ମହାଶିବରାତ୍ରି ପୂର୍ବରୁ କେତକୀ ଫୁଲ ଦର ଆକାଶଛୁଆଁ

ବ୍ରହ୍ମପୁର ଅଫିସ,୨୮ା୨: ଚଳିତ ବର୍ଷ ବ୍ରହ୍ମପୁର ସହରରେ ମହାଶିବରାତ୍ରି ପାଳନକୁ ନେଇ ରେଶମ ନଗରବାସୀଙ୍କ ମଧ୍ୟରେ ଉତ୍ସାହ ରହିଥିବା ଦେଖିବାକୁ ମିଳିଛି। ଏବେ କେତକୀ ଫୁଲ ଚାହିଦା ବୃଦ୍ଧି ପାଇଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ସହରରେ କେତକୀ ଫୁଲ ବ୍ରିକି ଆରମ୍ଭ ହୋଇଛି। ହିନ୍ଦୁ ବିଶ୍ୱାସ ଅନୁସାରେ, ଅଭିଶାପ ହେତୁ ଭଗବାନଙ୍କ ପୂଜାରୁ ବର୍ଜିତ ହୋଇଥିବା କେତକୀ ଫୁଲ କେବଳ ମହାଶିବରାତ୍ରି ଅବସରରେ ମହାଦେବଙ୍କୁ ଲାଗି କରାଯାଇଥାଏ। ରାତିରେ ମହାଦେବଙ୍କୁ ଦୀପଦାନ ସହ କେତକୀ ଫୁଲ ଚଢ଼ାଇବା ଦ୍ୱାରା ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏଣୁ ଭକ୍ତଙ୍କ ମଧ୍ୟରେ କେତକୀ ଫୁଲର ଚାହିଦା ଏହି ଦିନ ଅଧିକ ରହିଥାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବ୍ରହ୍ମପୁର ସହରର ଗିରି ମାର୍କେଟ, ଏସ୍‌ଏନ୍‌ଟି ରୋଡ୍‌, ବଡ଼ବଜାର ଓ ସାନବଜାର ରାସ୍ତାରେ କେତକୀ ଫୁଲ ବିକ୍ରି ହେଉଛି। ବ୍ରହ୍ମପୁର ସହରର ବହୁ ପୁରାତନ କେତକୀ ଫୁଲ ବ୍ୟବସାୟୀ ଶ୍ରୀଧର ସାହୁଙ୍କ କହିବାନୁସାରେ ପୂର୍ବରୁ ତାଙ୍କ ପିତା କେତକୀ ଫୁଲ ପ୍ରତିବର୍ଷ ବିକ୍ରି କରିଥାନ୍ତି। ମହାଶିବରାତ୍ରିର ଦୁଇ, ତିନିି ଦିନ ପୂର୍ବରୁ କେତକୀ ଫୁଲ ବିକ୍ରି ହୋଇଥାଏ। ବ୍ରହ୍ମପୁର ବଜାରରେ ବିକ୍ରି ହେଉଥିବା ଫୁଲ ମୁଖ୍ୟତଃ ଆଠଗଡ଼ରୁ ସଂଗ୍ରହ ହୋଇଥାଏ। ଚଳିତ ବର୍ଷ କେତକୀ ଫୁଲ ଦର ଆକାଶଛୁଆଁ ରହିଛି। ଫୁଲ ଗୋଟା ପିଛା ୩୦୦ରୁ ୯୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଅନ୍ୟପଟେ ବିଗତ ଦୁଇ ବର୍ଷ କରୋନା ମହାମାରୀରୁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ଉପରେ କଟକଣା ଲାଗିଥିବାରୁ ଆଶାନୁରୂପ ବ୍ୟବସାୟ ହୋଇପାରିନଥିଲା। କିନ୍ତୁ ଚଳିତ ବର୍ଷ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବାରୁ ଭକ୍ତଙ୍କ ମଧ୍ୟରେ ଶିବରାତ୍ରି ପାଳନକୁ ନେଇ ଉତ୍ସାହ ରହିଛି। ଏହା ସହ କେତକୀ ଫୁଲର ଚାହିଦା ପୂର୍ବ ୨ବର୍ଷ ତୁଳନାରେ ଅଧିକ ଥିବା ଯୋଗୁ ଦର ବୃଦ୍ଧି ପାଇଛି ବୋଲି ବ୍ୟବସାୟୀଙ୍କଠାରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri