ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ପ୍ରସଙ୍ଗ: ୧୬ ଜିଲାରେ ଲୁଟେରାଙ୍କୁ ସୁରକ୍ଷା

ଯାଜପୁର ଅଫିସ,୩୦ା୩: ରାଜ୍ୟରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ପାଇଁ ବିଭିନ୍ନ ପ୍ରଭାବଶାଳୀ କମ୍ପାନୀ ପକ୍ଷରୁ ଅଘୋଷିତ ପ୍ରତିଯୋଗିତା ଚାଲିଛି। ଏହି ପ୍ରଭାବଶାଳୀ କମ୍ପାନୀ ଓ ରାଜନୈତିକ ନେତୃବର୍ଗଙ୍କ ଚାପରେ ସରକାରଙ୍କ ସମସ୍ତ ନୀତିନିୟମକୁ ଚାପି ଦିଆଯାଉଛି। ଏହି କ୍ରମରେ ରାଜ୍ୟରେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦନ ପରିମାଣଠାରୁ ଅଧିକ ଲୁଟ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରୀ ମାମଲାରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଛି। ସେଥିରୁ ବାଲେଶ୍ୱର ଜିଲାରୁ ସର୍ବାଧିକ ୬ କୋଟି ୧୦ ଲକ୍ଷ ୫୬୨ ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ଅର୍ଥାତ୍‌ ମୋଟ ଜରିମାନା ଆଦାୟରୁ କେବଳ ବାଲେଶ୍ୱର ଜିଲାରେ ୩୦.୭୦% ଜରିମାନା ଆସିଛି। ବାକି ଜିଲା ତଥା ଯାଜପୁର, ବଲାଙ୍ଗୀର, ଭଦ୍ରକ, ବରଗଡ଼, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର ଓ ନୂଆପଡ଼ା ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌କାରୀଙ୍କୁ ଏକ ପ୍ରକାର ସୁରକ୍ଷା ଦିଆଯାଉଥିବା ମନେହେଉଛି। ଯେଉଁ ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ବିପୁଳ ପରିମାଣରେ ମହଜୁଦ ରହିଛି ଏବଂ ଲୁଟ୍‌ ଚାଲିଛି ସେଠାରେ ଜିଲା ପ୍ରଶାସନର ଏଭଳି କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଚଳିତ ବିଧାନସଭାରେ ବିଧାୟକ ନବଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଦେଇଥିବା ତଥ୍ୟରୁ ଏହା ଜଳଜଳ ହୋଇ ଦିଶୁଛି।
ଗତ ପ୍ରାୟ ୨ ଦଶନ୍ଧି ମଧ୍ୟରେ ଯେଉଁ ପରିମାଣରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇଛି ସେସବୁ ହିସାବକୁ ନେଲେ ପରବର୍ତ୍ତୀ ପିଢ଼ିଙ୍କ ପାଇଁ ସେହି ସାମଗ୍ରୀ ଆଉ ମିଳିବ ନାହିଁ ବୋଲି ମତପ୍ରକାଶ ପାଇଛି। ବେଆଇନ ଉତ୍ତୋଳନ ଉପରେ ସରକାର ତାଗିଦ୍‌ ଓ କଟକଣା କରିବା ପରିବର୍ତ୍ତେ ଲୁଟ୍‌କାରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। ଯାଜପୁର ଜିଲା ଡଙ୍କାରୀ ଲୁଟ୍‌ ଅଭିଯୋଗ ମାମଲାରେ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ର ରାୟକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏନ୍‌ଜିଟ ପକ୍ଷରୁ ଲିଜ୍‌ଧାରୀଙ୍କଠାରୁ ୨୫ କୋଟି ଟଙ୍କାର ଜରିମାନା ଆଦାୟ ନିର୍ଦ୍ଦେଶ ପ୍ରତିବାଦରେ ଜିଲା ପ୍ରଶାସନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଆରୁହା ପାହାଡ଼ରେ ଅନୁମୋଦନଠାରୁ ଢେର ଅଧିକ ପଥର ଉତ୍ତୋଳନ ମାମଲା ଲୋକାୟୁକ୍ତରେ ବିଚାରାଧୀନ ରହିଛି। ଲୋକାୟୁକ୍ତ ନିର୍ଦ୍ଦେଶକ ତଦନ୍ତରେ ୧୦ ଜଣ ଅଧିକାରୀଙ୍କୁ ଏଥିରେ ଦାୟୀ କରାଯାଇଛି। ଏଭଳି ଭାବେ ଅଧିକାଂଶ ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌କାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ପ୍ରଦର୍ଶନ ହେଉଛି। ଫଳରେ ସରକାର ବିପୁଳ ପରିମାଣର ରାଜସ୍ବ ହରାଉଥିବା ପ୍ରମାଣିତ ହେଉଛି।
ବିଧାନସଭା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀଙ୍କ ରିପୋର୍ଟ ଅନୁସାରେ ୨୦୧୫-୧୬ ବର୍ଷରେ ବାଲେଶ୍ୱର ଜିଲାରେ ୮,୦୯,୯୫୪ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୯,୦୭,୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିଲା। ୨୦୧୬-୧୭ ବର୍ଷରେ ବାଲେଶ୍ୱର ଜିଲାରେ ୬,୭୩,୫୦୦ ଟଙ୍କା ଓ କଟକ ଜିଲାରେ ୩,୭୫,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି। ୨୦୧୭-୧୮ ବର୍ଷରେ ଅନୁଗୋଳ ଜିଲାରେ ୩,୩୧,୦୦୦ ଟଙ୍କା, ବାଲେଶ୍ୱର ଜିଲାରେ ୨୮,୪୩,୪୦୫ ଟଙ୍କା, କଟକ ଜିଲାରେ ୩,୫୦,୦୦୦ ଟଙ୍କା, ଝାରସୁଗୁଡା ଜିଲାରେ ୧ ଲକ୍ଷ ଟଙ୍କା, ସୁବର୍ଣ୍ଣପୁର ଜିଲାରେ ୭,୭୭,୨୩୦ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୧,୨୪,୨୨୦ ଟଙ୍କା ଜରିମାନା ଆଦାୟ ହୋଇଥିଲା। ଏହି ବର୍ଷ ଝାରସୁଗୁଡା ଜିଲାର ସୂର୍ଯ୍ୟପ୍ରକାଶ ବଢେଇ ଓ ଦୟାନିଧି ପ୍ରଧାନଙ୍କ ୨ଟି ବାଲି ଖାଦାନ ଲିଜ ରଦ୍ଦ ହୋଇଥିଲା। ୨୦୧୮-୧୯ ବର୍ଷରେ ବାଲେଶ୍ୱର ଜିଲାରେ ୩୫,୯୭,୨୬୦ ଟଙ୍କା, କଟକ ଜିଲାରେ ୨୮,୬୨,୬୧୬ ଟଙ୍କା ଓ ସୁନ୍ଦରଗଡ ଜିଲାରେ ୨୫ ହଜାର ଟଙ୍କା, ୨୦୧୯-୨୦ ବର୍ଷରେ ବାଲେଶ୍ୱର ଜିଲାରେ ୪୬,୮୩,୮୧୨ ଟଙ୍କା, କଟକ ଜିଲାରେ ୨୭,୩୪,୨୬୨ ଟଙ୍କା, ଝାରସୁଗୁଡ଼ା ଜିଲାରେ ୫୦,୦୦୦ ଟଙ୍କା, ମୟୂରଭଞ୍ଜ ଜିଲାରେ ୩୦,୦୦୦ ଟଙ୍କା, ନୟାଗଡ଼ ଜିଲାରେ ୫,୬୨,୬୫୩ ଟଙ୍କା, ସୁବର୍ଣ୍ଣପୁର ଜିଲାରେ ୧,୪୨,୧୮୨ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୨,୩୦,୯୦୦ ଟଙ୍କା, ୨୦୨୦-୨୧ରେ ବାଲେଶ୍ୱର ଜିଲାରେ ୧,୩୫,୦୯,୦୩୭ ଟଙ୍କା, କଟକ ଜିଲାରେ ୫,୮୦,୪୦୦ ଟଙ୍କା, ଗଞ୍ଜାମ ଜିଲାରେ ୪୮,୭୧,୦୬୦ ଟଙ୍କା, ଝାରସୁଗୁଡା ଜିଲାରେ ୧,୫୦,୦୦୦ ଟଙ୍କା, ମୟୂରଭଞ୍ଜ ଜିଲାରେ ୧,୩୨,୭୯,୭୦୬ ଟଙ୍କା, ନୟାଗଡ ଜିଲାରେ ୬୯,୮୦୯ ଟଙ୍କା, ସମ୍ବଲପୁର ଜିଲାରେ ୩,୭୨,୮୯,୧୫୯ ଟଙ୍କା ଓ ସୁନ୍ଦରଗଡ଼ ଜିଲାରେ ୧,୪୩,୭୭,୫୦୧ ଟଙ୍କା ଆଦାୟ ହୋଇଛି। ଚଳିତ ୨୦୨୧-୨୨ ବର୍ଷରେ ବାଲେଶ୍ୱର ଜିଲାରେ ୩,୮୪,୮୦,୮୫୪ ଟଙ୍କା, କଟକ ଜିଲାରେ ୧,୩୩,୦୦୦ ଟଙ୍କା, ଗଞ୍ଜାମ ଜିଲାରେ ୨୯,୮୦,୦୨୪ ଟଙ୍କା, କନ୍ଧମାଳ ଜିଲାରେ ୧୨,୫୦,୬୯୫ ଟଙ୍କା, ମୟୂରଭଞ୍ଜରେ ୨,୩୯,୪୦,୨୪୮ ଟଙ୍କା, ନୟାଗଡରେ ୩,୪୧,୨୩୫ ଟଙ୍କା, ରାୟଗଡ଼ାରେ ୬୮,୮୩,୧୮୦ ଟଙ୍କା, ସମ୍ବଲପୁରରେ ୧,୬୦,୫୨,୬୪୦ ଟଙ୍କା ଓ ସୁନ୍ଦରଗଡ ଜିଲାରେ ୧୦,୫୫,୦୦୦ ଟଙ୍କା ଜରିମାନା ଆଦାୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶୀର୍ବାଦ କାମନା କଲେ ଦେବେଶ ଆଚାର୍ଯ୍ୟ

