ଡଗ୍‌ ସ୍କ୍ବାଡ୍‌ କେ-୯ରେ ୫ ବେଲ୍‌ଜିଆନ ମାଲିନୋଇସ

କଟକ ଅଫିସ,୧୯ା୨: ବେଲ୍‌ଜିଆନ ମାଲିନୋଇସ ପ୍ରଜାତିର ୫ କୁକୁର ଶୁକ୍ରବାର ଓଡ଼ିଶା ପୋଲିସର ଡଗ୍‌ ସ୍କ୍ବାଡ୍‌ କେ-୯ରେ ସାମିଲ ହୋଇଛନ୍ତି। କଟକ ବକ୍ସିବଜାରସ୍ଥିତ ରିଜର୍ଭ ପୋଲିସ ପଡିଆରେ ସେମାନଙ୍କୁ ନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଉକ୍ତ କୁକୁରମାନେ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା, ଏଡିଜି(ଆଇନଶୃଙ୍ଖଳା) ଆର୍‌. କେ. ଶର୍ମା, କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଓ ଆଇଜି(ପର୍ସୋନେଲ) ଏସ୍‌. ପ୍ରବୀଣ କୁମାରଙ୍କ ସମେତ ବରିଷ୍ଠ ଆଇପିଏସ୍‌ ଅଧିକାରୀମାନେ ଉପସ୍ଥିତ ଥିଲେ।
ଡଗ୍‌ ସ୍କ୍ବାଡ୍‌ କେ-୯ ଓଡ଼ିଶା ପୋଲିସର ଏକ ଅଭିନ୍ନ ଅଙ୍ଗ। ପ୍ରଥମ ପର୍ଯ୍ୟାୟରେ ଏହି ପ୍ରଜାତିର ୫ କୁକୁରଙ୍କୁ ଉକ୍ତ ସ୍କ୍ବାଡ୍‌ରେ ସାମିଲ କରାଯାଇଥିବାବେଳେ ଆଗାମୀ ଦିନରେ ଆଉ ୧୩ କୁକୁରଙ୍କୁ ସାମିଲ କରାଯିବ। ଏହାଦ୍ୱାରା ଉକ୍ତ ସ୍କ୍ବାଡ୍‌ ଶକ୍ତିଶାଳୀ ହେବ। ଏହି କୁକୁରଙ୍କୁ ରାଜସ୍ଥାନର ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ ୯ ମାସ ତାଲିମ ଦିଆଯିବା ପରେ ଅଣାଯାଇଛି। ସେମାନେ ଚୋରି, ହତ୍ୟାକାଣ୍ଡ ଭଳି ଆପରାଧିକ କାର୍ଯ୍ୟର ତଦନ୍ତରେ ସହାୟକ ହେବେ। ସେମାନଙ୍କର ଘ୍ରାଣଶକ୍ତି ପ୍ରଖର ଥିବାରୁ ଅପରାଧୀଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହୋଇପାରିବେ। ତାଲିମପ୍ରାପ୍ତ ଏହି କୁକୁରଙ୍କ ଶରୀରରେ ମାଇକ୍ରୋ ଚିପ୍‌ ଖଞ୍ଜାଯାଇଛି। ଏହି କୁକୁରର ମୂଲ୍ୟ ୭୫ରୁ ୮୦ହଜାର ଟଙ୍କା ହୋଇଥିବାବେଳେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟକୁ ୩୫ ହଜାର ଟଙ୍କାରେ ଏହାକୁ ଯୋଗାଇ ଦିଆଯାଇଛି ବୋଲି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା କହିଛନ୍ତି।
ଏହି କୁକୁର ପ୍ରଥମେ ୧୮୦୦ ମସିହାରେ ବେଲଜିୟମର ମାଲାଇନ ସହରରେ ଜନ୍ମ ହୋଇଥିବାରୁ ଏଭଳି ନାମକରଣ କରାଯାଇଛି। ଏହି କୁକୁରମାନେ ବେଶ୍‌ ଚତୁର, ବୁଦ୍ଧିମାନ ଓ ଆତ୍ମବିଶ୍ୱାସୀ ହୋଇଥାନ୍ତି। ଏମାନଙ୍କ ଉଚ୍ଚତା ୬୦ରୁ ୬୬ ସେ.ମି., ଓଜନ ୨୫ରୁ ୩୦ କେଜି ଓ ଜୀବନକାଳ ୧୨ରୁ ୧୫ ବର୍ଷ। ତେଣୁ ଏହି ପ୍ରଜାତିର କୁକୁରଗୁଡିକୁ ସୈନ୍ୟବାହିନୀ, ନୌବାହିନୀ, ଇଣ୍ଡୋ-ଟିବେଟାନ୍‌ ବର୍ଡର ପୋଲିସ(ଆଇଟିବିପି) ଓ ବିଏସ୍‌ଏଫରେ ସାମିଲ କରାଯାଇଥାଏ ବୋଲି ସିଆଇଡି କ୍ରାଇମବ୍ରାଞ୍ଚ କେ-୯ ସ୍କ୍ବାଡ୍‌ର ଡିଏସ୍‌ପି ନିଗମାନନ୍ଦ ବରାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?