ମାଓବାଦୀ ପୋଷ୍ଟରରେ ରାସ୍ତା ନିର୍ମାଣ ଦୁର୍ନୀତିକୁ ବିରୋଧ

ଅମ୍ବାଭୋନା,୧୭।୪(ଡି.ଏନ.ଏ):ବରଗଡ଼ ଜିଲା ଅମ୍ବାଭୋନା ବ୍ଲକରେ ମାଓବାଦୀମାନେ ପୁଣି ନିଜ ଉପସ୍ଥିତି ଜାହିର କରିଛନ୍ତି। ଦୀର୍ଘଦିନର ନିରବତା ପରେ ରବିବାର ଉକ୍ତ ବ୍ଲକ ଅନ୍ତର୍ଗତ ଲଖନପୁର ନିକଟସ୍ଥ ଚକ୍ରାମାଳ-ବାବେବିରା ମୁଖ୍ୟରାସ୍ତାର ଚକ୍ରାମାଳ ପୋଲ ନିକଟରେ ମାଓବାଦୀଙ୍କ ଏକ ପୋଷ୍ଟର ଟଙ୍ଗାଯାଇଥିବା ରବିବାର ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ଚକ୍ରାମାଳ-ବାବେବିରା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ହିନ୍ଦୀ ଭାଷାରେ ଠିକାଦାରଙ୍କ ଦୁର୍ନୀତି ନେଇ ଉଲ୍ଲେଖ ରହିଛି। ତେବେ ଖବର ଲେଖାହେବା ସୁଦ୍ଧା ସେହି ପୋଷ୍ଟରକୁ ଖୋଲାଯାଇନାହିଁ। ଏ ସମ୍ପର୍କରେ ଅମ୍ବାଭୋନା ଥାନା ଏଏସ୍‌ଆଇ ବିଜୟ କନ୍ଧେରଙ୍କୁ ପଚାରିବାରୁ ସେଠାରେ ପୋଷ୍ଟର ଝୁଲୁଥିବା ନେଇ ସୂଚନା ମିଳିଛି ବୋଲି କହିଥିଲେ। ପ୍ରକାଶଥାଉକି, ୨୦୧୪ ମସିହାରେ ଉକ୍ତ ବ୍ଲକର ଲଖନପୁର ରାସ୍ତା ନିର୍ମାଣରେ ହୋଇଥିବା ଦୁର୍ନୀତି ବିରୋଧରେ ମାଓବାଦୀମାନେ ସେତେବେଳେ ଠିକାଦାର କ୍ୟାମ୍ପର ଜେସିବି, ରୋଲର, ଟ୍ରାକ୍ଟର ଆଦି ପୋଡ଼ି ଦେବା ସହିତ ପୋଷ୍ଟର ଲଗାଇଥିଲେ। ପୁଣି ୮ବର୍ଷ ପରେ ଏଭଳି ରାସ୍ତାକାମରେ ଅନିୟମିତତା ଅଭିଯୋଗ କରି ମାଓବାଦୀମାନେ ପୋଷ୍ଟର ଲଗାଇବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟ୍‌ ବେଳେ ପହଞ୍ଚିଗଲା ପୋଲିସ; ଟଙ୍କା, ସୁନା, ବାଇକ୍‌ ଛାଡ଼ି ପଳାଇଲେ ଲୁଟେରା

ଟିଟିଲାଗଡ଼, ୨୬।୪: ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଲୁଟ୍‌ପାଟ୍‌ ବଢି ଚାଲିଛି। ସୋମବାର ଟଙ୍କା, ସୁନା ଲୁଟିବା ବେଳେ ଲୁଟେରା ପାଟ୍ରୋଲିଂ କରୁଥିବା ପୋଲିସ ସହ...

ଲିଙ୍ଗ ନିରୂପଣ ସୂଚନା ଦେଲେ ୨୫ହଜାର

ନୟାଗଡ଼ ଅଫିସ,୮।୧୨: ଗର୍ଭ ସଞ୍ଚାର ପରେ ଲିଙ୍ଗ ନିରୁପଣ କରୁଥିବା ନେଇ ସୂଚନା ଦେଲେ ସୂଚନାଦାତା ପାଇବେ ୨୫ ହଜାର ଟଙ୍କା ପୁରସ୍କାର। ତେବେ ପୁରସ୍କାର...

ସୁରକ୍ଷା ଶୂନ, ଯୋଗାଯୋଗ ବିଚ୍ଛିନ୍ନ

ଯାଜପୁର ଅଫିସ/ବରୀ(ଡି.ଏନ.ଏ.),୨ା୬: ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରି ଅଞ୍ଚଳର ବିକାଶ ପ୍ରକ୍ରିୟାରେ ସନ୍ତୁଳନ ରକ୍ଷା କରିବା ପାଇଁ ବିଭିନ୍ନ ଯୋଜନାରେ...

ଖେଳୁଥିବା ବେଳେ ଡିଟୋନେଟର ବିସ୍ଫୋରଣ: ୩ ନାବାଳକ ଆହତ

ହିଞ୍ଜିଳିକାଟୁ,୩।୩(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବିସ୍ଫୋରଣ ଘଟି ୩ ନାବାଳକ ଆହତ ହୋଇଛନ୍ତି। ପାହାଡ଼ରୁ ପଥରଫଟା ପାଇଁ ବ୍ୟବହୃତ...

ଯୁବକଙ୍କୁ ହତ୍ୟା ଅଭିଯୋଗ; ବଡ଼ବାପାଙ୍କ ସମେତ ୩ ଗିରଫ

ଆସିକା,୨୬ା୮(ଡି.ଏନ୍‌.ଏ.)-ଆସିକା ଥାନା ବଜ୍ରକୋଟ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଟୁକୁନା ନାହାକ (୩୦)। ଏନେଇ ମୃତ ଟୁକୁନାଙ୍କ ବାପା...

କିଆବୁଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଛତ୍ରପୁର, ୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ୟାଙ୍କ କଲୋନୀ ପଛ ସାହି ନିକଟରେ ଥିବା କିଆବୁଦାରୁ ଶୁକ୍ରବାର ସକାଳେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି।...

ସୁନ୍ଦରଗଡ଼ରେ ୩ କରୋନା ଆକ୍ରାନ୍ତ ଚିହ୍ନଟ: ସମସ୍ତେ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଥିଲେ

ସୁନ୍ଦରଗଡ଼,୧୪ା୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ରବିବାର ଆଉ ୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୁଇଜଣ ମହିଳା ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ମୁମ୍ବାଇ ଏବଂ ଅନ୍ୟ...

ହସ୍ପିଟାଲ ଲାଟ୍ରିନ୍‌ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବଲାଙ୍ଗୀର, ୧୦ା୯ (ବୀରେନ୍ଦ୍ର କୁମାର ଝାଙ୍କର)ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଶନିବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ମହିଳା...

Advertisement
Archives

Model This Week