ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ: ୧୬ ଜିଲାରେ ଲୁଟେରାଙ୍କୁ ସୁରକ୍ଷା

ଯାଜପୁର ଅଫିସ,୩୦ା୩: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଅଘୋଷିତ ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ ରାଜନୈତିକ ନେତୃବର୍ଗଙ୍କ ଚାପରେ ସରକାରଙ୍କ ସମସ୍ତ ନୀତିନିୟମକୁ ଚାପି ଦିଆଯାଉଛି। ଏହି କ୍ରମରେ ରାଜ୍ୟରେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରୀ ମାମଲାରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଛି। ସେଥିରୁ ବାଲେଶ୍ୱର ଜିଲାରୁ ସର୍ବାଧିକ ୬ କୋଟି ୧୦ ଲକ୍ଷ ୫୬୨ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ଅର୍ଥାତ୍‌ ମୋଟ ଜରିମାନା ଆଦାୟରୁ କେବଳ ବାଲେଶ୍ୱର ଜିଲାରେ ୩୦.୭୦% ଜରିମାନା ଆସିଛି। ବାକି ଜିଲା ତଥା ଯାଜପୁର, ବଲାଙ୍ଗୀର, ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌କାରୀଙ୍କୁ ଏକ ପ୍ରକାର ସୁରକ୍ଷା ଦିଆଯାଉଥିବା ମନେହେଉଛି। ଯେଉଁ ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ବିପୁଳ ପରିମାଣରେ ମହଜୁଦ ରହିଛି ଏବଂ ଲୁଟ୍‌ ଚାଲିଛି ସେଠାରେ ଜିଲା ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଚଳିତ ବିଧାନସଭାରେ ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଦେଇଥିବା ତଥ୍ୟରୁ ଏହା ଜଳଜଳ ହୋଇ ଦିଶୁଛି।
ଗତ ପ୍ରାୟ ୨ ଦଶନ୍ଧି ମଧ୍ୟରେ ଯେଉଁ ପରିମାଣରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇଛି ସେସବୁ ହିସାବକୁ ନେଲେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ସେହି ସାମଗ୍ରୀ ଆଉ ମିଳିବ ନାହିଁ ବୋଲି ମତପ୍ରକାଶ ପାଇଛି। ବେଆଇନ ଉତ୍ତୋଳନ ଉପରେ ସରକାର ତାଗିଦ୍‌ ଓ କଟକଣା କରିବା ପରିବର୍ତ୍ତେ ଲୁଟ୍‌କାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ଯାଜପୁର ଜିଲା ଡଙ୍କାରୀ ଲୁଟ୍‌ ଅଭିଯୋଗ ମାମଲାରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ରାୟକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏନ୍‌ଜିଟ ପକ୍ଷରୁ ଲିଜ୍‌ଧାରୀଙ୍କଠାରୁ ୨୫ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ପ୍ରତିବାଦରେ ଜିଲା ପ୍ରଶାସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଆରୁହା ପାହାଡ଼ରେ ଅନୁମୋଦନଠାରୁ ଢେର ଅଧିକ ପଥର ଉତ୍ତୋଳନ ମାମଲା ଲୋକାୟୁକ୍ତରେ ବିଚାରାଧୀନ ରହିଛି। ଲୋକାୟୁକ୍ତ ନିର୍ଦ୍ଦେଶକ ତଦନ୍ତରେ ୧୦ ଜଣ ଅଧିକାରୀଙ୍କୁ ଏଥିରେ ଦାୟୀ କରାଯାଇଛି। ଏଭଳି ଭାବେ ଅଧିକାଂଶ ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ପ୍ରଦର୍ଶନ ହେଉଛି। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିବା ପ୍ରମାଣିତ ହେଉଛି।
ବିଧାନସଭା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ୨୦୧୫-୧୬ ବର୍ଷରେ ବାଲେଶ୍ୱର ଜିଲାରେ ୮,୦୯,୯୫୪ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୯,୦୭,୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲା। ୨୦୧୬-୧୭ ବର୍ଷରେ ବାଲେଶ୍ୱର ଜିଲାରେ ୬,୭୩,୫୦୦ ଟଙ୍କା ଓ କଟକ ଜିଲାରେ ୩,୭୫,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୧୭-୧୮ ବର୍ଷରେ ଅନୁଗୋଳ ଜିଲାରେ ୩,୩୧,୦୦୦ ଟଙ୍କା, ବାଲେଶ୍ୱର ଜିଲାରେ ୨୮,୪୩,୪୦୫ ଟଙ୍କା, କଟକ ଜିଲାରେ ୩,୫୦,୦୦୦ ଟଙ୍କା, ଝାରସୁଗୁଡା ଜିଲାରେ ୧ ଲକ୍ଷ ଟଙ୍କା, ସୁବର୍ଣ୍ଣପୁର ଜିଲାରେ ୭,୭୭,୨୩୦ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୧,୨୪,୨୨୦ ଟଙ୍କା ଜରିମାନା ଆଦାୟ ହୋଇଥିଲା। ଏହି ବର୍ଷ ଝାରସୁଗୁଡା ଜିଲାର ସୂର୍ଯ୍ୟପ୍ରକାଶ ବଢେଇ ଓ ଦୟାନିଧି ପ୍ରଧାନଙ୍କ ୨ଟି ବାଲି ଖାଦାନ ଲିଜ ରଦ୍ଦ ହୋଇଥିଲା। ୨୦୧୮-୧୯ ବର୍ଷରେ ବାଲେଶ୍ୱର ଜିଲାରେ ୩୫,୯୭,୨୬୦ ଟଙ୍କା, କଟକ ଜିଲାରେ ୨୮,୬୨,୬୧୬ ଟଙ୍କା ଓ ସୁନ୍ଦରଗଡ ଜିଲାରେ ୨୫ ହଜାର ଟଙ୍କା, ୨୦୧୯-୨୦ ବର୍ଷରେ ବାଲେଶ୍ୱର ଜିଲାରେ ୪୬,୮୩,୮୧୨ ଟଙ୍କା, କଟକ ଜିଲାରେ ୨୭,୩୪,୨୬୨ ଟଙ୍କା, ଝାରସୁଗୁଡ଼ା ଜିଲାରେ ୫୦,୦୦୦ ଟଙ୍କା, ମୟୂରଭଞ୍ଜ ଜିଲାରେ ୩୦,୦୦୦ ଟଙ୍କା, ନୟାଗଡ଼ ଜିଲାରେ ୫,୬୨,୬୫୩ ଟଙ୍କା, ସୁବର୍ଣ୍ଣପୁର ଜିଲାରେ ୧,୪୨,୧୮୨ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୨,୩୦,୯୦୦ ଟଙ୍କା, ୨୦୨୦-୨୧ରେ ବାଲେଶ୍ୱର ଜିଲାରେ ୧,୩୫,୦୯,୦୩୭ ଟଙ୍କା, କଟକ ଜିଲାରେ ୫,୮୦,୪୦୦ ଟଙ୍କା, ଗଞ୍ଜାମ ଜିଲାରେ ୪୮,୭୧,୦୬୦ ଟଙ୍କା, ଝାରସୁଗୁଡା ଜିଲାରେ ୧,୫୦,୦୦୦ ଟଙ୍କା, ମୟୂରଭଞ୍ଜ ଜିଲାରେ ୧,୩୨,୭୯,୭୦୬ ଟଙ୍କା, ନୟାଗଡ ଜିଲାରେ ୬୯,୮୦୯ ଟଙ୍କା, ସମ୍ବଲପୁର ଜିଲାରେ ୩,୭୨,୮୯,୧୫୯ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୧,୪୩,୭୭,୫୦୧ ଟଙ୍କା ଆଦାୟ ହୋଇଛି। ଚଳିତ ୨୦୨୧-୨୨ ବର୍ଷରେ ବାଲେଶ୍ୱର ଜିଲାରେ ୩,୮୪,୮୦,୮୫୪ ଟଙ୍କା, କଟକ ଜିଲାରେ ୧,୩୩,୦୦୦ ଟଙ୍କା, ଗଞ୍ଜାମ ଜିଲାରେ ୨୯,୮୦,୦୨୪ ଟଙ୍କା, କନ୍ଧମାଳ ଜିଲାରେ ୧୨,୫୦,୬୯୫ ଟଙ୍କା, ମୟୂରଭଞ୍ଜରେ ୨,୩୯,୪୦,୨୪୮ ଟଙ୍କା, ନୟାଗଡରେ ୩,୪୧,୨୩୫ ଟଙ୍କା, ରାୟଗଡ଼ାରେ ୬୮,୮୩,୧୮୦ ଟଙ୍କା, ସମ୍ବଲପୁରରେ ୧,୬୦,୫୨,୬୪୦ ଟଙ୍କା ଓ ସୁନ୍ଦରଗଡ ଜିଲାରେ ୧୦,୫୫,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri