ସରିଲା କୋଟିଆରେ ମତଦାନ

ପଟ୍ଟାଙ୍ଗୀ,୧୯ା୨(ଡି.ଏନ.ଏ.): ଦ୍ୱିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶୁକ୍ରବାର କୋରାପୁଟ ଜିଲା ଜଲା ପଟ୍ଟାଙ୍ଗୀ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଏହି ନିର୍ବାଚନରେ କୋଟିଆ ପଞ୍ଚାୟତ ଉପରେ ସମସ୍ତଙ୍କ ନଜର ରହିଥିଲା। ବ୍ଲକ ଅଧୀନରେ ୨ଟି ଜିଲା ପରିଷଦ ଜୋନ ମଧ୍ୟରୁ ୧ନମ୍ବର ଜିଲା ପରିଷଦ ଜୋନର କୋଟିଆ ପଞ୍ଚାୟତ ଚର୍ଚ୍ଚାରେ ରହିଥିଲା। ଉକ୍ତ ପଞ୍ଚାୟତ ଅଧୀନରେ ଥିବା ୧୩ଟି ୱାର୍ଡର ୫୧୯୭ ଭୋଟରଙ୍କ ମଧ୍ୟରୁ ୩୯୬୬ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଥିଲେ। ଏମାନଙ୍କ ମଧ୍ୟରେ ୨୦୧୦ ମହିଳା ମତଦାତା ଓ ୧୯୫୬ ପୁରୁଷ ମତଦାତା ରହିଥିବା ଜଣାପଡିଛି। କୋଟିଆରେ ମତଦାନ ହାର ୭୬.୦୩ ପ୍ରତିଶତ ରହିଥିବା ବେଳେ ବ୍ଲକରେ ମୋଟ ମତଦାନ ହାର ୭୯.୮୫ ପ୍ରତିଶତ ରହିଛି। ଏମାନଙ୍କ ମଧ୍ୟରେ ମହିଳା ମତଦାତା ୨୮ହଜାର ୯୨୪ ଓ ପୁରୁଷ ମତଦାତା ୧୮୨୦୬ ରହିଛନ୍ତି।
କୋଟିଆ ପଞ୍ଚାୟତ ଆନ୍ଧ୍ର ସୀମାନ୍ତରେ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ୭ଜଣଙ୍କୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ନିୟୋଜିତ କରାଯାଇଥିଲା। ଉପଜିଲାପାଳ ଲଳିତ କଅଁର, ଏଡିଏମ୍‌ ରାମେଶ୍ୱର ପ୍ରଧାନ, ଜିଲା ପୋଲିସର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉତ୍କଳ କେଶରୀ ଦାଶ, ସୁନାବେଡା ଏସ୍‌ଡିପିଓ ମନୋଜ ବେହେରା ପ୍ରମୁଖ ସୁରକ୍ଷା ବ୍ୟବସ୍ଥାରେ ଥିଲେ। ସେହିପରି ବ୍ଲକର ଅନ୍ୟତମ ପଞ୍ଚାୟତ ପୁକାଲି ପଞ୍ଚାୟତର ୧୦ନଂ.ବୁଥ୍‌ରେ କେତେକ ରାଜନୈତିକ ଦଳର କର୍ମୀ ପହଞ୍ଚତ୍ ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାପ ପକାଇବାରୁ ସେଠାରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା। ଖବର ପାଇ ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରିଥିଲା। ସ୍ଥିତି ନ ସୁଧୁରିବାରୁ ପୋଲିସକୁ ଲାଠି ଚାଳନା କରିବାକୁ ପଡିଥିଲା। ବ୍ଲକର ପେଟୁରୁ ପଞ୍ଚାୟତର ୬ ନମ୍ବର ବୁଥ୍‌ରେ ଭୋଟରମାନେ ଭୋଟ ଦେବାରେ ବିଳମ୍ବ ହୋଇଥିବାରୁ ସେଠାରୁ ପୋଲିଂ ପାର୍ଟି ଖବର ଲେଖା ହେବାଯାଏ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ପାରିନାହାନ୍ତି। ଫଳରେ ସେଠାକାର ସ୍ପଷ୍ଟଚିତ୍ର ହସ୍ତଗତ ହୋଇପାରିନାହିଁ। ଅନ୍ୟପକ୍ଷରେ ବ୍ଲକର ମାଳିପୁଟ ପଞ୍ଚାୟତର ୬ନଂ ବୁଥ୍‌ ବଡାବାଲସା ଗ୍ରାମରେ ୧୦୦ ପ୍ରତିଶତ ଭୋଟର ସେମାନଙ୍କ ମତଦାନ କରିଛନ୍ତି। ସେହିପରି ୮ନଂ. ବୁଥ୍‌ ଚମ୍ପାଖେନ୍ଦାରେ ମତଦାନ ହାର ୯୩% ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri