ଭାଜପା ନେତାଙ୍କ ଝୁଲନ୍ତା ମୃତଦେହ ଜବତ

ଜଟଣୀ,୩୦।୩(ଡି.ଏନ୍‌.ଏ.): ଜଟଣୀ ପୌରାଞ୍ଚଳ ୧୪ ନମ୍ବର ୱାର୍ଡରେ ରହୁଥିବା ଜଣେ ଭାଜପା ନେତାଙ୍କ ଝୁଲନ୍ତା ମୃତଦେହକୁ ମଙ୍ଗଳବାର ତାଙ୍କୁ ଘରୁ ଜଟଣୀ ଥାନା ପୋଲିସ ଜବତ କରିଛି। ସେ ହେଲେ ଜଟଣୀର ପୂର୍ବତନ ନଗର ସଭାପତି ଡ. ଅରବିନ୍ଦ ନାୟକ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୮/୨୨) ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂଚନା ଅନୁଯାୟୀ, ଭାଜପା ନେତା ଅରବିନ୍ଦ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କିଛିଦିନ ହେବ ପାରିବାରିକ ବିବାଦକୁ ନେଇ ପାଟିତୁଣ୍ଡ ହେଉଥିଲା। ଏଥିପାଇଁ ଅରବିନ୍ଦ ପ୍ରାୟ ସମୟ ମନସ୍ତାପରେ ରହୁଥିଲେ। ସୋମବାର ଅପରାହ୍ନରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ପୁଣି କଥା କଟାକଟି ହୋଇଥିଲା। ରାତିରେ ପୂର୍ବରୁ ହୋଇଥିବା ଟିକେଟ ଅନୁଯାୟୀ ଅହମଦାବାଦରେ ରହୁଥିବା ପୁଅ ପାଖକୁ ଯିବା ପାଇଁ ସ୍ତ୍ରୀଙ୍କୁ ସେ ଟ୍ରେନରେ ଛାଡ଼ିଥିଲେ। ପରଦିନ ସକାଳେ ଅରବିନ୍ଦ ଠାକୁରଙ୍କ ପୂଜା କରିବା ପରେ ସ୍ତ୍ରୀଙ୍କୁ କିଛି ମେସେଜ କରିଥିଲେ। ତେବେ ଅରବିନ୍ଦଙ୍କ ସ୍ତ୍ରୀ ସନ୍ଦେହରେ ପଡ଼ୋଶୀଙ୍କୁ ଫୋନ କରି ଜଣାଇଥିଲେ। ପଡ଼ୋଶୀ ଆସି ଦେଖିବା ବେଳେ ଅରବିନ୍ଦ ବେକରେ ଗାମୁଛା ବାନ୍ଧି ଝୁଲୁଥିଲେ। ଖବରପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱରର ଏକ ହସ୍ପିଟାଲକୁ ପଠାଇଛି। ଅରବିନ୍ଦଙ୍କ ମୃତ୍ୟୁ ଖବର ଶୁଣି ବହୁ ସ୍ଥାନୀୟ ଭାଜପା କର୍ମୀ, ନେତାଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚତ୍ ଶେଷ ଦର୍ଶନ କରିବା ସହିତ ସ୍ବର୍ଗତ ଆତ୍ମାର ସଦ୍‌ଗତି କାମନା ଜରିଥିଲେ। ୪୯ବର୍ଷୀୟ ଅରବିନ୍ଦ ଜଣେ ପରୋପକାରୀ, ଦକ୍ଷ ଭାଜପା ସଂଗଠକ ଓ ନେତା ଭାବେ ଜଟଣୀ ଓ ଖୋର୍ଦ୍ଧା ଅଞ୍ଚଳରେ ପରିଚିତ ଥିଲେ। ତେବେ ଦୀର୍ଘ ବର୍ଷ ସେ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ଓ ଭାଜପାରେ ରହି ନିଷ୍ଠାର ସହ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri