ପିଲା, ବୟସ୍କଙ୍କୁ ବାରଣ

ଢେଙ୍କାନାଳ ଅଫିସ,୨୮ା୨: ଢେଙ୍କାନାଳ ଜିଲା କପିଳାସ୍ଥିତ ମହାପ୍ରଭୁ ଚନ୍ଦ୍ରଶେଖର ଜୀଉ ମହାଦେବଙ୍କ ପୀଠରେ ଆସନ୍ତା ୧ ତାରିଖରେ ହେବାକୁ ଥିବା ମହାଶିବରାତ୍ରୀ ଓ ଜାଗରଯାତ୍ରା ପ୍ରସ୍ତୁତି ନିମନ୍ତେ ରବିବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଜାଗର ଯାତ୍ରାକୁ ୬୦ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ୧୦ ବର୍ଷରୁ କମ୍‌ ବୟସ୍କ ପିଲାଙ୍କୁ ଆସିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ସେହିପରି ଜିଲା ବାହାର ଶ୍ରଦ୍ଧାଳୁଙ୍କୁ ପୀଠକୁ ବାରଣ କରାଯାଇଛି। କେବଳ ଜିଲାବାସୀ ଯେଉଁମାନେ କୋଭିଡର ଡବଲ ଡୋଜ୍‌ ଟିକା ନେଇଥିବେ ସେମାନେ ଜାଗର ଯାତ୍ରାକୁ ଆସିପାରିବେ। ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯିବା ସହ ସାମାଜିକ ଦୂରତ୍ୱ ଅନୁପାଳନକୁ ଗୁରୁତ୍ୱ ଦିଆଯିବ। କେବଳ ସରକାରୀ କାର୍ଯ୍ୟରେ ନିୟୋଜିତ ଓ ଅନୁମତିପ୍ରାପ୍ତ ଯାନବାହାନକୁ ଛାଡି ସାଧାରଣ ଲୋକଙ୍କ କୌଣସି ଯାନବାହାନ ପୀଠ ଉପରକୁ ଯିବା ବାରଣ କରାଯାଇଛି। ଚା, ଜଳଖିଆ, ଖାଦ୍ୟ ଆଦି ଦୋକାନ ବ୍ୟବସାୟକୁ ଛାଡି ଅନ୍ୟ ବ୍ୟବସାୟକୁ ବାରଣ କରାଯାଇଛି। ମନ୍ଦିର ପରିସରକୁ ପରିସ୍କାର ପରିଚ୍ଛନ୍ନ ସହିତ ନିୟମିତ ବିଶୋଧନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଝରଣା ଜଳ ବିଶୋଧନ, ଅସ୍ଥାୟୀ ପରିଶ୍ରାଗାର ସ୍ଥାପନ, ଆଲୋକ ବ୍ୟବସ୍ଥା, ଆଶୁ ଚିକିତ୍ସା, ଟିକାକରଣ, ଥର୍ମାଲ ଟେଷ୍ଟିଂ, ସ୍ବେଚ୍ଛାସେବୀଙ୍କ ନିୟୋଜନ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଆଦି ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଜିଲାପାଳ ଉପସ୍ଥିତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏସ୍‌ପି ଏଲ ଦିବ୍ୟା ଭି, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର କୁମାର ବେହେରା, ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଜିଲା ରେଡକ୍ରସ ଶାଖା ଉପସଭାପତି ବିରଞ୍ଚି ନାରାୟଣ ପାଣି, ସେବାୟତ ନିରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କମାଇଦେଲେ ଗହମ କୋଟା

ଭୁବନ, ୭।୮(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ସାଧାରଣ ଯୋଗାଣ ବ୍ୟବସ୍ଥା (ପିଡିଏସ୍‌)ରେ ଗରିବ ହିତାଧିକାରୀଙ୍କୁ ଜୁଲାଇ ମାସର ଗହମ କୋଟା କମାଇ ଦିଆଯାଇଛି। ଯୋଗାଣ...

ବିଜେଡି-ଭାଜପା କାଉନସିଲର ଧସ୍ତାଧସ୍ତି

ଢେଙ୍କାନାଳ ଅଫିସ,୩୦ା୭: ଢେଙ୍କାନାଳ ପୌରସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ପ୍ରକୋଷ୍ଠରେ ଶନିବାର ମଧ୍ୟାହ୍ନରେ ବିଜେଡି ଓ ଭାଜପା କାଉନସିଲର ଧସ୍ତାଧସ୍ତି ହୋଇଛନ୍ତି। ଫଳରେ ପୌରସଂସ୍ଥା କାର୍ଯ୍ୟାଳୟରେ...

କାଙ୍କଡ଼ପାଳରେ ଫାଙ୍କା ଗୁଳିମାଡ଼, ଭୟରେ ଛାତରୁ ଖସି ଜଣେ ଆହତ

ଢେଙ୍କାନାଳ ଅଫିସ,୨୫ା୯: ଢେଙ୍କାନାଳ ସଦରଥାନା କାଙ୍କଡ଼ପାଳ ଗାଁରେ ଶନିବାର ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡ଼ି ଜଣେ ଆହତ ହୋଇଛନ୍ତି।...

୨୪ରୁ ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବ: ଭାଗନେବେ ୫ ଦଳ

ଢେଙ୍କାନାଳ ଅଫିସ, ୨୨।୧୨-ଢେଙ୍କାନାଳର ନାଟ୍ୟାନୁଷ୍ଠାନ କଳା ପରିଷଦ ପକ୍ଷରୁ ଆସନ୍ତା ୨୪ରୁ ୨୯ ତାରିଖ ଯାଏ ସ୍ଥାନୀୟ ମିନି ଷ୍ଟାଡିୟମ୍‌ରେ ଆୟୋଜିତ ହେବ ୫ମ ଜାତୀୟ...

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା...

୪୦ ଅଧ୍ୟାପକ ପଦବୀ ଖାଲି

ଢେଙ୍କାନାଳ ଅଫିସ, ୩୧।୧୨ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ମରୁଡ଼ି ଦେଖାଦେଇଛି। କଲେଜରେ ୬୦ ଅଧ୍ୟାପକ ପଦବୀ ମଧ୍ୟରୁ ୪୦ ଖାଲି ପଡ଼ିଛି। ୨୦ ଅଧ୍ୟାପିକା...

ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ

ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ...

ପୋଲିସ ବୁଝୁନି ପୀଡ଼ିତାଙ୍କ ଦୁଃଖ

ହିନ୍ଦୋଳ, ୪।୧୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ବାଲିମୀ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ମାମଲାରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ...

Advertisement
Archives

Model This Week