ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଉତ୍ତେଜନା

ସମ୍ବଲପୁର,୧୯ା୨(ବ୍ୟୁରୋ): ସମ୍ବଲପୁର ଜିଲାର ମାନେଶ୍ୱର ଓ ନାକଟିଦେଉଳ ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶେଷ ହୋଇଛି। ମାନେଶ୍ୱର ବ୍ଲକ ସାହସପୁର ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ୧ଟା ପରେ ଶତାଧିକ ଭୋଟର କେନ୍ଦ୍ର ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୋଲିସ ବଳପୂର୍ବକ ସେମାନଙ୍କୁ ଭୋଟ କେନ୍ଦ୍ର ସମ୍ମୁଖରୁ ହଟାଇଥିଲା। ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ଓ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚତ୍ଥିଲେ ମଧ୍ୟ ଭୋଟରମାନେ ସେମାନଙ୍କ ଆଗରେ ଅସନ୍ତୋଷ ଜାହିର କରିଥିଲେ। ପରେ ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ ପହଞ୍ଚତ୍ ସେମାନଙ୍କ ସହ ଆଲୋଚନା କରିଥିଲେ।
ଭୋଟରମାନେ ଅଭିଯୋଗ କରିଥିଲେ, ସକାଳୁ ଆସିଥିଲେ ମଧ୍ୟ ଭୋଟ୍‌ କେନ୍ଦ୍ର ଭିତରେ ଜାଗା ନ ଥିବାରୁ ବାହାରେ ଛିଡା ହୋଇ ହଇରାଣ ହେବାକୁ ପଡିଛି। ଗୋଟିଏ ବୁଥ୍‌ରେ ପ୍ରାୟ ୭୪୬ ଭୋଟର ଥିବାରୁ ମତଦାନରେ ବିଳମ୍ବ ହୋଇଥିଲା। ପୁଣି ବୃଦ୍ଧ, ଦିବ୍ୟାଙ୍ଗମାନଙ୍କ ପାଇଁ କୌଣସି ସୁବିଧା କରାଯାଇ ନ ଥିଲା। ସେମାନଙ୍କୁ ବାହାରେ ଧାଡିରେ ଛିଡା ହେବାକୁ ପଡିଥିଲା। ଏପରିସ୍ଥଳେ ଅପରାହ୍ନ ୧ଟାରେ ଗେଟ୍‌ ବନ୍ଦ କରି ଭିରତକୁ ଯିବାକୁ ଦେଇ ନ ଥିଲେ ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଭିତରେ ଯେଉଁମାନେ ଅଛନ୍ତି ସେମାନେ ଭୋଟ ଦେଇପାରିବେ ବୋଲି କୁହାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଦୁର୍ବୃତ୍ତମାନେ ଜାଣିଶୁଣି ସମୟସୀମା ଅତିକ୍ରମ ପରେ ଭିତରକୁ ପ୍ରବେଶ କରିବାକୁ ଯୋଜନା କରୁଥିଲେ। ତେଣୁ ବୁଥ୍‌ କ୍ୟାପଚରିଂ କିମ୍ବା ଭିତରେ ଜୋର ଜବରଦସ୍ତି ଭୋଟ ଦେବାକୁ ଯୋଜନା କରୁଥିଲେ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି, ବଳପୂର୍ବକ କେତେଜଣ ଯୁବକ ଭୋଟ କେନ୍ଦ୍ର ଭିତରକୁ ପ୍ରବେଶ କରୁଥିଲେ। ସମୟ ଶେଷ ହେବା ପରେ ସେମାନେ କେନ୍ଦ୍ର ଭିତରକୁ ଆସି ଗଣ୍ଡଗୋଳ କରିବାକୁ ପ୍ରାୟାସ କରୁଥିଲେ। ତେଣୁ ଗେଟ ବାହାରୁ ସେମାନଙ୍କୁ ପ୍ରବେଶ କରିଦିଆଗଲା ନାହିଁ । କେଉଁ କାରଣରୁ ସେମାନେ ଏଭଳି କଲେ ତାହା ତଦନ୍ତ କରାଯାଉଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri