ନାକାମାମୁଡ଼ି-ନାରିଙ୍ଗିଝୋଲା ରାସ୍ତାରେ କଟାଯାଇଛି ଶତାଧିକ ଗଛ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଭରପୂର ରହିଛି ଜଙ୍ଗଲ ସମ୍ପଦ। ମାତ୍ର କେତେଜଣ ବିଭାଗୀୟ କର୍ମଚାରୀ ଏବଂ ବନ ସଂରକ୍ଷଣ ସମିତି ଅବହେଳାରୁ ଜଙ୍ଗଲରୁ ଶତାଧିକ ଗଛ କଟାଯାଉଥିବା ଅଭିଯୋଗ ହେଉଛି। ମାଲକାନଗିରି ଜିଲା ବାଲିମେଳା ରେଞ୍ଜ ପାହାଡ଼ ଉପରେ ଥିବା ନାକାମାମୁଡି-ନାରିଙ୍ଗିଝୋଲା ରାସ୍ତା ପାର୍ଶ୍ୱରେ ଶତାଧିକ ଗଛ କଟାଯାଇଥିବା ଦେଖିବାକୁ ମିଳିଛି। ଏହି ଗଛଗୁଡିକ ରାସ୍ତାପାର୍ଶ୍ୱରେ ପଡ଼ିଛି। ଜଙ୍ଗଲ ସୁରକ୍ଷା ନେଇ ବନ ବିଭାଗ କର୍ମଚାରୀଙ୍କୁ ସହଯୋଗ କରିବା, ନିଜ ଅଞ୍ଚଳର ଜଙ୍ଗଲକୁ ସୁରକ୍ଷା ଦେବା, ଜଙ୍ଗଲ ମାଫିଆଙ୍କୁ ଧରିବାକୁ ଜିଲାରେ ଜଙ୍ଗଲ ଅଞ୍ଚଳର ଗ୍ରାମଗୁଡ଼ିକୁ ନେଇ ୨୦୦୦ରୁ ଊର୍ଦ୍ଧ୍ୱ ବନ ସଂରକ୍ଷଣ ସମିତି ଗଠନ କରାଯାଇଛି। ସରକାରଙ୍କ ଯୁଗ୍ମ ବନ ପରିଚାଳନା ନିୟମ ଅନୁଯାୟୀ ନିଜ ଗ୍ରାମ ନିକଟ ଜଙ୍ଗଲକୁ ସୁରକ୍ଷା କଲେ ସେହି ଜଙ୍ଗଲରୁ ୫୦ ପ୍ରତିଶତ ଅଧିକାର ବନ ସୁରକ୍ଷା ସମିତି ପାଇବେ। ୮୪ ପ୍ରକାର ଲଘୁ ବନଜାତ ଦ୍ରବ୍ୟ ଅଞ୍ଚଳବାସୀ ବିନା ରୟାଲଟିରେ ସଂଗ୍ରହକରି ଆଦିବାସୀ ଉନ୍ନୟନ ସଂସ୍ଥାକୁ ବିକ୍ରି କରିବା, ସୁରକ୍ଷା ଦେଉଥିବା ବନ ସଂରକ୍ଷଣ ସମିତି ଜଙ୍ଗଲରୁ ଶତ ପ୍ରତିଶତ ବାଉଁଶ ବିନା ମୂଲ୍ୟରେ ନିଜର ବ୍ୟବହାର ପାଇଁ ନେଇପାରିବେ ବୋଲି ନିୟମ ରହିଛି। ଅନ୍ୟପକ୍ଷରେ ବନ ସୁରକ୍ଷା ସମିତି ଅଞ୍ଚଳର ଦାୟିତ୍ୱରେ ଥିବା ବନରକ୍ଷୀ ଜଙ୍ଗଲ ସୁରକ୍ଷା, ବନ ସଂରକ୍ଷଣ ସମିତି ସହ ସମ୍ପର୍କ, ଶିକାରୀ, ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତି, ଗଛ କାଟୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହକରି ସମିତି ସହଯୋଗରେ ମାମଲା ରୁଜୁ କରିବା ନିୟମ ଥିଲେ ମଧ୍ୟ ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଲଂଘନ କରାଯାଉଛି। ଜଙ୍ଗଲରୁ ଗଛ କଟାଯାଇଥିବା ଅଞ୍ଚଳ ବାଲିମେଳା ବନାଞ୍ଚଳ ଅଧୀନରେ ଯାଉଥିବା ବେଳେ ଏହା କୁଡୁମୁଲୁଗୁମ୍ମା ଏବଂ ବାଲିମେଳା ବନପାଳ ଉଭୟଙ୍କ ଦାୟିତ୍ୱରେ ରହିଛି। ତୁରନ୍ତ ଗଛ କାଟୁଥିବା ଲୋକଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ମାଲକାନଗିରି ଡିଏଫ୍‌ଓ ପ୍ରତାପ କତାପାଲ୍ଲିଙ୍କୁ ପଚାରିବାରୁ ସେ କହିଲେ, ଏହାର ତଦନ୍ତ କରାଯାଇ କର୍ତ୍ତବ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ଅଜଣା ରୋଗ: ସପ୍ତାହକରେ ଗଲାଣି ୧୧ ଜୀବନ

