ପଟ୍ଟା ନାହିଁ ତ ଭୋଟ ନାହିଁ, ଶପଥ ନେଲେ ଗ୍ରାମବାସୀ

ମାଲକାନଗିରି,୨୮ା୨(ଡି.ଏନ୍‌.ଏ.):  ମାଲକାନଗିରି ଜିଲା ସଦର ମହକୁମା ପୌର ପରିଷଦ ଅନ୍ତର୍ଗତ ଓ୍ବାର୍ଡ ନଂ-୩ରେ ରବିବାର ଶତାଧିକ ମହିଳା ଏକାଠି ହୋଇ ଭୋଟ ବର୍ଜନ କରିବାକୁ ଶପଥ ନେଇଛନ୍ତି। ଏହି ଅବସରରେ ସରକାରୀ ବିରୋଧୀ ପ୍ରଚାର କମିଟି ଗଠନ କରାଯାଇଛି। ସରକାରଙ୍କ ଅବହେଳା ଯୋଗୁ ଗରିବ ଲୋକେ ଏଯାଏ ପଟ୍ଟା ପାଇନାହାନ୍ତି। ବଡବଡିଆଙ୍କୁ ପଟ୍ଟା ମିଳିଛି। ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଚଞ୍ଚକତା କରି ଲିଜ୍‌ ପଟ୍ଟାକୁ ନିଜ ନାମରେ କରିବା ଦ୍ୱାରା ବସ୍ତିବାସିନ୍ଦା ପଟ୍ଟା ପାଇବାରୁ ବଞ୍ଚତ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ଶପଥ ଗ୍ରହଣ କରି ଏହି ଓ୍ବାର୍ଡରେ କୌଣସି ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରନ୍ତି ତାଙ୍କ ବିରୋଧରେ ଏକ ପ୍ରଚାର କମିଟି ଗଠନ କରି ସରକାରଙ୍କ ବିଫଳତା ସମ୍ପର୍କରେ ପ୍ରତି ଓ୍ବାର୍ଡରେ ସେମାନେ ପ୍ରଚାର କରିବେ ବୋଲି ଚେତାବନୀ ଦେଇଛନ୍ତି। ଓ୍ବାର୍ଡ ନଂ ୩ରେ ପ୍ରାୟ ୫ଶହରୁ ଉର୍ଦ୍ଧ୍ୱ ପରିବାର ବସବାସକରନ୍ତି। ସେମାନଙ୍କ ମଧ୍ୟରେ ୧୫୦୦ ଭୋଟର ରହୁଛନ୍ତି। ବର୍ଷ ବର୍ଷ ଧରି ଏମାନେ ରହୁଥିଲେ ସୁଦ୍ଧା ସହରାଞ୍ଚଳରେ ପଟ୍ଟା ପ୍ରଦାନ ଯୋଜନାରୁ ଏମାନଙ୍କୁ ବଞ୍ଚତ୍ତ କରାଯାଇଛି। ଏନେଇ ବାରମ୍ବାର ଜିଲାପାଳ ଓ ତହସିଲ କାର୍ଯ୍ୟାଳୟକୁ ଯାଇ କୌଣସି ସୁଫଳ ମିଳିନାହିଁ। ମଧୁସୁଦନ ବେହେରା ନାମକ ଜଣେ ବ୍ୟକ୍ତି ୧୯୭୫ରେ ଲିଜ୍‌ ସୂତ୍ରରେ ଏକ ପଟ୍ଟା ପାଇଁ ଆବେଦନ କରିଲେ। ପରବର୍ତ୍ତୀ ସମୟରେ ତାଙ୍କ ପୁଅ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଖିରବ୍ଦି ବେହେରା ନାମରେ ଚଞ୍ଚକତା କରାଯାଇ ପଟ୍ଟା ହୋଇଥିଲା। ଫଳରେ ବର୍ଷ ବର୍ଷ ଧରି ପ୍ରକୃତ ହିତାଧିକାରୀ ପଟ୍ଟା ପାଇପାରୁନାହାନ୍ତି। ଏ ସମ୍ପର୍କରେ ମାଲକାନଗିରି ତହସିଲଦାର ରାଖାଲ ଚନ୍ଦ୍ର ପରିଡାଙ୍କୁ ପଚାରିବାରୁ ଏଭଳି ଏକ ଅଭି ଯୋଗ ତାଙ୍କର ହସ୍ତଗତ ହୋଇଛି। ତେବେ ବସ୍ତିର ଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଦାନ କରାଯାଉଥିବା ଘରଡିହ ପଟ୍ଟା ପାଇଁ ଏହି ଓ୍ବାର୍ଡରେ ସମସ୍ୟା ରହି ଏହି ଅଞ୍ଚଳ ପୌରାଞ୍ଚଳରେ ଆସୁ ନ ସେ କହିଥିଲେ। ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଜମି ଚଞ୍ଚକତା ମାମଲା ନେଇ ତାଙ୍କ ନିକଟରେ କୌଣସି ଅଭିଯୋଗ ନାହିଁ। ଯଦି ଅଭି ଯୋଗ ଆସେ ଏହାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଆନ୍ଦୋଳନର ନେତୃତ୍ୱ ନେଉଥିବା ସମାଜିକ କର୍ମୀ ଟି. ଶ୍ରୀନିବାସ ରାଓ କହିଛନ୍ତି ଯେ, ବର୍ଷ ବର୍ଷ ଧରି ଏଠଶରେ ବସବାସ କରୁଥିବା ଆଦିବାସୀ ଓ ଅଣଆଦିବାସୀଙ୍କୁ ଅଣଦେଖା କରାଯାଉଛି। ଘରଡିହ ପଟ୍ଟା ନ ମିଳିବା ଯାଏ ଏହି ଆନ୍ଦୋଳନ ଜାରି ରହିବ ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?