ସଂଖ୍ୟା ଅଧିକ ସତ୍ତ୍ୱେ ବିଜେଡିର ବିଦ୍ରୋହୀଙ୍କୁ ଡର

କେନ୍ଦ୍ରାପଡ଼ା ଅଫିସ, ୩୦।୩: କେନ୍ଦ୍ରାପଡ଼ା ପୌର ପରିଷଦ ନିର୍ବାଚନ ସରିଛି। ଅଧ୍ୟକ୍ଷା ପଦରେ ବିଜେଡିର ସରିତା ସାହୁ ପ୍ରତ୍ୟେକ ୱାର୍ଡରୁ ବିଜୟ ସଂଖ୍ୟକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି। ତେବେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜେଡି ରାଜନୈତିକ ଗଣିତ ଅଛିଣ୍ଡା ହୋଇଛି। ବିଜେଡିର କାଉନସିଲର ସଂଖ୍ୟା ଅଧିକ ସତ୍ତ୍ୱେ ମଧ୍ୟ ବିଜୟୀ ବିଦ୍ରୋହୀ କାଉନ୍‌ସିଲର ଏହି ଗଣିତକୁ ଓଲଟପାଲଟ କରିବା ସମ୍ଭାବନା ଅଛି। ଅପରପକ୍ଷରେ ସମସ୍ତ ବିଜୟୀ କାଉନ୍‌ସିଲର ଉପାଧ୍ୟକ୍ଷ ପଦବୀ ପାଇଁ ଆଶାୟୀ ଥିବା ବେଳେ ଦଳୀୟ ହସ୍ତକ୍ଷେପ ବା ହୁଇପକୁ ଅପେକ୍ଷା କରିଛନ୍ତି। ତେବେ ଦୁଇ ପୁଷ୍ପାଙ୍କ ମଧ୍ୟରେ ଜଣେ ଉପାଧ୍ୟକ୍ଷ ପଦବୀ ପାଇପାରନ୍ତି ବୋଲି ରାଜନୈତିକ ବିଶ୍ଲେଷକ ମତ ଦେଇଛନ୍ତି।
ଏ ସମ୍ପର୍କରେ ସହରର ମୀର ଅବୁ ଓବେଦା, ବୁଦ୍ଧିଜୀବୀ ଗଣେଣ ଚନ୍ଦ୍ର ସାମଲ, ଚିତ୍ତରଞ୍ଜନ ସାହୁ ପ୍ରମୁଖ ଦର୍ଶାଇଛନ୍ତି, ବିଜେଡିର ଠିକ୍‌ ଗୋଟି ଚାଳନା ହିଁ ଏହାର ସମାଧାନ କରିପାରିବ। ପୌରାଞ୍ଚଳର ୨୧ ୱାର୍ଡରୁ ୧୧ ବିଜେଡି, ୫ଟି କଂଗ୍ରେସ, ୪ଟି ବିଦ୍ରୋହୀ ବିଜେଡି ଓ ଗୋଟିଏ ୱାର୍ଡରେ ଭାଜପା କାଉନ୍‌ସିଲର ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରଥମ ଦାବିଦାର ଥିବା ମଙ୍ଗଳବରଣ ସିଂହ ଓ ନିକଟରେ କଂଗ୍ରେସରୁ ବିଜେଡିରେ ସାମିଲ ହୋଇଥିବା ଶରତ କୁମାର ବେହେରା ନିର୍ବାଚନରେ ହାରି ଯାଇଛନ୍ତି। ବିଜୟୀ କାଉନ୍‌ସିଲଙ୍କ ମଧ୍ୟରୁ ପ୍ରଭାଶିଷ ପଣ୍ଡା କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା ଓ ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ଘନିଷ୍ଠ। ସେହିପରି ଉମେଶ ଚନ୍ଦ୍ର ନାୟକ ସର୍ବାଧିକ ଭୋଟ ପାଇ ଉପାଧ୍ୟକ୍ଷ ପଦବୀକୁ ଆଶା କରିଛନ୍ତି। ତେବେ ୨ ନଂ. ୱାର୍ଡର ବିଜୟୀ ସ୍ବାଧୀନ ପ୍ରାର୍ଥୀ କାଳି ପ୍ରସାଦ ମିଶ୍ର ଉପାଧ୍ୟକ୍ଷ ପଦବୀ ପାଇଁ ଗୋଟିଚାଳନା ଆରମ୍ଭ କରିଛନ୍ତି। ଚଳିତ ନିର୍ବାଚନ ସମୟରେ ବିଜେଡି ଟିକେଟ ପାଇ ନ ଥିବାରୁ ସ୍ବାଧୀନ ଭାବେ ଲଢ଼ିଥିବା ମିଶ୍ରଙ୍କ ସମେତ ୪ ଜଣଙ୍କୁ ବିଜେଡି ନିଲମ୍ବିତ କରିଥିଲା। ଏମାନେ ଦଳକୁ ଫେରି ଉପାଧ୍ୟକ୍ଷ ପଦବୀ ହାସଲ କରିବାକୁ ଯୋଜନା କରିଛନ୍ତି। ଦଳୀୟ ପ୍ରାର୍ଥୀ ନ ହେଲେ ଉପାଧ୍ୟକ୍ଷ ପଦବୀ ପାଇଁ ବିଜୟୀ କଂଗ୍ରେସ, ଭାଜପା ଓ ସ୍ବାଧୀନ କାଉନ୍‌ସିଲର ଏକାଠି ହେବା ସମ୍ଭାବନା ଅଛି। ଏଥିସହ ବିଜେଡିରୁ ଜଣେ କାଉନସିଲର ହାତକୁ ଆସିଲେ ବିରୋଧୀଙ୍କୁ ଉପାଧ୍ୟକ୍ଷ ପଦବୀ ମିଳିବାରେ ଅସୁବିଧା ନାହିଁ। ତେବେ ନିଲମ୍ବିତ ପ୍ରାର୍ଥୀ ଦଳକୁ ଫେରିଲେ ଦଳୀୟ କାଉନସିଲରଙ୍କ ମଧ୍ୟରେ ଭବିଷ୍ୟତରେ କନ୍ଦଳ ଲାଗିବା ସମ୍ଭାବନା ଅଛି। ଏ କ୍ଷେତ୍ରରେ ୧ ନଂ. ୱାର୍ଡରେ ବିଜୟୀ ହୋଇଥିବା ପୁଷ୍ପଲତା ବେହେରା ଓ ୧୧ ନଂ. ୱାର୍ଡରେ ବିଜୟୀ ପୁଷ୍ପାଞ୍ଜଳି ବସ୍ତିଆ ବିଜେଡି ପାଇଁ ଟ୍ରମ୍ପ କାର୍ଡ ସାଜିଛନ୍ତି। ୧୧ ନଂ. ୱାର୍ଡର ବିଜୟୀ ବସ୍ତିଆ ହେଉଛନ୍ତି ପୂର୍ବତନ କାଉନ୍‌ସିଲର ହିରଣ୍ୟ କୁମାର ପଣ୍ଡାଙ୍କ ସ୍ତ୍ରୀ। ହିରଣ୍ୟ କୁମାର ଦଳୀୟ କାର୍ଯ୍ୟକ୍ରମ ସହ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଯୋଡି ହୋଇ ଦଳୀୟ ନେତା ଓ ପୌରାଞ୍ଚଳବାସୀଙ୍କ ଆସ୍ଥାଭାଜନ ହୋଇଛନ୍ତି। ଏଥିସହ ୧୧ ନଂ. ୱାର୍ଡରେ ଦଳୀୟ ଅଧ୍ୟକ୍ଷାଙ୍କ ସହିତ ସମାନ ଭୋଟ ପାଇ ବସ୍ତିଆ ଚର୍ଚ୍ଚାରେ ଅଛନ୍ତି। ସେହିପରି ୧ ନଂ. ୱାର୍ଡରେ ବିଜୟୀ ବେହେରା ଓ ୨ ନଂ. ୱାର୍ଡର ବିଜୟୀ ସ୍ବାଧୀନ ପ୍ରାର୍ଥୀ କାଳିପ୍ରସାଦଙ୍କ ଗୋଟିଏ ବିଜୟ ଶୋଭାଯାତ୍ରାରେ ସାମିଲ ହେବା ଉପାଧ୍ୟକ୍ଷ ପଦବୀକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଦଳୀୟ ପଦକ୍ଷେପକୁ ସହରବାସୀ ଅପେକ୍ଷା କରିଥିବା ବିଶ୍ଲେଷକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?