ବରଗଡ଼,୨୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ତୃତୀୟଥର ପାଇଁ ଦେବେଶ ଆଚାର୍ଯ୍ୟଙ୍କ ନାମ...

ଗୁଡ୍‌ ଫ୍ରାଇଡେରେ ପ୍ରାର୍ଥନା କରି ନିର୍ବାଚନ ପ୍ରଚାର ଆରମ୍ଭ କଲେ ଦିଲୀପ ତିର୍କୀ

ସୁନ୍ଦରଗଡ,୨୭ା୩(ଜୟ ନାରାୟଣ ମେଣ୍ଡୁଳି): ଚର୍ଚ୍ଚରେ ପ୍ରାର୍ଥନା କରି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଦିଲୀପ ତିର୍କୀ। ପ୍ରାର୍ଥୀ ଘୋଷଣା ହେବା ପରେ ଶୁକ୍ରବାର...

ଭାଜପା ଛାଡ଼ିବା କାରଣ କହିଲେ ପ୍ରକାଶ

ଭୁବନେଶ୍ୱର,୨୯।୩: ଭାଜପା ଛାଡ଼ିବା ପରେ ମୁହଁ ଖୋଲିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ସେ କହିଛନ୍ତି, ଲୋକଙ୍କ ସେବା କରିବା ସହ ସଙ୍ଗଠନକୁ ମଜଭୁତ...

ଭାଜପା ଛାଡ଼ିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ, ବିଜେଡିରେ ହୋଇପାରନ୍ତି ସାମିଲ

ନୀଳଗିରି, ୨୯।୩(ପ୍ରଶାନ୍ତ କୁମାର ବିଶ୍ବାଳ): ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ଛାଡିଲେ ସୁକାନ୍ତ। ଶୁକ୍ରବାର...

ନିର୍ବାଚନ ପୂର୍ବରୁ ବିବାଦୀୟ କୋଟିଆରେ ଡିଜିଟାଲ ମିଟର ବଣ୍ଟନ ଆରମ୍ଭ କଲା ଆନ୍ଧ୍ର

ଭୁବନେଶ୍ୱର,୨୯।୩: ଓଡ଼ିଶାର କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ଅଂଚଳରେ ଆନ୍ଧ୍ରପ୍ରଦେଶ ବିବାଦୀୟ ଅଞ୍ଚଳରେ କ୍ରମାଗତ ଭାବରେ ଅନୁପ୍ରବେଶ କରୁଛି ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ...

ବିଜେଡିରେ ସାମିଲ ହେଲେ କଂଗ୍ରେସର ପୂର୍ବତନ ବିଧାୟକ

ଭୁବନେଶ୍ୱର/ବଲାଙ୍ଗୀର,୨୯ା୩: ବିଧାନସଭା ନିର୍ବାଚନ ପୂର୍ବରୁ ବଲାଙ୍ଗୀର ଜିଲା ଟିଟିଲାଗଡ଼ର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସରୁ ଇସ୍ତଫା ଦେଇ ଗୁରୁବାର ଶଙ୍ଖଭବନରେ ବିଜେଡିରେ ସାମିଲ...

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri