ଅଜ୍ଞାତବାସରେ ୧୫ସମିତି ସଦସ୍ୟ, ଭାଇରାଲ ହେଲା ଫଟୋ
ଦାରିଙ୍ଗବାଡି,୩।୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦ ହାତେଇବାକୁ ପ୍ରୟାସ ଜୋରଦାର ଆରମ୍ଭ ହୋଇଛି । ବିଜେଡି ପକ୍ଷରୁ ଶ୍ରାନିକେତା ସମିତିସଭ୍ୟ ତଥା ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କ ସାନଭାଇ ସୁଶାନ୍ତ କୁମାର ପ୍ରଧାନଙ୍କୁ ପ୍ରାର୍ଥୀ କରାଯାଉଥିବା ଜଣାପଡିଛି।…
ଆଜି ବି ୨ୟ ଦିନରେ ଜଣେ ହେଲେ ଦାଖଲ କଲେନାହିଁ ନାମାଙ୍କନପତ୍ର
ଗଞ୍ଜାମ,୩ା୩(ଡି.ଏନ୍.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୀତି ପାଣିପାଗରେ ସେତିକି ଉଷ୍ଣତା ବଢୁଛି। ବର୍ତ୍ତମାନ ବିଭିନ୍ନ ଓ୍ବାର୍ଡର ପ୍ରାର୍ଥୀ ଚୟନ ଚାଲିଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି l ବିଜେଡିର ୧୨ ଟି ଓ୍ବାର୍ଡ ପାଇଁ…
ନବରଙ୍ଗପୁର, କଳାହାଣ୍ଡିରେ ଭୂକମ୍ପ
ନବରଙ୍ଗପୁର,୩ା୩(ଡି.ଏନ୍.ଏ.): ନବରଙ୍ଗପୁର ଏବଂ କଳାହାଣ୍ଡିରେ ଗୁରୁବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏ ଏହା ଅନୁଭୂତ ହୋଇଥିଲା। ନବରଙ୍ଗପୁର ଜିଲାର ଉମରକୋଟ, ଚନ୍ଦାହାଣ୍ଡି, ଝରିଗାଁ…
ସମସ୍ୟାରେ ଦିନ କାଟୁଛନ୍ତି ୪ ଓ୍ବାର୍ଡ ବାସିନ୍ଦା
ସୁନାବେଡ଼ା,୩ା୩(ସ୍ବ.ପ୍ର.): ବାଜିସାରିଛି ପୌରାଞ୍ଚଳ ନିର୍ବାଚନ ବିଗୁଲ। ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ଚଳୁଥିବା ସୁନାବେଡ଼ା ପୌରବାସୀ ଜବାବ ଦେବାକୁ ସଜବାଜ ହେଲେଣି। ଦୀର୍ଘ ବର୍ଷ ହେଲା ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ପୌରାଞ୍ଚଳର ହାଲ୍ ଟାଉନଶିପ ବାସିନ୍ଦା। ହାଲ୍…
ଭତ୍ତା, ମାସକୁ ୫ କେଜି ଚାଉଳ ସମ୍ବାରୀଙ୍କ ଭରସା
ଦଶମନ୍ତପୁର,୩ା୩ ( ଡ଼ି.ଏନ୍.ଏ.): ଜାଳେଣି କାଠ ବିକିଲେ ଚୁଲି ଜଳୁଛି। ଦୀର୍ଘବର୍ଷ ହେବ ସ୍ବାମୀ ଚାଲିଯାଇଛନ୍ତି ଆରପାରିକୁ। ଏହାପରଠାରୁ ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ସଦର କୁମ୍ଭାରସାହିର ସମ୍ବାରୀ ନାୟକ(୬୨)। ଡୁମ୍ବାଗୁଡା ଗ୍ରାମର…
ପାଇପ୍ ଲାଇନ ଫାଟି ରାସ୍ତା ଜଳମଗ୍ନ
ମାଲକାନଗିରି,୩ା୩ (ଡି.ଏନ୍.ଏ.) ମାଲକାନଗିରି ପୌର ପରିଷଦ ଅଞ୍ଚଳ ମୁଖ୍ୟ ରାସ୍ତାରୁ ଦୁର୍ଗାଗୁଡି ସାହିକୁ ଯାଇଥିବା ରାସ୍ତା ତଳେ ଏକ ପାନୀୟ ଜଳ ପାଇପ ଲାଇନ ଦୀର୍ଘ ୪ ମାସ ହେଲା ଫାଟି ପ୍ରତିଦିନ ପାଣି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।…
