୫ ବର୍ଷ ମଧ୍ୟରେ ରେଳ ସେବା ପାଇବେ ମାଲକାନଗିରିବାସୀ

ମାଲକାନଗିରି,୧୭।୪(ଡି.ଏନ୍‌.ଏ.):  ଆସନ୍ତା ୬ମାସ ମଧ୍ୟରେ ରେଳଲାଇନ ନେଇ ରହିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ସରିବ। ୫ବର୍ଷ ମଧ୍ୟରେ ମାଲକାନଗିରିବାସୀ ରେଳ ସେବା ପାଇବେ। ରେଳଲାଇନ କାର୍ଯ୍ୟର ସମୀକ୍ଷା ପାଇଁ ଶନିବାର ମାଲକାନଗିରି ଜିଲାକୁ ଗସ୍ତରେ ଆସିଥିବା ବିଶାଖାପାଟଣା ଡିଭିଜନାଲ ରେଲଓ୍ବେ ମ୍ୟାନେଜର (ଡିଆର୍‌ଏମ୍‌) ଅନୁପ କୁମାର ଶତପଥୀ ଏହା ପ୍ରକାଶ କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ରାଜସ୍ବ ବିଭାଗ ପଦାଧିକାରୀଙ୍କ ସହ ରେଳ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ। ଏହି ଅବସରରେ ଶତପଥୀ ସୂଚନା ଦେଇ କହିଥିଲେ, ଜୟପୁରଠାରୁ ମାଲକାନଗିରି ୧୩୦ କିଲୋମିଟର ରେଳ ଲାଇନର ୨୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ୬ ମାସ ମଧ୍ୟରେ ରହିଥିବା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରିବାକୁ ଆଲୋଚନା ବେଳେ ସେ ଗୁରୁତ୍ୱାରୋପ କରିଥିଲେ। ଜମି ଅଧିଗ୍ରହଣ ଶେଷ ପରେ ଅଗ୍ରାଧିକାର ଭିତ୍ତିରେ ବଜେଟର ବରାଦ ଅର୍ଥ ଅନୁଯାୟୀ କାର୍ଯ୍ୟ ତ୍ୱରାନ୍ବିତ ହେବ ା ୫ ବର୍ଷ ମଧ୍ୟରେ ମାଲକାନଗିରିବାସୀଙ୍କ ପାଇଁ ରେଳସେବା ଉପଲବ୍ଧ ହେବ ବୋଲି ସେ ପ୍ରକାଶ କରିଥିଲେ। ଏହି ଅବସରରେ ମାଲକାନଗିରି ଜିଲା ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଡିଆର୍‌ଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ମାଲକାନଗିରି ଜିଲାରେ ଅନେକ ପ୍ରସ୍ତାବିତ ଖଣି ଥିଲେ ମଧ୍ୟ ମାଲ ପରିବହନ ପାଇଁ ରେଳଲାଇନ ନ ଥିବାରୁ ଜିଲାର ବିକାଶ ହୋଇପାରୁନାହିଁ। ଭାରତ ସରକାରଙ୍କ ଆକାଂକ୍ଷା ଯୋଜନାରେ ମାଲକାନଗିରିର ବିକାଶ ପାଇଁ ରେଳଲାଇନର ଜରୁରୀ ଆବଶ୍ୟକତା ରହିଛି। ତୁରନ୍ତ ରେଳଲାଇନ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଦାବିପତ୍ରରେ ଉଲ୍ଲେଖ ରହିଛି। ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଦୁର୍ଯ୍ୟୋଧନ ପାତ୍ର, ରାମ ପଟ୍ଟନାୟକ, ଦିଲୀପ ପରିଚ୍ଛା, ଦୁର୍ଗା ତ୍ରିପାଠୀ, ଲମ୍ବୋଦର ତୁରୁକ, ନୃସିଂହ ଚରଣ ମହାନ୍ତି, ପରେଶ ଚନ୍ଦ୍ର ମହାନ୍ତି, ଦେବବ୍ରତ ସାନା, ଜିତେନ୍ଦ୍ର ବେଉରିଆଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ସଦସ୍ୟ ଡିଆର୍‌ଏମ୍‌ଙ୍କୁ ଭେଟିଥିଲେ। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ପ୍ରଧାନ କହିଛନ୍ତି, ଜିଲାରେ ରେଳଲାଇନ ନିମନ୍ତେ ୬ ମାସ ମଧ୍ୟରେ ଚୂଡାନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବ୍ୟବସାୟୀଙ୍କ ଘରୁ ଲୁଟ୍‌: ୫ ବର୍ଷ ପରେ ତାମିଲନାଡୁରୁ ଗିରଫ ହେଲେ ଦମ୍ପତି

ମାଲକାନଗିରି,୨୯ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସଦର ମହକୁମାର ଏକ ସୁନା ବ୍ୟବସାୟୀଙ୍କ ଘରୁ ଅଳଙ୍କାର ଚୋରି ମାମଲାରେ ତାମିଲନାଡୁର ଏକ ଦମ୍ପତି ଗିରଫ ହୋଇଛନ୍ତି।ଏନେଇ ମାଲକାନଗିରି ଏସ୍‌ପି ବିନୋଦ…

ମାଲକାନଗିରି ପୋଲିସକୁ ଆଉ ଏକ ବଡ଼ ସଫଳତା: ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୮ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ପୋଲିସକୁ ପୁଣିଥରେ ଏକ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ଡମ୍ପ୍‌ ଠାବ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri