କଂଗ୍ରେସ, ବିଜେଡି ପାଇଁ ସମ୍ମାନର ପ୍ରଶ୍ନ

କେନ୍ଦ୍ରାପଡ଼ା ଅଫିସ, ୧୯ା୨: କେନ୍ଦ୍ରାପଡ଼ା ବ୍ଲକର ୭ ନଂ. ଜିଲା ପରିଷଦ ଜୋନ୍‌ରେ ଆସନ୍ତା ୨୨ ତାରିଖରେ ନିର୍ବାଚନ ହେବ। ଏଥିପାଇଁ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କଲେଣି। କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀର ଏହି ଜୋନ୍‌ ଉଭୟ ବିଜେଡି ଓ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଦଳୀୟ ଅସନ୍ତୋଷ ଭୋଟ ବିଭାଜନର କାରଣ ହେଲେ ଭାଜପାକୁ ଫାଇଦା ଦେଇପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି। ଜୋନ୍‌ ଅନ୍ତର୍ଗତ ବାରୋ ପଞ୍ଚାୟତର ୨୧ ୱାର୍ଡରେ ୬୮୧୬ ଭୋଟର ଅଛନ୍ତି। ସେହିପରି ଚନ୍ଦନପୁର ପଞ୍ଚାୟତର ୧୪ ୱାର୍ଡରେ ୬୨୨୧, ଗାଙ୍ଗପଡାର ୧୫ ୱାର୍ଡରେ ୪୯୦୦, ପଳସିଙ୍ଗାର ୧୨ ୱାର୍ଡରେ ୪୧୫୮, ସାନମାଣତିଆର ୧୨ ୱାର୍ଡରେ ୩୯୪୬ ଓ କେଶପୁର ପଞ୍ଚାୟତର ୧୧ ୱାର୍ଡରେ ଥିବା ୩୧୭୪ ଭୋଟର ଚଳିତ ଥର ମତଦାନ କରିବେ। ମହିଳାଙ୍କ ପାଇଁ ସଂରକ୍ଷିତ ଏହି ଜୋନରେ ବିଜେଡିରୁ ମଧୁଛନ୍ଦା ମହାନ୍ତି, ଭାଜପାରୁ ସଂଘମିତ୍ରା ମଳିକ, କଂଗ୍ରେସରୁ ସୁଜାତା ଦାସ ପ୍ରାର୍ଥୀ ଅଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରାଜନୈତିକ ବିଶେଷଜ୍ଞ ଅମରବର ବିଶ୍ୱାଳ, ମୀର ଅବୁ ଓବେଦା, ବିଜୟ କୁମାର ପରିଡା ପ୍ରମୁଖ କହିଛନ୍ତି, ଏହି ଜୋନ୍‌ରୁ ଜିତିଥିବା ବିଜେଡି ପ୍ରାର୍ଥୀ ମାନସ କୁମାର ପରିଡା ପରବର୍ତ୍ତୀ ସମୟରେ ପରିଷଦର ଅଧ୍ୟକ୍ଷ ପଦ ହାତେଇଥିଲେ। ସେହିପରି କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତିଙ୍କ ଭାଉଜ ମଧୁଛନ୍ଦା ଚଳିତ ଥର ପ୍ରାର୍ଥୀ ହୋଇଛନ୍ତି। ବିଜେଡି ପାଇଁ ଏହି ଜୋନ୍‌ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ କଂଗ୍ରେସ ଏଠାରୁ ସ୍ବାଧୀନତା ସଂଗ୍ରାମୀ ଦେଶବନ୍ଧୁ ଦାସଙ୍କ ବୋହୂ ସୁଜାତାଙ୍କୁ ପ୍ରାର୍ଥୀ କରିଛି। ପରିବାରର ରାଜନୈତିକ ଅଭିଜ୍ଞତା ଓ ସ୍ବାଧୀନତା ସଂଗ୍ରାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିସହ ଆଞ୍ଚଳିକ ସମସ୍ୟା ସହ ଦଳୀୟ କନ୍ଦଳ ଏହି ଜୋନ୍‌ର ଭୋଟ ଫଳାଫଳକୁ ପ୍ରଭାବିତ କରିବ। କେନ୍ଦ୍ରାପଡ଼ା ବ୍ଲକର ଉତ୍ତରପାର୍ଶ୍ୱରେ ଥିବା ଏହି ଜୋନ୍‌ ବିଭିନ୍ନ ସମସ୍ୟା ମଧ୍ୟରେ ଛନ୍ଦି ହୋଇଛି। ପ୍ରତ୍ୟେକ ପଞ୍ଚାୟତରେ ପାନୀୟ ଜଳ, ରାସ୍ତା, କ୍ଷେତକୁ ଜଳ ପରିଚାଳନା ସମସ୍ୟା ରହିଛି। ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପରିଷଦ ଅଧ୍ୟକ୍ଷ ପଦ ବିଜେଡି ପ୍ରାର୍ଥୀଙ୍କୁ ଯାଇଥିଲେ ମଧ୍ୟ ତୃଣମୂଳସ୍ତରର ଉନ୍ନୟନ ଯୋଜନା ପ୍ରତି ଗ୍ରାମରେ ପହଞ୍ଚତ୍ ପାରିନାହିଁ। କ୍ଷେତକୁ ଜଳ ପରିଚାଳନା ସ୍ଥାନୀୟ କୃଷିଜୀବୀଙ୍କ ମୁଖ୍ୟ ପ୍ରସଙ୍ଗ ହୋଇଛି। ବିଭିନ୍ନ ପାଟ ଜମିରୁ ଜଳ ନିଷ୍କାସନ ସମ୍ପର୍କରେ ପ୍ରାର୍ଥୀଙ୍କ ପାଇଁ ପ୍ରଶ୍ନ ହୋଇଛି। ତେବେ ଅଭିଜ୍ଞତାସମ୍ପନ୍ନ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମହାନ୍ତି ଲୋକ ସମ୍ପର୍କକୁ ଆୟୁଧ କରିଛନ୍ତି। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ଦାସ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ହୋଇଥିବାରୁ ଭୋଟରଙ୍କ ଭଲ ନଜରରେ ଅଛନ୍ତି। ଉଭୟ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସ୍ନାତକଧାରୀ ହୋଇଥିବା ବେଳେ ଭାଜପା ଏଠାରେ ମାଟ୍ରିକ ପାସ୍‌ କରିଥିବା ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛି। ଭାଜପା ପାଇଁ ପ୍ରତିପକ୍ଷଙ୍କ ଦଳୀୟ କନ୍ଦଳ ଭୋଟ ସଂଗ୍ରହକୁ ପ୍ରଭାବିତ କରିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଭୋଟର କେଉଁ ପ୍ରାର୍ଥୀଙ୍କ ନିଜର ମୂଲ୍ୟବାନ ଭୋଟ ଦେଇ ଜୟଯୁକ୍ତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri