ଆମ ଜିଲା ଖବର

ଗାଁ ଲୋକେ ଜଗୁଛନ୍ତି ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଚୋରଙ୍କ କବଳରୁ ଗ୍ରାମବାସୀ ଜବତ କରିଥିବା ଶାଗୁଆନ କାଠ ବନବିଭାଗ ନେଇ ଯିବା ପରେ ନୟାଗଡ଼ ଜିଲା ରଣପୁର ବ୍ଲକ୍‌ ଗୁଣ୍ଡୁରାବାରୀ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି । ଗ୍ରାମବାସୀ ଏହାର ପ୍ରତିବାଦ କରି ଶନିବାର ନୂଆବର୍ଷରେ ସୁନାଖଳା-ଦର୍ପନାରାୟଣପୁର…

ଜଳସେଚନ ଏବେ ବି ସ୍ଵପ୍ନ

କେନ୍ଦ୍ରାପଡ଼ା ଅଫିସ, ୨ା୧: ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ୧୯,୫୪୨ ହେକ୍ଟର ଜମି ଜଳସେଚିତ ହେବ। ବର୍ଷ ସାରା ଅର୍ଥଭିତ୍ତିକ କୃଷି କୃଷକଙ୍କୁ ସମୃଦ୍ଧ କରିବ। ଏପରି ସ୍ଵପ୍ନ ଗତ ୨୩ ବର୍ଷ ପୂର୍ବେ ଜିଲାର ଗରଦପୁର, ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକ ସମେତ…

୫ ବର୍ଷରେ ଗଲାଣି ୭ ଜୀବନ

ବେଗୁନିଆ,୨।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ ଅଞ୍ଚଳର ବେଆଇନ ଭାବେ ବାଣ ପ୍ରସ୍ତୁତ କରାଯାଉଛି। ପ୍ରସ୍ତୁତକାରୀ ଏବଂ ବ୍ୟବସାୟୀଙ୍କ ଉପରେ କଟକଣା ନ ଥିବାରୁ ଗତ ୫ବର୍ଷରେ ୭ଜଣଙ୍କ ଜୀବନ ଯାଇଥିବା ବେଳେ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।…

ଛାୟା ମା’ଙ୍କ ପରଲୋକ

ନିଶ୍ଚିନ୍ତକୋଇଲି,୨୧(ସ୍ବ.ପ୍ର.): ନିଶ୍ଚିନ୍ତକୋଇଲି ବ୍ଲକରେ ଦୀର୍ଘବର୍ଷ ହେବ ଭିକ୍ଷାବୃତ୍ତି କରି ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା କରିଥିବା ଛାୟା ଦେବୀ ଓରଫ ଛାୟା ମା’ଙ୍କ ଶନିବାର ସକାଳେ ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ସେ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଯୁବକମାନେ…

ନିର୍ମାଣ ଶେଷ ପରେ ବି ମିଳୁନି ଟଙ୍କା

କଟକ ଅଫିସ,୨।୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ଏଓ୍ବାଇ)ରେ ୨୦୨୨ ଶେଷ ସୁଦ୍ଧା ସହରାଞ୍ଚଳରେ ସମସ୍ତ ବାସହୀନଙ୍କୁ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ପରିକଳ୍ପନା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସିଏମ୍‌ସିର ମୋଟ ୫୯ ୱାର୍ଡରେ ୨,୭୫୪ ହିତାଧିକାରୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି।…

ଦେଶପ୍ରେମରେ ଉଦ୍‌ବୁଦ୍ଧ ହେବେ ଛାତ୍ରୀଛାତ୍ର

ଚଣ୍ଡିଖୋଲ,୨ା୧(ଡି.ଏନ.ଏ.): ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ବ୍ୟବହୃତ ହୋଇଥିବା ଏକ ରୁଷ୍‌ ନିର୍ମିତ ଯୁଦ୍ଧ ଟ୍ୟାଙ୍କ ଶନିବାର ଚଣ୍ଡିଖୋଲସ୍ଥିତ ବାବା ଭୈରବାନନ୍ଦ ସ୍ବୟଂଶାସିତ ମହାବିଦ୍ୟାଳୟରେ ପହଞ୍ଚିଛି। ଛାତ୍ରୀଛାତ୍ରଙ୍କୁ ଦେଶ ପ୍ରେମରେ ଉଦ୍‌ବୁଦ୍ଧ ହେବା ପାଇଁ ଏହି ଟ୍ୟାଙ୍କ ପ୍ରଦର୍ଶନୀ କରାଯିବ ବୋଲି…

