୨ ବୁଥ୍‌ରେ ହିଂସା, ମତଦାନ ବନ୍ଦ

ଜଗତ୍‌ସିଂହପୁର ଅଫିସ, ୧୯ା୨: ଜଗତ୍‌ସିଂହପୁର ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ସମୟରେ ହିଂସା ପୋଲିସ ଓ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ନିର୍ବାଚନ ବେଳେ ଜଗତ୍‌ସିଂହପୁର ଥାନା ପଟସରା ପଞ୍ଚାୟତ ଅନ୍ତର୍ଗତ ଢିଅପଟସରା ପ୍ରାଥମିକ ବିଦ୍ୟାଳୟ ୧ନଂ. ଓ ଢୋଲବନ୍ଧ ପ୍ରାଥମିକ ବିଦ୍ୟାଳୟର ୨ନଂ. ବୁଥ୍‌ରେ ମାରପିଟ୍‌ ହୋଇଛି। ଭଙ୍ଗାରୁଜା ସାଙ୍ଗକୁ ବାଲଟ୍‌ ପେପର ଚିରି ଦିଆଯାଇଛି। ଏପରି କି ୧ ନଂ. ବୁଥ୍‌ରୁ ଦୁର୍ବୃତ୍ତମାନେ ବାଲ୍‌ଟ ବାକ୍ସ ନେଇଯାଇଛନ୍ତି। ଗଣ୍ଡଗୋଳରେ ୨ଜଣ ଗୁରୁତର ହେବା ସହ ମୋଟ ୫ ଜଣ ଆହତ ହୋଇଛନ୍ତି । ପରିସ୍ଥିତିକୁ ଦେଖି ନିର୍ବାଚନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛିି। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଯିବ। କମିଶନଙ୍କ ନିଷ୍ପତ୍ତି ଅନୁସାରେ ପରବର୍ତ୍ତୀ ତାରିଖରେ କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ କରାଯିବ ବୋଲି ଅତିରିକ୍ତ ଜିଲାପାଳ (ପ୍ରଶାସନ) ସଚ୍ଚିଦାନନ୍ଦ ସାହୁ ସୂଚନା ଦେଇଛନ୍ତି।
ପୂର୍ବ ନିଷ୍ପତ୍ତି ଅନୁଯାୟୀ, ସକାଳ ୭ଟାରୁ ଢ଼ୋଲବନ୍ଧ ପ୍ରାଥମିକ ବିଦ୍ୟାଳୟ ୨ନଂ. ବୁଥରେ ନିର୍ବାଚନ ଆରମ୍ଭ ହୋଇଥିଲା। ପ୍ରଥମେ ସବୁକିଛି ଠିକଠାକ୍‌ ଚାଲିଥିଲା। ଏହାର ଅଧ ଘଣ୍ଟା ପରେ ପରିସ୍ଥିତି ବିଗିଡ଼ି ଯାଇଥିଲା। ଏ ସମ୍ପର୍କରେ ପ୍ରିଜାଇଡିଂ ଅଫିସର ତ୍ରିଲୋଚନା ସ୍ବାଇଁ ଓ ପ୍ରଥମ ପୋଲିଂ ଅଧିକାରୀ ଦେବେନ୍ଦ୍ର ପଣ୍ଡା କହିଛନ୍ତି, ସକାଳ ପ୍ରାୟ ୭ଟା୩୫ରେ ହଠାତ୍‌ ୨୦ରୁ ୨୫ ଜଣ ହାତରେ ରଡ, ଶାବଳ ଆଦି ମାରଣାସ୍ତ୍ର ଧରି ବୁଥ୍‌ ମୁହାଁ ହେବା ସେମାନେ ଦେଖିଥିଲେ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ସେମାନେ ମତଦାନ ସ୍ଥଗିତ ରଖିବା ସହ ଭିତରପଟୁ କବାଟ ବନ୍ଦ କରି ଦେଇଥିଲେ। କିନ୍ତୁ ଆକ୍ରମଣକାରୀମାନେ କବାଟ ତାଡିବା ପାଇଁ ବଳ ପ୍ରୟୋଗ କରିବାରୁ ସେମାନେ ବାଧ୍ୟହୋଇ କବାଟ ଖୋଲି ଦେଇଥିଲେ। ତା’ପରେ ଆକ୍ରମଣକାରୀମାନେ ସେମାନଙ୍କ ସାମ୍‌ନାରେ ଯାହା ପଡିଥିଲା ବାଡେଇ ଭାଙ୍ଗି ଦେଇଥିଲେ। ବୁଥ୍‌ରେ ୨୪୫ ଜଣ ଭୋଟର ଥିବାବେଳେ ସେମାନଙ୍କ ମଧ୍ୟରୁ ବାକ୍ସରେ ୩୩ ଜଣଙ୍କ ବାଲଟ୍‌ ପଡ଼ିଥିଲା। ଅଭିଯୁକ୍ତମାନେ ଶେଷରେ ବାଲଟ୍‌ ବାକ୍ସ ନେଇ ପଳାଇଯାଇଥିଲେ। ଏହି ସମୟରେ ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସୌଭାଗ୍ୟବଶତଃ ଦୁର୍ବୃତ୍ତମାନଙ୍କ କବଳରୁ ସେମାନେ ବର୍ତ୍ତି ଯାଇଥିଲେ। ଅବଶିଷ୍ଟ ବାଲଟ୍‌ ଓ ଅନ୍ୟ କାଗଜପତ୍ର ସୁରକ୍ଷିତ ଅଛି ବୋଲି ପ୍ରିଜାଇଡିଂ ଅଫିସର ସ୍ବାଇଁ କହିଛନ୍ତି। ଏହି ଗଣ୍ଡଗୋଳରେ ୨ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏମାନଙ୍କୁ ମିଶାଇ ଉଭୟ ପକ୍ଷର ୫ ଜଣ ଆହତ ହୋଇଥିବା କୁହାଯାଇଛି। ଗଣ୍ଡଗୋଳର କାରଣ ସ୍ପଷ୍ଟ ହୋଇ ନ ଥିଲେ ସୁଦ୍ଧା ଗୋଟିଏ ରାଜନୈତିକ ଦଳ ସମର୍ଥିତ ୨ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ସେହିପରି ଢ଼ଇପଟସରା ୧ନଂ. ବୁଥ୍‌ରେ ମଧ୍ୟ ଉପରୋକ୍ତ ଅଭିଯୁକ୍ତମାନେ ଗଣ୍ଡଗୋଳ କରିଥିଲେ। ଏ ସମ୍ପର୍କରେ ପ୍ରିଜାଇଡିଂ ଅଫିସର ଅଶୋକ କୁମାର କୁଣ୍ଡୁ କହିଛନ୍ତି, ବୁଥ୍‌ରେ ୨୧୧ ଜଣ ଭୋଟର ଅଛନ୍ତି। ସକାଳ ପ୍ରାୟ ୮ଟା ସୁଦ୍ଧା ୨୪ ଜଣ ଭୋଟ ଦେଇଥିଲେ। ତା’ପରେ ଆକ୍ରମଣକାରୀମାନେ ପହଞ୍ଚତ୍ ତାଙ୍କ ସହ ଅନ୍ୟମାନଙ୍କୁ ମାଡ ମାରିଥିଲେ। ବାଲାଟ ବାକ୍ସ ବାଡେଇ ଚେପା କରି ଦେଇଥିଲେ। କିଛି ବାଲଟ ସହ ଅନ୍ୟ କାଗଜପତ୍ର ଚିରି ଦେଇଥିଲେ। ଜଣେ ବ୍ୟକ୍ତି ଏଜେଣ୍ଟ ବୋଲି ପରିଚୟ ଦେଇ ବିଳମ୍ବରେ ପହଞ୍ଚତ୍ ବାଲଟ ବାକ୍ସ ଖୋଲିବା ପାଇଁ ବାଧ୍ୟ କରିଥିଲେ। ଯେହେତୁ ୬ଟା୩୦ ସୁଦ୍ଧା ପ୍ରାର୍ଥୀଙ୍କ ଏଜେଣ୍ଟମାନେ ଉପସ୍ଥିତ ରହିବା କଥା ଏବଂ ସମ୍ପୃକ୍ତ ବ୍ୟକ୍ତି ପହଞ୍ଚତ୍ ନ ଥିବାରୁ ଅନ୍ୟମାନଙ୍କ ଉପସ୍ଥିତିରେ ବାକ୍ସ ସିଲ୍‌ କରି ଦିଆଯାଇଥିଲା। କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଏଥିରେ ପ୍ରତିକ୍ରିୟାଶୀଳ ହୋଇ ପାଟିତୁଣ୍ଡ କରିଥିଲେ। ତା’ପରେ ତାଙ୍କର ଅନ୍ୟ ସହଯୋଗୀମାନେ ପହଞ୍ଚତ୍ ଗଣ୍ଡଗୋଳ କରିଥିଲେ ବୋଲି ପ୍ରିଜାଇଡିଂ ଅଫିସର କୁଣ୍ଡୁ କହିଛନ୍ତି। ଏହାପରେ ଘଟଣାସ୍ଥଳରେ ଏସ୍‌ପି ଅଖିଳେଶ୍ୱର ସିଂ, ଅତିରିକ୍ତ ଜିଲାପାଳ ସାହୁ, ଜଗତ୍‌ସିଂହପୁର ତହସିଲଦାର, ବିଡିଓ, ବରିଷ୍ଠ ପୋଲିସ ଅଧିକାରୀମାନେ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ଘରେ ପଶିଲା ପାଣି: ଡ୍ରେନ ସଫେଇ ଦାବିରେ ରାସ୍ତାରୋକୋ

ବଲାଙ୍ଗୀର ଅଫିସ, ୬ା୯: ବଲାଙ୍ଗୀର ସହରରେ ଶୁକ୍ରବାର ସକାଳ ୮ଟାରୁ ପ୍ରାୟ ୨ ଘଣ୍ଟାର ପ୍ରବଳ ବର୍ଷାରେ ଅନେକ ଅଞ୍ଚଳରେ ପୁଣି ଥରେ ବନ୍ୟା ଭ୍ରମ...

ବିବାହକୁ ୪ ମାସ ନ ପୁରୁଣୁ ସ୍ତ୍ରୀଙ୍କୁ ହତ୍ୟା, ଆସିଲା କୋର୍ଟଙ୍କ ରାୟ

ବୌଦ୍ଧ,୧୪ା୧(ସ୍ବ.ପ୍ର.): ବୌଦ୍ଧ ଜିଲା ଦୌରାଜଜ୍‌ ବିକ୍ରମ କୁମାର ପ୍ରଧାନ ଏକ ଯୌତୁକ ଜନିତ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧୦ ବର୍ଷ କାରାଦଣ୍ଡାଦେଶ...

ଶନିବାର ଦାରିଙ୍ଗବାଡି ଗସ୍ତ କରିବେ ୫ଟି ସଚିବ

ଦାରିଙ୍ଗବାଡି,୧୬।୬(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ପ୍ରଥମଥର ପାଇଁ ୫ଟିି ସଚିବ ଭି.କେ ପାଣ୍ଡିଆନ ଶନିବାର ଗସ୍ତ କରିବେ। ସେଠାରେ ପହଞ୍ଚି ପ୍ରଥମେ ମହିଳା...

୧ନଂ. ପ୍ଲାଟଫର୍ମରେ ରହୁନି ଟ୍ରେନ, ଯାତ୍ରୀ ହଇରାଣ

କୋରାପୁଟ,୩ା୪(ସ୍ବ.ପ୍ର.): କୋରାପୁଟ ରେଲୱେ ଷ୍ଟେସନ ଜିଲାର ଏକ ପ୍ରମୁଖ ରେଳ ଷ୍ଟେସନ। ବିଶେଷ କରି ଏଠାରୁ କୋରାପୁଟ, ମାଲକାନାଗରି, ନବରଙ୍ଗପୁର ଜିଲାର ବହୁ ସଂଖ୍ୟାରେ ଯାତ୍ରୀ...

୪ କିଲୋ କାଟିବା ପାଇଁ ମିଲର୍ସଙ୍କ ଧମକ

କୁତ୍ରା,୧୭।୨(ଡି.ଏନ୍‌.ଏ.): ଧାନମଣ୍ଡିରେ ଏବର୍ଷ କଟ୍‌ନୀଛଟ୍‌ନୀ ସମ୍ପୂର୍ଣ୍ଣ ମାତ୍ରାରେ ବନ୍ଦ କରିବା ପାଇଁ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଦୃଢୋକ୍ତି ପ୍ରକାଶ...

ଦିନକ ପରେ ଅକ୍ଷୟ ତୃତୀୟା, ହେଲେ ୩ ତାରିଖ ପର୍ଯ୍ୟନ୍ତ ରଥ ନିର୍ମାଣ ସମ୍ଭବ ନୁହେଁ: ଗଜପତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁକ୍ରବାର ଖବରଦାତା ସମ୍ମିଳନୀ ଜରିଆରେ ମନ୍ତବ୍ୟ ରଖିଛନ୍ତି।  ସେ କହିଛନ୍ତି, ଶ୍ରୀମନ୍ଦିର...

ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ...

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର, ୧୫।୮(ବ୍ୟୁରୋ): ଆସନ୍ତା ୧୯ ଅଗଷ୍ଟ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର...

Advertisement
Archives

Model This Week