କଅଁଳ ବୟସରେ ପେଟ ଚିନ୍ତା
ଭଞ୍ଜନଗର,୩ା୩(ଡି.ଏନ.ଏ) ରୋଗରେ ପଡ଼ି ମା’ ଚାଲିଗଲା ପରେ ଦୁଇ ଝିଅ ଓ ଗୋଟିଏ ପୁଅକୁ ବାପା ଠିକ୍ ଭାବେ ପଚାରିଲେନି। ମା’ ଛେଉଣ୍ଡ ଏହି ପିଲାମାନେ ଏବେ ଆଈଙ୍କ ପାଖରେ ଅଛନ୍ତି। ଆଈ ଜାଳେଣି କାଠ ବିକି ପରିବାର ଚଳାଉଛନ୍ତି। ଏଭଳି…
ଜଳ ଯୋଗାଣ ପ୍ରକଳ୍ପରେ ତାଲା, ଗ୍ରାମବାସୀଙ୍କ ବିକ୍ଷୋଭ
ପାପଡ଼ାହାଣ୍ଡି,୩ା୩(ଡି.ଏନ୍.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ପ୍ରଧାନିଗୁଡ଼ା ଗ୍ରାମରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ତାଲା ଝୁଲୁଥିବାରୁ ଗତ ପାଞ୍ଚ ଦିନ ହେଲା ଲୋକେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ପ୍ରତିବାଦ ସ୍ବରୂପ…
ଭଙ୍ଗା ଆଜବେଷ୍ଟସ ତଳେ ଛାତ୍ରୀଛାତ୍ର
ବଇଣ୍ଡା,୩ା୩(ଡି.ଏନ.ଏ.): କୋଭିଡ୍ କାରଣରୁ ୨ ବର୍ଷ ବନ୍ଦ ରହିଲା ପ୍ରାଥମିକ ବିଦ୍ୟାଳୟ। ହେଲେ ଅବ୍ୟବସ୍ଥିତ ଭିତ୍ତିଭୂମିରେ ପରିବର୍ତ୍ତନ କଲେନି ରାଜ୍ୟ ସରକାର। ଫଳରେ ଦୀର୍ଘଦିନ ପରେ ସ୍କୁଲକୁ ଆସିଥିବା କୁନି କୁନି ଛାତ୍ରୀଛାତ୍ର ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ଆଜବେଷ୍ଟସ ତଳେ ଖୋଲାମେଲାରେ…
ପୁନରୁଦ୍ଧାର ହୋଇପାରୁନି ହରିଡ଼ାଖଣ୍ଡି ବଡ଼ବନ୍ଧ
ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ୧ ନଂ. ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସାଙ୍ଗକୁ ବହୁ ସମସ୍ୟା ରହିଛି। ଏହି ୱାର୍ଡରେ ଥିବା ହରିଡ଼ାଖଣ୍ଡି ବଡବନ୍ଧ ଓ ମାଣ୍ଡିଆ ବନ୍ଧର ଦୂଷିତ ପାଣି ମୁଖ୍ୟ ସମସ୍ୟା, ଯାହାଦ୍ୱାରା ଏହି…
ଆଶାୟୀଙ୍କ ଛାତି ଧଡ଼ଧଡ଼
ଢେଙ୍କାନାଳ ଅଫିସ୍, ୩ା୩: ଆସନ ସୀମିତ, କିନ୍ତୁ ଆଶାୟୀ ମାଳମାଳ। କାହାକୁ ଟିକେଟ ମିଳିବ, ଟିକେଟ ନ ମିଳିଲେ ବିକଳ୍ପ କ’ଣ ହେବ, ଟିକେଟ ବଣ୍ଟନ ପରେ ଦଳରେ ବିଦ୍ରୋହ ବଢ଼ିଲେ ତାହାକୁ କିପରି ପ୍ରଶମିତ କରାଯିବ ଏଭଳି ଏକାଧିକ ପ୍ରଶ୍ନର…
ଗାନ୍ଧୀଛକ ନୂଆଡିହି ଟୋଲ୍ ଗେଟ୍ ଉଚ୍ଛେଦ ଦାବିରେ ଗଣଧାରଣା
ଝାରସୁଗୁଡା ଅଫିସ,୩।୩: ଝାରସୁଗୁଡ଼ାରୁ ବେଲପାହାଡକୁ ସଂଯୋଗ କରୁଥିବା ୪୯ନଂ ଜାତୀୟ ରାଜପଥର ଗାନ୍ଧୀଛକ ନୂଆଡିହି ନିକଟରେ ବେଆଇନ ଭାବେ ସ୍ଥାପିତ ହୋଇଥିବା ଟୋଲ ଗେଟ୍କୁ ସ୍ଥାନୀୟ ବାସିନ୍ଦା ପ୍ରଥମରୁ ବିରୋଧ କରିଆସୁଛନ୍ତି । ୨ବର୍ଷ ମଧ୍ୟରେ ଏହି ଟୋଲ ଗେଟ୍କୁ ଏଠାରୁ…