ମାଲକାନଗିରି/ମାଥିଲି,୯ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅଧୀନ ଟେମୃପାଲି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗରେ ଗତ ସପ୍ତାହକ ମଧ୍ୟରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି...

ସନ୍ଦେହ ଘେରରେ ନାବାଳିକାଙ୍କ ମୃତ୍ୟୁ, ୫ ଦିନ ପରେ ଥାନାର ଦ୍ୱାରସ୍ଥ ହେଲେ ଦୁଇ ଗୋଷ୍ଠୀ

କୋରୁକୋଣ୍ଡା,୩ା୫(ଡି.ଏନ୍‌.ଏ.): ଜଣେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ୫ ଦିନ ପରେ ଦୁଇ ଗୋଷ୍ଠୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି...

କଟାଗଲା ୪୫୦୦୦ ଗଞ୍ଜେଇ ଗଛ

ଚିତ୍ରକୋଣ୍ଡା,୨୬ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ,ପାପରମେଟେଲା ପୋଲିସ ଓ ଅବକାରୀ ବିଭାଗ ମିଳିତ ଆନୁକୂଲ୍ୟରେ ଡିଭିଏଫ୍‌ ସହଯୋଗରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ରାଲେଗଡ଼ା...

୧୫ ଲକ୍ଷ ଟଙ୍କାର ଗୁଟୁଖା ଜବତ: ୮ ଗିରଫ

ମାଲକାନଗିରି,୧୩।୧୨(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ବେଆଇନ ଗୁଟୁଖା ଜବତ...

ପାହାଡ଼ିଆ ରାସ୍ତାରେ ୮କି.ମି. ଚାଲିଲେ ଗର୍ଭବତୀ

ମାଲକାନଗିରି/କୁଡୁମୁଲୁଗୁମ୍ମା,୨୯ା୧୧(ଡି.ଏନ୍‌.ଏ.): ଜନନୀ ସୁରକ୍ଷା ନେଇ ସରକାରୀ ତହବିଲରୁ ବହୁ ଅର୍ଥ ବ୍ୟୟ ହେଉଛି। ମାତ୍ର ଏବେ ମଧ୍ୟ ମାଲକାନଗିରି ଜିଲାର ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର...

ବିନା ହେଲମେଟ୍‌ରେ ଦିଆଯାଉଥିଲା ପେଟ୍ରୋଲ, ତାପରେ …

ମାଲକାନଗିରି,୧୩ା୨: ମାଲକାନଗିରି ଜିଲା ଯୋଗାଣ ବିଭଗ ପକ୍ଷରୁ ଶନିବାର ଜିଲା ସଦର ମହକୁମାରେ ଥିବା ସମସ୍ତ ପେଟ୍ରୋଲ ପମ୍ପ ଯାଞ୍ଚ କରାଯାଇଥିଲା। ଏହି ସମୟରେ ନିୟମ...

ମାଓବାଦୀ ଭୟ: ସ୍ଥାନାନ୍ତର ହେଲା ୩ ବୁଥ୍‌

ମାଲକାନଗିରି, ୧୭।୨(ଡି.ଏନ.ଏ.): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ଅଞ୍ଚଳରେ...

ଏମ୍‌ଭି-୧୧୧ ପ୍ରଥମ, ସୋରିଷମାଳ ଦ୍ୱିତୀୟ,ସିନ୍ଧ୍ରିମାଳ ତୃତୀୟ

ମାଲକାନଗିରି,୧୪।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଅବସରରେ ସତୀଗୁଡ଼ା ଜଳଭଣ୍ଡାରରେ ଶୁକ୍ରବାର ମତ୍ସ୍ୟଜୀବୀମାନଙ୍କୁ ନେଇ ନୌକା ଚାଳନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହାକୁ ଜିଲା...

Advertisement
Archives

Model This Week