ଆମ ଜିଲା ଖବର

ଭାଜପାରୁ ଦୁଇଥର ବିଜୟ ପରେ ଶଙ୍ଖ ଧରିଲେ ପୂର୍ବତନ କାଉନସିଲର

ଭଦ୍ରକ ଅଫିସ,୪।୩: ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନ ପୂର୍ବରୁ ବିଜେଡି ପକ୍ଷରୁ ଆରମ୍ଭ ହୋଇଛି ମହାମିଶ୍ରଣ ପର୍ବ। ଭାଜପା ଛାଡ଼ି ବିଜେଡିରେ ମିଶିଛନ୍ତି ଯୁବନେତା ତଥା ଭଦ୍ରକ ପୌରପାଳିକାର ପୂର୍ବତନ କାଉନସିଲର ଘାଉଲି ଜେନା। ପ୍ରତିକୂଳ ପରିସ୍ଥିତିରେ ସେ ଭଦ୍ରକ…

ଚିଲିକାରେ ହେବ ଦ୍ୱିତୀୟ ପର୍ଯ୍ୟାୟ ବଣ ବିରାଡି ଗଣତି

ଖୋର୍ଦ୍ଧା ଅଫିସ, ୪।୩: ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡିଙ୍କ ସଂଖ୍ୟା ଗଣତି ଚାଲିଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡି ଦେଖିବାକୁ ମିଳିଥିଲା । ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ଠାରୁ…

କଂଗ୍ରେସରୁ ବହିଷ୍କାର ପରେ ବିଜେଡିରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ,୪।୩: ଦଳ ବିରୋଧୀ କାର୍ଯ୍ୟ ପାଇଁ ଝାରସୁଗୁଡ଼ା ଜିଲା ଛାତ୍ର କଂଗ୍ରେସ(ଏନ୍‌ଏସ୍‌ୟୁଆଇ) ସଭାପତି ନବନିତ୍‌ କୌରଙ୍କୁ ଗୁରୁବାର ଦଳରୁ ବହିଷ୍କାର କରାଯାଇଛି। ଏନେଇ ଏନ୍‌ଏସୟୁଆଇ ରାଜ୍ୟ ସଭାପତି ୟାଶିର ନଓ୍ବାଜ ଏହି ସୂଚନା ଦେଇଛନ୍ତି। ଏହାର ଗୋଟିଏ ଦିନ ପରେ…

ପରାଜୟ ପରେ ବୁଲିବୁଲି ଟଙ୍କା ମାଗୁଛନ୍ତି

ଦେଓଗାଁ,୪ା୩(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତର ଜଣେ ପରାଜିତ ସରପଞ୍ଚ ପ୍ରାର୍ଥୀଙ୍କ ସ୍ବାମୀ ଲୋକଙ୍କୁ ଦେଇଥିବା ଟଙ୍କା ମାଗିବାର ଭିଡିଓ ଭାଇରାଲ ହୋଇଛି। ସ୍ତ୍ରୀ ପରାଜିତ ହେବା ପରେ ସ୍ବାମୀ କିଛି ସମର୍ଥକଙ୍କୁ ଧରି ପଞ୍ଚାୟତ ଅଧୀନ ନୁଆପାଲି…

ଆଦିବାସୀ କଳା, ସଂସ୍କୃତିର ଝଲକ ଦେଖାଇଲେ ୩୦ ଶିଳ୍ପୀ

କୋରାପୁଟ,୪।୩(ସ୍ବ.ପ୍ର.) – ଓଡିଶା ଲଳିତ କଳା ଏକାଡେମୀ ପକ୍ଷରୁ କୋରାପୁଟରେ ଏକ ଚିତ୍ରକଳା କର୍ମଶାଳା ଗୁରୁବାର ଆଞ୍ଚଳିକ ଆର୍ଟ ଗ୍ୟାଲେରିଠାରେ ଉଦ୍‌ଘାଟିତ ହୋଇଛି। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ୩୦ ଜଣ ଆଦିବାସୀ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ। ଆଦିବାସୀ କଳା,…

ବାରମ୍ବାର ଦାବି ପରେ ବି ଗୁଡ଼ାରିରୁ ରାଜଧାନୀକୁ ଗଡ଼ୁନି ବସ୍‌

ଗୁଡାରି,୪।୩(ଡି.ଏନ୍‌.ଏ.) – ରାୟଗଡ଼ା ଜିଲାର ଗୁଡାରି ସହର ୧୯୭୨ରେ ଏନ୍‌ଏସି ମାନ୍ୟତା ପାଇଛି। ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଅନେକ ଶିକ୍ଷିତ ଯୁବତୀଯୁବକ ଅଛନ୍ତି। ଗୁଡ଼ାରି ଏନ୍‌ଏସି ଏବଂ ବ୍ଲକର ୯ ପଞ୍ଚାୟତକୁ ନେଇ ଏହି ଅଞ୍ଚଳ। ଉଚ୍ଚଶିକ୍ଷା, ନିଯୁକ୍ତି କିମ୍ବା…

ଜାତୀୟ ରାଜପଥ ଅବରୋଧ, ରେଳ ରୋକୋ

ବଅଁରପାଳ/ ଢେଙ୍କାନାଳ ଅଫିସ,୪।୩(ଡି.ଏନ.ଏ.) – କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ଅନୁଗୋଳ ଜିଲାରେ ଶେଷ ହେଉ ନ ଥିବାରୁ ଏହାର ପ୍ରତିବାଦରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁଙ୍କ ନେତୃତ୍ୱରେ ଗୁରୁବାର ବଅଁରପାଳଠାରେ ଆନ୍ଦୋଳନ କରାଯାଇଥିଲା। ସକାଳୁ ସନ୍ତ୍ରୀ ଛକଠାରେ…

ସ୍ୱସ୍ତି ଏକ୍ସପ୍ରେସ୍‌, ସ୍କୁଲ ବସ୍‌ ଲୋକାର୍ପିତ

ଅନୁଗୋଳ ଅଫିସ,୪।୩ – ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସାମାଜିକ ଦାୟିତ୍ୱବାଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସହାୟତା ଲାଗି ସ୍ୱସ୍ତି ଏକ୍ସପ୍ରେସ ଆମ୍ବୁଲାନ୍ସ ଓ ପିଲାଙ୍କ ନିମନ୍ତେ ସ୍କୁଲ…

ଶିକ୍ଷାନୁଷ୍ଠାନ ପୃଥକୀକରଣ ପ୍ରସ୍ତୁତି

ଢେଙ୍କାନାଳ ଅଫିସ, ୪।୩ – ଢେଙ୍କାନାଳ ଜିଲାରେ ପ୍ରସ୍ତାବିତ ଶିକ୍ଷାନୁଷ୍ଠାନ ପୃଥକୀକରଣ କାର୍ଯ୍ୟ ଲାଗି ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଜିଲା ସଦ୍‌ଭାବନା ଗୃହରେ ଗୁରୁବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ନିର୍ବାଚନ ପରବର୍ତ୍ତୀ ହିଂସା: କାର୍‌ ଜାଳିଦେଲେ ଦୁର୍ବୃତ୍ତ

ଖୋର୍ଦ୍ଧା ଅଫିସ,୪ା୩: ଖୋର୍ଦ୍ଧା ବ୍ଲକ କାଇପଦର ଗ୍ରାମରେ ନିର୍ବାଚନ ପରବର୍ତ୍ତୀ ହିଂସା ଦେଖିବାକୁ ମିଳିଛି। ବିଜୟୀ ସରପଞ୍ଚଙ୍କ ସମ୍ପର୍କୀୟ ମାନସ ରଞ୍ଜନ ରାଉତରାୟଙ୍କ କାର୍‌ରେ ବୁଧବାର ରାତିରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଗ୍ରାମବାସୀଙ୍କଠାରୁ ଖବର ପାଇ ଅଗ୍ନିଶମ କର୍ମଚାରୀ…

ଧାନ କିଣା ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୪।୩ – ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ ଅଞ୍ଚଳର ଚାଷୀମାନେ ଧାନ ବିକ୍ରି କରି ନ ପାରି ହତାଶ ହୋଇ ପଡ଼ିଛନ୍ତି। ଟୋକନ ଅବଧି ଶେଷ ହୋଇଯିବାରୁ ସେମାନେ ଧାନ ବିକି ନ ପାରି ବ୍ଲକ ଯୋଗାଣ ଅଧିକାରୀଙ୍କୁ ଭେଟି…

ହାତୀ ଚଲାପଥରେ ପାର୍କିଂ କଲେ ଦଣ୍ଡ

କେନ୍ଦୁଝର,୪।୩ (ସ୍ବ.ପ୍ର.) – ହାତୀ ମାନଙ୍କ ଚଳପ୍ରଚଳ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ସୂଚନା ଫଳକ ଲଗାଯାଇଛି । ବିଶେଷ କରି କେନ୍ଦୁଝର ବନଖଣ୍ଡର ଏନ୍‌ଏଚ୍‌ ୪୯, ଏନ୍‌ଏଚ୍‌ ୨୦ ତଥା ଅନ୍ୟ ରାସ୍ତା ଅତିକ୍ରମ କରି ହାତୀ ମାନେ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?