ମନରେଗା କାର୍ଯ୍ୟରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

କେନ୍ଦୁଝର,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବ୍ଲକ ପୁରୁମୁଣ୍ତା ପଞ୍ଚାୟତରେ ୨୦୧୭ ମସିହା ମଧ୍ୟରେ ପଟାବାରୀ ଗ୍ରାମରେ ଚାଲିଥିବା ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।
ଏହି ଘଟଣାରେ ଜିଲା ପ୍ରଶାସନ ତୁରନ୍ତ ତଦନ୍ତ କରିବାକୁ ଦାବି ହୋଇଛି। ତେବେ ଗ୍ରାମବାସୀ ଅନଲାଇନ୍‌ରୁ ପ୍ରକଳ୍ପଗୁଡ଼ିକର ମଷ୍ଟର ରୋଲ ବାହାର କରିବା ପରେ ଏହି ଅନିୟମିତତା ଜଣାପଡ଼ିଥିଲା। ଏଥି ମଧ୍ୟରେ ମୁଖ୍ୟତଃ ବଡ଼ଜିଉଳିଠାରୁ ଓମଫେଡ୍‌ ଛକ, ବରମୂଳରୁ ଭାଲୁଆମୂଳ ରାସ୍ତାର ଉନ୍ନତିକରଣ, ଦାରଗା ପୋଖରୀ ଉନ୍ନତିକରଣ, ଉଦ୍ୟାନ ବିଭାଗ ଦ୍ବାରା ଆମ୍ବ,କାଜୁ ବଗିଚାର ଉନ୍ନତିକରଣ ଏବା ତାହାର ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ବ୍ୟୟ ବରାଦ ହୋଇଛି। ଗ୍ରାମୀଣ ଆର୍ଥିକ ଅନଗ୍ରସର ଶ୍ରମିକମାନଙ୍କୁ ୧୦୦ ଦିନର କାର୍ଯ୍ୟ ଯୋଗାଇ ଦେବା ଲକ୍ଷ୍ୟରେ ଏହି କାମ କରାଯାଇଥିଲା। ତେବେ ଅସତ୍‌ ଉପାୟରେ ସରକାରୀ ଚାକିରିଆ ଓ ଆର୍ଥିକ ସ୍ବଚ୍ଛଳ ବ୍ୟକ୍ତିମାନଙ୍କ ନାମରେ ଏହି କାମ କରାଯାଇଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ପର୍ଯ୍ୟନ୍ତ ଅର୍ଥ ହେର୍‌ଫେର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ଦ୍ୱାରା ଗରିବ ଖଟିଖିଆ ଦିନ ମଜୁରିଆଙ୍କ ପାଇଁ ଆସିଥିବା ସରକାରୀ ଅର୍ଥକୁ ତୋଷରପାତ କରାଯାଇଥିବାରୁ ସେମାନେ ଉକ୍ତ ଯୋଜନାର ସୁଫଳ ପାଇନାହାନ୍ତି। ଏହି ବିଷୟରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରମାଣ ସୂରୂପ ଲିଖିତ ଭାବେ ପୁରୁମୁଣ୍ତା ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଗାଁ,ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେଇଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ତଦନ୍ତ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ସଂପୃକ୍ତ ଗ୍ରାମସାୀଥଙ୍କୁ ଶୀଘ୍ର ନିଲମ୍ବନ କରା ନ ଗଲେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବାକୁ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଦିନରେ ଭଞ୍ଜନଗର ଯାତ୍ରା: ଅସମ୍ଭାଳ ଭିଡ, ଖୋର୍ଦ୍ଧା ପାଇକ ପୁଅଙ୍କ ଦୁଃସାହସିକ କଳା ପ୍ରଦର୍ଶନ

ଭଞ୍ଜନଗର,୧୩।୫(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଗୁରୁବାର ୧୮ ଦିନରେ ପହଞ୍ଚିଛି। ଆଜି କବି ସମ୍ରାଟ ରଙ୍ଗମଞ୍ଚରେ ଖୋର୍ଦ୍ଧାର ପାଇକ ପୁଅ ମାନେ ଚିତାକର୍ଷକ…

ଅଫିସ୍‌ରେ ତାଲା, ଅଧିକାରୀଙ୍କ ପତ୍ତା ନାହିଁ: ଓଡ୍ରି ପଞ୍ଚାୟତରେ ପ୍ରଶାସନିକ ସ୍ଥାଣୁତା, ହନ୍ତସନ୍ତ ହିତାଧିକାରୀ

ଥୁଆମୂଳ ରାମପୁର,୧୩।୫(ଦୁର୍ଗା କୀର୍ତ୍ତି): ରାଜ୍ୟ ସରକାର ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅନେକ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରୁଥିବା ବେଳେ, କଳାହାଣ୍ଡି ଜିଲା…

ଅମୂଲ ପରେ ବଢ଼ିଲା ଏହି କ୍ଷୀରର ଦର, ରାତି ପାହିଲେ ଲାଗୁ ହେବ ନୂଆ ଦାମ୍

ନୂଆଦିଲ୍ଲୀ,୧୩ା୫: ଅମୂଲ ପରେ ଏବେ ଆଉ ଏକ କ୍ଷୀର ଦର ବୃଦ୍ଧି ପାଇଛି । ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି । କମ୍ପାନୀ ବିଭିନ୍ନ…

ଦଣ୍ଡାସି କୁଳର ଆଲୋଚନା ସଭା: କର୍ମକର୍ତ୍ତା ଚୟନ, ନୂତନ ସଭାପତି ଭାବେ ନିର୍ବାଚିତ ହେଲେ…

ଦିଗପହଣ୍ଡି, ୧୩।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡଡୁମ୍ବୁଳା ଗ୍ରାମରେ ଦଣ୍ଡାସି କୁଳ ବଡ଼ଖେମୁଣ୍ଡି ମୁଠା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସଭା…

କୋରାପୁଟରୁ କେସିଙ୍ଗା ଦେଇ ଚାଲିବ ନୂତନ ଟ୍ରେନ, ରେଳ ମନ୍ତ୍ରୀ ଓ ଏମପିଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

କେସିଙ୍ଗା,୧୩ା୫:(ତୁମେଶ୍ୱର ସାହୁ): କେସିଙ୍ଗାରୁ ସିଧା ଭୁବନେଶ୍ୱରକୁ ଟ୍ରେନ ନଥିବାରୁ ବହୁବାର କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଙ୍ଘ କେସିଙ୍ଗା ଓ ଜେଡ ଏସ ଏସର ସଦସ୍ୟ ଡ଼ାହେମସାଗର…

ଚାଇନାରେ ପହଞ୍ଚୁ ପହଞ୍ଚୁ ଟ୍ରମ୍ପଙ୍କ ଘୋର ଅପମାନ! ସ୍ବାଗତ କରିବାକୁ ଆସିଲେନି…

ବେଜିଂ,୧୩।୫: ଚାଇନାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଅପମାନ। ଦୁଇ ଦିନିଆ ସରକାରୀ ଗସ୍ତରେ ଚାଇନାରେ ପହଞ୍ଚିଥିବା ଟ୍ରମ୍ପଙ୍କୁ ସ୍ବାଗତ କରିବା ପାଇଁ ଚାଇନା ରାଷ୍ଟ୍ରପତି ଶି…

ସାନଖେମୁଣ୍ଡିରେ ଭାଜପା ପକ୍ଷରୁ ଜନ ଆକ୍ରୋଶ ପଦଯାତ୍ରା

ଦିଗପହଣ୍ଡି,୧୩ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ରାମଚନ୍ଦ୍ରପୁର ଭାଜପା ମଣ୍ଡଳ କମିଟି ପକ୍ଷରୁ ବୁଧବାର ଜନ ଆକ୍ରୋଶ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

କ୍ଷୁଦ୍ର ପୋଲର ଉଦଘାଟନ; ନାମ ଫଳକରେ ସରପଞ୍ଚ-ସମିତି ସଭ୍ୟାଙ୍କ ନାମରେ ତ୍ରୁଟି, ଗ୍ରାମର ନାମ ଭୁଲକୁ ନେଇ ଅସନ୍ତୋଷ

ପଟ୍ଟାଙ୍ଗି,୧୩ା୫(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ପେଟୁରୁ ପଞ୍ଚାୟତର ରାଇପାଡୁ ଗ୍ରାମରେ ନୂତନ କରି ଏକ କ୍ଷୁଦ୍ର ପୋଲ ନିର୍ମାଣ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri