ପଟ୍ଟା ନାହିଁ ତ ଭୋଟ ନାହିଁ, ଶପଥ ନେଲେ ଗ୍ରାମବାସୀ

ମାଲକାନଗିରି,୨୮ା୨(ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସଦର ମହକୁମା ପୌର ପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ-୩ରେ ରବିବାର ଶତାଧିକ ମହିଳା ଏକାଠି ହୋଇ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି। ଏହି ଅବସରରେ ସରକାରୀ ବିରୋଧୀ ପ୍ରଚାର କମିଟି ଗଠନ କରାଯାଇଛି। ସରକାରଙ୍କ ଅବହେଳା ଯୋଗୁ ଗରିବ ଲୋକେ ଏଯାଏ ପଟ୍ଟା ପାଇନାହାନ୍ତି। ବଡବଡିଆଙ୍କୁ ପଟ୍ଟା ମିଳିଛି। ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଚଞ୍ଚକତା କରି ଲିଜ୍‌ ପଟ୍ଟାକୁ ନିଜ ନାମରେ କରିବା ଦ୍ୱାରା ବସ୍ତିବାସିନ୍ଦା ପଟ୍ଟା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଶପଥ ଗ୍ରହଣ କରି ଏହି ଓ୍ବାର୍ଡରେ କୌଣସି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରନ୍ତି ତାଙ୍କ ବିରୋଧରେ ଏକ ପ୍ରଚାର କମିଟି ଗଠନ କରି ସରକାରଙ୍କ ବିଫଳତା ସମ୍ପର୍କରେ ପ୍ରତି ଓ୍ବାର୍ଡରେ ସେମାନେ ପ୍ରଚାର କରିବେ ବୋଲି ଚେତାବନୀ ଦେଇଛନ୍ତି। ଓ୍ବାର୍ଡ ନଂ ୩ରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ପରିବାର ବସବାସକରନ୍ତି। ସେମାନଙ୍କ ମଧ୍ୟରେ ୧୫୦୦ ଭୋଟର ରହୁଛନ୍ତି। ବର୍ଷ ବର୍ଷ ଧରି ଏମାନେ ରହୁଥିଲେ ସୁଦ୍ଧା ସହରାଞ୍ଚଳରେ ପଟ୍ଟା ପ୍ରଦାନ ଯୋଜନାରୁ ଏମାନଙ୍କୁ ବଞ୍ଚତ୍ତ କରାଯାଇଛି। ଏନେଇ ବାରମ୍ବାର ଜିଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଯାଇ କୌଣସି ସୁଫଳ ମିଳିନାହିଁ। ମଧୁସୁଦନ ବେହେରା ନାମକ ଜଣେ ବ୍ୟକ୍ତି ୧୯୭୫ରେ ଲିଜ୍‌ ସୂତ୍ରରେ ଏକ ପଟ୍ଟା ପାଇଁ ଆବେଦନ କରିଲେ। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଖିରବ୍ଦି ବେହେରା ନାମରେ ଚଞ୍ଚକତା କରାଯାଇ ପଟ୍ଟା ହୋଇଥିଲା। ଫଳରେ ବର୍ଷ ବର୍ଷ ଧରି ପ୍ରକୃତ ହିତାଧିକାରୀ ପଟ୍ଟା ପାଇପାରୁନାହାନ୍ତି। ଏ ସମ୍ପର୍କରେ ମାଲକାନଗିରି ତହସିଲଦାର ରାଖାଲ ଚନ୍ଦ୍ର ପରିଡାଙ୍କୁ ପଚାରିବାରୁ ଏଭଳି ଏକ ଅଭି ଯୋଗ ତାଙ୍କର ହସ୍ତଗତ ହୋଇଛି। ତେବେ ବସ୍ତିର ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ଘରଡିହ ପଟ୍ଟା ପାଇଁ ଏହି ଓ୍ବାର୍ଡରେ ସମସ୍ୟା ରହି ଏହି ଅଞ୍ଚଳ ପୌରାଞ୍ଚଳରେ ଆସୁ ନ ସେ କହିଥିଲେ। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଜମି ଚଞ୍ଚକତା ମାମଲା ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ନାହିଁ। ଯଦି ଅଭି ଯୋଗ ଆସେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସମାଜିକ କର୍ମୀ ଟି. ଶ୍ରୀନିବାସ ରାଓ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଏଠଶରେ ବସବାସ କରୁଥିବା ଆଦିବାସୀ ଓ ଅଣଆଦିବାସୀଙ୍କୁ ଅଣଦେଖା କରାଯାଉଛି। ଘରଡିହ ପଟ୍ଟା ନ ମିଳିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ା


Enter your email to get our daily news in your inbox.

All Right Reserved By Dharitri.Com

ଯାଜପୁର ପୌର ପରିଷଦ: କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ବ୍ୟାନର ପୋଡ଼ି ଅଭିଯୋଗ

ଯାଜପୁର ଟାଉନ,୧୮ା୩(ଡି.ଏନ.ଏ.): ଯାଜପୁର ପୌର ପରିଷଦର କଂଗ୍ରେସ ଅଧ୍ୟକ୍ଷା ପ୍ରାର୍ଥିନୀ ପ୍ରିୟଦର୍ଶିନୀ ସାମନ୍ତଙ୍କ ଏକ ବ୍ୟାନର ଯାଜପୁର ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଲଗାଯାଇଥିଲା। ତେବେ ଉକ୍ତ...

ଆତ୍ମସମର୍ପଣ କଲେ ୭ଶହ ମାଓବାଦୀ, ମିଲିସିଆ

ମାଲକାନଗିରି,୧୮୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଥାନା ଅନ୍ତର୍ଗତ ଅଣ୍ଡ୍ରାହାଲ ବିଏସ୍‌ଏଫ୍‌ କ୍ୟାମ୍ପ ପରିସରରେ ଶନିବାର ୭ଶହ ମହିଳାପୁରୁଷ ମାଓବାଦୀ, ମିଲିସିଆ ଓ ମାଓବାଦୀ...

ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ

ମାଲକାନଗିରି,୩୦ା୩ (ଡି.ଏନ୍‌.ଏ.): କରୋନା ଭାଇରସ୍‌ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ...

୧୫୦ ଶିକାରୀଙ୍କୁ ଶପଥ କରାଇଲେ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ବେଧଡ଼କ ଭାବେ ପଶୁ ଶିକାର ଚାଲିଛି। ଏହାକୁ ରୋକିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି।...

ମାଲକାନଗିରି ସହରରେ ପ୍ଲାଷ୍ଟିକ ଅଣ୍ଡା ଆତଙ୍କ: ନ ଫାଟି ଝୁଲିରହିଛି କେଶର

ମାଲକାନଗିରି,୧୩।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା ସଦରମହକୁମାରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଆତଙ୍କ ଦେଖାଦେଇଛି । ହାଇଟେକ୍‌ କଲୋନୀର ଦିଗାମ୍ବର ବେହେରା ଶୁକ୍ରବାର ବଜାରରୁ ଅଣ୍ଡା କିଣିଥିଲେ। ତେବେ...

ପୌର ନିର୍ବାଚନ: ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର,୨୧।୩(ବ୍ୟୁରୋ) : ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି। ଆସନ୍ତା ୨୪ ସକାଳ ୮ଟାରୁ ସଂଧ୍ୟା ୫ଟା ଯାଏ ହେବ ଭୋଟ ଗ୍ରହଣ ।...

ପୋଲିସ-ଗ୍ରାମବାସୀ ଗଣ୍ଡଗୋଳ: ଫାଙ୍କା ଗୁଳିଚାଳନା

କାଲିମେଳା,୧୩ା୧(ଡି.ଏନ.ଏ.): ଜୁଆ ଆଡ୍ଡା ଓ କୁକୁଡ଼ାଗାଲି ଉପରେ ଚଢ଼ାଉ କରିବାରୁ ପୋଲିସକୁ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେବାକୁ ପଡିଛି। ଦୀର୍ଘ ସମୟ ଧରି ପୋଲିସ- ଗ୍ରାମବାସୀ...

ସହରୀ ଭୋଟ: ବିକାଶ, ଦୁର୍ନୀତି ବଡ଼ ପ୍ରସଙ୍ଗ

ଯାଜପୁର ଅଫିସ,୧୦ା୩: ଯାଜପୁର ଜିଲାର ଦୁଇ ସହରବାସୀ ୩ ବର୍ଷ ୩ ମାସ ପର୍ଯ୍ୟନ୍ତ ପୌର ନିର୍ବାଚନକୁ ଅପେକ୍ଷାରେ ରହିଥିଲେ। ୨୦୧୯ ସାଧାରଣ ନିର୍ବାଚନ ଓ...

Advertisement
Archives

Model This Week