୧,୧୭,୩୨୪ ଶିଶୁଙ୍କୁ ଦିଆଯିବ ପୋଲିଓ ବୁନ୍ଦା

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜନ୍ମରୁ ୫ବର୍ଷର ଶିଶୁଙ୍କ ପାଇଁ ପୋଲିଓ ବୁନ୍ଦା ପ୍ରଦାନ କାର୍ଯ୍ୟକ୍ରମ ରବିବାର ଶୁଭାରମ୍ଭ ହୋଇଛି। ଏଥିରେ ରାୟଗଡ଼ା ଜିଲାର ୧ଲକ୍ଷ ୧୭ହଜାର ୩୨୪ ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ଜିଲାରେ ୧୦୩୨ଟି ପୋଲିଓ ବୁଥ୍‌ କରାଯାଇଛି। ସେହିପରି ବସଷ୍ଟାଣ୍ଡ,ରେଲ୍‌ଓ୍ବେ ଷ୍ଟେଶନ ଆଦି ସ୍ଥାନରେ ବାହାରୁ ଆସୁଥିବା ଶିଶୁମାନଙ୍କୁ ମଧ୍ୟ ପୋଲିଓ ଦେବା ପାଇଁ ୩୪ ଟ୍ରାନ୍‌ଜିଟ୍‌ ଟିମ୍‌ ନିୟୋଜିତ କରାଯାଇଛି। ଏଥିପାଇଁ ୨୩ ମୋବାଇଲ ଟିମ୍‌ ଗଠନ କରାଯାଇଛି। ଶିଶୁଙ୍କୁ ପୋଲିଓ ବୁନ୍ଦା ଦେବାରେ ଆଶା, ଏଏନ୍‌ଏମ୍‌, ଜିଏନ୍‌ଏମ୍‌ ଆଦି ସ୍ବାସ୍ଥ୍ୟକର୍ମୀ ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସମେତ ମୋଟ ୨୦୬୪ ଜଣ ନିୟୋଜିତ ହୋଇଛନ୍ତି। ଫେବୃଆରୀ ୨୯ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ପ୍ରଥମ ଦିନରେ ବୁଥ୍‌ରେ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯାଇଥିବାବେଳେ ସୋମବାର ଓ ମଙ୍ଗଳବାର ଘର ଘର ଯାଇ ପୋଲିଓ ବୁନ୍ଦା ଦେବେ ବୋଲି ସୂଚନା ମିଳିଛି। ଜିଲାପାଳ ସରୋଜ କୁମାର ମିଶ୍ର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଜିଲାସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସିଡିଏମ୍‌ଓଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ରାୟଗଡ଼ା ଜିଲାରେ ପୋଲିଓ ରୋଗୀଙ୍କ ସଂଖ୍ୟା ଶୂନ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ସର୍ଭିସ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କଲେ ସେକେଣ୍ଡ ଇନ୍‌ କମାଣ୍ଡର

ରାୟଗଡ଼ା,୨୫।୪(ସ୍ବ.ପ୍ର.)- ରାୟଗଡ଼ା ସହର ସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନଠାରେ କାର୍ଯ୍ୟରତ ସେକେଣ୍ଡ ଇନ୍‌ କମାଣ୍ଡ ସୁନୀଲ କୁମାର ଆତ୍ମହତ୍ୟା କରିଛନ୍ତି। ସେ ନିଜ ସର୍ଭିସ ରାଇଫଲରୁ...

ଓଡ଼ିଆ ଭାଷାର ବିକାଶ ପାଇଁ ପଦକ୍ଷେପ ନିଆଯାଉନି

ରାୟଗଡା ଅଫିସ,୨୦ା୩: ଏପ୍ରିଲ ୧ ତାରିଖରେ ଓଡ଼ିଶା ଦିବସ। ବ୍ଲକଠାରୁ ଆରମ୍ଭ କରି ଜିଲା ଓ ରାଜ୍ୟସ୍ତରରେ ଏହି ଦିବସ ପାଳନ କରାଯିବ। ଭାଷା ଭିତ୍ତିରେ...

ମାଟି ତଳୁ ମିଳିଲା ୧୪୦୦ ଗ୍ରାମ୍‌ ଚୋରି ସୁନା

ଗୁଣପୁର,୪।୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଣପୁର ସହର କନ୍ୟକା ପରମେଶ୍ୱର ମନ୍ଦିର ସମ୍ମୁଖ ଏସ୍‌ଏସ୍‌ ଜୁଏଲେରି ଦୋକନା ମାଲିକ ଏସ୍‌.ବାବା ପ୍ରସାଦଙ୍କଠାରୁ ସୁନା ଅଳଙ୍କାର ଲୁଟ୍‌ ଘଟଣାରେ...

ଟ୍ରକକୁ ଧକ୍କା ଦେଲା କାର: ଜଣେ ମୃତ, ଗୋଟିଏ ପରିବାରର ୫ ଆହତ

ରାୟଗଡା ଅଫିସ୍‌, ୨୦।୬- ରାୟଗଡା ସହରର ସିରିଗୁଡାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ...

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଗିରଫ

ରାୟଗଡ଼ା ଅଫିସ,୨୩।୩: ରାୟଗଡ଼ା ଜିଲା କୋଲନରା ବ୍ଲକ ଅନ୍ତର୍ଗତ ଥେରୁବାଲି ଦୈନିକ ବଜାରରେ ଥିବା ଏକ ଏସବିଆଇ ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ ଅଭିଯୋଗରେ ୩ ଜଣଙ୍କୁ...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା...

ବିଷମକଟକରେ ଚାଷୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ

ବିଷମକଟକ,୨୫ା୧୧(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଚାଟିକଣା ସ୍ଥିତ ଦକ୍ଷତା ତାଲିମ କେନ୍ଦ୍ରଠାରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା(ଡିକେଡିଏ) ଏବଂ ଉଦ୍ୟାନ ବିଭାଗର ମିଳିତ ସହଯୋଗରେ...

ବିଶାଖାପାଟଣାରୁ ରେଳ ଧାରଣାରେ ଚାଲି ଓଡ଼ିଶା ଫେରିଲେ କଳାହାଣ୍ଡିର ୧୮ ଶ୍ରମିକ

ମୁନିଗୁଡ଼ା,୪।୪(ଡି.ଏନ୍.ଏ.): କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ସହ ରାଜ୍ୟ ସିମାକୁ ସିଲ୍ କରି ଦିଆଯାଇଛି। କୌଣସି ରାଜ୍ୟରୁ କେହି ଅନ୍ୟ ରାଜ୍ୟକୁ...

Advertisement
Archives

Model This Week