ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା, ଉତ୍ତେଜନା

ସମ୍ବଲପୁର,୧୯ା୨(ବ୍ୟୁରୋ): ସମ୍ବଲପୁର ଜିଲାର ମାନେଶ୍ୱର ଓ ନାକଟିଦେଉଳ ବ୍ଲକରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶେଷ ହୋଇଛି। ମାନେଶ୍ୱର ବ୍ଲକ ସାହସପୁର ଭୋଟ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଅପରାହ୍ନ ୧ଟା ପରେ ଶତାଧିକ ଭୋଟର କେନ୍ଦ୍ର ଭିତରକୁ ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୋଲିସ ବଳପୂର୍ବକ ସେମାନଙ୍କୁ ଭୋଟ କେନ୍ଦ୍ର ସମ୍ମୁଖରୁ ହଟାଇଥିଲା। ଅତିରିକ୍ତ ଏସ୍‌ପି ତପନ କୁମାର ମହାନ୍ତି ଓ ଅନ୍ୟ ପୋଲିସ ଅଧିକାରୀ ପହଞ୍ଚତ୍ଥିଲେ ମଧ୍ୟ ଭୋଟରମାନେ ସେମାନଙ୍କ ଆଗରେ ଅସନ୍ତୋଷ ଜାହିର କରିଥିଲେ। ପରେ ମହାନଗର ନିଗମ କମିଶନର ପ୍ରଦୀପ କୁମାର ସାହୁ ପହଞ୍ଚତ୍ ସେମାନଙ୍କ ସହ ଆଲୋଚନା କରିଥିଲେ।
ଭୋଟରମାନେ ଅଭିଯୋଗ କରିଥିଲେ, ସକାଳୁ ଆସିଥିଲେ ମଧ୍ୟ ଭୋଟ୍‌ କେନ୍ଦ୍ର ଭିତରେ ଜାଗା ନ ଥିବାରୁ ବାହାରେ ଛିଡା ହୋଇ ହଇରାଣ ହେବାକୁ ପଡିଛି। ଗୋଟିଏ ବୁଥ୍‌ରେ ପ୍ରାୟ ୭୪୬ ଭୋଟର ଥିବାରୁ ମତଦାନରେ ବିଳମ୍ବ ହୋଇଥିଲା। ପୁଣି ବୃଦ୍ଧ, ଦିବ୍ୟାଙ୍ଗମାନଙ୍କ ପାଇଁ କୌଣସି ସୁବିଧା କରାଯାଇ ନ ଥିଲା। ସେମାନଙ୍କୁ ବାହାରେ ଧାଡିରେ ଛିଡା ହେବାକୁ ପଡିଥିଲା। ଏପରିସ୍ଥଳେ ଅପରାହ୍ନ ୧ଟାରେ ଗେଟ୍‌ ବନ୍ଦ କରି ଭିରତକୁ ଯିବାକୁ ଦେଇ ନ ଥିଲେ ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ଭିତରେ ଯେଉଁମାନେ ଅଛନ୍ତି ସେମାନେ ଭୋଟ ଦେଇପାରିବେ ବୋଲି କୁହାଯିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଅନ୍ୟପଟେ ଦୁର୍ବୃତ୍ତମାନେ ଜାଣିଶୁଣି ସମୟସୀମା ଅତିକ୍ରମ ପରେ ଭିତରକୁ ପ୍ରବେଶ କରିବାକୁ ଯୋଜନା କରୁଥିଲେ। ତେଣୁ ବୁଥ୍‌ କ୍ୟାପଚରିଂ କିମ୍ବା ଭିତରେ ଜୋର ଜବରଦସ୍ତି ଭୋଟ ଦେବାକୁ ଯୋଜନା କରୁଥିଲେ ବୋଲି ଆଲୋଚନା ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଏସ୍‌ପି ମହାନ୍ତି କହିଛନ୍ତି, ବଳପୂର୍ବକ କେତେଜଣ ଯୁବକ ଭୋଟ କେନ୍ଦ୍ର ଭିତରକୁ ପ୍ରବେଶ କରୁଥିଲେ। ସମୟ ଶେଷ ହେବା ପରେ ସେମାନେ କେନ୍ଦ୍ର ଭିତରକୁ ଆସି ଗଣ୍ଡଗୋଳ କରିବାକୁ ପ୍ରାୟାସ କରୁଥିଲେ। ତେଣୁ ଗେଟ ବାହାରୁ ସେମାନଙ୍କୁ ପ୍ରବେଶ କରିଦିଆଗଲା ନାହିଁ । କେଉଁ କାରଣରୁ ସେମାନେ ଏଭଳି କଲେ ତାହା ତଦନ୍ତ କରାଯାଉଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?