ହେଭିୱେଟ୍‌ଙ୍କ ଗଡ଼ ଭାଙ୍ଗିଦେଲା ବିଜେଡି

ବଲାଙ୍ଗୀର ଅଫିସ,୨୮ା୨: ବଲାଙ୍ଗୀର ଜିଲାର ଦୁଇ ହେଭିୱେଟ୍‌ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ଭାଜପାର କନକ ବର୍ଦ୍ଧନ ସିଂଦେଓଙ୍କ ଗଡ଼ରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାତ୍‌ କରିଛି। ୨୦୧୭ ପଞ୍ଚାୟତ ନିର୍ବାଚନରେ ଭାଜପା ପକ୍ଷରୁ ବଲାଙ୍ଗୀରରେ ଜିଲା ପରିଷଦ ଗଠନ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ଓ ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓଙ୍କ ନେତୃତ୍ୱରେ ୩୪ ଜିଲା ପରିଷଦ ଆସନରୁ ୨୩ ଆସନ ଅକ୍ତିଆର କରି ଭାଜପା ଶକ୍ତି ପ୍ରଦର୍ଶନ କରିଥିଲା। ଗତ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ବିଶେଷ ଭଲ ପ୍ରଦର୍ଶନ କରିପାରି ନ ଥିଲେ ମଧ୍ୟ ଦୁଇଟି ଜିଲା ପରିଷଦ ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ବିଜୟୀ ହୋଇ କଂଗ୍ରେସର ଶକ୍ତି ପ୍ରଦର୍ଶନ କରିଥିଲେ। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଜିଲାର ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ଓଲଟପାଲଟ ହୋଇଯାଇଛି। ପ୍ରଥମ ଦିନ ଭୋଟ ଗଣତି ପରେ ୧୪ ଜିଲା ପରିଷଦ ଆସନରୁ ୧୨ଟିରେ ବିଜେଡି ବାଜିମାତ୍‌ କରିଛି। ଗୋଟିଏ ସିଟ୍‌ରେ ଭାଜପା ଓ ଅନ୍ୟ ଗୋଟିଏରେ କଂଗ୍ରେସ ସୀମିତ ରହିଛି। ସବୁଠୁ ଚକିତ କଲାଭଳି କନକଙ୍କ ଗଡ଼ କୁହାଯାଉଥିବା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜେଡି ବାଜିମାତ୍‌ କରିଛି।

ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ପରେ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡ଼ାର ଘୋଷିତ ତିନି ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଗଣତିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଏଭଳି ଏକ ପରିସ୍ଥିତିକୁ ନେଇ ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ପଚରାଯିବାରୁ ସେ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ଫଳାଫଳ ଯାହା, ତାକୁ ଗ୍ରହଣ କରିବାକୁ ପଡ଼ିବ। ଏବେ ଆମର ଦୁର୍ବଳତା କେଉଁଠି ଥିଲା, କେଉଁ କାରଣରୁ ଆମେ ଏପ୍ରକାର ପରିସ୍ଥିତିରେ ପଡିଲୁ ସେ ନେଇ ବିଚାର କରାଯିବ। ତେବେ ଗୋଟିଏ କଥା କହିବି, ଲୋକମାନେ ଗୋଟିଏ କଥା କହୁଛନ୍ତି ଓ ଆଉ ଗୋଟିଏ କରୁଛନ୍ତି। ଲୋକେ ଗଣତନ୍ତ୍ରକୁ ଆଉ ବିଶ୍ୱାସ କରୁନାହାନ୍ତି। ଲୋକେ ସବୁ ଜିନିଷ ବିକ୍ରିଯୋଗ୍ୟ ବୋଲି ଭାବୁଛନ୍ତି। ଲୋକେ ସୁଶାସନ ନୁହେଁ, ଟଙ୍କା ଚାହଁୁଛନ୍ତି। ଯିଏ ଯେତେ ଅଧିକ ଦେଲା ସିଏ ଜିତୁଛି ବୋଲି ସେ କହିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ବଲାଙ୍ଗୀର ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଜିଲା ପରିଷଦ ଆସନରୁ କଂଗ୍ରେସ ଗୋଟିଏ ସିଟ୍‌ ଜିତିଥିଲା। ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ୪ ଆସନରୁ ୨ଟିରେ ବିଜେଡି ଜିତିସାରିଥିବାବେଳେ ଅନ୍ୟ ଦୁଇଟିରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି। ଗଡ଼ ରକ୍ଷା କରିବାରେ କଂଗ୍ରେସର ହେଭିୱେଟ୍‌ ନେତା ବିଧାୟକ ମିଶ୍ର ସଫଳ ହୋଇନାହାନ୍ତି। ଏନେଇ ତାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ ଯେ, ଚଳିତ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖି ଆଶ୍ଚର୍ଯ୍ୟ ହୋଇଛି। ଯାହା ଆଶା କରିଥିଲୁ ସେଥିରେ ନିରାଶ ହୋଇଛୁ। କଂଗ୍ରେସ ଦଳ ପାଇଁ ଏହା ଗୋଟେ ବିପର୍ଯ୍ୟୟ। ଆମକୁ ଆତ୍ମଚିନ୍ତନ କରିବାକୁ ପଡ଼ିବ। ରାସ୍ତା ଖୋଜିବାକୁ ପଡ଼ିବ। ତେବେ ବି ଜନମତକୁ ସମ୍ମାନ ଦେଉଛି। ଲୋକଙ୍କ ମତକୁ ମାନିବାକୁ ପଡ଼ିବ। ତେବେ ଓଡ଼ିଶାର ଯେଉଁ ଭଉଣୀଭାଇ ଭୋଟ୍‌ ଦେଇ ଶାସକ ଦଳକୁ ବିପୁଳ ବିଜୟ ଦେଇଛନ୍ତି ସେମାନେ ଗଣତାନ୍ତ୍ରିକ ଉପାୟ ଅବଲମ୍ବନ କରି ଏକଚ୍ଛତ୍ରବାଦକୁ ସମର୍ଥନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?