ଇଓଡବ୍ଲ୍ୟୁକୁ ଆରୁହା କଳାପଥର ଲୁଟ୍‌ ତଦନ୍ତ ଭାର

ଯାଜପୁର ଅଫିସ,୧୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ମାମଲାର ତଦନ୍ତ ଭାର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)କୁ ଦିଆଯାଇଛି। ବରିଷ୍ଠ ଓ ଅଭିଜ୍ଞ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରିବାକୁ ଲୋକାୟୁକ୍ତ ଅଧ୍ୟକ୍ଷ ଅଜିତ୍‌ ସିଂ ୮ା୪ା୨୦୨୨ ଶୁଣାଣିରେ ଇଓଡବ୍ଲ୍ୟୁ ଡିଆଇଜି ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ଶୁଣାଣି ତାରିଖ ଠାରୁ ୬ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଏହିମର୍ମରେ ଅଭିଯୋଗକାରୀଙ୍କ ପତ୍ର ସହ ପ୍ରାଥମିକ ତଦନ୍ତ ରିପୋର୍ଟ ଏବଂ ଅନ୍ୟାନ୍ୟ କାଗଜପତ୍ର ଇଓଡବ୍ଲ୍ୟୁ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବାକୁ ଲୋକାୟୁକ୍ତ ତାଙ୍କ ଶୁଣାଣିରେ ଦର୍ଶାଇଛନ୍ତି। ପରବର୍ତ୍ତୀ ଶୁଣାଣି ୨୨ା୭ା୨୦୨୨କୁ ନିର୍ଦ୍ଧାରଣ ହୋଇଛି।
ଅଭିଯୋଗ ଅନୁସାରେ ଲିଜଧାରୀ ତ୍ରିନାଥ ଜେନା ଆରୁହା ପାହାଡରୁ ନିର୍ଦ୍ଧାରିତ ଲିଜ୍‌ ଏରିଆଠାରୁ ବହୁ ଗୁଣ ଅଧିକ ମୂଲ୍ୟବାନ କଳାପଥର ବେଆଇନ ଭାବେ ଉତ୍ତୋଳନ କରିଥିଲେ। ଏଥିପାଇଁ ରାଜ୍ୟ ସରକାର ବିପୁଳ ପରିମାଣର ରାଜସ୍ବ ହରାଇଛନ୍ତି। ଏଥିରେ ସ୍ଥାନୀୟ ପୋଲିସ ଓ ଧର୍ମଶାଳା ତହସିଲଦାର ସହଯୋଗୀ ହୋଇଛନ୍ତି। ଏହିମର୍ମରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରା ଓଡ଼ିଶା ଲୋକାୟୁକ୍ତରେ ୧୩୫୫/୨୦୨୦ରେ ଏକ ମାମଲା ରୁଜୁ କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ ହେବା ପରେ ଲୋକାୟୁକ୍ତଙ୍କ ତଦନ୍ତ ନିର୍ଦ୍ଦେଶକ ମଧ୍ୟ ତାଙ୍କ ରିପୋର୍ଟ ଦାଖଲ କରିଥିଲେ। ତେବେ ଏହି ମାମଲାରେ ପକ୍ଷଭୁକ୍ତ ହୋଇଥିବା ୧୦ ଜଣ ଅଧିକାରୀ ମଧ୍ୟ ତାଙ୍କ ଉତ୍ତର ଦାଖଲ କରି ସାରିଛନ୍ତି। ଭୂତତ୍ତ୍ୱ ନିର୍ଦ୍ଦେଶାଳୟର ଢେଙ୍କାନାଳ ଜୋନାଲ ଅଫିସ୍‌ର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଅନୁପ କୁମାର ରାଉତ ୩୧ା୩ା୨୦୨ ରେ ତାଙ୍କ ଉତ୍ତର ଦାଖଲ କରିଥିଲେ। ଯାଜପୁର ଜିଲାପାଳ ୧୨ା୧ା୨୦୨୨ରେ ଉତ୍ତର ଦାଖଲ କରିଥିଲେ। ଡେଭଲପମେଣ୍ଟ ପ୍ଲାନ ଓ ଏନଭାଇରନମେଣ୍ଟାଲ ମ୍ୟାନେଜମେଣ୍ଟ ପ୍ଲାନ ଅନୁଯାୟୀ ଲିଜ୍‌ ଅଞ୍ଚଳ ୩ ଏକର ରହିଛି। ପ୍ଲାନରେ ଦର୍ଶାଯାଇଥିବା ଅତିରିକ୍ତ ଅଞ୍ଚଳ ଡମ୍ପିଂ, ଷ୍ଟୋରେଜ ଏବଂ ଗାଡି ଚଳାଚଳ ପାଇଁ ଉର୍ଦ୍ଦିଷ୍ଟ ଥିବା ଜିଲାପାଳ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ତହସିଲଦାର ୧୧ା୧ା୨୦୨୨ରେ ଅତିରିକ୍ତ ଜିଲାପାଳଙ୍କୁ ଦେଇଥିବା ରିପୋର୍ଟରେ ଆରୁହା ପାହାଡର ସ୍କେଚମ୍ୟାପ ଭୁଲବଶତଃ ତିଆରି ହୋଇଛି ବୋଲି ମାନିଛନ୍ତି। ଏହାବାଦ ୨ ନମ୍ବର ଖାଦାନରେ ୩୧,୫୪୮ ଘନମିଟର କଳାପଥର ବିନା ଅନୁମତିରେ ଉତ୍ତୋଳନ ହୋଇଥିବା ତହସିଲଦାର ରିପୋର୍ଟରେ ସ୍ବୀକାର କରିଥିବା ଜିଲାପାଳ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି। ଆରୁହାର ପୂର୍ବତନ ରାଜସ୍ବ ନିରୀକ୍ଷକ(ଆରଆଇ) ବସୁଦେବ ସାହୁ କୌଣସି ସ୍କେଚ ମ୍ୟାପ୍‌ ସେ ପ୍ରସ୍ତୁତ କରି ନ ଥିବା ଦର୍ଶାଇଛନ୍ତି। ପୂର୍ବରୁ ପ୍ରସ୍ତୁତ ହୋଇଥିବା ଏକ ସ୍କେଚମ୍ୟାପ୍‌ରେ ବିଶ୍ୱାସରେ ଏବଂ ତହସିଲଦାରଙ୍କ ନିର୍ଦ୍ଦେଶରେ ସେ ଦସ୍ତଖତ କରିଥିବା ସେ ଉତ୍ତର ଦେଇଛନ୍ତି। ପୂର୍ବତନ ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ପ୍ରଭାସ କୁମାର ବେହୁରା ଓ ଶୀତଳ ଅଗ୍ରୱାଲଙ୍କ ସମେତ ମନୋଜ କୁମାର ମହାପାତ୍ର, କ୍ଷୀରାବ୍ଦି ତନୟା ପଣ୍ଡା, ଲିଜଧାରୀ ତ୍ରିନାଥ ଜେନା ପ୍ରମୁଖ ବେଆଇନ ଆରୁହା କଳାପଥର ଉତ୍ତୋଳନରେ ସେମାନଙ୍କ ସମ୍ପୃକ୍ତି ନ ଥିବା ଉତ୍ତର ଦେଇଛନ୍ତି। ଏହିକ୍ରମରେ ପ୍ରାଥମିକ ତଦନ୍ତ ରିପୋର୍ଟ ଏବଂ ପକ୍ଷଭୁକ୍ତଙ୍କ ଉତ୍ତରକୁ ଆଧାର କରି ଲୋକାୟୁକ୍ତ ଇଓଡବ୍ଲ୍ୟୁକୁ ତଦନ୍ତ ଭାର ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ପଦବୀ ସମ୍ଭାଳୁଛନ୍ତି ଭାରପ୍ରାପ୍ତ

ଆଠମଲ୍ଲିକ, ୨୧ା୩ (ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ଅନେକ ସରକାରୀ କାର୍ଯ୍ୟାଳୟରେ ନାହାନ୍ତି ମୁଖ୍ୟ ଅଧିକାରୀ। ଏଠାରେ ଦୀର୍ଘବର୍ଷ ହେଲା ଅନ୍ୟ ଅଧିକାରୀ ଭାରପ୍ରାପ୍ତ...

