ଜିଲାପାଳଙ୍କ ପିଏ ହତ୍ୟା ମାମଲା: ରିପୋର୍ଟ ଦାଖଲ ନେଇ ଡିଜିଙ୍କୁ ଏନ୍ଏଚ୍ଆର୍ସିଙ୍କ ନିର୍ଦ୍ଦେଶ
ଜୟପୁର ୧୪ା୩ (ନି.ପ୍ର.): ମାଲକାନଗିରିର ପୂର୍ବତନ ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ପିଏ ସ୍ବର୍ଗତ ଦେବ ନାରାୟଣ ପଣ୍ଡାଙ୍କ ହତ୍ୟା ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନ୍ଏଚ୍ଆର୍ସି) ହସ୍ତକ୍ଷେପ କରି ଅଭିଯୁକ୍ତ ଏଯାଏ ଗିରଫ ହୋଇ ନ ଥିବା ନେଇ ପ୍ରଶ୍ନ ଉଠାଇଛନ୍ତି।…
ବେଗୁନିଆ ସରପଞ୍ଚଙ୍କ ସମେତ ୨ ଗିରଫ
ବେଗୁନିଆ,୧୪ା୩(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଶନିବାର ଘୋଷଣା ପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗାଡ଼ି ଭଙ୍ଗାରୁଜା ସହ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସାରୁଅ ଗ୍ରାମର ସମ୍ବିିତ୍ କୁମାର ମହାଭୋଇଙ୍କ ଅଭିଯୋଗକ୍ରମେ ବେଗୁନିଆ ପୋଲିସ…
ପୁଞ୍ଜିଭୂତ ଜନଅସନ୍ତୋଷର ପ୍ରତିଫଳନ
ଖୋର୍ଦ୍ଧା ଅଫିସ,୧୪ା୩: ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗୁଣ୍ଡାଗର୍ଦ୍ଦିକୁ ନେଇ ଏବେ ସବୁଠି ଚର୍ଚ୍ଚା। ଶନିବାର ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଚାଲୁଥିବାବେଳେ ବ୍ଲକ କାର୍ଯ୍ୟାଳୟ ଆଗରେ ଲୋକଙ୍କ ଉପରକୁ ବିଧାୟକ ଜଗଦ୍ଦେବ ଗାଡ଼ି…
ଏମ୍ସିଏଲ୍ ସର୍ବବୃହତ୍ କୋଇଲା ଉତ୍ପାଦନକାରୀ କମ୍ପାନୀ
ତାଳଚେର,୧୪ା୩(ଡି.ଏନ.ଏ.): ମହାନଦୀ କୋଲ୍ ଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନରେ ୧୫୭ ମିଲିୟନ୍ ଟନ୍ ଅତିକ୍ରମ କରି ଦେଶର ଅଗ୍ରଣୀ କୋଇଲା ଉତ୍ପାଦନକାରୀ କମ୍ପାନୀ ହୋଇପାରିଛି। ଗତ ୧୨ ତାରିଖ ସୁଦ୍ଧା କମ୍ପାନୀ ଶୁଖିଲା ଇନ୍ଧନର ୭.୬୨…
ଚିଲିକା ମଝିରେ ଅଟକିଲା ଭସାପୋଲ
କୃଷ୍ଣପ୍ରସାଦ,୧୪ା୩(ଡି.ଏନ୍.ଏ.): ଚିଲିକା ମଝିରେ ଅଟକିଲା ଯାତ୍ରୀବାହୀ ଭସାପୋଲ (ଭେସେଲ)। ରବିବାର ଅପରାହ୍ନ ୫ଟାରେ ଏକ ପର୍ଯ୍ୟଟକ ବସ୍, ୧୫ଟି ଦୁଇଚକିଆ ଯାନ ଏବଂ ୩୦ଜଣ ଯାତ୍ରୀଙ୍କୁ ନେଇ ଭସାପୋଲଟି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ସାତପଡ଼ାରୁ ଚିଲିକାରେ ଜହ୍ନିକୁଦା ଅଭିମୁଖେ…
ରାୟଗଡ଼ାର ସରସ୍ବତୀ ସର୍ବକନିଷ୍ଠା ଜିଲା ପରିଷଦ ସଭାପତି
ରାୟଗଡ଼ା ଅଫିସ,୧୪ା୩: ରାୟଗଡ଼ା ଜିଲା ପରିଷଦ ସଭାପତି ରୂପେ କାଶୀପୁର ବ୍ଲକ ‘ଗ’ ଜୋନ୍ର ଜିଲା ପରିଷଦ ସଭ୍ୟା ସରସ୍ବତୀ ମାଝି ନିର୍ବାଚିତ ହୋଇଛନ୍ତି। ବିଜେଡିରୁ ସେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ଏହି ଆସନ ହାତେଇବାରେ ସଫଳ ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା…
ମାଓବାଦୀଙ୍କ ଗୁଳିରେ ୨ ଯବାନ ଆହତ
ମାଲକାନଗିରି,୧୩।୩(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକ୍ମା ଜିଲା ଅଧୀନ କେରଳାପାଲ ଅଞ୍ଚଳର ଚିଚୋରଗୁଡାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ରବିବାର ଗୁଳି ବିନିମୟ ହୋଇଛି। ଏଥିରେ ୨ଜଣ ଡିଆରଜି ଯବାନ ଆହତ ହୋଇଥିବା ଜଣାପଡିଛି । ଚିଚୋରଗୁଡା ଜଙ୍ଗଲରେ ମାଓବାଦୀ ଦମନ ନେଇ…
ସିଲେଇ ପ୍ରଶିକ୍ଷିକାରୁ ଜିଲାପରିଷଦ ଅଧ୍ୟକ୍ଷା
ସୁନ୍ଦରଗଡ଼,୧୩।୩(ଡି.ଏନ୍.ଏ.) ସୁନ୍ଦରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ଭାବେ କୁନ୍ତୀ ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନୁସୂଚିତ ଜନଜାତି ପ୍ରାର୍ଥୀଙ୍କ ସକାଶେ ସଂରକ୍ଷିତ ଜିଲା ପରିଷଦ ପଦ ପାଇଁ ସ୍ଥାନୀୟ ବିକାଶ ଭବନଠାରେ ରବିବାର ନିର୍ବାଚନ ହୋଇଥିଲା। ଜିଲାର ୩୫ଟି ଜିଲା ପରିଷଦ…
ପ୍ରେମ ପ୍ରତାରଣା କରି ଯୁବକ ଗିରଫ
ରାଉରକେଲା ଅଫିସ,୧୩।୩: ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗରେ ଟାଙ୍ଗରପାଲି ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ତୋଫାନ ଓଝା(୨୮)। ତାଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି। ଏ ନେଇ ପୋଲିସ ଏକ ମାମଲା (ନଂ.୩୪/୨୨) ରୁଜୁ…
ଘାଟିରେ ଓଲଟିଲା ଲୁହା ପାଇପ୍ ବୋଝେଇ ଟ୍ରକ
କୋକସରା,୧୩।୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଘାଟିରେ ରବିବାର ଏକ ଲୁହା ପାଇପ୍ ବୋଝେଇ ଟ୍ରକ ଓଲଟି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗାଡ଼ି ଡ୍ରାଇଭରଙ୍କ ସୂଚନା ମୁତାବକ, ଟ୍ରକଟି ଝାରସୁଗୁଡ଼ାରୁ ହାଇଦ୍ରାବାଦ ଯାଉଥିଲା। ହେଲେ ଆମପାଣି…
୩ ପରିବାରର ୯ ବଖରା ଜଳିଗଲା
ସୋରଡ଼ା,୧୩।୩(ଡି.ଏନ୍.ଏ.): ସୋରଡ଼ା ବ୍ଲକ ଗେଞ୍ଜା ପଞ୍ଚାୟତ କନ୍ଧବାଖରା ଗ୍ରାମରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗାଁର ଖଦାଳ ମାଲିକ, କେଶବ ମାଲିକ, ଭଗତ ମାଲିକଙ୍କ ୯ ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।…
ପାଣି ପିଇବାକୁ ଯାଇ ଆଉ ଫେରିଲେନି
ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ପାପରମେଟେଲା ପଞ୍ଚାୟତ ତଣ୍ଟାଗୁଡା ଗ୍ରାମର ଜଗବନ୍ଧୁ ଖରା ନିକଟସ୍ଥ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିଲେ। ଶୋଷ ହେବାରୁ ପାଣି ପିଇବାକୁ ନିକଟସ୍ଥ ତଣ୍ଟାଗୁ ନାଳକୁ…

