ଆଇପିଏଲ୍‌ ବେଟିଂ: ୯ କୋର୍ଟ ଚାଲାଣ

କୁଆଁରମୁଣ୍ଡା,୧୭ା୪(ଡି.ଏନ୍‌.ଏ.): ସମ୍ପ୍ରତି ଆଇପିଏଲ ମ୍ୟାଚ୍‌ ଚାଲୁଥିବା ବେଳେ ଏହାକୁ ନେଇ ବେଟିଂ ବା ଜୁଆ କାରବାର ବେଶ୍‌ ବୃଦ୍ଧି ପାଉଛି। ଅନ୍‌ଲାଇନ୍‌ରେ ଲୋକେ ଟଙ୍କା ବାଜି ଲଗାଉଛନ୍ତି। ଫଳରେ ଦିନକୁ କୋଟି କୋଟି ଟଙ୍କାର ଅନଲାଇନ୍‌ ବେଟିଂ ଚାଲୁଛି। ଏହି ଅପରାଧିକ କାର୍ଯ୍ୟରେ ଏବେକାର ବେକାର ଯୁବବର୍ଗ ଲିପ୍ତ ରହି ଅନୈତିକ ଉପାୟରେ ଲୋକଙ୍କୁ ଠକି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି। ଏହି ବେଆଇନ୍‌ କାର୍ଯ୍ୟରେ ଆନ୍ତଃରାଜ୍ୟ ଯୁବକମାନେ ସଂଶ୍ଳିଷ୍ଟ ରହି ବେଆଇନ୍‌ ଅର୍ଥ ରୋଜଗାର କରୁଥିବା ଘଟଣାରେ ରବିବାର କୁଆଁରମୁଣ୍ଡା ପୋଲିସ ୯ ଜଣଙ୍କୁ ଗିରଫ କରିବା ସହ ଏନେଇ କୁଆଁରମୁଣ୍ଡା ଫାଣ୍ଡିରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛି।

ଏହାସହ ସେମାନଙ୍କ ନିକଟରୁ ୧୮ଟି ଦାମୀ ମୋବାଇଲ, ଗୋଟିଏ ଟାବଲେଟ୍‌ ଓ ଗୋଟିଏ ଲାପଟପ୍‌ ଜବତ କରିଛି। ଗିରଫ ଅଭିଯୁକ୍ତ ଯୁବକମାନେ ହେଉଛନ୍ତି ଛତିଶଗଡ଼ ରାଜ୍ୟର ଦୁର୍ଗ ଜିଲାର ମାଲିତ୍‌ ସିଂ(୨୫),ବିଶାଲ ରାଏ(୧୮), ହିମାଂଶୁ ଦେବାଙ୍ଗନ (୨୫),ପଙ୍କଜ ଦେବାଙ୍ଗନ(୨୨),ବିକାଶ ଠାକୁର(୨୩),ମିନୁ ସିଂ(୨୧),ଦୀନେଶ କୁମାର ସାହୁ(୨୮),ବିକ୍ରମଜିତ୍‌ ସିଂ((୧୯) ଓ ଯୋଗେନ୍ଦ୍ର ସିଂ(୨୨)। ସମସ୍ତ ଅଭିଯୁକ୍ତଙ୍କର ପୋଲିସ ସ୍ବାସ୍ଥ୍ୟ ପରୀକ୍ଷା କରାଇ ରବିବାର କୋର୍ଟ ଚାଲାଣ କରିଛ। ଏ ନେଇ ବୀରମିତ୍ରପୁର ଥାନାରେ ବିଭିନ୍ନ ଦଫାରେ କେସ୍‌ ନଂ ୭୪/୨୨ରେ ଏକ ମାମଲା ରୁଜୁ ହୋଇଛି।

ବୀରମିତ୍ରପୁର ଆଇଆଇସି ମନୋଜ ମଞ୍ଜରୀ ନାଏକଙ୍କ ସୂଚନା ଅନୁଯାୟୀ, ଶନିବାର ରାତିରେ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ଝରାବସ୍ତିର ଏକ ଘରେ କେତେଜଣ ଯୁବକ ଅନଲାଇନ୍‌ ଲଟେରି କାର୍ଯ୍ୟାଳୟ ଖୋଲି ଆଇପିଏଲ ବେଟିଂ ଜରିଆରେ ଏକାଧିକ କୋଟି ଟଙ୍କାବାଜି ଲଗାଇବା ସହ ବିଭିନ୍ନ ଆକର୍ଷଣୀୟ ପୁରସ୍କାରର ଲୋଭ ଦେଖାଇ ଜୁଆଡ଼ିମାନେ ଲୋକମାନଙ୍କୁ ପ୍ରଲୋଭିତ କରି ମୋଟା ଅଙ୍କର ଜୁଆ କାରବାର କରୁଛନ୍ତି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ବୀରମିତ୍ରପୁର ଏସ୍‌ଡିପିଓ ମାନସ ରଞ୍ଜନ ପ୍ରଧାନ, ଆଇଆଇସି ନାଏକ, କୁଆଁରମୁଣ୍ଡା ଫାଣ୍ଡି ଅଧିକାରୀ ଶ୍ୟାମଲାଲ ଓରାମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଉକ୍ତ କାର୍ଯ୍ୟାଳୟରୁ କାବୁ କରିବା ସହ ମୋବାଇଲ,ଟାବଲେଟ୍‌ ଓ ଲାପଟପ୍‌ ମଧ୍ୟ ସେମାନଙ୍କ ନିକଟରୁ ଜବତ କରିଛନ୍ତି। ଏହି ଆଇପିଏଲ ବେଟିଂ ନେଟୱାର୍କ୍‌ ବମ୍ବେରୁ କୁଆଁରମୁଣ୍ଡା ପର୍ଯ୍ୟନ୍ତ ଲମ୍ବିଥିବା ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ ପାଳନ ହେବ ଆଗାମୀ ଗୁରୁ ଦିବସ: ଅବସରପ୍ରାପ୍ତ ଶିକ୍ଷକଙ୍କୁ ମିଳିବ ବିଶେଷ ସମ୍ମାନ, DEOଙ୍କୁ ଚିଠି…

ଭୁବନେଶ୍ୱର,୩।୯: ରାଜ୍ୟର ସମସ୍ତ ବିଦ୍ୟାଳୟରେ ଆଗାମୀ ‘ଗୁରୁ ଦିବସ-୨୦୨୬’ ଆଡ଼ମ୍ବର ସହକାରେ ପାଳନ କରାଯିବ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସମସ୍ତ ଜିଲା ଶିକ୍ଷା ଅଧିକାରୀ…

ଆସନ୍ତାକାଲି ମିଳିବ ସିଏମ୍‌-କିଷାନ ଟଙ୍କା: ଉପକୃତ ହେବେ  ୪୧ ଲକ୍ଷରୁ ଊର୍ଦ୍ଧ୍ୱ କୃଷକ ପରିବାର

ଭୁବନେଶ୍ୱର,୩।୯: ରାଜ୍ୟର ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାଜ୍ୟ ସରକାରଙ୍କ ପକ୍ଷରୁ ବହୁପ୍ରତୀକ୍ଷିତ ’ସିଏମ-କିଷାନ’ (CM-KISAN) ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ…

୨୦୨୭ ବିଶ୍ୱକପ ଖେଳିବେ କି ହିଟମ୍ୟାନ? BCCI ସମୀକ୍ଷା ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୩।୯: BCCIର ସମୀକ୍ଷା ବୈଠକରେ ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିଲା। ଗୁରୁବାର ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ…

BCCI ବୈଠକ ଶେଷ; ଲକ୍ଷ୍ମଣ ହେବେ ନାହିଁ ନିର୍ଦ୍ଦେଶକ; ଆସିଲା ୫ ଅପଡେଟ

ନୂଆଦିଲ୍ଲୀ,୩।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଗୁରୁବାର (ସେପ୍ଟେମ୍ବର ୩) ଏକ ବୈଠକ କରିଥିଲା, ଯେଉଁଥିରେ ପୁରୁଷ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ପୁରୁଷ…

ମେସି ପରେ ଫୁଟବଲରୁ ଅବସର ନେବେ ଏହି କିମ୍ବଦନ୍ତୀ, ଜାଣନ୍ତୁ…

ସରାଜେଭୋ,୩ା୯: ମେସି ପରେ ବୋସନିଆ ଓ ହର୍ଜଗୋଭିନା ଫୁଟବଲ କିମ୍ବଦନ୍ତୀ ଏଡିନ ଜେକୋ ଆସନ୍ତା ମାସରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବାକୁ ଯାଉଛନ୍ତି। ଏ ନେଇ ଗୁରୁବାର…

ଦିଦିଙ୍କ ଅଲଟିମେଟମ: ’କହିଲେ ଭାଜପା ନେତାଙ୍କ ଘର ବାହାରେ ଧାରଣା ଦେବି’

କୋଲକାତା,୩।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଟିଏମସି କାର୍ଯ୍ୟାଳୟରେ ଭଙ୍ଗାରୁଜାକୁ ନେଇ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯଦି ଟିଏମସି ବିରୋଧରେ…

୨୦ ଟିଏମସି ବିଦ୍ରୋହୀଙ୍କୁ ବାଚସ୍ପତିଙ୍କ ବଡ଼ ଆଶ୍ୱସ୍ତି; ମହୁଆ ମୋଇତ୍ରା କହିଲେ – ‘ଆଶ୍ଚର୍ଯ୍ୟ…’

କୋଲକାତା,୩।୯: ଲୋକ ସଭା ବାଚସ୍ପତି ଓମ ର୍ବିର୍ଲା ୨୦ ଜଣ ବିଦ୍ରୋହୀ ତୃଣମୂଳ କଂଗ୍ରେସ (TMC) ସାଂସଦଙ୍କୁ ସେମାନଙ୍କ ବିରୁଦ୍ଧରେ ଅଯୋଗ୍ୟତା ପ୍ରକ୍ରିୟା ସମ୍ପର୍କରେ ଜବାବ ଦାଖଲ…

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ, ହନ୍ତସନ୍ତ ହେଉଛନ୍ତି ରୋଗୀ

ଛତ୍ରପୁର,୩ା୯(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଦୈନିକ ଶତାଧିକ ରୋଗୀ ନିର୍ଭର କରନ୍ତି । ରୋଗ ପରୀକ୍ଷଣ, ଚକ୍ଷୁ, ପ୍ରସୂତୀ, ଶିଶୁରୋଗ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri