ବନ୍ଧୁକ ଦେଖାଇ ସମବାୟ କର୍ମଚାରୀଙ୍କଠାରୁ ୭.୫ ଲକ୍ଷ ଲୁଟ୍‌

ବାଲୁଗାଁ,୩୦।୩(ଡି.ଏନ୍‌.ଏ.): ବାଲୁଗାଁ ଥାନା ଅଧୀନ ବାବାଲୁଗାଁ ବସଷ୍ଟାଣ୍ଡର ଅନତି ଦୂରରେ ମଙ୍ଗଳବାର ଅପରାହ୍ନ ସ୍ପଷ୍ଟ ଦିବାଲୋକରେ ଏକ ଲୁଟ୍‌ ହୋଇଛି। ଜଣେ ସମବାୟ କର୍ମଚାରୀଙ୍କଠାରୁ ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ନଗଦ ୭ଲକ୍ଷ ୫୦ହଜାର ୫୬୦ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟି ନେଇଛନ୍ତି। ଏହାଦେଖି ସ୍ଥାନୀୟ ଲୋକ ଭୟଭୀତ ହୋଇଯାଇଥିବା ବେଳେ ପରେ ଖବରପାଇ ପୋଲିସ ଆସି ତଦନ୍ତ ଚଳାଇଛି। ଖବର ଅନୁଯାୟୀ,ବାଲୁଗାଁ  ନିକଟ ବଡ଼କୂଳ ସେବା ସମବାୟ ସମିତିର ସହ-ସମ୍ପାଦକ ତଥା କୋଷାଧ୍ୟକ୍ଷ ଭୋବନେଶ୍ୱର ରଥ ତାଙ୍କର ଜଣେ ସହକର୍ମୀ ସମୀର କୁମାର ସାହୁଙ୍କ ସହ ବଡ଼କୂଳ ଓ ଡୁଙ୍ଗମାଳ ପଞ୍ଚାୟତ ଅଧୀନ ଗ୍ରାମଗୁଡ଼ିକରୁ ଅପରାହ୍ନରେ କୃଷି ଋଣ ଅର୍ଥ ଆଦାୟ କରି ବାଲୁଗାଁସ୍ଥିିତ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କକୁ ଜମା କରିବା ନିମନ୍ତେ ୨ଟି ବାଇକ୍‌ ଯୋଗେ ଆଗପଛ ହୋଇ ଆସୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ସମୟରେ ବାଲୁଗାଁ ବସ୍‌ଷ୍ଟାଣ୍ଡ ଏବଂ ଇଞ୍ଜନପୁର ଗ୍ରାମ ମଧ୍ୟବର୍ତ୍ତୀ ସ୍ଥଳରେ ପୂର୍ବରୁ ପିଛା କରୁଥିବା ୩ଟି ବାଇକ୍‌ରେ ୪ଜଣ ଦୁର୍ବୃତ୍ତ ହଠାତ୍‌ ନିକଟକୁ ଆସି ପ୍ରଥମେ ଭୋବନେଶ୍ୱରଙ୍କ ବାଇକ୍‌କୁ ଗୋଇଠା ମାରିବାରେ ବାଇକ ସହ ରାସ୍ତାପାର୍ଶ୍ୱ ଏକ ବୁଦାରେ ସେ ପଡ଼ିଯାଇଥିଲେ। ଭୟରେ ତାଙ୍କ ସହକର୍ମୀ ରହିଯାଇଥିବା ବେଳେ ଦୁର୍ବୃତ୍ତମାନେ ୨ଜଣଙ୍କୁ ଘେରିଯାଇ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଏପରିକି ତାଙ୍କଠାରୁ ବାଇକ୍‌ ଚାବି ଛଡ଼ାଇ ନେଇ ଡିକି ଖୋଲି ଆଦାୟ କରିଥିବା ଟଙ୍କା ଭର୍ତ୍ତି ବ୍ୟାଗ ଏବଂ ୨ଜଣଙ୍କ ମୋବାଇଲ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ବାଲୁଗାଁ ଥାନା ଏବଂ ନାଭାଲ ଫାଣ୍ଡି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିବା ସହ ଲୁଟେରାଙ୍କୁ ଠାବ କରିବା ପାଇଁ ଆଖପାଖ ବିଭିନ୍ନ ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ତେବେ ପୋଲିସ୍‌ ଲୁଟେରାଙ୍କ ଅନୁସନ୍ଧାନ ଜାରି ରଖିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

ସୀମାରେ ଯାଞ୍ଚ: ପିକ୍‌ଅପ୍‌ ଭ୍ୟାନରୁ ୩.୬୯ଲକ୍ଷ ଜବତ

ନୂଆପଡ଼ା,୨୭ା୪ (ମକାରୁ ବେମାଲ): ସାଧାରଣ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲକ୍ଷ୍ୟ ନେଇ ପୋଲିସ ପ୍ରଶାସନ, ଅବକାରୀ ଓ ବନ ବିଭାଗ ପକ୍ଷରୁ ଆନ୍ତଃ...

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri