ଜଟଣୀ,୩୦।୩(ଡି.ଏନ୍.ଏ.): ଜଟଣୀ ପୌରାଞ୍ଚଳ ୧୪ ନମ୍ବର ୱାର୍ଡରେ ରହୁଥିବା ଜଣେ ଭାଜପା ନେତାଙ୍କ ଝୁଲନ୍ତା ମୃତଦେହକୁ ମଙ୍ଗଳବାର ତାଙ୍କୁ ଘରୁ ଜଟଣୀ ଥାନା ପୋଲିସ ଜବତ କରିଛି। ସେ ହେଲେ ଜଟଣୀର ପୂର୍ବତନ ନଗର ସଭାପତି ଡ. ଅରବିନ୍ଦ ନାୟକ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮/୨୨) ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ଭାଜପା ନେତା ଅରବିନ୍ଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କିଛିଦିନ ହେବ ପାରିବାରିକ ବିବାଦକୁ ନେଇ ପାଟିତୁଣ୍ଡ ହେଉଥିଲା। ଏଥିପାଇଁ ଅରବିନ୍ଦ ପ୍ରାୟ ସମୟ ମନସ୍ତାପରେ ରହୁଥିଲେ। ସୋମବାର ଅପରାହ୍ନରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପୁଣି କଥା କଟାକଟି ହୋଇଥିଲା। ରାତିରେ ପୂର୍ବରୁ ହୋଇଥିବା ଟିକେଟ ଅନୁଯାୟୀ ଅହମଦାବାଦରେ ରହୁଥିବା ପୁଅ ପାଖକୁ ଯିବା ପାଇଁ ସ୍ତ୍ରୀଙ୍କୁ ସେ ଟ୍ରେନରେ ଛାଡ଼ିଥିଲେ। ପରଦିନ ସକାଳେ ଅରବିନ୍ଦ ଠାକୁରଙ୍କ ପୂଜା କରିବା ପରେ ସ୍ତ୍ରୀଙ୍କୁ କିଛି ମେସେଜ କରିଥିଲେ। ତେବେ ଅରବିନ୍ଦଙ୍କ ସ୍ତ୍ରୀ ସନ୍ଦେହରେ ପଡ଼ୋଶୀଙ୍କୁ ଫୋନ କରି ଜଣାଇଥିଲେ। ପଡ଼ୋଶୀ ଆସି ଦେଖିବା ବେଳେ ଅରବିନ୍ଦ ବେକରେ ଗାମୁଛା ବାନ୍ଧି ଝୁଲୁଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ପଠାଇଛି। ଅରବିନ୍ଦଙ୍କ ମୃତ୍ୟୁ ଖବର ଶୁଣି ବହୁ ସ୍ଥାନୀୟ ଭାଜପା କର୍ମୀ, ନେତାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ଶେଷ ଦର୍ଶନ କରିବା ସହିତ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ଜରିଥିଲେ। ୪୯ବର୍ଷୀୟ ଅରବିନ୍ଦ ଜଣେ ପରୋପକାରୀ, ଦକ୍ଷ ଭାଜପା ସଂଗଠକ ଓ ନେତା ଭାବେ ଜଟଣୀ ଓ ଖୋର୍ଦ୍ଧା ଅଞ୍ଚଳରେ ପରିଚିତ ଥିଲେ। ତେବେ ଦୀର୍ଘ ବର୍ଷ ସେ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଓ ଭାଜପାରେ ରହି ନିଷ୍ଠାର ସହ କାର୍ଯ୍ୟ କରିଥିଲେ।
Posted inଆମ ଜିଲା ଖବର, ଖୋର୍ଦ୍ଧା View All
ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର
କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…
ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ
ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…
ଗାଧୋଇବା ବେଳେ ନଦୀରେ ବୁଡ଼ି ନାବାଳିକାଙ୍କ ମୃତ୍ୟୁ
ପଟ୍ଟାମୁଣ୍ଡାଇ, ୨୯/୮ (କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ତନୂପୁର ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ଶାଖା ନାଳରେ ଗାଧୋଇବା ସମୟରେ…
ବହୁ ଚର୍ଚ୍ଚିତ ସୁଧୀର ପାତ୍ର ଅପହରଣ, ହତ୍ୟା ମାମଲା: ଅଭିଯୁକ୍ତ ତୁଷାରଙ୍କ ଜାମିନ ଖାରଜ
ବ୍ରହ୍ମପୁର,୨୯୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣପୁର ମୁଖ୍ୟ ରାସ୍ତାରେ ପ୍ଲଟ ବ୍ୟବସାୟୀ ସୁଧୀର କୁମାର୍ ପାତ୍ରଙ୍କୁ ଗତ ଏପ୍ରିଲ ୧୫…
ରାକ୍ଷୀ ପୂର୍ଣ୍ଣିମା ପାଇଁ ବାପଘରକୁ ଆସିଥିଲେ: ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩ ଗୁରୁତର
ବାରିପଦା, ୨୯।୮ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପଟିସାରି ଗ୍ରାମପଞ୍ଚାୟତର ଜଡ଼ିପଦା ଗାଁରେ ମାଟି କାନ୍ଥ ଭୁଶୁଡ଼ି ଶିଶୁ ସମେତ ୩…
ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ
ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…
ନିଟ୍ରେ ୧୫,୨୭୨ ରାଙ୍କ: ଆଦିତ୍ୟଙ୍କୁ ସମ୍ବର୍ଦ୍ଧନା
ରାଇକିଆ, ୨୯।୮ (ପ୍ରଦୀପ ବେହେରା): ଚଳିତ ବର୍ଷ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିବା ରାଇକିଆର ଛାତ୍ର ଆଦିତ୍ୟ ପାତ୍ରଙ୍କୁ ରାଇକିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର…
ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…
କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍ବ ୧୪୩ ନମ୍ବର ଜାତୀୟ ରାଜପଥ…
Archives

