ଭୋଟ୍‌ ନାକଚ, ରାତି ଗଣତି ଯୋଗୁ କଂଗ୍ରେସ ହାରିଛି: ସପ୍ତଗିରି

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଏବଂ କୋରାପୁଟ ଜିଲାରେ ୧୭ ଆସନ ପାଇଛୁ। ଜିଲା ପରିଷଦ ଗଠନ କରିବୁ ବୋଲି ଆଶା ରଖିଥିଲୁ। ରାୟଗଡ଼ା ଜିଲାରେ ଶନିବାର ‘କ’ ଜୋନ୍‌ ଗଣତିବେଳେ କଂଗ୍ରେସ ଜିଲାର ୪ ଜୋନ୍‌ରେ ଆଗୁଆ ଥିଲା। କିନ୍ତୁ ଶେଷରେ କଂଗ୍ରେସ ୨ଟିରେ ବିଜୟୀ ହୋଇଥିଲା। ରାତି ୧୨ଟା ପରେ ଅନେକ ଭୋଟ ନାକଚ ହୋଇଥିଲା। ଶାସକ ଦଳ କଳ, ବଳ, କୌଶଳ ପ୍ରୟୋଗ କରି ଭୋଟ ହାତେଇଥିବା କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଯେଉଁମାନେ ଜିତିଛନ୍ତି ନିହାତି ସାଧୁବାଦ ଜଣାଉଛୁ। କିନ୍ତୁ କଂଗ୍ରେସ ଲଢ଼େଇ କରି ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି। ଲୋକଙ୍କ ସମସ୍ୟା ନେଇ ଉପଯୁକ୍ତ ସ୍ଥାନରେ ଉପସ୍ଥାପନ କରାଯାଇଛି। ରବିବାର ‘ଖ’ ଜୋନ୍‌ରେ ମଧ୍ୟ କଂଗ୍ରେସ ୪ରୁ ୫ ସିଟ୍‌ରେ ଆଗୁଆ ଅଛି। ପ୍ରାୟ ୮ରୁ ୯ ଆସନ ପାଇବା ଆଶା ରହିଛି। ସେହିପରି କୋରାପୁଟ ଜିଲାରେ ୧୧ ଆସନ ନିହାତି ରହିଛି। ଜୟପୁର ଏବଂ କୋଟପାଡ଼ରେ ଭୋଟ ପାଇଲେ ଦଳ ଜିଲା ପରିଷଦ ଗଠନ କରିବ ବୋଲି ସପ୍ତଗିରି କହିଛନ୍ତି। ଗଣତିବେଳେ ରାତିରେ ଗଣମାଧ୍ୟମ ପ୍ରତିନିଧି ଚାଲିଯିବା ପରେ ଆଗୁଆ ଥିବା କଂଗ୍ରେସ ପଛକୁ ଚାଲିଯାଉଛି। ଏହାର ଅନୁଧ୍ୟାନ କରାଯିବ। ପ୍ରଶାସନ ପକ୍ଷରୁ ଯଦି ଭୋଟ ଗଣତିବେଳେ ଅନ୍ୟାୟ କରାଯାଇଥିବ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ

ଗୁଣପୁର,୨୮।୯(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଗୁଣପୁରରେ ସିପିଆଇ(ଏମ୍‌ଏଲ୍‌) ଲିବରେସନ ପକ୍ଷରୁ ସୋମବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୂଆ ବସ୍‌ଷ୍ଟାଣ୍ଡରୁ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?