ତଦନ୍ତ ଶିଥିଳ, ଜମାକାରୀ ଚିନ୍ତାରେ

ଖୋର୍ଦ୍ଧା ଅଫିସ,୧୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ବିରୋଧରେ ଅର୍ଥ ଆତ୍ମସାତ୍‌ ସମେତ ଦୁଇଟି ସାଂଘାତିକ ଅଭିଯୋଗ ସତ୍ତ୍ୱେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ତଦନ୍ତରେ ଶିଥିଳତା ଯୋଗୁ ପ୍ରଶାସନର କାର୍ଯ୍ୟଦକ୍ଷତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଟଙ୍କା ଫେରି ପାଇବା ନେଇ ଜମାକାରୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ଜମାକାରୀଙ୍କ ଟଙ୍କାକୁ ଆତ୍ମସାତ କରି କେତେଜଣ କର୍ମଚାରୀ ମଉଜ ମଜଲିସ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବେଗୁନିଆ ବ୍ଲକ ରାଉତପଡ଼ା ଶାଖାରେ ଜମାକାରୀଙ୍କ ସ୍ଥାୟୀ ଓ ସଞ୍ଚୟ ବାବଦକୁ ପ୍ରାୟ ୧କୋଟି ୫୦ଲକ୍ଷ ଟଙ୍କା ଆତ୍ମସାତ ନେଇ ଅଭିଯୋଗ ହୋଇଛି। ଜଣେ ଅବସରପ୍ରାପ୍ତ କର୍ମଚାରୀ ଉକ୍ତ ବ୍ୟାଙ୍କରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଆର୍ଥତ୍କ କାରବାର କରୁଥିଲେ। ସେ ଏହି ଅର୍ଥ ଆତ୍ମସାତ କରିଥିବା କୁହାଯାଉଛି। ତେବେ କିପରି ଶାଖା କର୍ମଚାରୀ ଏ ବିଷୟରେ ଜାଣିପାରିଲେ ନାହିଁ ତାହା ପ୍ରଶ୍ନ ହୋଇଛି। କରୋନା ମହାମାରୀ ସମୟରେ କଷ୍ଟ ଉପାର୍ଜିତ ଟଙ୍କାକୁ ବ୍ୟାଙ୍କରେ ଜମାଦେଇ ଭବିଷ୍ୟତ ପାଇଁ ସ୍ବପ୍ନ୍ନ ଦେଖିଥିବା ଜମାକାରୀ ଏବେ ଚିନ୍ତାରେ। ଟଙ୍କା ଆତ୍ମସାତ ପଛରେ କେଉଁମାନଙ୍କ ସଂପୃକ୍ତି ରହିଛି ସେନେଇ ଖୋଳତାଡ଼ କରାଯିବାକୁ ଜମାକାରୀ ଦାବି କରିଛନ୍ତି। ସେହିପରି ବ୍ୟାଙ୍କ କର୍ମଚାରୀଙ୍କୁ ଗୋଟିଏ ଜାଗାରୁ ଚାହୁଁଥିବା ସ୍ଥାନକୁ ବଦଳି ଲାଗି ଲାଞ୍ଚ କାରବାର ହେଉଥିବା ଚର୍ଚ୍ଚା ଚାଲିଛି। ଏନେଇ ଗ୍ରାମବାସୀ ତଥା ଜମାକାରୀ ଲିଖିତ ଅଭିଯୋଗ କରିବା ପରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ତଦନ୍ତ ଲାଗି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖାକୁ ନୋଟିସ କରିିଥିଲେ। ମାତ୍ର ଏପର୍ଯ୍ୟନ୍ତ ତଦନ୍ତର ଅଗ୍ରଗତି ଓ ଜମାକାରୀ ଟଙ୍କା ଫେରିପାଇବା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ବିଧାୟକଙ୍କ ଅଭିଯୋଗ ସତ୍ତ୍ୱେ ତଦନ୍ତ ନାହିଁ

ଅନ୍ୟ ଏକ ବଡ଼ ଦୁର୍ନୀତି ସମ୍ପର୍କରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଭିଯୋଗ ଆଣିଛନ୍ତି। ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ଗତବର୍ଷ ବ୍ୟାଙ୍କିଙ୍ଗ ଆସିଷ୍ଟାଣ୍ଟ ପଦବୀରେ ୨୬ଜଣଙ୍କୁ ଦିଆଯାଇଥିବା ନିଯୁକ୍ତିରେ ବ୍ୟାପକ ଅର୍ଥ ହେରଫେର କରାଯାଇଥିବା ନେଇ ସେ ଗତ ମାର୍ଚ୍ଚ ୨୭ରେ ସମବାୟ ଶାସନ ସଚିବ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। ଜିଲାପାଳ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ମୁଖ୍ୟ ପ୍ରଶାସକ। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନ ଥିବା ବ୍ୟାଙ୍କ ସିଇଓ ଅନନ୍ତ ସାମଲ କହିଛନ୍ତି। ପରୀକ୍ଷା ଓ ଇଣ୍ଟରଭ୍ୟୁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ତଥା ଓଏସ୍‌ଇବି ଗାଇଡଲାଇନ ଅନୁସାରେ କରାଯାଇଥିଲା ବୋଲି ସାମଲ ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଦୁଇ ସପ୍ତାହ ବିତିଲାଣି, ଅଥଚ ସମବାୟ ଶାସନ ସଚିବ କିମ୍ବା ବିଭାଗୀୟ ମନ୍ତ୍ରୀଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇନାହିଁ। ଏହି ଦୁର୍ନୀତିରେ ବହୁ ଅସାଧୁ କର୍ମଚାରୀ ସମ୍ପୃକ୍ତ ଥିବା ଚର୍ଚ୍ଚା ଚାଲିଛି। ତେଣୁ ତଦନ୍ତକୁ ସମସ୍ତଙ୍କ ଅପେକ୍ଷା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri