ବୁଡ଼ ପକାଇଲେ ଶ୍ରଦ୍ଧାଳୁ
ଚମ୍ପୁଆ,୧୫ା୧ (ଡି.ଏନ.ଏ) କେନ୍ଦୁଝର ଜିଲାରେ ପବିତ୍ର ମକର ସଂକ୍ରାନ୍ତି ଧୁମ୍ଧାମ୍ରେ ପାଳନ କରାଯାଇଥାଏ। କିନ୍ତୁ କରୋନା କଟକଣା ଯୋଗୁ ଚଳିତ ବର୍ଷ ମଧ୍ୟ ଏହି ପର୍ବ ଫିକା ପଡ଼ିଛି। ରାଜ୍ୟରେ କରୋନା ଏବଂ ଓମିକ୍ରନ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା…
ଫିକା ପଡ଼ିଲା ମକର
କେନ୍ଦୁଝର/ପାଟଣା, ୧୫ା୧ (ସ୍ବ.ପ୍ର.) କୋଭିଡ୍ କଟକଣା ଓ ଅଦିନିଆ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଅନ୍ୟତମ ପ୍ରମୁଖ ପର୍ବ ମକର ଫିକା ପଡ଼ିଯାଇଛି। ବିଭିନ୍ନ ପୀଠ ଓ ଜଳାଶୟ ଖାଁ ଖାଁ ଲାଗିଥିଲା। ଘଟଗାଁ ମା’ ତାରିଣୀଙ୍କ ମନ୍ଦିର ସମେତ ଅନ୍ୟ…
‘ବିକାଶରେ ସାମିଲ ହୁଅ’
ଢେଙ୍କାନାଳ ଅଫିସ,୧୫ା୧ ଓଡ଼ିଶା କ୍ରୀଡ଼ା ଓ ଯୁବ ବିକାଶ ପରିଷଦ ଢେଙ୍କାନାଳ ଶାଖା ପକ୍ଷରୁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି। ସୌମ୍ୟବ୍ରତ ସାହୁଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ସାମାଜିକ କର୍ମୀ ବିରଞ୍ଚତ୍ ନାରାୟଣ ସେଠ୍…
ଗିରଫଦାରି ଚିତ୍ର ଅସ୍ପଷ୍ଟ
ଢେଙ୍କାନାଳ ଅଫିସ୍/ ରାସୋଳ(ଡି.ଏନ୍.ଏ.), ୧୫ା୧ ଢେଙ୍କାନାଳ ଜିଲା ରାସୋଳସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ଘଟଣାକୁ ଶୁକ୍ରବାର ୩ଦିନ ବିତିଥିବାବେଳେ ଗିରଫଦାରି ସମ୍ପର୍କରେ ପୋଲିସ ସ୍ପଷ୍ଟ ସୂଚନା ଦେଉନାହିଁ। ଏହି ଘଟଣାର ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରାଯାଉଛି।…
ଆରମ୍ଭ ହେଲାଣି ଅଙ୍କକଷା
ଢେଙ୍କାନାଳ ଅଫିସ, ୧୫ା୧ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଉଠିଛି ଢେଙ୍କାନାଳ। ରାଜ୍ୟ ରାଜନୀତିର ଅନ୍ୟତମ ପାଓ୍ବାର କରିଡର କୁହାଯାଉଥିବା ଏହି ଶିଳ୍ପ ଜିଲାରେ ଗତ ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ବିଜେଡି-ଭାଜପା ମଧ୍ୟରେ ହୋଇଥିଲା ତୁମୁଳ…
ବଳାତ୍କାର ଅଭିଯୋଗରେ ଗିରଫ ହେଲେ କନଷ୍ଟେବଳ
ଜୟପୁର,୧୫ା୧(ନି.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି। ସେ ହେଲେ କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଡାବୁଗୁଡା ଗ୍ରାମର ସଦାନନ୍ଦ ମାଣ୍ଡିଆ (୩୦)। ଅବକାରୀ ବିଭାଗର ଜଣେ ମହିଳା କନଷ୍ଟେବଳଙ୍କୁ ସେ ବଳାତ୍କାର…
ବସଷ୍ଟାଣ୍ଡରେ ପ୍ରେମିକାଙ୍କୁ ଛାଡି ପ୍ରେମିକ ଫେରାର
