କଂଗ୍ରେସ, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା ଅଫିସ, ୧୯ା୨: କେନ୍ଦ୍ରାପଡ଼ା ବ୍ଲକର ୭ ନଂ. ଜିଲା ପରିଷଦ ଜୋନ୍‌ରେ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କଲେଣି। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ଜୋନ୍‌ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଦଳୀୟ ଅସନ୍ତୋଷ ଭୋଟ ବିଭାଜନର କାରଣ ହେଲେ ଭାଜପାକୁ ଫାଇଦା ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୋନ୍‌ ଅନ୍ତର୍ଗତ ବାରୋ ପଞ୍ଚାୟତର ୨୧ ୱାର୍ଡରେ ୬୮୧୬ ଭୋଟର ଅଛନ୍ତି। ସେହିପରି ଚନ୍ଦନପୁର ପଞ୍ଚାୟତର ୧୪ ୱାର୍ଡରେ ୬୨୨୧, ଗାଙ୍ଗପଡାର ୧୫ ୱାର୍ଡରେ ୪୯୦୦, ପଳସିଙ୍ଗାର ୧୨ ୱାର୍ଡରେ ୪୧୫୮, ସାନମାଣତିଆର ୧୨ ୱାର୍ଡରେ ୩୯୪୬ ଓ କେଶପୁର ପଞ୍ଚାୟତର ୧୧ ୱାର୍ଡରେ ଥିବା ୩୧୭୪ ଭୋଟର ଚଳିତ ଥର ମତଦାନ କରିବେ। ମହିଳାଙ୍କ ପାଇଁ ସଂରକ୍ଷିତ ଏହି ଜୋନରେ ବିଜେଡିରୁ ମଧୁଛନ୍ଦା ମହାନ୍ତି, ଭାଜପାରୁ ସଂଘମିତ୍ରା ମଳିକ, କଂଗ୍ରେସରୁ ସୁଜାତା ଦାସ ପ୍ରାର୍ଥୀ ଅଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ଅମରବର ବିଶ୍ୱାଳ, ମୀର ଅବୁ ଓବେଦା, ବିଜୟ କୁମାର ପରିଡା ପ୍ରମୁଖ କହିଛନ୍ତି, ଏହି ଜୋନ୍‌ରୁ ଜିତିଥିବା ବିଜେଡି ପ୍ରାର୍ଥୀ ମାନସ କୁମାର ପରିଡା ପରବର୍ତ୍ତୀ ସମୟରେ ପରିଷଦର ଅଧ୍ୟକ୍ଷ ପଦ ହାତେଇଥିଲେ। ସେହିପରି କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତିଙ୍କ ଭାଉଜ ମଧୁଛନ୍ଦା ଚଳିତ ଥର ପ୍ରାର୍ଥୀ ହୋଇଛନ୍ତି। ବିଜେଡି ପାଇଁ ଏହି ଜୋନ୍‌ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ଏଠାରୁ ସ୍ବାଧୀନତା ସଂଗ୍ରାମୀ ଦେଶବନ୍ଧୁ ଦାସଙ୍କ ବୋହୂ ସୁଜାତାଙ୍କୁ ପ୍ରାର୍ଥୀ କରିଛି। ପରିବାରର ରାଜନୈତିକ ଅଭିଜ୍ଞତା ଓ ସ୍ବାଧୀନତା ସଂଗ୍ରାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିସହ ଆଞ୍ଚଳିକ ସମସ୍ୟା ସହ ଦଳୀୟ କନ୍ଦଳ ଏହି ଜୋନ୍‌ର ଭୋଟ ଫଳାଫଳକୁ ପ୍ରଭାବିତ କରିବ। କେନ୍ଦ୍ରାପଡ଼ା ବ୍ଲକର ଉତ୍ତରପାର୍ଶ୍ୱରେ ଥିବା ଏହି ଜୋନ୍‌ ବିଭିନ୍ନ ସମସ୍ୟା ମଧ୍ୟରେ ଛନ୍ଦି ହୋଇଛି। ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ, ରାସ୍ତା, କ୍ଷେତକୁ ଜଳ ପରିଚାଳନା ସମସ୍ୟା ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରିଷଦ ଅଧ୍ୟକ୍ଷ ପଦ ବିଜେଡି ପ୍ରାର୍ଥୀଙ୍କୁ ଯାଇଥିଲେ ମଧ୍ୟ ତୃଣମୂଳସ୍ତରର ଉନ୍ନୟନ ଯୋଜନା ପ୍ରତି ଗ୍ରାମରେ ପହଞ୍ଚତ୍ ପାରିନାହିଁ। କ୍ଷେତକୁ ଜଳ ପରିଚାଳନା ସ୍ଥାନୀୟ କୃଷିଜୀବୀଙ୍କ ମୁଖ୍ୟ ପ୍ରସଙ୍ଗ ହୋଇଛି। ବିଭିନ୍ନ ପାଟ ଜମିରୁ ଜଳ ନିଷ୍କାସନ ସମ୍ପର୍କରେ ପ୍ରାର୍ଥୀଙ୍କ ପାଇଁ ପ୍ରଶ୍ନ ହୋଇଛି। ତେବେ ଅଭିଜ୍ଞତାସମ୍ପନ୍ନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହାନ୍ତି ଲୋକ ସମ୍ପର୍କକୁ ଆୟୁଧ କରିଛନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଦାସ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ହୋଇଥିବାରୁ ଭୋଟରଙ୍କ ଭଲ ନଜରରେ ଅଛନ୍ତି। ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସ୍ନାତକଧାରୀ ହୋଇଥିବା ବେଳେ ଭାଜପା ଏଠାରେ ମାଟ୍ରିକ ପାସ୍‌ କରିଥିବା ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି। ଭାଜପା ପାଇଁ ପ୍ରତିପକ୍ଷଙ୍କ ଦଳୀୟ କନ୍ଦଳ ଭୋଟ ସଂଗ୍ରହକୁ ପ୍ରଭାବିତ କରିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଭୋଟର କେଉଁ ପ୍ରାର୍ଥୀଙ୍କ ନିଜର ମୂଲ୍ୟବାନ ଭୋଟ ଦେଇ ଜୟଯୁକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?