ସ୍କୁଲର ପ୍ରଥମ ଦିନରେ କରୋନାର ଅନୁଭୁତି ବଖାଣିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୮।୨(ଡି.ଏନ୍‌.ଏ): ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସୋମବାର ଶିକ୍ଷା ଅନୁଷ୍ଠାନ ଖୋଲିଛି। ଛାତ୍ରୀଛାତ୍ର ନିଜ ନିଜ ବିଦ୍ୟାଳୟକୁ
ନିୟମିତ ଯାଇ ଅଫଲାଇନରେ ପାଠ ପଢ଼ିବେ, ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବେ ନିଜ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଜାଣିବେ ଏଭଳି କିଛି ଚିନ୍ତାଧାରାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ପୂର୍ବରୁ ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଥିବା ବେଳେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଘରେ ରହି ପଢ଼ୁଥିଲେ। ସୋମବାର ଠାରୁ ପ୍ରାଥମିକ ବିଦ୍ୟାଳୟ ଖୋଲିଯାଇଥିଲା। ଫଳରେ କେବଳ ଅଭିଭାବକ କିମ୍ବା ଛାତ୍ରୀଛାତ୍ର ନୁହେଁ ଶିକ୍ଷା ବିଭାଗର ଶିକ୍ଷୟିତ୍ରୀ ଶିକ୍ଷକ ଏବଂ ଉଚ୍ଚ ପଦାଧିକାରୀଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ଦେଖାଯାଇଛି। ଦାରିଙ୍ଗବାଡ଼ି ବିଇଓ ରସାନନ୍ଦ କର, ଏବିଇଓ ତଥା ବିଆରସିସି ସୁବାସିନୀ ଦିଗାଳଙ୍କ ସମେତ ସମସ୍ତ ୨୫ ପଞ୍ଚାୟତର ଦାୟିତ୍ୱରେ ରହିଥିବା ସିଆର୍‌ସିସିମାନେ ନିଜ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କୁ ଫୁଲ, ଚନ୍ଦନ ଦେଇ ସ୍ବାଗତ କରିଥିଲେ। ଏଥି ପାଇଁ ଏକାଧିକ ବିଦ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଛାତ୍ରୀଛାତ୍ରଙ୍କୁ ଏହି ଦୁଇବର୍ଷ କରୋନା ସମୟରେ ସେମାନେ କିଭଳି ଘରେ ସମୟ ବିତାଉଥିଲେ ସେନେଇ ନିଜ ଅନୁଭୁତି ବଖାଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତବ୍ୟ ଆଗରେ ହାର ମାନିଛି କର୍କଟ ରୋଗ

ଦିଗପହଣ୍ଡି,୧୫ା୪(ଡି.ଏନ.ଏ.)- ସମଗ୍ର ବିଶ୍ୱ ଏବେ ରୋନା ମହାମାରୀ ସହ ଲଢୁଛି। ଏଭଳି ପରିସ୍ଥିତିରେ ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ବଢିଯାଇଛି। ଏମାନେ ଏବେ...

ସାମାଜିକ ଦୂରତା ରକ୍ଷା କରି ବିଜୁ ଶ୍ରାଦ୍ଧବାର୍ଷିକୀ ପାଳିତ

ହାଟଡିହୀ, ୧୭।୪(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଶାନ୍ତିଲତା ଭବନଠାରେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ସାମାଜିକ ଦୂରତା ରକ୍ଷା କରି ପାଳିତ ହୋଇଯାଇଛି। ବରିଷ୍ଠ ବିଜେଡି...

ଅଗ୍ନିକାଣ୍ଡରେ ଜଳିଗଲା ୩ ବଖରା: ୨ ବଳଦ ଜୀବନ୍ତ ଦଗ୍ଧ

ଖୋର୍ଦ୍ଧା ଅଫିସ,୨୨।୫: ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ସାଗରଗାଁ ପଞ୍ଚାୟତ ନୂଆସାହି ଗ୍ରାମର ଦାଶରଥୀ ଦଳେଇଙ୍କ ଘରେ ଶୁକ୍ରାବର ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯିବା...

କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ...

ଚେକିଂ ବେଳେ ଦୁର୍ଘଟଣା, ପୋଲିସ ଏସ୍‌ଆଇ ମୃତ

ବାରିପଦା ଅଫିସ,୧୯ା୧୧- ବାରିପଦା ଟାଉନ ଥାନା ପୋଲିସ ପକ୍ଷରୁ ତକତପୁରଠାରେ ଯାନବାହନ ଚେକିଂ ବେଳେ ସୋମବାର ସାରେ ଦୁର୍ଘଟଣା ଘଟିଛି। ଏଥିରେ ସବ୍‌ ଇନ୍ସପେକ୍ଟର(ଏସ୍‌ଆଇ) ଦୟାନିଧି...

ଶ୍ରୀମନ୍ଦିର ପ୍ରବେଶ ପାଇଁ ଆସିବ ନୂଆ ଗାଇଡ୍‌ଲାଇନ

ପୁରୀ ଅଫିସ,୨୭।୧୦: ପୁରୀ ବାସୀଙ୍କ ପାଇଁ ଜଗା ଦର୍ଶନକୁ ନେଇ ବୁଧବାର ନୂଆ ଗାଇଡ୍‌ଲାଇନ୍‌ ଆସିବ। ମଧ୍ୟ୍ୟାହ୍ନ ୧୨ଟାରେ ଭର୍ଚୁଆଲ ଯୋଗେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ...

ସରିଲା କୁମ୍ଭୀର, ପକ୍ଷୀ ଗଣନା

ଭଦ୍ରକ ଅଫିସ, ୧୪।୧ ଭଦ୍ରକ ବନଖଣ୍ଡ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି। ଜିଲା ବନଖଣ୍ଡ ବନ୍ୟପ୍ରାଣୀ ବିଭାଗର ଚାନ୍ଦବାଲି,...

୬ ସପ୍ତାହ ମଧ୍ୟରେ ବାର୍‌ କାଉନ୍‌ସିଲ ନିର୍ବାଚନ କର: ହାଇକୋର୍ଟ

କଟକ ଅଫିସ,୫ା୧: ରାଜ୍ୟ ବାର କାଉନ୍‌ସିଲ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସହ ୬ସପ୍ତାହ ମଧ୍ୟରେ ଶେଷ କରିବାକୁ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।...

Advertisement
Archives

Model This Week