ଆମ ଜିଲା ଖବର

ଭାଜପା ନେତାଙ୍କ ଝୁଲନ୍ତା ମୃତଦେହ ଜବତ

ଜଟଣୀ,୩୦।୩(ଡି.ଏନ୍‌.ଏ.): ଜଟଣୀ ପୌରାଞ୍ଚଳ ୧୪ ନମ୍ବର ୱାର୍ଡରେ ରହୁଥିବା ଜଣେ ଭାଜପା ନେତାଙ୍କ ଝୁଲନ୍ତା ମୃତଦେହକୁ ମଙ୍ଗଳବାର ତାଙ୍କୁ ଘରୁ ଜଟଣୀ ଥାନା ପୋଲିସ ଜବତ କରିଛି। ସେ ହେଲେ ଜଟଣୀର ପୂର୍ବତନ ନଗର ସଭାପତି ଡ. ଅରବିନ୍ଦ ନାୟକ। ଏ…

୧୪୪ ଧାରା ଭାଙ୍ଗି ଶ୍ରଦ୍ଧାଳୁଙ୍କ ବାରୁଣୀ ବୁଡ଼

ଯାଜପୁର ଟାଉନ,୩୦।୩(ଡି.ଏନ.ଏ.): ଯାଜପୁର ଦଶାଶ୍ୱମେଧ ଘାଟଠାରେ ବାରୁଣୀ ବୁଡ଼ ପାଇଁ ମାର୍ଚ୍ଚ ୨୯ ଓ ୩୦ ତାରିଖ ୨ଦିନ ଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ୨ ଦିନ ଦଶାଶ୍ୱମେଧ ଘାଟଠାରୁ ବଲ୍ଲଭିଘାଟ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ମାତ୍ର…

ସଂଖ୍ୟା ଅଧିକ ସତ୍ତ୍ୱେ ବିଜେଡିର ବିଦ୍ରୋହୀଙ୍କୁ ଡର

କେନ୍ଦ୍ରାପଡ଼ା ଅଫିସ, ୩୦।୩: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ସରିଛି। ଅଧ୍ୟକ୍ଷା ପଦରେ ବିଜେଡିର ସରିତା ସାହୁ ପ୍ରତ୍ୟେକ ୱାର୍ଡରୁ ବିଜୟ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତେବେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡି ରାଜନୈତିକ ଗଣିତ ଅଛିଣ୍ଡା ହୋଇଛି।…

ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଗୁଣପୁର,୨୯ା୩(ଡି.ଏନ୍‌.ଏ.): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଥିବା ମାଲାକନଗିରି ଜିଲା ଗ୍ରାମ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କୁ ଅମାପ ଧନ ସମ୍ପତ୍ତି ଠାବ ହେବାରେ ଲାଗିଛି। ମଙ୍ଗଳବାର ଯନ୍ତ୍ରୀ ଦାସଙ୍କୁ ଗିରଫ କରାଯାଇ…

ପୁନରୁଦ୍ଧାର ହେବ ‘ମ୍ୟାଙ୍ଗୋ ହବ୍‌’

ଢେଙ୍କାନାଳ ଅଫିସ, ୩୦।୩: ପୁଣି କାର୍ଯ୍ୟକ୍ଷମ ହେବ ପରିତ୍ୟକ୍ତ ‘ମ୍ୟାଙ୍ଗୋ ହବ୍‌’। ଚାଷୀଙ୍କୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ିବନି ଆମ୍ବ। ସେମାନଙ୍କୁ ମିଳିବ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ। ଢେଙ୍କାନାଳର ପ୍ରସିଦ୍ଧ ଦଶେରୀ ଏବଂ ଆମ୍ରପାଲି ପ୍ରଜାତିର ଆମ୍ବ…

ନିଶା ନିବାରଣ କେନ୍ଦ୍ରକୁ ନେବା ବାଟରେ ଯୁବକଙ୍କୁ ହତ୍ୟା

ବାରିପଦା ଅଫିସ,୩୦।୩: ମୟୂରଭଞ୍ଜ ଜିଲା ଯଶିପୁର ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଜନୈକ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଅଭିଯୁକ୍ତମାନେ ଉକ୍ତ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରକୁ ନେଉଥିବା ବେଳେ ବାଟରେ ହତ୍ୟା କରି ତଥ୍ୟ…

ମାଛ ପାଇଁ ପାପୁଲି ଛିଣ୍ଡିଲା

ବୌଦ୍ଧ,୩୦।୩(ସ୍ବ.ପ୍ର.): ବୌଦ୍ଧ ସହରର ମହାନଦୀ ଘାଟରେ ମଙ୍ଗଳବାର ଡିନାମାଇଟ୍‌ ଫୁଟାଇ ମାଛ ମାରିବା ଜଣେ ଯୁବକଙ୍କ ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି। ଡିନାମାଇଟ୍‌ ହଠାତ୍‌ ଫୁଟି ଯିବାରୁ ଯୁବକଙ୍କ ହାତ ପାପୁଲି ଛିଣ୍ଡିଯାଇଛି। ଆହତ ଯୁବକ ହେଲେ ସୁରଥ ଭୋକ୍ତା…

ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମରେ ୫୬୭ ଚିକିତ୍ସିତ

ଭବାନୀପାଟଣା,୩୦ା୩(ସ୍ବ.ପ୍ର.): କଳାହାଣ୍ଡି ଜିଲାରେ ପ୍ରଥମ ଥର ପାଇଁ ସୋମବାରଠାରୁ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋମବାର ଓ ମଙ୍ଗଳବାର ୨ ଦିନରେ ଜିଲାର ୫୬୭ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି। ମଙ୍ଗଳବାର ଦ୍ୱିତୀୟ ଦିନରେ ୫ଜଣ ସୁପର ସ୍ପେଶାଲିଷ୍ଟ…

ବନ୍ଧୁକ ଦେଖାଇ ସମବାୟ କର୍ମଚାରୀଙ୍କଠାରୁ ୭.୫ ଲକ୍ଷ ଲୁଟ୍‌

ବାଲୁଗାଁ,୩୦।୩(ଡି.ଏନ୍‌.ଏ.): ବାଲୁଗାଁ ଥାନା ଅଧୀନ ବାବାଲୁଗାଁ ବସଷ୍ଟାଣ୍ଡର ଅନତି ଦୂରରେ ମଙ୍ଗଳବାର ଅପରାହ୍ନ ସ୍ପଷ୍ଟ ଦିବାଲୋକରେ ଏକ ଲୁଟ୍‌ ହୋଇଛି। ଜଣେ ସମବାୟ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନଗଦ ୭ଲକ୍ଷ ୫୦ହଜାର ୫୬୦ଟଙ୍କା ଓ ମୋବାଇଲ ଫୋନ୍‌…

ଶିମିଳିପାଳରେ ନିଆଁ ଲଗାଇ ୫ ଗିରଫ

ବାରିପଦା ଅଫିସ/ବାଙ୍ଗିରିପୋଷି,୩୦।୩(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉତ୍ତର ଶିମିଳିପାଳ ଅଭୟାରଣ୍ୟର ନଅଁଣା ରେଞ୍ଜରେ ଶିକାର ଉଦ୍ଦେଶ୍ୟରେ ନିଆଁ ଲଗାଉଥିବା ୫ଶିକାରୀଙ୍କୁ ବନବିଭାଗ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଜାମଦା ଥାନା ଅଁଳାବେଣା ଗ୍ରାମର ରାମା ସିଂ, ବାଙ୍ଗରିପୋଷି ଥାନା…

ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ: ୧୬ ଜିଲାରେ ଲୁଟେରାଙ୍କୁ ସୁରକ୍ଷା

ଯାଜପୁର ଅଫିସ,୩୦ା୩: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଅଘୋଷିତ ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ ରାଜନୈତିକ ନେତୃବର୍ଗଙ୍କ ଚାପରେ ସରକାରଙ୍କ ସମସ୍ତ ନୀତିନିୟମକୁ ଚାପି ଦିଆଯାଉଛି। ଏହି କ୍ରମରେ ରାଜ୍ୟରେ…

ଠାକୁରାଣୀ ଯାତ୍ରାରୁ ଚିକେନ୍‌ ପକୋଡ଼ା ଖାଇ ୭ ଅସୁସ୍ଥ

କୁଡୁମୁଲୁଗୁମ୍ମା, ୩୦।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡାରେ ଚାଲିଥିବା ଠାକୁରାଣୀ ଯାତ୍ରା ଦେଖିବାକୁ ଯାଇ ଯାତ୍ରାରେ ମିଳୁଥିବା ଚିକେନ୍‌ ପକୋଡା ଖାଇ ୭ଜଣ ଶିଶୁ ଅସୁସ୍ଥ ହୋଇପଡିଛନ୍ତି। ସେମାନଙ୍କ ମଧ୍ୟରେ ସିନ୍ଧିଗୁଡା ଗ୍ରାମର ୪ଜଣ ଥିବା ବେଳେ କୁଡୁମୁଲୁଗୁମ୍ମାର ୩ ଜଣ ଶିଶୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?