ସଂଖ୍ୟା ଅଧିକ ସତ୍ତ୍ୱେ ବିଜେଡିର ବିଦ୍ରୋହୀଙ୍କୁ ଡର

କେନ୍ଦ୍ରାପଡ଼ା ଅଫିସ, ୩୦।୩: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ସରିଛି। ଅଧ୍ୟକ୍ଷା ପଦରେ ବିଜେଡିର ସରିତା ସାହୁ ପ୍ରତ୍ୟେକ ୱାର୍ଡରୁ ବିଜୟ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତେବେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡି ରାଜନୈତିକ ଗଣିତ ଅଛିଣ୍ଡା ହୋଇଛି। ବିଜେଡିର କାଉନସିଲର ସଂଖ୍ୟା ଅଧିକ ସତ୍ତ୍ୱେ ମଧ୍ୟ ବିଜୟୀ ବିଦ୍ରୋହୀ କାଉନ୍‌ସିଲର ଏହି ଗଣିତକୁ ଓଲଟପାଲଟ କରିବା ସମ୍ଭାବନା ଅଛି। ଅପରପକ୍ଷରେ ସମସ୍ତ ବିଜୟୀ କାଉନ୍‌ସିଲର ଉପାଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ଥିବା ବେଳେ ଦଳୀୟ ହସ୍ତକ୍ଷେପ ବା ହୁଇପକୁ ଅପେକ୍ଷା କରିଛନ୍ତି। ତେବେ ଦୁଇ ପୁଷ୍ପାଙ୍କ ମଧ୍ୟରେ ଜଣେ ଉପାଧ୍ୟକ୍ଷ ପଦବୀ ପାଇପାରନ୍ତି ବୋଲି ରାଜନୈତିକ ବିଶ୍ଲେଷକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସହରର ମୀର ଅବୁ ଓବେଦା, ବୁଦ୍ଧିଜୀବୀ ଗଣେଣ ଚନ୍ଦ୍ର ସାମଲ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଦର୍ଶାଇଛନ୍ତି, ବିଜେଡିର ଠିକ୍‌ ଗୋଟି ଚାଳନା ହିଁ ଏହାର ସମାଧାନ କରିପାରିବ। ପୌରାଞ୍ଚଳର ୨୧ ୱାର୍ଡରୁ ୧୧ ବିଜେଡି, ୫ଟି କଂଗ୍ରେସ, ୪ଟି ବିଦ୍ରୋହୀ ବିଜେଡି ଓ ଗୋଟିଏ ୱାର୍ଡରେ ଭାଜପା କାଉନ୍‌ସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରଥମ ଦାବିଦାର ଥିବା ମଙ୍ଗଳବରଣ ସିଂହ ଓ ନିକଟରେ କଂଗ୍ରେସରୁ ବିଜେଡିରେ ସାମିଲ ହୋଇଥିବା ଶରତ କୁମାର ବେହେରା ନିର୍ବାଚନରେ ହାରି ଯାଇଛନ୍ତି। ବିଜୟୀ କାଉନ୍‌ସିଲଙ୍କ ମଧ୍ୟରୁ ପ୍ରଭାଶିଷ ପଣ୍ଡା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ଘନିଷ୍ଠ। ସେହିପରି ଉମେଶ ଚନ୍ଦ୍ର ନାୟକ ସର୍ବାଧିକ ଭୋଟ ପାଇ ଉପାଧ୍ୟକ୍ଷ ପଦବୀକୁ ଆଶା କରିଛନ୍ତି। ତେବେ ୨ ନଂ. ୱାର୍ଡର ବିଜୟୀ ସ୍ବାଧୀନ ପ୍ରାର୍ଥୀ କାଳି ପ୍ରସାଦ ମିଶ୍ର ଉପାଧ୍ୟକ୍ଷ ପଦବୀ ପାଇଁ ଗୋଟିଚାଳନା ଆରମ୍ଭ କରିଛନ୍ତି। ଚଳିତ ନିର୍ବାଚନ ସମୟରେ ବିଜେଡି ଟିକେଟ ପାଇ ନ ଥିବାରୁ ସ୍ବାଧୀନ ଭାବେ ଲଢ଼ିଥିବା ମିଶ୍ରଙ୍କ ସମେତ ୪ ଜଣଙ୍କୁ ବିଜେଡି ନିଲମ୍ବିତ କରିଥିଲା। ଏମାନେ ଦଳକୁ ଫେରି ଉପାଧ୍ୟକ୍ଷ ପଦବୀ ହାସଲ କରିବାକୁ ଯୋଜନା କରିଛନ୍ତି। ଦଳୀୟ ପ୍ରାର୍ଥୀ ନ ହେଲେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜୟୀ କଂଗ୍ରେସ, ଭାଜପା ଓ ସ୍ବାଧୀନ କାଉନ୍‌ସିଲର ଏକାଠି ହେବା ସମ୍ଭାବନା ଅଛି। ଏଥିସହ ବିଜେଡିରୁ ଜଣେ କାଉନସିଲର ହାତକୁ ଆସିଲେ ବିରୋଧୀଙ୍କୁ ଉପାଧ୍ୟକ୍ଷ ପଦବୀ ମିଳିବାରେ ଅସୁବିଧା ନାହିଁ। ତେବେ ନିଲମ୍ବିତ ପ୍ରାର୍ଥୀ ଦଳକୁ ଫେରିଲେ ଦଳୀୟ କାଉନସିଲରଙ୍କ ମଧ୍ୟରେ ଭବିଷ୍ୟତରେ କନ୍ଦଳ ଲାଗିବା ସମ୍ଭାବନା ଅଛି। ଏ କ୍ଷେତ୍ରରେ ୧ ନଂ. ୱାର୍ଡରେ ବିଜୟୀ ହୋଇଥିବା ପୁଷ୍ପଲତା ବେହେରା ଓ ୧୧ ନଂ. ୱାର୍ଡରେ ବିଜୟୀ ପୁଷ୍ପାଞ୍ଜଳି ବସ୍ତିଆ ବିଜେଡି ପାଇଁ ଟ୍ରମ୍ପ କାର୍ଡ ସାଜିଛନ୍ତି। ୧୧ ନଂ. ୱାର୍ଡର ବିଜୟୀ ବସ୍ତିଆ ହେଉଛନ୍ତି ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡାଙ୍କ ସ୍ତ୍ରୀ। ହିରଣ୍ୟ କୁମାର ଦଳୀୟ କାର୍ଯ୍ୟକ୍ରମ ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଡି ହୋଇ ଦଳୀୟ ନେତା ଓ ପୌରାଞ୍ଚଳବାସୀଙ୍କ ଆସ୍ଥାଭାଜନ ହୋଇଛନ୍ତି। ଏଥିସହ ୧୧ ନଂ. ୱାର୍ଡରେ ଦଳୀୟ ଅଧ୍ୟକ୍ଷାଙ୍କ ସହିତ ସମାନ ଭୋଟ ପାଇ ବସ୍ତିଆ ଚର୍ଚ୍ଚାରେ ଅଛନ୍ତି। ସେହିପରି ୧ ନଂ. ୱାର୍ଡରେ ବିଜୟୀ ବେହେରା ଓ ୨ ନଂ. ୱାର୍ଡର ବିଜୟୀ ସ୍ବାଧୀନ ପ୍ରାର୍ଥୀ କାଳିପ୍ରସାଦଙ୍କ ଗୋଟିଏ ବିଜୟ ଶୋଭାଯାତ୍ରାରେ ସାମିଲ ହେବା ଉପାଧ୍ୟକ୍ଷ ପଦବୀକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଦଳୀୟ ପଦକ୍ଷେପକୁ ସହରବାସୀ ଅପେକ୍ଷା କରିଥିବା ବିଶ୍ଲେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ହତ୍ୟା ଅଭିଯୋଗରେ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର ଅଫିସ/ତରଭା, ୨୦।୧ (ଡି.ଏନ.ଏ)- ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲିର ଜଣେ ଯୁବକ ଆଲୋକ ନାଏକ (୨୫)ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସୋମବାର ଉଦ୍ଧାର...

ଡାକ୍ତରମାନେ ଭଗବାନ ସଦୃଶ ହୋଇ ରୋଗ ଦୂର କରିଥାନ୍ତି: ରାଜ୍ୟପାଳ

ବ୍ରହ୍ମପୁର ଅଫିସ,୧୪।୧୨: ଏଣ୍ଡୋକ୍ରାଇନ ସୋସାଇଟି ଅଫ୍‌ ଓଡିଶାର ୮ମ ବାର୍ଷିକ ସମିଳନୀ ଶନିବାର ବ୍ରହ୍ମପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି...

ଲିମକା ବୁକ ଅଫ୍‌ ରେକର୍ଡ଼ସରେ ବାହାନଗାର ଯୁବ ଇଞ୍ଜିନିୟର

ବାହାନଗା, ୨୨ା୧୨-୧୦ହଜାରରୁ ଊର୍ଦ୍ଧ୍ୱ ସାମାଜିକ ଉପକରଣ, ୩୦ହଜାରରୁ ଊର୍ଦ୍ଧ୍ୱ ବିଜ୍ଞାନ ଓ ଶିକ୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରି ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଞ୍ଚଳର ଯୁବ...

୨୦୧୩.୫ ହେକ୍ଟର ହେବ ଜଳସେଚିତ

ଆଠମଲ୍ଲିକ, ୩୦ା୯ (ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ମାନଜୋର ମଧ୍ୟମ ଜଳସେଚନ ବିଭାଗ ପକ୍ଷରୁ ଭୂତଳ ପାଇପ ଲାଇନ ଜଳସେଚନ କାର୍ଯ୍ୟର ଭୂମିପୂଜା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ...

ଆଦାୟ ହୋଇପାରେ ୭ଶହ କୋଟି

ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ...

୧୭୭୦୩ ପରୀକ୍ଷାର୍ଥୀ ଅନୁପସ୍ଥିତ

କଟକ ଅଫିସ,୧୪ା୩: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସମେଟିଭ-୨ ପରୀକ୍ଷା ଦେବା ପାଇଁ ଛାତ୍ରୀଛାତ୍ର ଫର୍ମପୂରଣ କରିବା ସହ ଆଡମିଟ୍‌ କାର୍ଡ...

ସହରରେ ବଢ଼ିଚାଲିଛି ଅପରାଧ

ବାଲେଶ୍ୱର ଅଫିସ, ୮।୬ – ବାଲେଶ୍ୱର ସହରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହତ୍ୟା, ଲୁଟ୍‌ତରାଜ ଭଳି ଅପରାଧ ଘଟିଚାଲିଥିଲେ ମଧ୍ୟ ପୋଲିସ ଏହାକୁ...

ରାୟଗଡ଼ାରେ ଆଉ ଜଣେ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ

ରାୟଗଡ଼ା,୨୪ା୧୨(ସ୍ବ.ପ୍ର.) ରାୟଗଡ଼ାଠାରେ ରୁଷୀୟ ପର୍ଯ୍ୟଟକ ଭ୍ଲାଡିମିର ବିଦାନୋଭଙ୍କ ଗୁରୁବାର ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିବାବେଳେ ଶନିବାର ହୋଟେଲ ପାର୍ଶ୍ୱ ନୂତନ କୋଠା ନିକଟରୁ ତାଙ୍କର ଅନ୍ୟ...

Advertisement
Archives

Model This Week