ଆଇଆର୍‌ଇ ପ୍ଲାଣ୍ଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ, ପ୍ରତିବାଦରେ ଧାରଣା

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଆଇଆର୍‌ଇ ପ୍ଲାଣ୍ଟ ପରିସରରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହେଲେ ଛତ୍ରପୁର ନିକଟବର୍ତ୍ତୀ ମାଟିଖାଲ ଗ୍ରାମର ରମା ପ୍ରଧାନ(୩୪)। ପ୍ଲାଣ୍ଟ ପରିସରରେ ରବିବାର ଲୁହା ବୋହି ଆଣୁଥିବା ସମୟରେ ହଠାତ୍‌ ଲୁହା ଖସି ପଡ଼ିବାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି। ରମାଙ୍କୁ ପ୍ଲାଣ୍ଟ କାର୍ଯ୍ୟରେ ନିୟୋଜିତ କରାଯାଇଥିଲେ ମଧ୍ୟ କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଏଭଳି ଘଟଣା ଘଟିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ମୃତ ମହିଳା ଶ୍ରମିକଙ୍କ ଦୁଇଟି ଛୋଟ ଶିଶୁ ରହିଥିବା କୁହାଯାଇଛି। ପୂର୍ବରୁ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା ଫଳରେ ୨ ଶିଶୁ ଅନାଥ ହୋଇପଡ଼ିଛନ୍ତି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ଆଇଆର୍‌ଇ ପ୍ଲାଣ୍ଟ ଫାଟକ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିରେ ବାବୁଲି ପ୍ରଧାନ, ପଞ୍ଚାନନ ପ୍ରଧାନ, ସୁରେଶ ପ୍ରଧାନ, ଭାଗୀରଥି ବେହେରା, ପି. ଧର୍ମା ରେଡ୍ଡୀ, ବାଦଲ ବେହେରା, ପୂର୍ବତନ ସମିତି ସଭ୍ୟ ଭାଗୀରଥି ପ୍ରଧାନ, କଣମଣା ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଏନ୍‌. ଓ୍ବାର୍ଦ୍ଧ ରାଜୁଲୁ ରେଡ୍ଡୀ ପ୍ରମୁଖ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ଼ ଉପରେ ଷ୍ଟ୍ରବେରୀ ଚାଷ

ପାରଳାଖେମୁଣ୍ଡି, ୧୫।୩ (ଡି.ଏନ୍‌.ଏ): ଚାଷକାର୍ଯ୍ୟକୁ ଆପଣେଇ ସ୍ବାବଲମ୍ବୀ ହୋଇପାରିଛନ୍ତି ଗଜପତି ଜିଲା ମୋହନ ବ୍ଲକ ବେଲପଡ଼ା ଗ୍ରାମର ଏକ ଚାଷୀ ଦମ୍ପତି। ଷ୍ଟ୍ରବେରୀ ଚାଷ କରି...

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ: ୨୬୨ ବୁଥ୍‌କୁ ଗଲେ ନିର୍ବାଚନ କର୍ମଚାରୀ

କୋକସରା,୧୯ା୨(ଡି.ଏନ୍‌.): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ରବିବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ...

ଗଞ୍ଜାମରେ ନକଲି କୋଲ୍ଡ ଡିଙ୍କ୍ସ କାରଖାନା ଠାବ, ମାଲିକଙ୍କୁ ଉଠାଇ ଆଣିଲା ପୋଲିସ

ବ୍ରହ୍ମପୁର ଅଫିସ , ୨୬।୧ – ଗଞ୍ଜାମ ଜିଲାର ସହର ଓ ସହର ତଳି ଅଞ୍ଚଳରୁ ନକଲି ସାମଗ୍ରୀ ପ୍ରସ୍ତୁତ କାରଖାନା ଠାବ ହେବା ବନ୍ଦ...

ଧାମନଗର:ଛିଡୁନି ଅଙ୍କକଷା

ଭଦ୍ରକ ଅଫିସ/ ଧାମନଗର,୯।୧୦ (ଡି.ଏନ.ଏ): ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ...

ଅନନ୍ତ କୋଇଲା ଖଣିରେ ଦୁର୍ଘଟଣା: ଜଣେ କର୍ମଚାରୀ ମୃତ

ତାଳଚେର,୩।୫(ନି.ପ୍ର.): ଅନୁଗୋଳ ଜିଲାରେ ତାଳଚେରଠାରେ ଥିବା ଏମ୍‌ସିଏଲ୍‌ର ଅନନ୍ତ କୋଇଲା ଖଣିରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଖଣି କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ମୃତକ...

ନବମ ଶ୍ରେଣୀ ମାର୍କ ଅପଲୋଡ୍‌ ପାଇଁ ଲିଙ୍କ୍‌ ନାହିଁ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜ୍ୟର ସମସ୍ତ ମେଣ୍ଟର ସ୍କୁଲଗୁଡ଼ିକ ନବମ ଶ୍ରେଣୀର ଫର୍‌ମେଟିଭ ଆସେସ୍‌ମେଣ୍ଟ(ଏଫ୍‌ଏ) ପରୀକ୍ଷା ଫଳକୁ ଫେବୃୟାରୀ ୧୫ରୁ ୨୨ ମଧ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ର ଏକ...

ବର୍ଷା-ଅନୁଭବଙ୍କୁ ତାଗିଦ୍‌ କଲେ ହାଇକୋର୍ଟ

କଟକ ଅଫିସ,୨୭।୫: ପାରିବାରିକ ବିବାଦ ମାମଲାରେ ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ତାଗିଦ କରିଛନ୍ତି ହାଇକୋର୍ଟ। ଉଭୟଙ୍କୁ ସୋସିଆଲ...

କଟି ନନାଙ୍କ ଭୋଜନାଳୟ

ଭୋଗରାଇ,୧୯।୨(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ଥାନା ସମ୍ମୁଖରେ ରହିଛି ଭୋଜନାଳୟ। ଅନ୍ୟ ହୋଟେଲ ଭଳି ଏହି ଭୋଜନାଳୟରେ ନାହିଁ ଚାକଚକ୍ୟ। ରହିଛି କେବଳ ଆଜବେଷ୍ଟସ...

Advertisement
Archives

Model This Week