ଭୁବନେଶ୍ୱରକୁ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ଚାଲିଛି ପ୍ରୟାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ୭୩ ବର୍ଷରେ ପାଦ ଦେଇଛି। ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ମନ୍ଦିରମାଳିନୀ...

ଆଉ ଏକ ମୁଣ୍ଡ ନେଲା କରୋନା: ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି

ଭୁବନେଶ୍ୱର, ୨୭ା୬(ବ୍ୟୁରୋ): ରାଜ୍ୟରେ ଶନିବାରେ କରୋନା ଆକ୍ରାନ୍ତରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ୬୮ ବର୍ଷୀୟ ବୃଦ୍ଧ। ପୂର୍ବରୁ ସେ...

ଦୁଇମାସ ପୂରିନି : ପିଚୁ ଉଠି ଗଲାଣି

ପାଟଣା,୨୬।୬(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାବାଳି ପଶିରୁ ମଲ୍ଲୀପଶି ପଶି ପାର୍ଯ୍ୟନ୍ତ ୪କି.ମି. ରାସ୍ତା କୁ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ଦେଢ଼ କୋଟି ଟଙ୍କା...

ମଦ ଦୋକାନ ବନ୍ଦ ଦାବିରେ ମହିଳାଙ୍କ ରାସ୍ତାରୋକୋ, ଆନ୍ଦୋଳନ

ପୁରୁଷୋତ୍ତମପୁର,୧୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ତଥା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ଼ଖରିଡ଼ା ପଞ୍ଚାୟତର ବାଣନଈ ଗ୍ରାମ ନିକଟରେ ଥିବା ଦେଶୀ ମଦ ଦୋକାନକୁ ସମ୍ପୂର୍ଣ୍ଣ...

୩ ମାସ ହେବ ମିଳୁନି ଟଙ୍କିକିଆ ଚାଉଳ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ଅନ୍ତର୍ଗତ ପୋଖରିଆପଡା ପଞ୍ଚାୟତରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ହୋଇଥିବା ଗୁରୁବାର ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ...

‘ପଞ୍ଚାୟତ ସ୍ତରରେ ମହିଳା ପଛରେ’

ଭୁବନେଶ୍ୱର,୯।୮(ବ୍ୟୁରୋ):ଓଡ଼ିଆ ଦୈନିକ ପ୍ରଗତିବାଦୀ ପରିସରରେ ସ୍ବାଧୀନତାର ଅମୃତ ମହୋତ୍ସବ ଓ ପ୍ରଗତିବାଦୀର ୫୦ତମ ଜୟନ୍ତୀ ଅବସରରେ ସୋମବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଆସନ୍ତା...

ଟିଏସ୍‌ଏଲ୍‌ପିଏଲ୍‌ ନିଯୁକ୍ତି ବିଜ୍ଞପ୍ତି ପ୍ରସଙ୍ଗ ବିଧାନସଭାରେ ଉଠିଲା

ଭୁବନେଶ୍ବର, ୧ା୪(ବ୍ୟୁରୋ): ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟ ଲିମିଟେଡ୍‌ (ଟିଏସ୍‌ଏଲ୍‌ପିଏଲ୍‌) କୁ ନେଇ ଗୃହରେ ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ। ଉକ୍ତ କମ୍ପାନୀର କାରଖାନା ଯୋଡ଼ା...

Advertisement
Archives

Model This Week