ଅମରପାଲି,୧୫ା୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବସଷ୍ଟାଣ୍ଡରେ ଜଣେ ଯୁବକ ପ୍ରେମିକାଙ୍କୁ ଛାଡି ଫେରାର ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯୁବତୀ ଜଣକ ଗର୍ଭବତୀ ଥିବା ବେଳେ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବଡଖମାର…
ପାଚେରି ନିର୍ମାଣକୁ ବିରୋଧ ମାମଲାରେ ୧୩ ଗିରଫ
ଧର୍ମଶାଳା/ଜେନାପୁର,୧୫ା୧ (ଡି.ଏନ.ଏ.): ଜେନାପୁର ଥାନା ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆରେ ମେଗା ପାନୀୟ ଜଳ ପ୍ରକଳ୍ପର ପାଚେରି ନିର୍ମାଣ କାର୍ଯ୍ୟକୁ ବିରୋଧ ମାମଲାରେ ପୋଲିସ ଶୁକ୍ରବାର ୧୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବାଲିକୁଦିଆ ଗ୍ରାମର ରମେଶ ମଲିକ,…
କଂଗ୍ରେସ ପାଇଁ ସ୍ଥିତି ସୁଧାରିବାକୁ ସୁଯୋଗ
ଯାଜପୁର ଅଫିସ,୧୫ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆଉ ୨ଦିନ ପରେ ଆରମ୍ଭ ହେବ। ଏହି ନିର୍ବାଚନର ଫଳାଫଳ ୨୦୨୪ ସାଧାରଣ ନିର୍ବାଚନର ଦର୍ପଣ ସାଜିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏପରି କି ରାଜନୈତିକ ଦଳଗୁଡ଼ିକ…
ପୁଅର ମୃତଦେହ ଦେଖି ଟଳି ପଡ଼ିଲେ ବାପା
ବଲାଙ୍ଗୀର ଅଫିସ,୧୫ା୧: ପୁଅର ମୃତଦେହ ଦେଖି ଟଳି ପଡିଲେ ବାପା। ଦୁଇ ଜଣଙ୍କୁ ହରାଇବାର ଦୁଃଖରେ କାନ୍ଦ ବୋବାଳିରେ ଫାଟି ପଡିଲା ଘର। ଏଭଳି ଅଭାବନୀୟ ଘଟଣା ଶୁକ୍ରବାର ବରଗଡ ସହରରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବଲାଙ୍ଗୀର ଅଞ୍ଚଳର କଂଗ୍ରେସ…
ଗଡ଼ିଲା ବାରିପଦା-ପୁରୀ ସାପ୍ତାହିକ ଟ୍ରେନ
ବାରିପଦା ଅଫିସ,୧୫ା୧: ମୟୂରଭଞ୍ଜ ଜିଲା ବାରିପଦାର ଭଞ୍ଜପୁରରୁ ପୁରୀକୁ ସାପ୍ତାହିକ ଟ୍ରେନ ଚଳାଚଳ କରିଛି। କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପତାକା ଦେଖାଇ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗୁରୁବାର ରାତି ୧୧ଟା୫୦ ମିନିଟରେ…
ଢିଙ୍କିଆବାସୀ-ପୋଲିସ ସଂଘର୍ଷ
କୁଜଙ୍ଗ,୧୫ା୧(ଡି.ଏନ୍.ଏ.): ଜେଏସ୍ଡବ୍ଲ୍ୟୁ ପ୍ରକଳ୍ପ ପାଇଁ ଜଗତ୍ସିଂହପୁର ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ପାନବରଜ ଉଚ୍ଛେଦକୁ ନେଇ ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ଶୁକ୍ରବାର ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ଓ ଢିଙ୍କିଆ ଗଁାର ବହୁ ଲୋକ ପରସ୍ପର ମୁହଁାମୁହିଁ…

