ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଖୁବ୍‌ଶୀଘ୍ର

ବାଲେଶ୍ୱର ଅଫିସ, ୨୭ା୪ – ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ମଣ୍ଡଳ ଡିଆର୍‌ଏମ୍‌ ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ରେଳଷ୍ଟେଶନର ମଡ଼େଲ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ଏଥିସହ ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ନୀଳଗିରି ଗୋପୀନାଥପୁରରେ ଆସନ୍ତା ସପ୍ତାହରେ ନୂତନ ପ୍ଲାଟଫର୍ମ ନିର୍ମାଣ ଓ ଅତିଶୀଘ୍ର ଯାତ୍ରୀବାହୀ ଟ୍ରେନ ଚଳାଚଳ ସମ୍ପର୍କରେ ଡିଆରଏମ୍‌ ସୂଚନା ଦେଇଛନ୍ତି।
ପ୍ରଧାନ ରେଲୱେର ସିନିଅର ଡିଭିଜିନାଲ ଇଞ୍ଜିନିୟର, ଡିଭିଜିନାଲ ଇଞ୍ଜିନିୟର, ସିନିଅର ଡିଭିଜିନାଲ ସିକ୍ୟୁରିଟି କମିଶନର ଏବଂ ସିନିଅର ଡିଭିଜିନାଲ କମର୍ସିଆଲ ମ୍ୟାନେଜରଙ୍କ ସହ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ କାର୍ଯ୍ୟାଳୟରେ ଆଲୋଚନା କରିଛନ୍ତି। ବାଲେଶ୍ୱର ରେଳଷ୍ଟେଶନର ରୂପରେଖ ପରିବର୍ତ୍ତନ ହୋଇ ଆଗାମୀ ଦିନରେ ମଡ଼େଲ ଷ୍ଟେଶନରେ ପରିଣତ ହେବାକୁ ଯାଉଛି। ପୂର୍ବରୁ ମଡେଲ ଷ୍ଟେଶନ ପାଇଁ ଶିଳାନ୍ୟାସ ଶେଷ ହୋଇଥିବା ବେଳେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିସହିତ ପ୍ରସ୍ତାବିତ ମଡ଼େଲ ଷ୍ଟେଶନ ନିର୍ମାଣ ପାଇଁ ଭିତ୍ତିଭୂମି ଓ ଜବରଦଖଲ ଉଚ୍ଛେଦ ସମ୍ପର୍କରେ ଆଲୋଚନା ହୋଇଥିଲା। ଆଲୋଚନା ପରେ ଡିଆର୍‌ଏମ୍‌ ଓ ତାଙ୍କ ସହ ଆସିଥିବା ରେଳ ବିଭାଗ ଅଧିକାରୀମାନେ ନୀଳଗିରି ଗସ୍ତ କରିଥିଲେ। ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ ନେଇ ଷ୍ଟେଶନବିଲଡିଂ ଓ ରହଣି ସମ୍ପର୍କରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏନେଇ ଡିଆର୍‌ଏମ୍‌ ପ୍ରଧାନ କହିଛନ୍ତି, ବାଲେଶ୍ୱର ରେଳଷ୍ଟେଶନକୁ ଆଧୁନିକୀକରଣ କରାଯିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ରେଳଷ୍ଟେଶନର ପଶ୍ଚିମପଟେ ନୂତନ ଗୃହ ଆରମ୍ଭ ହେବା ସହ ଜବରଦଖଲ ଉଚ୍ଛେଦ ପାଇଁ ଜିଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପଟେ ନୀଳଗିରିକୁ ରେଳ ଚଳାଚଳ ପାଇଁ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ କରାଯାଉଛି। ବିଦ୍ୟୁତ୍‌ ସଂଯୋଗୀକରଣ ଥିବା ବେଳେ ରେଳଲାଇନ୍‌ର ସୁଦୃଢ଼ ଏବଂ ପ୍ଲାଟଫର୍ମ ନିର୍ମାଣ ପାଇଁ ସ୍ଥାନ ସ୍ଥିର ହୋଇସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri