ଭୋଟ୍‌ ନାକଚ, ରାତି ଗଣତି ଯୋଗୁ କଂଗ୍ରେସ ହାରିଛି: ସପ୍ତଗିରି

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଏବଂ କୋରାପୁଟ ଜିଲାରେ ୧୭ ଆସନ ପାଇଛୁ। ଜିଲା ପରିଷଦ ଗଠନ କରିବୁ ବୋଲି ଆଶା ରଖିଥିଲୁ। ରାୟଗଡ଼ା ଜିଲାରେ ଶନିବାର ‘କ’ ଜୋନ୍‌ ଗଣତିବେଳେ କଂଗ୍ରେସ ଜିଲାର ୪ ଜୋନ୍‌ରେ ଆଗୁଆ ଥିଲା। କିନ୍ତୁ ଶେଷରେ କଂଗ୍ରେସ ୨ଟିରେ ବିଜୟୀ ହୋଇଥିଲା। ରାତି ୧୨ଟା ପରେ ଅନେକ ଭୋଟ ନାକଚ ହୋଇଥିଲା। ଶାସକ ଦଳ କଳ, ବଳ, କୌଶଳ ପ୍ରୟୋଗ କରି ଭୋଟ ହାତେଇଥିବା କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଯେଉଁମାନେ ଜିତିଛନ୍ତି ନିହାତି ସାଧୁବାଦ ଜଣାଉଛୁ। କିନ୍ତୁ କଂଗ୍ରେସ ଲଢ଼େଇ କରି ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି। ଲୋକଙ୍କ ସମସ୍ୟା ନେଇ ଉପଯୁକ୍ତ ସ୍ଥାନରେ ଉପସ୍ଥାପନ କରାଯାଇଛି। ରବିବାର ‘ଖ’ ଜୋନ୍‌ରେ ମଧ୍ୟ କଂଗ୍ରେସ ୪ରୁ ୫ ସିଟ୍‌ରେ ଆଗୁଆ ଅଛି। ପ୍ରାୟ ୮ରୁ ୯ ଆସନ ପାଇବା ଆଶା ରହିଛି। ସେହିପରି କୋରାପୁଟ ଜିଲାରେ ୧୧ ଆସନ ନିହାତି ରହିଛି। ଜୟପୁର ଏବଂ କୋଟପାଡ଼ରେ ଭୋଟ ପାଇଲେ ଦଳ ଜିଲା ପରିଷଦ ଗଠନ କରିବ ବୋଲି ସପ୍ତଗିରି କହିଛନ୍ତି। ଗଣତିବେଳେ ରାତିରେ ଗଣମାଧ୍ୟମ ପ୍ରତିନିଧି ଚାଲିଯିବା ପରେ ଆଗୁଆ ଥିବା କଂଗ୍ରେସ ପଛକୁ ଚାଲିଯାଉଛି। ଏହାର ଅନୁଧ୍ୟାନ କରାଯିବ। ପ୍ରଶାସନ ପକ୍ଷରୁ ଯଦି ଭୋଟ ଗଣତିବେଳେ ଅନ୍ୟାୟ କରାଯାଇଥିବ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

ରାୟଗଡ଼ା ଅଫିସ,୯ା୧: ରାୟଗଡ଼ା ଜିଲା କୋଲନରା ବ୍ଲକର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିଃର୍ଭୂତ ସମ୍ପତ୍ତି...

ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଶହୀଦ ସ୍ତମ୍ଭରେ ଲାଗିଛି ପ୍ରାର୍ଥୀଙ୍କ ପୋଷ୍ଟର

ଚିତ୍ରକୋଣ୍ଡା,୧୭।୨(ଡି.ଏନ.ଏ.) ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଶହୀଦ ସ୍ତମ୍ଭରେ ପଞ୍ଚାୟତ ନିର୍ବାଚନରେ ଭାଗ ନେଇଥିବା ପ୍ରାର୍ଥୀ,ପ୍ରାର୍ଥତ୍ନୀଙ୍କ ଉଦ୍ଦେଶ୍ୟରେ ଲାଗିଛି ମାଓବାଦୀ ପୋଷ୍ଟର। ପାପରମେଟେଲା...

୬ ମାସ ପରେ ଭିଜିଲାନ୍ସ ତଦନ୍ତ

ରାୟଗଡ଼ା,୨୫ା୫(ସ୍ବ.ପ୍ର.): କରୋନା ସମୟରେ ରାୟଗଡ଼ା ବ୍ଲକ ପେଣ୍ଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅର୍ଥ ହେରଫେର ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ୬ ମାସ ପରେ ପୁଣି...

ଆଜି ସରିବ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର, ୨୦ରେ ଭୋଟ୍‌

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ସାରା ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଚଳିତମାସ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ ଆଜି ରାଜ୍ୟରେ ଜାରି ରହିଛି ଦ୍ୱିତୀୟ...

ଉମରକୋଟରେ ଭାଜପାର ନିତ୍ୟାନନ୍ଦ ଗଣ୍ଡ ବିଜୟୀ

ନବରଙ୍ଗପୁର, ୨୩।୫(ବି.ପ୍ର.)-ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଜୟୀ ହୋଇଛି। ଭାଜପାର ନିତ୍ୟନନ୍ଦ ଗଣ୍ଡ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସୁବାସ ଗଣ୍ଡଙ୍କୁ ୯,୭୬୩ ଭୋଟରେ ହରାଇଛନ୍ତି।...

ଗର୍ଭବତୀ ନାବାଳିକାର ଆତ୍ମହତ୍ୟା ଉଦ୍ୟମ

ଉମରକୋଟ,୩୦।୧(ଡି.ଏନ.ଏ.)-ନବରଙ୍ଗପୁର ଜିଲା ଉମରକୋଟ ବ୍ଲକରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇ ଗର୍ଭବତୀ ହେବା ପରେ ଲୋକଲଜା ଭୟରେ ବିଷ ଖାଇ ଗୁରୁବାର ଆତ୍ମହତ୍ୟା ଉଦ୍ୟମ...

୧୪ ନମ୍ବର ଜୋନରେ ବିଜେଡିର ବାଜିମାତ୍‌

ଗଞ୍ଜାମ,୨୭।୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ୧୪ ନମ୍ବର ଜୋନରେ ବିଜେଡି ମାଜିମାତ କରିଛି। ବିଜେଡି ପାର୍ଥିନୀ ସସ୍ମିତା ସ୍ବାଇଁ ୧୫ ହଜାର ୧୬୦ ଖଣ୍ଡ ଭୋଟ ପାଇଛନ୍ତି।...

ଅସନ୍ତୁଷ୍ଟଙ୍କୁ ନୁହେଁ, ପ୍ରାର୍ଥିତ୍ୱକୁ ଭରସା

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାର ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିର୍ତ୍ତୋଲ ଜିଲା ପରିଷଦର ୪ନଂ. ଜୋନ୍‌ ବିଜେଡି ସଭ୍ୟା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜୟୀ ହୋଇ...

Advertisement
Archives

Model This Week