ଜଗତ୍‌ସିଂହପୁର ବ୍ଲକରେ ୭୮.୯୨% ମତଦାନ

ଜଗତ୍‌ସିଂହପୁର ଅଫିସ, ୧୯ା୨: ୨ୟ ପର୍ଯ୍ୟାୟ ନିର୍ବାଚନରେ ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳର ୪ଟି ଜିଲା ପରିଷଦ ଜୋନ ପାଇଁ ଶୁକ୍ରବାର ମତଦାନ ହୋଇଛି। ଏହି ଅବସରରେ ୭୮.୯୨% ମତଦାନ ହୋଇଛି। ସେଥିମଧ୍ୟରୁ ୧ନଂ.ରେ ସର୍ବାଧିକ ୮୧.୯୫%, ୨ନଂ.ରେ ୭୮.୭୯%, ୩ନଂ.ରେ ୭୭.୭୭% ଓ ୪ନଂ. ଜୋନରେ ସର୍ବନିମ୍ନ ୭୬.୭୨% ମତଦାନ ହୋଇଛି। ଭୋଟ ସମୟରେ କେତେକ ସ୍ଥାନରେ ଉତ୍ତେଜନା ସାଙ୍ଗକୁ ବିଳମ୍ବ ହୋଇଥିଲା। ପଟସରା ପଞ୍ଚାୟତର ୨ଟି ବୁଥରେ ଗଣ୍ଡଗୋଳ କାରଣରୁ ନିର୍ବାଚନ ସ୍ଥଗିତ ରଖାଯାଇଛି । ଅଳସୁଧା ପଞ୍ଚାୟତର ଗୋଟିଏ ବୁଥରେ ମତଦାନ ପରେ ଲୋକେ ପୋଲିଂ ଦଳକୁ ପ୍ରଥମେ ଛାଡି ନ ଥିଲେ । ପରେ ପ୍ରଶାସନିକ ହସ୍ତକ୍ଷେପ ଯୋଗୁ ଛାଡିଥିଲେ । ଓଡ଼ିଶୋ ପଞ୍ଚାୟତ କେଳାସାହିର ଲୋକେ ଭୋଟ ବର୍ଜନ କରିଛନ୍ତି। ଏହି ପର୍ଯ୍ୟାୟରେ ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ୩୦ଟି ପଞ୍ଚାୟତର ୧୦୭୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ବାଲଟ ବକ୍ସରେ ସିଲ୍‌ ହୋଇଯାଇଛି । ସେମାନଙ୍କ ମଧ୍ୟରୁ ୧୬ଜଣ ଜିଲା ପରିଷଦ ପ୍ରାର୍ଥୀ, ୧୧୫ ସରପଞ୍ଚ, ୯୮ ସମିତି ସଭ୍ୟ ଓ ୮୬୮ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଛନ୍ତି। ଭୋଟ ସମୟରେ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ପାରୁଲ ପଟୱାରୀ କିଛି ବୁଥ ପରିଦର୍ଶନ କରି ବ୍ୟବସ୍ଥାର ତଦାରଖ କରିଥିଲେ । ମତଦାନ ସରିବା ପରେ ପୋଲିଂ କର୍ମଚାରୀମାନେ ବାଲଟ ବକ୍ସ ସହ ନିର୍ବାଚନ ସାମଗ୍ରୀ ଧରି ସ୍ଥାନୀୟ ଏସ୍‌ଭିଏମ୍‌ ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ପହଞ୍ଚତ୍ଥିଲେ। ଅତିରିକ୍ତ ଜିଲାପାଳ (ପ୍ରଶାସନ) ସଚ୍ଚିଦାନନ୍ଦ ସାହୁ, ଜଗତ୍‌ସିଂହପୁର ବିଡିଓ ଓ ତହସିଲଦାର ପ୍ରମୁଖ ନିୟୋଜିତ ପୋଲିଂ କର୍ମଚାରୀଙ୍କୁ ବୁଥ୍‌ରେ ପହଞ୍ଚାଇବାରେ ସହଯୋଗ କରିଥିଲେ।
ଏ ସମ୍ପର୍କରେ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକର ୪୮୭ଟି ୱାର୍ଡରେ ୧,୨୦,୬୭୪ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ ପାଇଁ ସୁଯୋଗ ଥିଲା । ତେବେ ୧୪୬୧ ଜଣ ପୋଲିଂ ଅଧିକାରୀ, ୪୮୭ ଜଣ ପୋଲିସ କର୍ମଚାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଜଗତ୍‌ସିଂହପୁର ବ୍ଲକ ଅଞ୍ଚଳରେ ୧୧୨ଟି ମହିଳା ପୋଲିଂ ବୁଥ ସମେତ ମଧୁସୂଦନପୁରସ୍ଥିତ ଜଗନ୍ନାଥ ହାଇସ୍କୁଲ ପରିସରରେ ଆଦର୍ଶ ମହିଳା ବୁଥ କରାଯାଇଥିଲା। ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ୩୦ଟି ମୋବାଇଲ ଦଳ ପାଟ୍ରୋଲିଂ କାର୍ଯ୍ୟରେ ନିୟୋଜିତ ଥିଲେ। ଗଣତି ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ କରାଯିବ। ୨୬ରେ ୧ନଂ. ଜୋନ, ୨୭ରେ ୨ନଂ. ଓ ୨୮ରେ ୩ ଓ ୪ନଂ. ଜୋନର ଗଣତି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?