୍ୟାଟେଗୋରି କୁମୁଟେ(ଫାଇଟ)ରେ ଗୋଟିଏ ରୌପ୍ୟ ପଦକ ପାଇଥିବା ବେଳେ ଆଉ ଗୋଟିଏ ରୌପ୍ୟ ପଦକ କାଟାରେ ପାଇଛନ୍ତି। ବର୍ତ୍ତମାନ ରୁଦ୍ରାଂଶ ହାଲ୍‌ ଭିଏସ୍‌ ବିଦ୍ୟାଳୟରେ ଏଲ୍‌କେଜିରେ ଅଧ୍ୟୟନ କରୁଛନ୍ତି। ୨ ବର୍ଷ ବୟସରୁ ସେ ଉତ୍କଳ କରାଟେ ସ୍କୁଲ ସେମିଳିଗୁଡ଼ାରେ କରାଟେ ଅଭ୍ୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?