ମନ୍ଦିର ସଫେଇ କଲେ ମୁସ୍‌ଲିମ୍‌ ଯୁବକ

ଢେଙ୍କାନାଳ ଅଫିସ, ୨।୧: ସାମ୍ପ୍ରଦାୟିକ ବିଭେଦତାକୁ ନେଇ ଅଶାନ୍ତି ହେଉଛି ବିଶ୍ୱ। ଘଟୁଛି ହିଂସାକାଣ୍ଡ। ଅନେକ ସମୟରେ ପରିସ୍ଥିତି ଅଣାୟତ୍ତ ହୋଇପଡୁଛି। ହେଲେ ଏଭଳି ଅନେକ ସଙ୍ଗଠନ ମାନବିକତା, ଭାଇଚାରା, ସଦ୍‌ଭାବନା ସୃଷ୍ଟି କରି ସାଜୁଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ। ଏହି…

ମରାମତି ହେଉନି ରାସ୍ତା

କଣିହାଁ,୨।୧(ଡି.ଏନ.ଏ.) କଣିହାଁ ବ୍ଲକ ବଡ଼ଗୁଣ୍ଡୁରୀ ପଞ୍ଚାୟତ ବଡ଼ହୀରା ଗାଁର କଂକ୍ରିଟ ରାସ୍ତା ଦୀର୍ଘଦିନ ହେବ ଫାଟିଯାଇଛି। ଏହି ରାସ୍ତା ଦେଇ ଦୈନିକ ଅନେକ ଭାରୀଯାନ ଯାଉଥିବା ବେଳେ ଛେଣ୍ଡିପଦା ବ୍ଲକର ବହୁ ଅଞ୍ଚଳବାସୀ ଏହା ଉପରେ ନିର୍ଭର କରନ୍ତି। ଜିଲା ଖଣିଜ…

ନୂଆବର୍ଷ ମଜା ଫିକା: ଦୀଘାମୁହାଁ ପର୍ଯ୍ୟଟକ

ଭୋଗରାଇ, ୨।୧(ଡି.ଏନ.ଏ.) କୋଭିଡ୍‌ କଟକଣା ଯୋଗୁ ନୂଆବର୍ଷ ପାଳନ ଫିକା ପଡିଛି। ବାଲେଶ୍ୱର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଖାଁ ଖାଁ ପରିବେଶ ପରିଲକ୍ଷିତ ହୋଇଥିଲା। ଉଦୟପୁର, ତାଳସାରୀ, ବିଚିତ୍ରପୁର ଇକୋ ଟୁରିଜିମ୍‌, କୀର୍ତ୍ତନିଆ, ଚୌମୁଖ, ଡଗରା, ବାହାବଳପୁର ଓ ଚାନ୍ଦିପୁର ବେଳାଭୂମିକୁ ବହୁ ପର୍ଯ୍ୟଟକ…

ସ୍ବଚ୍ଛତାରେ ଯୋଡ଼ିହେବେ ପୂଜା କମିଟି

ଢେଙ୍କାନାଳ ଅଫିସ, ୨।୧: ଢେଙ୍କାନାଳ ସହରର ପୂଜା ପ୍ରତିଷ୍ଠାନଗୁଡ଼ିକୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯିବ। ସହର ସୌନ୍ଦର୍ଯ୍ୟକରଣରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ପୌରସଂସ୍ଥା ପକ୍ଷରୁ ଲକ୍ଷ୍ମୀବଜାର ଇନ୍ଦିରା ଗାନ୍ଧୀ ସୁପରମାର୍କେଟ୍‌ କମ୍ପ୍ଲେକ୍ସ ପ୍ରାଙ୍ଗଣରେ ଆୟୋଜିତ ‘ସଫେଇ ପେ ଚର୍ଚ୍ଚା’…

ଭୀମକୁଣ୍ଡରେ ୨ହଜାର ପର୍ଯ୍ୟଟକ, କରୋନା କଟକଣା ଉଲ୍ଲଂଘନ

ପାଟଣା, ୨।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟ ବାଲିଯୋଡି ମୌଜା ଅଧୀନ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡ ନୂଆବର୍ଷ ଉପଲକ୍ଷେ ଶନିବାର ଉତ୍ସବମୁଖର ହୋଇପଡିଥିଲା। ପ୍ରତିବର୍ଷ ଏଠାରେ ୩୦ହଜାରରୁ ଊଦ୍ଧର୍‌ବ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଚଳିତବର୍ଷ କରୋନା କଟକଣା…

ଦିବ୍ୟାଙ୍ଗ ପିଲାଙ୍କ ସହ ପର୍ଯ୍ୟଟନମନ୍ତ୍ରୀଙ୍କ ନୂଆବର୍ଷ

ଖଇରା, ୨।୧(ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ କଣ୍ଟାବଣିଆସ୍ଥିତ କେଶବପୁରସ୍ତମ ମାନସିକ ଅନଗ୍ରସର ବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ପିଲାଙ୍କ ସହ ନୂଆବର୍ଷ ପାଳିଛନ୍ତି ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?