ସରିଲା କୋଟିଆରେ ମତଦାନ

ପଟ୍ଟାଙ୍ଗୀ,୧୯ା୨(ଡି.ଏନ.ଏ.): ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶୁକ୍ରବାର କୋରାପୁଟ ଜିଲା ଜଲା ପଟ୍ଟାଙ୍ଗୀ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ନିର୍ବାଚନରେ କୋଟିଆ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଥିଲା। ବ୍ଲକ ଅଧୀନରେ ୨ଟି ଜିଲା ପରିଷଦ ଜୋନ ମଧ୍ୟରୁ ୧ନମ୍ବର ଜିଲା ପରିଷଦ ଜୋନର କୋଟିଆ ପଞ୍ଚାୟତ ଚର୍ଚ୍ଚାରେ ରହିଥିଲା। ଉକ୍ତ ପଞ୍ଚାୟତ ଅଧୀନରେ ଥିବା ୧୩ଟି ୱାର୍ଡର ୫୧୯୭ ଭୋଟରଙ୍କ ମଧ୍ୟରୁ ୩୯୬୬ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଥିଲେ। ଏମାନଙ୍କ ମଧ୍ୟରେ ୨୦୧୦ ମହିଳା ମତଦାତା ଓ ୧୯୫୬ ପୁରୁଷ ମତଦାତା ରହିଥିବା ଜଣାପଡିଛି। କୋଟିଆରେ ମତଦାନ ହାର ୭୬.୦୩ ପ୍ରତିଶତ ରହିଥିବା ବେଳେ ବ୍ଲକରେ ମୋଟ ମତଦାନ ହାର ୭୯.୮୫ ପ୍ରତିଶତ ରହିଛି। ଏମାନଙ୍କ ମଧ୍ୟରେ ମହିଳା ମତଦାତା ୨୮ହଜାର ୯୨୪ ଓ ପୁରୁଷ ମତଦାତା ୧୮୨୦୬ ରହିଛନ୍ତି।
କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାନ୍ତରେ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ୭ଜଣଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ନିୟୋଜିତ କରାଯାଇଥିଲା। ଉପଜିଲାପାଳ ଲଳିତ କଅଁର, ଏଡିଏମ୍‌ ରାମେଶ୍ୱର ପ୍ରଧାନ, ଜିଲା ପୋଲିସର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉତ୍କଳ କେଶରୀ ଦାଶ, ସୁନାବେଡା ଏସ୍‌ଡିପିଓ ମନୋଜ ବେହେରା ପ୍ରମୁଖ ସୁରକ୍ଷା ବ୍ୟବସ୍ଥାରେ ଥିଲେ। ସେହିପରି ବ୍ଲକର ଅନ୍ୟତମ ପଞ୍ଚାୟତ ପୁକାଲି ପଞ୍ଚାୟତର ୧୦ନଂ.ବୁଥ୍‌ରେ କେତେକ ରାଜନୈତିକ ଦଳର କର୍ମୀ ପହଞ୍ଚତ୍ ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାପ ପକାଇବାରୁ ସେଠାରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲା। ସ୍ଥିତି ନ ସୁଧୁରିବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡିଥିଲା। ବ୍ଲକର ପେଟୁରୁ ପଞ୍ଚାୟତର ୬ ନମ୍ବର ବୁଥ୍‌ରେ ଭୋଟରମାନେ ଭୋଟ ଦେବାରେ ବିଳମ୍ବ ହୋଇଥିବାରୁ ସେଠାରୁ ପୋଲିଂ ପାର୍ଟି ଖବର ଲେଖା ହେବାଯାଏ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ପାରିନାହାନ୍ତି। ଫଳରେ ସେଠାକାର ସ୍ପଷ୍ଟଚିତ୍ର ହସ୍ତଗତ ହୋଇପାରିନାହିଁ। ଅନ୍ୟପକ୍ଷରେ ବ୍ଲକର ମାଳିପୁଟ ପଞ୍ଚାୟତର ୬ନଂ ବୁଥ୍‌ ବଡାବାଲସା ଗ୍ରାମରେ ୧୦୦ ପ୍ରତିଶତ ଭୋଟର ସେମାନଙ୍କ ମତଦାନ କରିଛନ୍ତି। ସେହିପରି ୮ନଂ. ବୁଥ୍‌ ଚମ୍ପାଖେନ୍ଦାରେ ମତଦାନ ହାର ୯୩% ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri